କେନାଲରେ ପାଣି: କ୍ଷେତରେ ପହଞ୍ଚୁନି

ପଟ୍ଟାମୁଣ୍ଡାଇ,୨୮ା୮ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଚଳିତ ଖରିଫ ଚାଷ ବିଳମ୍ବରେ ଆରମ୍ଭ ହୋଇଛି। ବର୍ଷା ନ ଥିବାରୁ ଚାଷୀ ନାନା ହଇରାଣର ସମ୍ମୁଖୀନ ହେଉଛନ୍ତି। କିଛିଦିନ ପୂର୍ବେ ବର୍ଷା ଯୋଗୁ ଚାଷ କାର୍ଯ୍ୟ ଜୋର ଧରିଛି। ବର୍ତ୍ତମାନ ସୁଦ୍ଧା ପ୍ରାୟ ୭୦ରୁ ୭୮ ପ୍ରତିଶତ ଧାନରୁଆ ସରିଥିବା କୃଷି ବିଭାଗ ସୂତ୍ରରୁ ପ୍ରକାଶ । କେନାଲରେ ପାଣି ଥିବାବେଳେ ଏହା କ୍ଷେତକୁ ଯାଇପାରୁନାହିଁ। ମାତ୍ର ଜଳସମ୍ପଦ, ଜଳନିକାଶ, କାଡ଼ା ବିଭାଗର ମନମୁଖି କାର୍ଯ୍ୟ ଯୋଗୁ ଉପର ମୁଣ୍ଡ କ୍ଷେତରେ ପାଣି ପହଞ୍ଚତ୍ ନ ଥିବା ବେଳେ ତଳମୁଣ୍ଡରେ ପାଣି ଜମି ରହି ପୋଖରୀର ଭ୍ରମ ସୃଷ୍ଟି କରୁଛି।
କୃଷକ ନେତା ବିଜୟ ଦାସ କହିଛନ୍ତି, ପଟ୍ଟାମୁଣ୍ଡାଇ, ଗୋବରି ସମ୍ପ୍ରସାରିତ କେନାଲ ଓ ତାହାର ଶାଖା କେନାଲଗୁଡ଼ିକରେ ପର୍ଯ୍ୟାପ୍ତ ପରିମାଣରେ ପାଣି ଥାଇ ସୁଦ୍ଧା ପାଣି କ୍ଷେତକୁ ପହଞ୍ଚତ୍ ପାରୁନାହଁି। ଚାଷୀମାନେ ବର୍ଷ ବର୍ଷ ଧରି ଜଳକର ଦେଇ ଆସୁଛନ୍ତି। ମାତ୍ର ମୁଖ୍ୟ କେନାଲର ଅବ୍ୟବସ୍ଥା ତଥା ମରାମତି କାର୍ଯ୍ୟର ଅବହେଳା ହେତୁ ପାଣି କ୍ଷେତକୁ ନ ମାଡ଼ି ଖାଲୁଆ ଜମିରେ ଲହଡି ମାରୁଛି। ସରକାରୀ ବାବୁମାନଙ୍କୁ ହାତବାରିଶି କରି ପାଣି ପଞ୍ଚାୟତର ସଭାପତି ଓ ସମ୍ପାଦକ ଖରା ମାସରେ ପାଟ କେନାଲ, କାଡା ନାଳ ଏବଂ ଡ୍ରେନେଜ କାମ କରି ଲକ୍ଷାଧିକ ଟଙ୍କା ଆତ୍ମସାତ କରୁଛନ୍ତି। ଅଥଚ ଉପର ମୁଣ୍ଡ ଚାଷ ଜମିକୁ ପାଣି ଯାଉ ନ ଥିବା ବେଳେ ତଳ କ୍ଷେତରେ ପାଣି ଜମି ଧାନ ଫସଲ ପଚି ନଷ୍ଟ ହେଉଛି। ଚାଷୀ ରଞ୍ଜିତ ପ୍ରଧାନ, ସନ୍ତୋଷ ପ୍ରଧାନ, ବିଘ୍ନେଶ୍ୱର ପ୍ରଧାନ, ବିଜୟ କୁମାର ମଲ୍ଲିକ, କାଙ୍ଗାଳୀ ଦାସ, ଅଭୟ ମଲ୍ଲିକ, ସୁରେନ୍ଦ୍ର ପରିଡା, କୁଞ୍ଜ ବିହାରୀ ନାୟକ, ଉମେଶ ଦାସ, ସତ୍ୟବାନ ପ୍ରଧାନ, ଭରତ ଭଳ, ଭରତ ସାହୁ ପ୍ରମୁଖ କହିଛନ୍ତି, କେନ୍ଦ୍ରାପଡ଼ା ଡ୍ରେନେଜ କଟ୍‌ ବିଭାଗ ଅଧୀନ ଉତିକଣ ପାଟରେ ଥିବା ପାଟନାଳି ସବୁ ଦୀର୍ଘବର୍ଷ ହେବ ସ୍ଲୁଇସ ଗେଟ ମରାମତି ଓ ନାଳି ପୁନରୁଦ୍ଧାର ନ ହେବାରୁ ୫ ହଜାର ହେକ୍ଟରରୁ ଊଦ୍ଧର୍‌ବ ତଳିଆ ଚାଷ ଜମି କ୍ଷତିଗ୍ରସ୍ତ ହେଉଛି। ଫଳରେ ୧୦ଟି ପଞ୍ଚାୟତର ୩୦ରୁ ଊଦ୍ଧର୍‌ବ ଗ୍ରାମବାସୀ ଚାଷ ପାଇଁ କ୍ଷତିଗ୍ରସ୍ତ ହେଉଛନ୍ତି। ଦୀର୍ଘବର୍ଷ ହେବ ଏହି ପାଟନାଳି ସବୁ ପୋତି ହୋଇଯିବା ଫଳରେ ଜଳ ନିଷ୍କାସନ ନ ହେବା ଯୋଗୁ ଚାଷ ଜମିରେ ପାଣି ଜମି ରହି ଫସଲ ବାରମ୍ବାର ନଷ୍ଟ ହେଉଛି। ଜଳନିକାଶ ବିଭାଗର ବେପରୁଆ କାର୍ଯ୍ୟ ଓ ସରକାରୀ ରାଜକୋଷରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଉଥିଲେ ମଧ୍ୟ ତାହା ଚାଷୀମାନଙ୍କ ହିତରେ ଲାଗି ପାରୁନାହିଁ। ଯଦି ଏପରି ଲାଗି ରହେ ତେବେ ଖାଲୁଆ ଜମିରେ ରୁଆ ହୋଇଥିବା ଧାନତଳି ପାଣିରେ ନଷ୍ଟ ହୋଇଯିବ। ସାମାଜିକ କର୍ମୀ ଜ୍ୟୋତି ପ୍ରକାଶ ପ୍ରଧାନ କହିଛନ୍ତି, ଚକବନ୍ଦୀ ପରେ ପଟ୍ଟାମୁଣ୍ଡାଇ ଅଞ୍ଚଳର ଚାଷୀମାନଙ୍କ ପାଇଁ ଜଳସେଚନ ଓ ଜଳନିକାଶ ବ୍ୟବସ୍ଥାର ସୁବିଧା କରାଯାଇଥିଲା। ପ୍ରତ୍ୟେକ ଚକକୁ କିଭଳି ପାଣି ପ୍ରବେଶ ଓ ନିଷ୍କାସନ ହୋଇପାରିବ ସେଥିପାଇଁ କାଡା (ସିଏଡି) ନାଳ ଖୋଳା ଯାଇଥିଲା। ବର୍ତ୍ତମାନ କାଡା ନାଳଗୁଡ଼ିକ ସଫେଇ ଓ ରକ୍ଷଣାବେକ୍ଷଣ ଅଭାବରୁ କେତେକ ସ୍ଥାନରେ ପୋତି ହୋଇଗଲାଣି। ଏବେ କାଡା ନାଳ ସମ୍ପୂର୍ଣ୍ଣ ଲୋପ ପାଇ ଚାଲିଥିବା ଦେଖାଯାଇଛି। ଚାଷୀମାନଙ୍କ ଜଳସେଚନ, ନିଷ୍କାସନ ନିମନ୍ତେ ପାଣି ପଞ୍ଚାୟତ ଗଠନ କରାଯାଇଛି। ଶାସକ ଦଳର କର୍ମୀଙ୍କୁ ପାଣି ପଞ୍ଚାୟତର ମୁଖ୍ୟ ଦାୟିତ୍ୱ ଦିଆଯାଇଥିବା ବେଳେ ପାଣି ପଞ୍ଚାୟତ କେବଳ କାଗଜକଲମରେ ଚାଲିଛି। ନା ହେଉଛି ମରାମତି ନା ହେଉଛି ସଫେଇ। ହେଲେ ଲକ୍ଷାଧିକ ଟଙ୍କା ହଡପ କରାଯାଉଥିବା ଅଭିଯୋଗ ଚାଷୀମାନେ କରୁଛନ୍ତି। ପାଣି ପଞ୍ଚାୟତ କାହା ସ୍ବାର୍ଥରେ କାର୍ଯ୍ୟ କରୁଛି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏ ସମ୍ପର୍କରେ କେନ୍ଦ୍ରାପଡ଼ା ଡ୍ରେନେଜ କଟ୍‌ ବିଭାଗର ଯନ୍ତ୍ରୀ ନିହାର ରାଉତରାୟଙ୍କୁ ପଚାରିବାରେ ପାଟନାଳିର ସଫେଇ କାର୍ଯ୍ୟ ପାଣି ପଞ୍ଚାୟତ କରୁଛି। ମାତ୍ର ପୁନରୁଦ୍ଧାର ପାଇଁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟକୁ ଏଷ୍ଟିମେଟ୍‌ ପଠାଯାଇଛି। ଅର୍ଥ ମଞ୍ଜୁର ହେଲେ ଟେଣ୍ଡର ପ୍ରକ୍ରିୟାରେ ପୁନରୁଦ୍ଧାର କାର୍ଯ୍ୟ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚୌକା-ଛକା ବର୍ଷା କଲେ ବୈଭବ ସୂର୍ଯ୍ୟବଂଶୀ: ଧୂଆଁଧାର ବ୍ୟାଟିଂ କରୁ କରୁ…

ନୂଆଦିଲ୍ଲୀ,୨।୧୦: ଏସିଆନ ଗେମ୍ସ ୨୦୨୬ର ଦ୍ୱିତୀୟ ସେମିଫାଇନାଲରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ରୋମାଞ୍ଚକର ମୁକାବିଲା ଜାରି ରହିଛି। ମ୍ୟାଚ୍ରେ ଭାରତ ପାଇଁ ପାଳି ଆରମ୍ଭ କରିଥିବା…

ବାଲେଶ୍ବରରେ ଲଗାତାର ଅଗ୍ନିକାଣ୍ଡ, ରାତିଅଧରେ ଜଳିଗଲା ଜଳିଗଲା ବ୍ୟାନର ଦୋକାନ

ବାଲେଶ୍ୱର,୨।୧୦( ବାଞ୍ଛାନିଧି ଦେ): ବାଲେଶ୍ୱର ଚର୍ଚ୍ଚ ଲାଇନ୍‌ ଗଳିରେ ଗୁରୁବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି । ବିଦ୍ୟୁତ୍‌ ସର୍ଟ ସର୍କିଟ୍‌ରୁ ଜଳିଗଲା ଏକ ବ୍ୟାନର୍‌…

ବରିଷ୍ଠ ନାଗରିକଙ୍କ ଯତ୍ନ ନେବା ଜରୁରୀ: ଆଶାବାଡ଼ି ପ୍ରଦାନ

ଦାରିଙ୍ଗବାଡ଼ି,୨।୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସଭାଗୃହଠାରେ ଗୁରୁବାର ବ୍ଲକସ୍ତରୀୟ ବିଶ୍ୱ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି। ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଆଲିଶା…

ଗଜଲକ୍ଷ୍ମୀ ପୂଜା ପାଇଁ ଶୁଭଖୁଣ୍ଟି ସ୍ଥାପନ: ଖେଳିଗଲା ଉତ୍ସାହ

ଦାରିଙ୍ଗବାଡ଼ି,୨।୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପଞ୍ଚାୟତ ଅନ୍ତର୍ଗତ ତୁଡ଼ିକିବାଡ଼ି ଗ୍ରାମରେ ଚତୁର୍ଥ ବର୍ଷ ଗଜଲକ୍ଷ୍ମୀ ପୂଜା ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି। ଏହି ଅବସରରେ…

ଅକ୍ଟୋବର ୪ରୁ ବଢ଼ିବ ଓମ୍‌ଫେଡ୍ କ୍ଷୀର ଦର, ଲିଟର ପିଛା….

ଭୁବନେଶ୍ୱର,୨।୧: ଅକ୍ଟୋବର ୪ରୁ ରାଜ୍ୟରେ ବଢ଼ିବ ଓମ୍‌ଫେଡ୍ କ୍ଷୀର ଦର । ଓଡ଼ିଶା ଷ୍ଟେଟ୍ କୋ-ଅପରେଟିଭ୍ ମିଲ୍କ ପ୍ରଡ୍ୟୁସର୍ସ ଫେଡେରେସନ୍ (ଓମ୍‌ଫେଡ୍) ପକ୍ଷରୁ ବିଭିନ୍ନ ପ୍ରକାର କ୍ଷୀରର…

କ୍ୟାନସରକୁ ହରାଇ ୧୦ ବର୍ଷ ପରେ ଦଳକୁ ଫେରିଲେ ଏହି କ୍ରିକେଟର୍‌: ଅଚାନକ ମିଳିଲା..

ସିଡନୀ,୨।୧୦: ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ ପାଇଁ ଅଷ୍ଟ୍ରେଲିଆ କ୍ରିକେଟ ଦଳରେ ବଡ଼ ପରିବର୍ତ୍ତନ ହୋଇଛି। ଟେଷ୍ଟିକୁଲାର କ୍ୟାନସର ଭଳି ଗୁରୁତର ରୋଗକୁ ପରାସ୍ତ କରି…

ଟିଏମ୍‌ସିର ଜବତ ବ୍ୟାଙ୍କ ଆକାଉଣ୍ଟ ମାମଲା, ହସ୍ତକ୍ଷେପ କରିବାକୁ ମନାକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨।୧୦: ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଟିଏମ୍‌ସି ଗୋଷ୍ଠୀର ପ୍ରାୟ ୮୦୪ କୋଟି ଟଙ୍କା ଥିବା ୪ଟି ଜବତ (ଡେବିଟ୍‌-ଫ୍ରିଜ) ବ୍ୟାଙ୍କ ଆକାଉଣ୍ଟକୁ ପରିଚାଳନା କରିବାକୁ ଅନୁମତି ଦେବା…

କାର୍ଯ୍ୟକାରୀ ହେଲା ଜନ୍ମ, ମୃତ୍ୟୁ ସଂଶୋଧନ ଆଇନ

ନୂଆଦିଲ୍ଲୀ,୨।୧୦: ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ (ସଂଶୋଧନ) ଆଇନ, ୨୦୨୬ ଗୁରୁବାରଠାରୁ ଦେଶରେ ଲାଗୁ ହୋଇଛି । ଏଥିରେ ନିର୍ଦ୍ଧାରିତ ସମୟସୀମା ପରେ ଜଣାଯାଇଥିବା ଜନ୍ମ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?