Posted inଫୁରସତ

ଶାନ୍ତି ପାଇଁ ଜଳ

ପୃଥିବୀର ୭୧ ପ୍ରତିଶତ ହେଉଛି ଜଳ। ତଥାପି ପୃଥିବୀର ଅନେକ ଭାଗରେ ଜଳାଭାବ ଦେଖାଦେଉଛି। ବାସ୍ତବରେ ଦେଖିଲେ ପୃଥିବୀରେ ମୋଟ ଜଳର ୯୭ ପ୍ରତିଶତ ସାଗର ଏବଂ ମହାସାଗରରେ ଅଛି, ଯେଉଁଥିରେ ଲବଣ ଅଂଶ ଅଧିକ ଥିବାରୁ ତାହା ପାନୀୟଯୋଗ୍ୟ କିମ୍ବା କୃଷିକାର୍ଯ୍ୟ ପାଇଁ ମଧ୍ୟ ଯୋଗ୍ୟ ହୋଇ ନ ଥାଏ। ଅବଶିଷ୍ଟ ତିନି ପ୍ରତିଶତ ଜଳରୁ ୨.୫ ପ୍ରତିଶତ ବରଫ ଆକାରରେ କିମ୍ବା ପୃଥିବୀର ବହୁ ଗଭୀରରେ ଅଛି। ଏଣୁ ମାତ୍ର ୦.୫ ପ୍ରତିଶତ ଜଳକୁ ପୃଥିବୀର ପ୍ରାୟ ୮୦୦ କୋଟି ଲୋକଙ୍କ ସମେତ ପ୍ରାଣୀସମ୍ପଦ ବ୍ୟବହାର କରିଥାଆନ୍ତି। ପୁନଶ୍ଚ ଏହି ଜଳ ପୃଥିବୀର ପ୍ରତ୍ୟେକ ଅଞ୍ଚଳରେ ସମାନ ଭାବରେ ଉପଲବ୍ଧ ହୋଇ ନ ଥାଏ। କେଉଁ ଅଞ୍ଚଳରେ ଆବଶ୍ୟକତାଠାରୁ ଅଧିକ ଥିବା ବେଳେ ଅନ୍ୟ କେତେକ ଅଞ୍ଚଳରେ ଏହା ନାମମାତ୍ର ଅଛି।
ଜଳ ହିଁ ଜୀବନ। ପାନୀୟ ଓ କଳକାରଖାନା ବ୍ୟତୀତ କୃଷି ପାଇଁ ଏହା ବହୁଳ ଭାବରେ ବ୍ୟବହୃତ ହୁଏ। ମିଳିତ ଜାତିସଂଘର ତଥ୍ୟରୁ ଜଣାପଡିଛି ଯେ, ପୃଥିବୀରେ ଉପଲବ୍ଧ ମଧୁର ଜଳର ୭୨ ପ୍ରତିଶତ କୃଷି କାର୍ଯ୍ୟ ପାଇଁ ଏବଂ ୧୬ ପ୍ରତିଶତ ଘରୋଇ ବ୍ୟବହାର ପାଇଁ ଏବଂ ୧୨ ପ୍ରତିଶତ କଳକାରଖାନା ପାଇଁ ବ୍ୟବହୃତ ହେଉଛି। ଏହି କାରଣରୁ ପୃଥିବୀର ସମସ୍ତ ପ୍ରାଚୀନ ସଭ୍ୟତା ନଦୀ କୂଳରେ ଗଢ଼ିଉଠିଥିଲା। ଆଜିର ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ଯୁଗରେ କଳ କାରଖାନାରେ ଜଳର ଆବଶ୍ୟକତା ଥିବାରୁ ଅନେକ କାରଖାନା ନଦୀ କୂଳରେ ସ୍ଥାପିତ ହୋଇଛି। କଳକାରଖାନାର ବର୍ଜ୍ୟଜଳ ନଦୀରେ ମିଶି ନଦୀ ଜଳକୁ ପ୍ରଦୂଷିତ କରୁଛି। ଗଙ୍ଗା ଓ ଯମୁନା ନଦୀ ଏତେ ପରିମାଣରେ ପ୍ରଦୂଷିତ ହୋଇଛି ଯେ ଅନେକ ସ୍ଥାନରେ ଏହା ସ୍ନାନଯୋଗ୍ୟ ହୋଇ ରହିନାହିଁ। ନଦୀ ପ୍ରଦୂଷଣ ପୃଥିବୀରେ ସୀମିତ ଜଳ ଉପଲବ୍ଧତାକୁ ହ୍ରାସ କରୁଛି। ପୃଥିବୀର ୨୨୦କୋଟି ଲୋକ ନିରାପଦରେ ପାନୀୟ ଜଳ ପାଇବାକୁ ବଞ୍ଚତ୍ତ ହୋଇଛନ୍ତି। ପୃଥିବୀର ପ୍ରାୟ ଅଧା ଲୋକ ବର୍ଷର କିଛି ସମୟ ପାଇଁ ଜଳାଭାବର ସମ୍ମୁଖୀନ ହୋଇଥାଆନ୍ତି।
ମଧୁର ଜଳର ପ୍ରମୁଖ ଉତ୍ସ ହେଉଛି ନଦୀ, ପୁଷ୍କରିଣୀ ଓ ହ୍ରଦ। ପୃଥିବୀର ଅନେକ ନଦୀ ଏକାଧିକ ଦେଶ ଦେଇ ପ୍ରବାହିତ ହୋଇଛି ଏବଂ ପ୍ରାୟ ୩୦୦ କୋଟି ଲୋକ ଏହି ନଦୀ ଜଳ ଉପରେ ନିର୍ଭର କରିଥାଆନ୍ତି। ଉଦାହରଣ ସ୍ବରୂପ ବ୍ରହ୍ମପୂତ୍ର ନଦୀ ଚାଇନା ଓ ଭାରତ ମଧ୍ୟରେ ଏବଂ ସତଲୁଜ, ବିୟାସ, ରାବି, ଝେଲମ୍‌, ଚେନାବ ଏବଂ ସିନ୍ଧୁ ନଦୀ ଭାରତ ଏବଂ ପାକିସ୍ତାନ ମଧ୍ୟରେ ପ୍ରବାହିତ ହେଉଛି। ଅନେକ ସମୟରେ ଅନ୍ତଃରାଷ୍ଟ୍ରୀୟ ନଦୀ ଜଳ ବଣ୍ଟନକୁ ନେଇ ବିବାଦ ଦେଖାଦେଇଛି। ନଦୀର ଉପରି ଭାଗରେ ଥିବା ଦେଶ ଏହାର ଜଳକୁ ବନ୍ଧ ଦ୍ୱାରା ଆବଦ୍ଧ କରି ଅଧିକାଂଶ ଭାଗକୁ ନିଜେ ବ୍ୟବହାର କରିବା ଦ୍ୱାରା ତଳ ଭାଗରେ ଥିବା ଦେଶ କମ୍‌ ଜଳ ପାଇଥାଏ। ଫଳରେ ଦୁଇ ଦେଶ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଥାଏ ଏବଂ ଏହା ବିବାଦ ଏବଂ ଏପରିକି ଯୁଦ୍ଧର କାରଣ ହୋଇଥାଏ। ଅବଶ୍ୟ କେତେକ ଅନ୍ତଃରାଷ୍ଟ୍ରୀୟ ନଦୀ ପାଇଁ ସମ୍ପୃକ୍ତ ଦେଶଗୁଡିକ ମଧ୍ୟରେ ଚୁକ୍ତି ହୋଇ ନିର୍ବିବାଦରେ ଏହାର ଜଳ ଉପଯୋଗ ହେଉଛି। ଭାରତ ଏବଂ ପାକିସ୍ତାନ ମଧ୍ୟରେ ‘ସିନ୍ଧୁ ଜଳ ଚୁକ୍ତି’ ହେଉଛି ଏହାର ଏକ ଉଦାହରଣ। ଦୁଇ ଦେଶ ମଧ୍ୟରେ କେତେଥର ଯୁଦ୍ଧ ହୋଇଥିଲା ଏବଂ ସମ୍ପର୍କରେ ଫାଟ ଥିଲେ ସୁଦ୍ଧା ଏହି ଚୁକ୍ତି ଠିକ୍‌ ଭାବରେ କାର୍ଯ୍ୟ କରୁଛି। ପୃଥିବୀର ୧୫୩ଟି ନଦୀ ଓ ହ୍ରଦର ଜଳକୁ ଏକାଧିକ ଦେଶ ବ୍ୟବହାର କରୁଛନ୍ତି, ମାତ୍ର ୨୪ଟି ଦେଶ ଏଥିପାଇଁ ସହଯୋଗଭିତ୍ତିକ ଚୁକ୍ତି କରିଛନ୍ତି। ଏହି ନଦୀଗୁଡିକରେ ପୃଥିବୀରେ ଉପଲବ୍ଧ ମଧୁର ଜଳର ୬୦ ପ୍ରତିଶତ ଅଛି।
ସେହିପରି ଗୋଟିଏ ଦେଶର ଅନ୍ୟ ରାଜ୍ୟ ମଧ୍ୟରେ ନଦୀ ଜଳ ବଣ୍ଟନକୁ ନେଇ ସମସ୍ୟା ରହୁଛି। ଏହାର ଏକ ପ୍ରକୃଷ୍ଟ ଉଦାହରଣ ହେଉଛି କାବେରୀ ଜଳ ବିବାଦ। କର୍ନାଟକ, ତାମିଲନାଡୁ, କେରଳ ଏବଂ ପଣ୍ଡିଚେରୀ ମଧ୍ୟରେ ଥିବା ବିବାଦର ସମାଧାନ ପାଇଁ ୧୯୯୦ ମସିହାରୁ ଟ୍ରିବ୍ୟୁନାଲ ସ୍ଥାପିତ ହୋଇ ମଧ୍ୟ ନିର୍ଣ୍ଣାୟକ ରାୟ ପ୍ରକାଶ ପାଇ ନାହିଁ। ସେହିପରି ମହାନଦୀ ଜଳକୁ ନେଇ ଛତିଶଗଡ଼ ଏବଂ ଓଡ଼ିଶା ମଧ୍ୟରେ ବିବାଦ ହୋଇ ମାମଲା ଟ୍ରିବ୍ୟୁନାଲକୁ ଯାଇଛି। ଏହାର ରାୟ କେବେ ବାହାରିବ ଜଣାନାହିଁ। ପୋଲାଭରମ ପ୍ରକଳ୍ପ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ବିବାଦର ଅନ୍ୟ ଏକ ଉଦାହରଣ।
ଜଳ ହେଉଛି ପ୍ରକୃତିଦତ୍ତ ଏବଂ ଏହା ସମଗ୍ର ମାନବ ଜାତିର ମଙ୍ଗଳ ପାଇଁ ଉଦ୍ଦିଷ୍ଟ। ଏଣୁ ବିବାଦ ନ କରି ସହଯୋଗଭିତ୍ତିରେ ଏହାକୁ ବ୍ୟବହାର କରିବା ଉଚିତ। ମିଳିତ ଜାତିସଂଘ ମାର୍ଚ୍ଚ ୨୨ ତାରିଖକୁ ‘ବିଶ୍ୱ ଜଳ ଦିବସ’ ଭାବରେ ଘୋଷଣା କରିଛି ଏବଂ ପ୍ରତ୍ୟେକ ବର୍ଷ ଏହି ଦିନରେ ଜଳ ସମ୍ବନ୍ଧୀୟ ଏକ ନିର୍ଦ୍ଦିଷ୍ଟ ବିଷୟ ଉପରେ ଆଲୋଚନା ହୋଇଥାଏ। ଚଳିତ ବର୍ଷ ପାଇଁ ଏହି ଦିବସ ଉପଲକ୍ଷେ ବାର୍ତ୍ତା ହେଉଛି- ‘ଶାନ୍ତି ପାଇଁ ଜଳ’। ଏହା ଏକ ଯଥାର୍ଥ ବିଷୟ। ଦେଶ-ଦେଶ କିମ୍ବା ଅନ୍ୟ ରାଜ୍ୟ ମଧ୍ୟରେ ଜଳକୁ ନେଇ ବିବାଦ ହେବା ପରିବର୍ତ୍ତେ ସହଯୋଗଭିତ୍ତିରେ ଏହାର ବ୍ୟବହାର ହେବା ଆବଶ୍ୟକ।
ଜଳ ଶାନ୍ତି ପ୍ରତିଷ୍ଠା କରିପାରେ କିମ୍ବା ଏହା ଯୁଦ୍ଧକୁ ଆମନ୍ତ୍ରଣ କରିପାରେ। ଜଳ ପାଇଁ ଯୁଦ୍ଧ ନ ହେଉ ବରଂ ପୃଥିବୀରେ ଶାନ୍ତି ପ୍ରତିଷ୍ଠା ପାଇଁ ଜଳକୁ ବ୍ୟବହାର କରାଯାଉ। ଜଳବାୟୁ ପରିବର୍ତ୍ତନ ଯୋଗୁ କ୍ରମେ ବୃଷ୍ଟିପାତ ଶୈଳୀରେ ପରିବର୍ତ୍ତନ ହୋଇଛି ଏବଂ ପୃଥିବୀର ଲୋକସଂଖ୍ୟା ମଧ୍ୟ କ୍ରମଶଃ ବୃଦ୍ଧି ପାଉଛି। ଏହା ଅନ୍ତଃରାଷ୍ଟ୍ରୀୟ କିମ୍ବା ଆନ୍ତଃରାଜ୍ୟ ଜଳ ବିବାଦକୁ ବଢ଼ାଇପାରେ, ମାତ୍ର ନେତା ଏବଂ ବୁଦ୍ଧିଜୀବୀମାନେ ଏହାର ବିହିତ ପ୍ରତିକାର କରି ଶାନ୍ତି ବଜାୟ ରଖିବା ଜରୁରୀ।

ଏ ବର୍ଷର ବାର୍ତ୍ତା
ଜଳ ହେଉଛି ପ୍ରକୃତିଦତ୍ତ ଏବଂ ଏହା ସମଗ୍ର ମାନବ ଜାତିର ମଙ୍ଗଳ ପାଇଁ ଉଦ୍ଦିଷ୍ଟ। ଏଣୁ ବିବାଦ ନ କରି ସହଯୋଗଭିତ୍ତିରେ ଏହାକୁ ବ୍ୟବହାର କରିବା ଉଚିତ। ମିଳିତ ଜାତିସଂଘ ମାର୍ଚ୍ଚ ୨୨ ତାରିଖକୁ ‘ବିଶ୍ୱ ଜଳ ଦିବସ’ ଭାବରେ ଘୋଷଣା କରିଛି ଏବଂ ପ୍ରତ୍ୟେକ ବର୍ଷ ଏହି ଦିନରେ ଜଳ ସମ୍ବନ୍ଧୀୟ ଏକ ନିର୍ଦ୍ଦିଷ୍ଟ ବିଷୟ ଉପରେ ଆଲୋଚନା ହୋଇଥାଏ। ଚଳିତ ବର୍ଷ ପାଇଁ ଏହି ଦିବସ ଉପଲକ୍ଷେ ବାର୍ତ୍ତା ହେଉଛି- ‘ଶାନ୍ତି ପାଇଁ ଜଳ’। ଏହା ଏକ ଯଥାର୍ଥ ବିଷୟ। ଦେଶ-ଦେଶ କିମ୍ବା ଅନ୍ୟ ରାଜ୍ୟ ମଧ୍ୟରେ ଜଳକୁ ନେଇ ବିବାଦ ହେବା ପରିବର୍ତ୍ତେ ସହଯୋଗଭିତ୍ତିରେ ଏହାର ବ୍ୟବହାର ହେବା ଆବଶ୍ୟକ।

-ଇଂ. ମାୟାଧର ସ୍ବାଇଁ
୭୦, ଲକ୍ଷ୍ମୀବିହାର, ଫେଜ୍‌-୧, ଭୁବନେଶ୍ୱର-୧୮
ମୋ: ୯୪୩୮୬୯୩୭୨୪


Enter your email to get our daily news in your inbox.

All Right Reserved By Dharitri.Com

ରାକ୍ଷସଙ୍କ ବଗିଚା, ଏହା ପଛରେ ରହିଛି ଏମିତି କାହାଣୀ

ଯେତେବେଳେ ଆପଣ ଏକ ବଗିଚା କିମ୍ବା ପାର୍କ ବୁଲିବାକୁ ଯାଆନ୍ତି, ସେତେବେଳେ ଆପଣ ପ୍ରାକୃତିକ ସୌନ୍ଦର୍ଯ୍ୟ ଆଶା କରନ୍ତି। କିନ୍ତୁ ଏକ ଅନନ୍ୟ ଉଦ୍ୟାନ ଅଛି,...

ଈଶ୍ୱରଙ୍କ ଉପରେ ବିଶ୍ୱାସ ଅଛି କିନ୍ତୁ ଭରସା ନାହିଁ !

ଆଚ୍ଛା, ଇୟେ କେମିତିକା କଥା! ଈଶ୍ୱରଙ୍କ ଉପରେ ଜଣକର ବିଶ୍ୱାସ ଥିବ ଅଥଚ ଭରସା ନ ଥିବ, ଏ କଥା ଆଦୌ ହୋଇ ନ ପାରେ...

କ୍ଲାଉଡ ସିଡିଂ ପ୍ରକୃତରେ କ’ଣ? ଯାହା କୃତ୍ରିମ ବର୍ଷା କରାଏ…

ନିକଟରେ ଦୁବାଇରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ଉପୁଜିଥିଲା। ଦୁଇ ବର୍ଷରେ ଯେତିକି ବର୍ଷା ହେବା କଥା ଗୋଟିଏ ଦିନରେ ସେଠି ସେତିକି ବର୍ଷା...

ପ୍ରଥମ ରୋଜଗାର ଟଙ୍କାରେ ମା’ଙ୍କ ପାଇଁ ସମ୍ବଲପୁରୀ ଶାଢି କିଣିଥିଲି: ଡ. ଆଲୋକ ସାହୁ

ଜନ୍ମ ମୋର ଯାଜପୁରରେ ହୋଇଥିଲେ ହେଁ ବାପା ଯେହେତୁ କେନ୍ଦୁଝରରେ ଚାକିରି କରୁଥିଲେ ତେଣୁ ମୋ ସ୍କୁଲ ପାଠପଢା ସେଇଠି ହିଁ ହୋଇଥିଲା। ସ୍ଥାନୀୟ ଆନନ୍ଦପୁରସ୍ଥିତ...

ଭାମା-କାମାଚିଙ୍କ ନିବିଡ଼ ବନ୍ଧୁତ୍ୱର ହୃଦୟସ୍ପର୍ଶୀ କାହାଣୀ, ୫୫ ବର୍ଷ ଧରି…

ଚେନ୍ନାଇ: ତାମିଲନାଡୁ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସୁପ୍ରିୟା ସାହୁ ନିଜ ଏକ୍ସ’ ଆକାଉଣ୍ଟରେ ୨ ହାତୀଙ୍କ...

ନିଜ ଛୁଆଙ୍କୁ ନିଜେ ମାରି ଖାଇଯାଏ ଠେକୁଆ? କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଠେକୁଆ ଦେଖିବାକୁ ବେଶ ସୁନ୍ଦର। ଅନେକ ଏହାକୁ ଘରେ ପାଳିବାକୁ ପସନ୍ଦ କରନ୍ତି। ହେଲେ ଏହି ପଶୁ ସହିତ ଜଡ଼ିତ ଏକ ଚକିତ କଲାଭଳି କଥା...

ଶୀତଦିନେ ବି ଟକଟକ ହୋଇ ଫୁଟେ ଏହି ନଦୀର ପାଣି, ବୈଜ୍ଞାନିକ ବି ଚକିତ

ସାଧାରଣତଃ ନଦୀର ପାଣି ଥଣ୍ଡା ଥାଏ। ହେଲେ ଦୁନିଆର ଏଭଳି ଏକ ନିଆରା ନଦୀ ରହିଛି ଯାହାର ପାଣି ସର୍ବଦା ଟକଟକ୍‌ ହୋଇ ଫୁଟୁଥାଏ। କେବଳ...

ସ୍ବାସ୍ଥ୍ୟସେବାରେ ପ୍ରାଣୀ ଚିକିତ୍ସକ

ମଣିଷର ଜୀବନଧାରଣରେ ପ୍ରାଣୀ ସମ୍ପଦର ଗୁରୁତ୍ୱକୁ ଉପଲବ୍ଧି କରି ୨୦୦୧ ମସିହାଠାରୁ ସମଗ୍ର ବିଶ୍ୱରେ ପାଳିତ ହୋଇଆସୁଅଛି ”ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ“। ପ୍ରତିବର୍ଷ ଏପ୍ରିଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri