Posted inଫୁରସତ

ଶାନ୍ତି ପାଇଁ ଜଳ

ପୃଥିବୀର ୭୧ ପ୍ରତିଶତ ହେଉଛି ଜଳ। ତଥାପି ପୃଥିବୀର ଅନେକ ଭାଗରେ ଜଳାଭାବ ଦେଖାଦେଉଛି। ବାସ୍ତବରେ ଦେଖିଲେ ପୃଥିବୀରେ ମୋଟ ଜଳର ୯୭ ପ୍ରତିଶତ ସାଗର ଏବଂ ମହାସାଗରରେ ଅଛି, ଯେଉଁଥିରେ ଲବଣ ଅଂଶ ଅଧିକ ଥିବାରୁ ତାହା ପାନୀୟଯୋଗ୍ୟ କିମ୍ବା କୃଷିକାର୍ଯ୍ୟ ପାଇଁ ମଧ୍ୟ ଯୋଗ୍ୟ ହୋଇ ନ ଥାଏ। ଅବଶିଷ୍ଟ ତିନି ପ୍ରତିଶତ ଜଳରୁ ୨.୫ ପ୍ରତିଶତ ବରଫ ଆକାରରେ କିମ୍ବା ପୃଥିବୀର ବହୁ ଗଭୀରରେ ଅଛି। ଏଣୁ ମାତ୍ର ୦.୫ ପ୍ରତିଶତ ଜଳକୁ ପୃଥିବୀର ପ୍ରାୟ ୮୦୦ କୋଟି ଲୋକଙ୍କ ସମେତ ପ୍ରାଣୀସମ୍ପଦ ବ୍ୟବହାର କରିଥାଆନ୍ତି। ପୁନଶ୍ଚ ଏହି ଜଳ ପୃଥିବୀର ପ୍ରତ୍ୟେକ ଅଞ୍ଚଳରେ ସମାନ ଭାବରେ ଉପଲବ୍ଧ ହୋଇ ନ ଥାଏ। କେଉଁ ଅଞ୍ଚଳରେ ଆବଶ୍ୟକତାଠାରୁ ଅଧିକ ଥିବା ବେଳେ ଅନ୍ୟ କେତେକ ଅଞ୍ଚଳରେ ଏହା ନାମମାତ୍ର ଅଛି।
ଜଳ ହିଁ ଜୀବନ। ପାନୀୟ ଓ କଳକାରଖାନା ବ୍ୟତୀତ କୃଷି ପାଇଁ ଏହା ବହୁଳ ଭାବରେ ବ୍ୟବହୃତ ହୁଏ। ମିଳିତ ଜାତିସଂଘର ତଥ୍ୟରୁ ଜଣାପଡିଛି ଯେ, ପୃଥିବୀରେ ଉପଲବ୍ଧ ମଧୁର ଜଳର ୭୨ ପ୍ରତିଶତ କୃଷି କାର୍ଯ୍ୟ ପାଇଁ ଏବଂ ୧୬ ପ୍ରତିଶତ ଘରୋଇ ବ୍ୟବହାର ପାଇଁ ଏବଂ ୧୨ ପ୍ରତିଶତ କଳକାରଖାନା ପାଇଁ ବ୍ୟବହୃତ ହେଉଛି। ଏହି କାରଣରୁ ପୃଥିବୀର ସମସ୍ତ ପ୍ରାଚୀନ ସଭ୍ୟତା ନଦୀ କୂଳରେ ଗଢ଼ିଉଠିଥିଲା। ଆଜିର ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ଯୁଗରେ କଳ କାରଖାନାରେ ଜଳର ଆବଶ୍ୟକତା ଥିବାରୁ ଅନେକ କାରଖାନା ନଦୀ କୂଳରେ ସ୍ଥାପିତ ହୋଇଛି। କଳକାରଖାନାର ବର୍ଜ୍ୟଜଳ ନଦୀରେ ମିଶି ନଦୀ ଜଳକୁ ପ୍ରଦୂଷିତ କରୁଛି। ଗଙ୍ଗା ଓ ଯମୁନା ନଦୀ ଏତେ ପରିମାଣରେ ପ୍ରଦୂଷିତ ହୋଇଛି ଯେ ଅନେକ ସ୍ଥାନରେ ଏହା ସ୍ନାନଯୋଗ୍ୟ ହୋଇ ରହିନାହିଁ। ନଦୀ ପ୍ରଦୂଷଣ ପୃଥିବୀରେ ସୀମିତ ଜଳ ଉପଲବ୍ଧତାକୁ ହ୍ରାସ କରୁଛି। ପୃଥିବୀର ୨୨୦କୋଟି ଲୋକ ନିରାପଦରେ ପାନୀୟ ଜଳ ପାଇବାକୁ ବଞ୍ଚତ୍ତ ହୋଇଛନ୍ତି। ପୃଥିବୀର ପ୍ରାୟ ଅଧା ଲୋକ ବର୍ଷର କିଛି ସମୟ ପାଇଁ ଜଳାଭାବର ସମ୍ମୁଖୀନ ହୋଇଥାଆନ୍ତି।
ମଧୁର ଜଳର ପ୍ରମୁଖ ଉତ୍ସ ହେଉଛି ନଦୀ, ପୁଷ୍କରିଣୀ ଓ ହ୍ରଦ। ପୃଥିବୀର ଅନେକ ନଦୀ ଏକାଧିକ ଦେଶ ଦେଇ ପ୍ରବାହିତ ହୋଇଛି ଏବଂ ପ୍ରାୟ ୩୦୦ କୋଟି ଲୋକ ଏହି ନଦୀ ଜଳ ଉପରେ ନିର୍ଭର କରିଥାଆନ୍ତି। ଉଦାହରଣ ସ୍ବରୂପ ବ୍ରହ୍ମପୂତ୍ର ନଦୀ ଚାଇନା ଓ ଭାରତ ମଧ୍ୟରେ ଏବଂ ସତଲୁଜ, ବିୟାସ, ରାବି, ଝେଲମ୍‌, ଚେନାବ ଏବଂ ସିନ୍ଧୁ ନଦୀ ଭାରତ ଏବଂ ପାକିସ୍ତାନ ମଧ୍ୟରେ ପ୍ରବାହିତ ହେଉଛି। ଅନେକ ସମୟରେ ଅନ୍ତଃରାଷ୍ଟ୍ରୀୟ ନଦୀ ଜଳ ବଣ୍ଟନକୁ ନେଇ ବିବାଦ ଦେଖାଦେଇଛି। ନଦୀର ଉପରି ଭାଗରେ ଥିବା ଦେଶ ଏହାର ଜଳକୁ ବନ୍ଧ ଦ୍ୱାରା ଆବଦ୍ଧ କରି ଅଧିକାଂଶ ଭାଗକୁ ନିଜେ ବ୍ୟବହାର କରିବା ଦ୍ୱାରା ତଳ ଭାଗରେ ଥିବା ଦେଶ କମ୍‌ ଜଳ ପାଇଥାଏ। ଫଳରେ ଦୁଇ ଦେଶ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଥାଏ ଏବଂ ଏହା ବିବାଦ ଏବଂ ଏପରିକି ଯୁଦ୍ଧର କାରଣ ହୋଇଥାଏ। ଅବଶ୍ୟ କେତେକ ଅନ୍ତଃରାଷ୍ଟ୍ରୀୟ ନଦୀ ପାଇଁ ସମ୍ପୃକ୍ତ ଦେଶଗୁଡିକ ମଧ୍ୟରେ ଚୁକ୍ତି ହୋଇ ନିର୍ବିବାଦରେ ଏହାର ଜଳ ଉପଯୋଗ ହେଉଛି। ଭାରତ ଏବଂ ପାକିସ୍ତାନ ମଧ୍ୟରେ ‘ସିନ୍ଧୁ ଜଳ ଚୁକ୍ତି’ ହେଉଛି ଏହାର ଏକ ଉଦାହରଣ। ଦୁଇ ଦେଶ ମଧ୍ୟରେ କେତେଥର ଯୁଦ୍ଧ ହୋଇଥିଲା ଏବଂ ସମ୍ପର୍କରେ ଫାଟ ଥିଲେ ସୁଦ୍ଧା ଏହି ଚୁକ୍ତି ଠିକ୍‌ ଭାବରେ କାର୍ଯ୍ୟ କରୁଛି। ପୃଥିବୀର ୧୫୩ଟି ନଦୀ ଓ ହ୍ରଦର ଜଳକୁ ଏକାଧିକ ଦେଶ ବ୍ୟବହାର କରୁଛନ୍ତି, ମାତ୍ର ୨୪ଟି ଦେଶ ଏଥିପାଇଁ ସହଯୋଗଭିତ୍ତିକ ଚୁକ୍ତି କରିଛନ୍ତି। ଏହି ନଦୀଗୁଡିକରେ ପୃଥିବୀରେ ଉପଲବ୍ଧ ମଧୁର ଜଳର ୬୦ ପ୍ରତିଶତ ଅଛି।
ସେହିପରି ଗୋଟିଏ ଦେଶର ଅନ୍ୟ ରାଜ୍ୟ ମଧ୍ୟରେ ନଦୀ ଜଳ ବଣ୍ଟନକୁ ନେଇ ସମସ୍ୟା ରହୁଛି। ଏହାର ଏକ ପ୍ରକୃଷ୍ଟ ଉଦାହରଣ ହେଉଛି କାବେରୀ ଜଳ ବିବାଦ। କର୍ନାଟକ, ତାମିଲନାଡୁ, କେରଳ ଏବଂ ପଣ୍ଡିଚେରୀ ମଧ୍ୟରେ ଥିବା ବିବାଦର ସମାଧାନ ପାଇଁ ୧୯୯୦ ମସିହାରୁ ଟ୍ରିବ୍ୟୁନାଲ ସ୍ଥାପିତ ହୋଇ ମଧ୍ୟ ନିର୍ଣ୍ଣାୟକ ରାୟ ପ୍ରକାଶ ପାଇ ନାହିଁ। ସେହିପରି ମହାନଦୀ ଜଳକୁ ନେଇ ଛତିଶଗଡ଼ ଏବଂ ଓଡ଼ିଶା ମଧ୍ୟରେ ବିବାଦ ହୋଇ ମାମଲା ଟ୍ରିବ୍ୟୁନାଲକୁ ଯାଇଛି। ଏହାର ରାୟ କେବେ ବାହାରିବ ଜଣାନାହିଁ। ପୋଲାଭରମ ପ୍ରକଳ୍ପ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ବିବାଦର ଅନ୍ୟ ଏକ ଉଦାହରଣ।
ଜଳ ହେଉଛି ପ୍ରକୃତିଦତ୍ତ ଏବଂ ଏହା ସମଗ୍ର ମାନବ ଜାତିର ମଙ୍ଗଳ ପାଇଁ ଉଦ୍ଦିଷ୍ଟ। ଏଣୁ ବିବାଦ ନ କରି ସହଯୋଗଭିତ୍ତିରେ ଏହାକୁ ବ୍ୟବହାର କରିବା ଉଚିତ। ମିଳିତ ଜାତିସଂଘ ମାର୍ଚ୍ଚ ୨୨ ତାରିଖକୁ ‘ବିଶ୍ୱ ଜଳ ଦିବସ’ ଭାବରେ ଘୋଷଣା କରିଛି ଏବଂ ପ୍ରତ୍ୟେକ ବର୍ଷ ଏହି ଦିନରେ ଜଳ ସମ୍ବନ୍ଧୀୟ ଏକ ନିର୍ଦ୍ଦିଷ୍ଟ ବିଷୟ ଉପରେ ଆଲୋଚନା ହୋଇଥାଏ। ଚଳିତ ବର୍ଷ ପାଇଁ ଏହି ଦିବସ ଉପଲକ୍ଷେ ବାର୍ତ୍ତା ହେଉଛି- ‘ଶାନ୍ତି ପାଇଁ ଜଳ’। ଏହା ଏକ ଯଥାର୍ଥ ବିଷୟ। ଦେଶ-ଦେଶ କିମ୍ବା ଅନ୍ୟ ରାଜ୍ୟ ମଧ୍ୟରେ ଜଳକୁ ନେଇ ବିବାଦ ହେବା ପରିବର୍ତ୍ତେ ସହଯୋଗଭିତ୍ତିରେ ଏହାର ବ୍ୟବହାର ହେବା ଆବଶ୍ୟକ।
ଜଳ ଶାନ୍ତି ପ୍ରତିଷ୍ଠା କରିପାରେ କିମ୍ବା ଏହା ଯୁଦ୍ଧକୁ ଆମନ୍ତ୍ରଣ କରିପାରେ। ଜଳ ପାଇଁ ଯୁଦ୍ଧ ନ ହେଉ ବରଂ ପୃଥିବୀରେ ଶାନ୍ତି ପ୍ରତିଷ୍ଠା ପାଇଁ ଜଳକୁ ବ୍ୟବହାର କରାଯାଉ। ଜଳବାୟୁ ପରିବର୍ତ୍ତନ ଯୋଗୁ କ୍ରମେ ବୃଷ୍ଟିପାତ ଶୈଳୀରେ ପରିବର୍ତ୍ତନ ହୋଇଛି ଏବଂ ପୃଥିବୀର ଲୋକସଂଖ୍ୟା ମଧ୍ୟ କ୍ରମଶଃ ବୃଦ୍ଧି ପାଉଛି। ଏହା ଅନ୍ତଃରାଷ୍ଟ୍ରୀୟ କିମ୍ବା ଆନ୍ତଃରାଜ୍ୟ ଜଳ ବିବାଦକୁ ବଢ଼ାଇପାରେ, ମାତ୍ର ନେତା ଏବଂ ବୁଦ୍ଧିଜୀବୀମାନେ ଏହାର ବିହିତ ପ୍ରତିକାର କରି ଶାନ୍ତି ବଜାୟ ରଖିବା ଜରୁରୀ।

ଏ ବର୍ଷର ବାର୍ତ୍ତା
ଜଳ ହେଉଛି ପ୍ରକୃତିଦତ୍ତ ଏବଂ ଏହା ସମଗ୍ର ମାନବ ଜାତିର ମଙ୍ଗଳ ପାଇଁ ଉଦ୍ଦିଷ୍ଟ। ଏଣୁ ବିବାଦ ନ କରି ସହଯୋଗଭିତ୍ତିରେ ଏହାକୁ ବ୍ୟବହାର କରିବା ଉଚିତ। ମିଳିତ ଜାତିସଂଘ ମାର୍ଚ୍ଚ ୨୨ ତାରିଖକୁ ‘ବିଶ୍ୱ ଜଳ ଦିବସ’ ଭାବରେ ଘୋଷଣା କରିଛି ଏବଂ ପ୍ରତ୍ୟେକ ବର୍ଷ ଏହି ଦିନରେ ଜଳ ସମ୍ବନ୍ଧୀୟ ଏକ ନିର୍ଦ୍ଦିଷ୍ଟ ବିଷୟ ଉପରେ ଆଲୋଚନା ହୋଇଥାଏ। ଚଳିତ ବର୍ଷ ପାଇଁ ଏହି ଦିବସ ଉପଲକ୍ଷେ ବାର୍ତ୍ତା ହେଉଛି- ‘ଶାନ୍ତି ପାଇଁ ଜଳ’। ଏହା ଏକ ଯଥାର୍ଥ ବିଷୟ। ଦେଶ-ଦେଶ କିମ୍ବା ଅନ୍ୟ ରାଜ୍ୟ ମଧ୍ୟରେ ଜଳକୁ ନେଇ ବିବାଦ ହେବା ପରିବର୍ତ୍ତେ ସହଯୋଗଭିତ୍ତିରେ ଏହାର ବ୍ୟବହାର ହେବା ଆବଶ୍ୟକ।

-ଇଂ. ମାୟାଧର ସ୍ବାଇଁ
୭୦, ଲକ୍ଷ୍ମୀବିହାର, ଫେଜ୍‌-୧, ଭୁବନେଶ୍ୱର-୧୮
ମୋ: ୯୪୩୮୬୯୩୭୨୪


Enter your email to get our daily news in your inbox.

All Right Reserved By Dharitri.Com

ବଦଳିବ ଗ୍ରହଙ୍କ ଚାଲ୍: ବୁଧ-ମଙ୍ଗଳଙ୍କ ଯୋଗରୁ ଖୋଲିଯିବ ୪ଟି ରାଶିର ଭାଗ୍ୟ, ହେବେ ମାଲାମାଲ୍!

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ସ୍ଥିତି ଏବଂ ସେମାନଙ୍କ ମଧ୍ୟରେ ସୃଷ୍ଟି ହେଉଥିବା ସମ୍ପର୍କକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେକରାଯାଏ। ଦୁଇଟି ଗ୍ରହ ପରସ୍ପରଠାରୁ ଏକ ବିଶେଷ କୋଣରେ ଅବସ୍ଥାନ…

ଟ୍ରାଫିକ ଚାଲାଣ ବାକିଥିଲେ କଟିବ ଘର ଲାଇନ୍‌! ସୁପ୍ରିମକୋର୍ଟ କହିଲେ ବଡ଼କଥା

ନୂଆଦିଲ୍ଲୀ,୨୯।୯: ଗାଡ଼ି ଚଳାଉଛନ୍ତି କି? ତେବେ ଆପଣଙ୍କ ପାଇଁ ଆସିଛି ଗୁରୁତ୍ୱପୂର୍ଣ୍ଣ ଖବର। ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କରି ଇ-ଚାଲାଣ କଟିବା ପରେ ଦୀର୍ଘଦିନ ଧରି ଜରିମାନା…

PNB ଘୋଟାଲାରେ ବଡ଼ ସଫଳତା! ନୀରବ ମୋଦିଙ୍କ ସହଯୋଗୀ ସନ୍ଦୀପ ମିସ୍ତ୍ରୀଙ୍କୁ UAEରୁ ଅଣାଗଲା ଭାରତ, ଗିରଫ କଲା CBI

ମୁମ୍ବାଇ,୨୯।୯: ନୀରବ ମୋଦିଙ୍କ ସହ ଜଡ଼ିତ ବହୁଚର୍ଚ୍ଚିତ PNB (ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ) ଘୋଟାଲାରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା (CBI)କୁ ମିଳିଛି ବଡ଼ ସଫଳତା। ଏହି ମାମଲାରେ…

ନବରାତ୍ରୀରେ ଚମକିବ ୩ ରାଶିଙ୍କ ଭାଗ୍ୟ, ମା’ଦୁର୍ଗାଙ୍କ କୃପାରୁ ଧନଲାଭ ଯୋଗ; ଚାକିରିରେ ବଡ଼ ପଦୋନ୍ନତି

ଚଳିତ ବର୍ଷ ଶାରଦୀୟ ନବରାତ୍ରୀ ଅକ୍ଟୋବର ୧୧, ୨୦୨୬ରୁ ଆରମ୍ଭ ହେବ। ଏଥର ମା’ ଦୁର୍ଗା ହାତୀ ଉପରେ ସବାର ହୋଇ ଆସୁଛନ୍ତି। ଜ୍ୟୋତିଷୀୟ ବିଶ୍ୱାସ ଅନୁଯାୟୀ,…

ମୁଖ୍ୟମନ୍ତ୍ରୀ ବିଜୟ ‘ମାମା’ଙ୍କ ସୁନା ମୁଦି କିପରି ନବଜାତ ଶିଶୁଙ୍କ ପାଇଁ ହୋଇପାରେ କ୍ଷତିକାରକ: ଅଭିଭାବକମାନେ ମାନନ୍ତୁ…

ଚେନ୍ନାଇ,୨୯।୯: ତାମିଲନାଡୁର ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ସୋମବାର ନିଜର ଏକ ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରିବା ଆରମ୍ଭ କରିଛନ୍ତି। ସେପ୍ଟେମ୍ବର ୨୮ରେ, ସେ ରାଜ୍ୟର ନବଜାତ…

ଏସବୁ ରାଜ୍ୟରେ ବଢିଲା DA! ଅକ୍ଟୋବରରେ ବଢିକି ଆସିବ ଦରମା! ପେନସନଭୋଗୀଙ୍କୁ ବି ଦଶହରା ଭେଟି ଦେଲେ ସରକାର

ନୂଆଦିଲ୍ଲୀ,୨୯।୯: ଯଦି ଆପଣ ଜଣେ ସରକାରୀ କର୍ମଚାରୀ କିମ୍ୱା ଘରେ କୌଣସି ବୟସ୍କ ପେନସନଭୋଗୀ ଅଛନ୍ତି, ତେବେ ଏହି ଖବର ଆପଣଙ୍କ ମୁହଁରେ ଏକ ବଡ଼ ହସ…

୩ ଦିନ ଧରି ଚାଲିଥିବା ଅଙ୍ଗନ କି ଉତ୍ସବ ଉଦଯାପିତ, ଶିଶୁ ତଥା ଅଭିଭାବକଙ୍କୁ ନେଇ ସରିଲା କାର୍ଯ୍ୟକ୍ରମ

ଦାରିଙ୍ଗବାଡି, ୨୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସମନ୍ବିତ ଶିଶୁ ଓ ମହିଳା ବିକାଶ କାର୍ଯ୍ୟାଳୟର ସିଡିପିଓ ସାଂରାଣୀ ପଣ୍ଡାଙ୍କ ତତ୍ୱାବଧାନରେ, ଉଭୟ କେନ୍ଦ୍ର…

ରହସ୍ୟମୟ ମନ୍ଦିର: ଯେଉଁଠାରେ ନିଜ ପିଣ୍ଡଦାନ ନିଜେ କରଥାନ୍ତି ଲୋକ!

ଦେଶରେ ଏପରି ଏକ ମନ୍ଦିର ରହିଛି, ଯେଉଁଠାରେ ଜୀବିତ ଲୋକମାନେ ନିଜର ପିଣ୍ଡଦାନ ନିଜେ କରନ୍ତି। ଏହି ମନ୍ଦିରଟି ସମ୍ପୂର୍ଣ୍ଣ ନିଆରା ଏବଂ ଅନନ୍ୟ। ସାଧାରଣତଃ ମୃତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?