ଯାଜପୁର ବିଧାନସଭା ନିର୍ବାଚନମଣ୍ଡଳୀ: ସୁଯୋଗର ଫାଇଦା ନେବାରେ ବିରୋଧୀ ବିଫଳ

ଯାଜପୁର,୨୨।୩(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲାର କୋରେଇ ବିଧାନସଭା ନିର୍ବାଚନମଣ୍ଡଳୀ ଗତ ଦୁଇ ଦଶନ୍ଧି ଧରି ପରୀକ୍ଷାନିରୀକ୍ଷାର ପ୍ରୟୋଗଶାଳା ହୋଇଆସୁଛି। ଏଥର ଯାଜପୁର ବିଧାନସଭା ନିର୍ବାଚନମଣ୍ଡଳୀର ରାଜନୈତିକ ପାଣିପାଗରେ ସେଭଳି ପବନ ବହିପାରେ ବୋଲି ଚର୍ଚ୍ଚା ହେଉଛି। ଇତିମଧ୍ୟରେ ଯାଜପୁର ବିଧାୟକ ତଥା ବିଜେଡିର ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) କୋରେଇମୁହାଁ ହେଉଛନ୍ତି ବୋଲି ଆଲୋଚନା ଚାଲିଛି।

୨୦୦୪ ମେଣ୍ଟ ସମୟରେ କୋରେଇ ବିଧାନସଭା ନିର୍ବାଚନମଣ୍ଡଳୀ ଭାଜପା ଭାଗରେ ପଡ଼ିଥିଲା ଓ ସଞ୍ଜିତା ମହାନ୍ତି ବିଜୟୀ ହୋଇଥିଲେ। ମେଣ୍ଟ ଭାଙ୍ଗିବା ପରେ ୨୦୦୯, ୨୦୧୪ ଓ ୨୦୧୯ରେ ବିଜେଡି କ୍ରମାଗତ ପ୍ରାର୍ଥୀ ବଦଳ କରି ବିଜୟୀ ହୋଇଆସିଛି। ତେଣୁ ନିୟମିତ ପ୍ରାର୍ଥୀ ବଦଳ ପ୍ରକ୍ରିୟାରେ କୋରେଇର ବିକାଶ ସମ୍ଭବପର ହୋଇ ପାରୁ ନ ଥିବା ସାଧାରଣରେ ଅଭିଯୋଗ ହେଉଛି। ଭୋଟରଙ୍କ ରୋଷରୁ ବର୍ତ୍ତିବା ପାଇଁ ଉତ୍ତରଦାୟୀ ହେବାକୁ ବବି ଆଗେଇ ଆସୁଥିବା ପୂର୍ବ କେତେକ କାର୍ଯ୍ୟକ୍ରମରୁ ମନେହେଉଛି। ଏହାବାଦ୍‌ ତାଙ୍କ ପିତା ଅଶୋକ ଦାସ କୋରେଇରେ ୪ ଦଶନ୍ଧି ଧରି ନେତୃତ୍ୱ ନେଇଥିବାରୁ ବବିଙ୍କୁ ସମର୍ଥନ ମିଳିବା ନେଇ ସମର୍ଥକମାନେ ଆଶା ବାନ୍ଧିଛନ୍ତି। ଏହା ହେଲେ ଅଭିନେତା ତଥା ପୂର୍ବତନ କୋରେଇ ବିଧାୟକ ଆକାଶ ଦାସନାୟକ ଏଥର ବିଜେଡି ଟିକେଟରୁ ବଳି ପଡ଼ିପାରନ୍ତି ବୋଲି କୁହାଯାଉଛି। ଏହାସହ ବିଧାୟକ ଅଶୋକ ବଳ, ବ୍ୟାସନଗର ପୌର ପରିଷଦର ପୂର୍ବତନ ପୌରାଧ୍ୟକ୍ଷା ତଥା ଜିଲା ମହିଳା ବିଜୁ ଜନତା ଦଳ ଅଧ୍ୟକ୍ଷା ସବିତା ରାଉତ, ଜିଲା ଯୁବ ବିଜେଡି ସଭାପତି ପ୍ରତାପ ମହାନ୍ତି ପ୍ରମୁଖ ଚିନ୍ତାରେ ଅଛନ୍ତି। ଏଭଳି ସ୍ଥିତିରେ ଯାଜପୁର ଆସନ ପାଇଁ କିଏ ପ୍ରାର୍ଥୀ ହେବେ, ତାହା ସମସ୍ତଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି।

ଯାଜପୁର ପୌରପରିଷଦ, ବରୀ ବ୍ଲକର ୮ ଓ ଦଶରଥପୁର ବ୍ଲକର ୨୦ ପଞ୍ଚାୟତକୁ ନେଇ ଯାଜପୁର ବିଧାନସଭା ନିର୍ବାଚନମଣ୍ଡଳୀ ଗଠିତ। ବିଗତ ନିର୍ବାଚନଗୁଡ଼ିକୁ ଯଦି ଏଠାରେ ଦେଖାଯାଏ, ତାହା ହେଲେ ବବି ଭୋଟ ପ୍ରଚାରରେ ସେତେଟା ସକ୍ରିୟ ନ ଥିଲେ ମଧ୍ୟ ନିରଙ୍କୁଶ ସଫଳତା ପାଇଆସୁଛନ୍ତି। ରାଜ୍ୟ ରାଜନୀତିରେ ସେ ସର୍ବଦା ସକ୍ରିୟ ଥିବାରୁ ଯାଜପୁରକୁ ତାଙ୍କ ସମର୍ଥକ ଓ ପରିବାର ସଦସ୍ୟଙ୍କ ହାତରେ ପ୍ରାୟ ଛାଡ଼ି ଦେଇଥିବା ଦେଖାଯାଇଛି। ଏଥିରେ ସେମାନେ ସଫଳତା ପାଉଥିବାରୁ ବବିଙ୍କ ଚିନ୍ତା ପ୍ରାୟ ରହୁନାହିଁ। ବିଶେଷକରି ବିରୋଧୀ ଭାଜପା ଓ କଂଗ୍ରେସ ମଧ୍ୟ ନିର୍ବାଚନୀ ଯୁଦ୍ଧ ପୂର୍ବରୁ ହାତ ଟେକି ଦେଉଥିବା ଭଳି ମନେହେଉଛି। ଗତ ପଞ୍ଚାୟତ ନିର୍ବାଚନରେ ବିଜେଡି ସମର୍ଥନରେ ସମସ୍ତ ଜିଲା ପରିଷଦ ଆସନ ଏବଂ ପୌରପରିଷଦ ନିର୍ବାଚନରେ ପୌରାଧ୍ୟକ୍ଷାଙ୍କ ସମେତ ସମସ୍ତ କାଉନ୍‌ସିଲରଙ୍କ ବିଜୟ ଏହାକୁ ପ୍ରମାଣିତ କରୁଛି।

କୁହାଯାଉଛି, ଏଠାରେ ଭାଜପା ଓ କଂଗ୍ରେସର ନେତୃତ୍ୱ ନେଉଥିବା ନେତାଙ୍କ ଲୋକପ୍ରିୟତା ଓ ଜନସମ୍ପର୍କ ଅଭିଯାନ ସେତେଟା ସଫଳ ହୋଇପାରି ନ ଥିବାରୁ ଭୋଟରଙ୍କ ଆସ୍ଥା ଜିଣିବା ସେମାନଙ୍କ ପକ୍ଷେ କଷ୍ଟକର ହେଉଛି। ଦେଖିବାକୁ ଗଲେ ଯାଜପୁର ବିଧାନସଭା କ୍ଷେତ୍ରରେ ବିଜେଡିର କୌଣସି ଜିଲା କାର୍ଯ୍ୟାଳୟ ନାହିଁ। ରାଜ୍ୟ ରାଜନୀତିରେ ସକ୍ରିୟ ଥିବା ବବି ପ୍ରାୟ ବାହାରେ ରହୁଥିବା ଦେଖିବାକୁ ମିଳୁଛି। ଫଳରେ ତାଙ୍କୁ ସହଜରେ ଭେଟି ସାଧାରଣ ଜନତା ସେମାନଙ୍କ ସମସ୍ୟା ଜଣାଇବାକୁ ସମୟ ପାଉନାହାନ୍ତି। ଏହିସବୁ ସମସ୍ୟାର ସମାଧାନ କରିବାରେ ବବିଙ୍କ ପାଖଲୋକ ଯଥେଷ୍ଟ ହେଉଥିବା ଦେଖାଯାଇଛି। ଏସବୁ ଜାଣିବା ସତ୍ତ୍ୱେ ବିରୋଧୀ ଭାଜପା ଓ କଂଗ୍ରେସ ସୁଯୋଗର ଫାଇଦା ନେବାରେ ବିଫଳ ହେଉଥିବା କୁହାଯାଉଛି। ଏପରି କି ଭାଜପା ଓ କଂଗ୍ରେସର ଜିଲା କାର୍ଯ୍ୟାଳୟ ସଦର ମହକୁମାରେ ରହିଛି। ହେଲେ ଏହି ଦୁଇ ପ୍ରମୁଖ ବିରୋଧୀ ଦଳର ନେତୃବର୍ଗ ଭୋଟରଙ୍କୁ ଠିକ୍‌ ଭାବେ ପ୍ରଭାବିତ କରିପାରୁ ନ ଥିବା ଆଲୋଚନା ହେଉଛି । ୨୦୧୯ ବିଧାନସଭା ନିର୍ବାଚନରେ ବବି ୯୯,୭୩୮(୬୦.୨୪%), ଭାଜପାର ଗୌତମ ରାୟ ୫୯,୦୮୨(୩୫.୬୮%) ଓ କଂଗ୍ରେସର ସନ୍ତୋଷ ନନ୍ଦ ମାତ୍ର ୪,୭୪୮(୨.୮୭%) ଭୋଟ ପାଇଥିଲେ।

ତେଣୁ ବିଜେଡିର ୬୦% ଭୋଟକୁ ଭାଙ୍ଗିବା ସହ କଂଗ୍ରେସ ହାତରୁ ଅଧିକ ଭୋଟ ଛଡ଼ାଇ ନ ଆଣିପାରିଲେ ଭାଜପା ଯାଜପୁରରେ ସଫଳତା ପାଇବା କଷ୍ଟକର ହୋଇପଡ଼ିବ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକମାନେ କହୁଛନ୍ତି। ଗୌତମଙ୍କ ନେତୃତ୍ୱରେ ଭାଜପା ଗତ ପୌରପରିଷଦ ଓ ପଞ୍ଚାୟତ ନିର୍ବାଚନରେ ଭଲ ପ୍ରଦର୍ଶନ କରିପାରିନାହିଁ। ଏଥିପାଇଁ ଦକ୍ଷ ତଥା ଯୁବ ସଂଗଠକ ହିଁ ଭାଜପାର ମଙ୍ଗୁଆଳ ହେବା ଆବଶ୍ୟକ ବୋଲି ଭାଜପା ଉଚ୍ଚ ନେତୃତ୍ୱ ଚିନ୍ତା କରୁଥିବା ଆଲୋଚନା ହେଉଛି। ଏହି କ୍ରମରେ କଂଗ୍ରେସରୁ ଆସିଥିବା ଭାଜପାର ପୁଲିନ ପୁହାଣ ଆଶାୟୀ ଅଛନ୍ତି। ଭାଜପା ବ୍ୟାନରରେ ସେ ବିଭିନ୍ନ କାର୍ଯ୍ୟକ୍ରମ କରି ଏବେ ଆଲୋଚନାର ଶୀର୍ଷରେ ରହିଛନ୍ତି। କଂଗ୍ରେସର ସନ୍ତୋଷ ନନ୍ଦ ଦଳୀୟ ଟିକେଟ ପାଇବାକୁ ଆଶାବାଦୀ ଥିବା କୁହାଯାଉଛି। ତେବେ ବବି ଯଦି କୋରେଇମୁହାଁ ହେବେ, ତାଙ୍କ ସ୍ଥାନରେ କିଏ ପ୍ରାର୍ଥୀ ହେବେ ତାହା ଏଯାଏ ସ୍ପଷ୍ଟ ହୋଇପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ୮୦ ତମ ସ୍ବାଧିନତା ଦିବସ: ଜାଣନ୍ତୁ କିଏ କେଉଁଠି କଲେ ପତାକା ଉତ୍ତୋଳନ

ଦିଗପହଣ୍ଡି,୧୫|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳ ମାନଙ୍କରେ ଥିବା ସମସ୍ତ ସ୍କୁଲ,କଲେଜ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ମାନଙ୍କରେ ଶନିବାର…

ବହୁ ପ୍ରତୀକ୍ଷାର ଅନ୍ତ ଘଟିଲା: ନିଲାମ ହେଲା ପ୍ରସିଦ୍ଧ ଶୁଖୁଆ ହାଟ, ବର୍ଷକୁ ନିଲାମଧାରୀ ଦେବେ ଏତିକି ଟଙ୍କା…

ଗଞ୍ଜାମ,୧୫ା୮(ବିଦ୍ୟାଧର ସାହୁ): ଦୀର୍ଘଦିନର ଦାବି ପରେ ଶେଷରେ ନିଲାମ ହୋଇଛି ଜିଲା ପ୍ରସିଦ୍ଧ ହୁମା ସାପ୍ତାହିକ ଶୁଖୁଆ ହାଟ। ଶୁକ୍ରବାର ପୂର୍ବାହ୍ନରେ ଏହି ନିଲାମ ପ୍ରକ୍ରିୟା ଆରମ୍ଭ…

ଦାରିଙ୍ଗବାଡ଼ି ହେଲିପ୍ୟାଡ୍‌ ପଡ଼ିଆରେ ପତାକା ଉତ୍ତୋଳନକଲେ ବ୍ଲକ୍‌ ଅଧ୍ୟକ୍ଷ: ପ୍ରଥମ ଥର ପାଇଁ…

ଦାରିଙ୍ଗବାଡ଼ି, ୧୫।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ହେଲିପ୍ୟାଡ୍‌ ପଡ଼ିଆରେ ବ୍ଲକ୍‌ସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ମହାଆଡ଼ମ୍ବର ଓ ଉତ୍ସାହର ସହ ପାଳିତ ହୋଇଯାଇଛି। ଜାତୀୟ…

ଖବର ପ୍ରକାଶ ପରେ ମୁଖ୍ୟ ରାସ୍ତାରୁ ହଟିଲା ହମ୍ପ୍‌ସ, ସ୍ବାଗତ କରି ବୁଦ୍ଧିଜୀବୀ କହିଲେ…

ଦିଗପହଣ୍ଡି,୧୫ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି- ଚିକିଟି-ନୂଆପଡ଼ା ମୁଖ୍ୟରାସ୍ତା ମେଡିକାଲ ଛକ ସାହାଣୀ ସାହି ନିକଟରେ ଅବୈଜ୍ଞାନିକ ଭାବେ ତିଆରି କରାଯାଇଥିବା ବେଆଇନ ହମ୍ପ୍‌ସରେ ଗତ…

ଛତ୍ରପୁରରେ ଜିଲାସ୍ତରୀୟ ସ୍ୱାଧୀନତା ଦିବସ, ଗଞ୍ଜାମର ଉନ୍ନତି ପାଇଁ ସରକାର ପ୍ରତିବଦ୍ଧ: ଆଇନ ମନ୍ତ୍ରୀ

ଛତ୍ରପୁର, ୧୫`୮ (ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ଗଞ୍ଜାମ ଜିଲା ସଦର ମହକୁମା ଛତ୍ରପୁରଠାରେ ଜିଲାସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ମହାସମାରୋହ ଆଡ଼ମ୍ବର ଓ ଉତ୍ସାହର ସହ ପାଳିତ…

ସିଂହ ରାଶିରେ ଏକାଠି ହେବେ ସୂର୍ଯ୍ୟ-ବୁଧ; ଧନ ଓ ସଫଳତାରେ ମିଳିବ ବଡ଼ ଲାଭ, ଏହି ୩ ରାଶିର ଗୋଲ୍ଡେନ୍ ଟାଇମ୍ ଆରମ୍ଭ…

ବୈଦିକ ଜ୍ୟୋତିଷ ଅନୁସାରେ, ଗ୍ରହମାନଙ୍କର ଗତି ଆମ ଜୀବନ ଉପରେ ଗଭୀର ପ୍ରଭାବ ପକାଇଥାଏ । ଗ୍ରହମାନଙ୍କର ରାଜକୁମାର ବୁଧ, ଆସନ୍ତା ଅଗଷ୍ଟ ୨୨ ତାରିଖରେ ସନ୍ଧ୍ୟା…

ବଲାଙ୍ଗୀରରେ ପତାକା ଉତ୍ତୋଳନ କଲେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, କହିଲେ ଏ ମାଟିର ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ…

ବଲାଙ୍ଗୀର,୧୫ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ମନୋହରପୁର ରିଜର୍ଭ ପୋଲିସ ପଡ଼ିଆରେ ଶନିବାର ୮୦ ତମ ଜିଲା ସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଉଚ୍ଚଶିକ୍ଷା, କ୍ରୀଡ଼ା ଓ…

ରାଜ୍ୟସ୍ତରୀୟ ପଦକ ପ୍ରଦାନ ଉତ୍ସବ: ମନୋନୀତ ୧୭ ଜଣ ପୋଲିସ ଅଧିକାରୀ,କର୍ମଚାରୀଙ୍କୁ …

ଭୁବନେଶ୍ୱର,୧୫।୮ ଲୋକସେବା ଭବନରେ ରାଜ୍ୟସ୍ତରୀୟ ପଦକ ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଛି। ଏହି ଅବସରରେ ମନୋନୀତ ୧୭ ଜଣ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri