ଶିଳ୍ପସଂସ୍ଥାକୁ ଜଳକର ଅନୁକମ୍ପା

ଯାଜପୁର ଅଫିସ୍‌, ୧ା୧୦:ରାଜ୍ୟର ୫୫ ସରକାରୀ ଓ ବେସରକାରୀ ସଂସ୍ଥା ପାଖରେ ମାର୍ଚ୍ଚ ୩୧ ସୁଦ୍ଧା ୩୩୬୫.୭୫୧ କୋଟି ଟଙ୍କା ଜଳ କର ବାକି ପଡ଼ିଛି। ଏଥିରୁ ୩୨ଟି ବେସରକାରୀ ଶିଳ୍ପାନୁଷ୍ଠାନ ପାଖରେ ୨୬୯୪.୧୮୬ କୋଟି, ଗୋଟିଏ ରାଜ୍ୟ ଓ କେନ୍ଦ୍ରର ମିଳିତ ଅନୁଷ୍ଠାନ ପାଖରେ ୪୫୪.୦୪୩ କୋଟି ଏବଂ ରାଜ୍ୟ ସରକାରୀ ଅନୁଷ୍ଠାନ ପାଖରେ ୨୧୭.୫୨୨ କୋଟି ଟଙ୍କା ବାକି ରହିଛି। ତେବେ ବକୈୟା ଜଳକରକୁ ଏକକାଳୀନ ସମାଧାନ(ଓଟିଏସ୍‌) କରି ୨୬୧୯.୦୯୯ କୋଟି ଟଙ୍କା ଛାଡ଼ କରିବାକୁ ରାଜ୍ୟ ଜଳ ସମ୍ପଦ ବିଭାଗ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି। ଏହାବାଦ ସମ୍ବଲପୁର ଜିଲା ଲପଙ୍ଗାସ୍ଥିତ ଭୂଷଣ ପାୱାର ଆଣ୍ଡ ଷ୍ଟିଲ ଲିମିଟେଡ୍‌ ଏବଂ ଢେଙ୍କାନାଳ ଜିଲା ବିଆରଜି ଆଇରନ ଆଣ୍ଡ ଷ୍ଟିଲ କମ୍ପାନୀ ଦେବାଳିଆ ତାଲିକାରେ ଥିବାରୁ ଏକକାଳୀନ ସମାଧାନ ବ୍ୟବସ୍ଥାରୁ ବାଦ ଦିଆଯାଇଛି। ଏହି ମର୍ମରେ ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ ତାଙ୍କ ପତ୍ରସଂଖ୍ୟା  ୨୦୦୯୦/୨୨।୯।୨୦୨୦ରେ ବିଭାଗୀୟ ସ୍ବତନ୍ତ୍ର ସଚିବଙ୍କୁ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବାକୁ ସୂଚିତ କରିଛନ୍ତି। ଏହି କ୍ରମରେ ରାଜ୍ୟ ସରକାର ଶିଳ୍ପସଂସ୍ଥାଗୁଡ଼ିଙ୍କୁ ଅଯାଚିତ ଅନୁକମ୍ପା ପ୍ରଦର୍ଶନ କରୁଥିବାରୁ ସରକାର କୋଟି କୋଟି ଟଙ୍କାର ରାଜସ୍ବ ହରାଉଥିବା ମତପ୍ରକାଶ ପାଇଛି।

ସୂଚନାଯୋଗ୍ୟ, ୨୦୧୫ ନଭେମ୍ବରରେ ରାଜ୍ୟ ସରକାର ଇଡକୋକୁ ଅଯାଚିତ ଦାନ ସ୍ବରୂପ ୫୬ କୋଟି ୪ ଲକ୍ଷ ଟଙ୍କା ଜଳକର ଛାଡ କରିଥିଲେ। ଏବେ ଏକକାଳୀନ ସମାଧାନ ତାଲିକାରେ ପୁଣି ଇଡ୍‌କୋକୁ ୧୦ କୋଟି ଟଙ୍କାର ଛାଡ କରିବାକୁ ପ୍ରସ୍ତାବ ରହିଛି।

ରାଜ୍ୟର ବିଭିନ୍ନ ନଦୀନାଳରୁ ଉଚ୍ଚ କ୍ଷମତା ସମ୍ପନ୍ନ ପମ୍ପ ମାଧ୍ୟମରେ ବହୁ କ୍ୟୁସେକ୍‌ ପାଣି ବିଭିନ୍ନ ଶିଳ୍ପସଂସ୍ଥାକୁ ବିକ୍ରି କରାଯାଉଛି। ସେଥିମଧ୍ୟରୁ ବ୍ରାହ୍ମଣୀ ନଦୀ ପାଣିରେ ରାଜ୍ୟ ଶିଳ୍ପ ଭିତ୍ତିଭୂମି ଉନ୍ନୟନ ନିଗମ(ଇଡ୍‌କୋ) କଳିଙ୍ଗନଗରରେ ଗତ ୨୧ ବର୍ଷ ହେଲା ବ୍ୟବସାୟ ଚଳାଇ ଆସୁଛି। ଇଡ୍‌କୋ ଜଳ ସମ୍ପଦ ବିଭାଗ ସହିତ ଚୁକ୍ତି କରି ପାଣି ନେଉଥିବା କଳିଙ୍ଗନଗରର ଶିଳ୍ପସଂସ୍ଥାଗୁଡ଼ିକଠାରୁ ମାସିକ ଜଳକର ଆଦାୟ କରୁଛି। କିନ୍ତୁ କେଉଁ ପରିସ୍ଥିତିରେ ସରକାରଙ୍କୁ ଜଳକର ଦେବାରେ ଇଡ୍‌କୋ ଏବଂ ଅନ୍ୟାନ୍ୟ ଶିଳ୍ପସଂସ୍ଥା ପଛଘୁଞ୍ଚା ଦେଉଛନ୍ତି, ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଏକକାଳୀନ ସମାଧାନ ତାଲିକା ଅନୁସାରେ, ଇଡ୍‌କୋ କଳିଙ୍ଗନଗର ୨୪.୨୩୩ କୋଟି ଟଙ୍କା ଜଳକର ବାକି ରଖିଥିବା ବେଳେ ଶ୍ୟାମ ମେଟାଲିକ୍ସ ଆଣ୍ଡ ଏନର୍ଜି ଲିଃ ୧୦୩.୭୦୯ କୋଟି, ଯୋଡା ଟାଟା ଷ୍ଟିଲ ୧୫୯.୭୫୮ କୋଟି, ଟାଟା ବିଏସ୍‌ଏଲ୍‌ ଲିଃ ୫୬.୩୭୭ କୋଟି,  ଜିଆବାହାଲ ଶ୍ରୀମହାବୀର ଫେରୋ ଆଲଏଜ ୬୨.୫୧୮ କୋଟି, ରାଠି ଷ୍ଟିଲ ଆଣ୍ଡ ପାୱାର ୭୮.୧୮୪ କୋଟି ଓ ଓଡ଼ିଶା ପାୱାର କନ୍‌ସୋର୍ଟିୟମ୍‌ ଲିଃ ୨୭୭.୧୯୬ କୋଟି ଟଙ୍କା ବାକି ରଖିଛନ୍ତି। ସେହିଭଳି ଆରତୀ ଷ୍ଟିଲ ଲିଃ ୮୦.୯୧୫ କୋଟି, ବଲାରପୁର ଇଣ୍ଡଷ୍ଟ୍ରିଜ ୪୪୪.୧୬୯ କୋଟି, ଓରିଏଣ୍ଟ ପେପର ମିଲ୍‌ ଲିଃ ୨୧୬.୧୨୦ କୋଟି, ବେଲପାହାଡ଼ ଟାଟା ରିଫ୍ରାକ୍ଟୋରିଜ ଲିଃ ୬୫.୦୩୦ କୋଟି, ଆଧୁନିକ ମେଟାଲିକ୍ସ ୫୬.୬୩୧ କୋଟି, ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିଃ ୮୪.୭୭୭ କୋଟି ଟଙ୍କା, ଏସ୍‌ଆର୍‌ ଷ୍ଟିଲ ଲିଃ ୮.୩୫୩ କୋଟି ଟଙ୍କା ଜଳକର ବାବଦକୁ ବାକି ରଖିଛନ୍ତି। ଏହାବାଦ କେବଳ ଯାଜପୁର ଜିଲାର ତୈଳଙ୍ଗୀ କ୍ରୋମାଇଟ ମାଇନ୍ସ ୦.୭୨୦ କୋଟି, ସାରୁଆବିଲ କ୍ରୋମାଇଟ ମାଇନ୍ସ ୦.୫୦୫ କୋଟି, ରାମ୍‌କି ଆନଭାରମେଣ୍ଟ ଇଞ୍ଜିନିୟର ଲିଃ ୦.୫୩୧ କୋଟି ଟଙ୍କା, ନୀଳାଚଳ ଇସ୍ପାତ ନିଗମ ଲିଃ ୧୦.୬୨୩ କୋଟି ଟଙ୍କା, ରୋହିତ ଫେରୋଟେକ୍‌ ୦.୩୧୧ କୋଟି ଟଙ୍କା ଜଳକର ବାକି ରଖିଛନ୍ତି। ସମୁଦାୟ ୫୫ଟି ଖିଲାପକାରୀ ସଂସ୍ଥା ମଧ୍ୟରୁ ୧୫ ସଂସ୍ଥାର ୨୬୬୫.୮୮୭ କୋଟି ଜଳ କର ବାବଦକୁ ବିଭିନ୍ନ କୋର୍ଟରେ ବାକିଥିବା ମାମଲା ବିଚାରାଧୀନ ରହିଛି। ବାକି ୪୦ ସଂସ୍ଥାର ୬୯୯.୮୬୪ କୋଟି ଟଙ୍କା ବାବଦକୁ କୌଣସି ମାମଲା ନାହିଁ।

ଅନ୍ୟପକ୍ଷେ ମହାନଦୀ, ବ୍ରାହ୍ମଣୀ, ବୈତରଣୀ ଆଦି ନଦୀ ଜଳ ଉପରେ ନିର୍ଭର କରି ଚାଷବାସ କରୁଥିବା ଚାଷୀ ଆବଶ୍ୟକ ପାଣି ଅଭାବରୁ ମରୁଡ଼ିର ସମ୍ମୁଖୀନ ହେଉଛନ୍ତି। କିନ୍ତୁ କମ୍ପାନୀ ପ୍ରୀତି ଏତେ ଜୋର ଧରିଛି ଯେ, ରାଜ୍ୟର ମାଟି, ପାଣି, ପବନ, ଜଙ୍ଗଲ ଓ ଖଣିଜ ସମ୍ପଦକୁ ଲୁଟ୍‌ କରୁଥିବା କମ୍ପାନୀଠାରୁ ଜଳକର ବାବଦକୁ ରାଜସ୍ବ ଆଦାୟ କରିବା ପରିବର୍ତ୍ତେ ଛାଡ଼ କରାଯାଉ ବୋଲି ମତପ୍ରକାଶ ପାଇଛି। ଏ ସଂକ୍ରାନ୍ତରେ ଜାରକା ଜଳ ସମ୍ପଦ ବିଭାଗ ଜଳକର ଦାୟିତ୍ୱରେ ଥିବା ସହକାରୀ ନିର୍ବାହୀ ଯନ୍ତ୍ରୀ ସନ୍ତୋଷ ବଳବନ୍ତରାୟଙ୍କୁ ପଚାରିବାରୁ ସେ କହିଛନ୍ତି, ଜଳକର ଛାଡ ବାବଦକୁ ଏଯାଏ ତାଙ୍କ ପାଖରେ କୌଣସି ସୂଚନା ନାହିଁ।  ବିଭାଗୀୟ ଚିଠି ଆସିଲା ପରେ କିଛି କହିହେବ ବୋଲି ସେ କହିଛନ୍ତି।

ହର୍ଷବର୍ଦ୍ଧନ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଗାପୂଜା ପାଇଁ ଶୁଭ ଖୁଣ୍ଟି ସ୍ଥାପନ

ଦାରିଙ୍ଗବାଡ଼ି, ୧୪।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଗଣେଶ ଚତୁର୍ଥୀ ଅବସରରେ ଆସନ୍ତା ଦଶହରା ପୂଜା ପାଇଁ…

ନୂଆଁଖାଇ ଲାଗି ପାଟଣେଶ୍ୱରୀ ମନ୍ଦିରରେ ପହଞ୍ଚିଲା ନୂଆ ଧାନ

ବଲାଙ୍ଗୀର, ୧୪।୯ (ସୁନିଲ କୁମାର ମହାନ୍ତି): ଦିନକ ପରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏଥିପାଇଁ ବଲାଙ୍ଗୀର ସହର ଚଳଚଞ୍ଚଳ ହୋଇପଡ଼ିଥିବା ବେଳେ ପାଟଣା ରାଜ୍ୟର ଇଷ୍ଟଦେବୀ…

ଚାମ୍ପିୟନ ପୁରୁଷ, ମହିଳା ଦଳକୁ ରାଷ୍ଟ୍ରପତିଙ୍କ ଅଭିନନ୍ଦନ

ନୂଆଦିଲ୍ଲୀ,୧୪ା୯: ଜବରଦସ୍ତ ପ୍ରଦର୍ଶନ ସହ ଉଭୟ ଜୁନିୟର ପୁରୁଷ ଓ ମହିଳା ହକି ଏସିଆ କପ୍‌ ଜିତିଥିବା ଭାରତୀୟ ଦଳକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଅଭିନନ୍ଦନ…

ଗଣେଶ ଚତୁର୍ଥୀରେ ଚଳଚଞ୍ଚଳ ଛତ୍ରପୁର ସହର: ଝଲସୁଛି ବିଭିନ୍ନ ପୂଜାମଣ୍ଡପ

ଛତ୍ରପୁର, ୧୪।୯ (ଦିଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଆଜି ପବିତ୍ର ଶ୍ରୀଗଣେଶ ଚତୁର୍ଥୀ। ଅଗ୍ରପୂଜ୍ୟ ପ୍ରଭୁ ଶ୍ରୀଗଣେଶଙ୍କ ଆବାହନରେ ଚଳଚଞ୍ଚଳ ହୋଇଉଠିଛି ଛତ୍ରପୁର ସହର। ଶ୍ରଦ୍ଧା, ଭକ୍ତି ଓ…

ଗଞ୍ଜାମ ସହରରେ ଧୂମଧାମରେ ଗଣେଶ ପୂଜା: ପୁଇଁତୋଳା ପୂଜା କମିଟି ପକ୍ଷରୁ….

ଗଞ୍ଜାମ, ୧୪/୯ (ବିଦ୍ୟାଧର ସାହୁ): ଗଞ୍ଜାମ ସହରର ବିଭିନ୍ନ ସ୍ଥାନରେ ମହାବିନାୟକ, ଅଗ୍ରପୂଜ୍ୟ ଶ୍ରୀଗଣେଶଙ୍କ ଚତୁର୍ଥୀ ପୂଜା ମହାଆଡ଼ମ୍ବରରେ ପାଳିତ ହେଉଛି। ଏଥିପାଇଁ ଗାଁଠାରୁ ସହର ପର୍ଯ୍ୟନ୍ତ…

ପୁଣି ମହାବୀର ପର୍ବତକୁ ଫେରିଆସିଛି ମାଈ ହାତୀ

ବଡ଼ଗାଁ,୧୩ା୯(ଅଶୋକ ଷଡ଼ଙ୍ଗୀ): ଝାଡ଼ଖଣ୍ଡ ରାଜ୍ୟ ଜଙ୍ଗଲରୁ କିଛି ମାସ ତଳେ ଆସିଥିବା ୨୬ ଟିକିଆ ହାତୀପଲ ସୁନ୍ଦରଗଡ଼ ଜିଲା ବଡ଼ଗାଁ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ମହାବୀର ପର୍ବତରେ…

ଟ୍ରକ୍‌-କାର୍‌ ମୁହାଁମୁହିଁ ଧକ୍କା: ତିରିଂ ହାଇସ୍କୁଲ ପ୍ରଧାନଶିକ୍ଷକ ଗୁରୁତର

ରାଇରଙ୍ଗପୁର, ୧୪।୯ (ମାନସ ରଞ୍ଜନ ମହାନ୍ତି): ବହଳଦା ଥାନା ଅନ୍ତର୍ଗତ ରାଇରଙ୍ଗପୁର-ଟାଟା ଜାତୀୟ ରାଜପଥ ୨୨୦ ନମ୍ବର କାଦୁଆଣି-ବାସିଙ୍ଗୀ ମଧ୍ୟରାସ୍ତା ତିତିଲି ଢାବା ନିକଟରେ ସୋମବାର ଏକ…

ମଦ ଦୋକାନକୁ ନେଇ ବଢୁଛି ଅସନ୍ତୋଷ, ଅନ୍ୟତ୍ର ସ୍ଥାନାନ୍ତର ଦାବି

କେନ୍ଦୁଝର,୧୪ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାପାଳ, ଆରକ୍ଷୀ ଅଧୀକ୍ଷକ, ଡିଏଫ୍‌ଓଙ୍କ କାର୍ଯ୍ୟାଳୟ ସମ୍ମୁଖ ଗୁରୁତ୍ୱପୂର୍ଣ୍ଣ ଟ୍ରାଫିକ ଛକରେ ଏକ ଠିପିବନ୍ଦ ମଦ ଦୋକାନ ପୁଣିଥରେ ଖୋଲିବାକୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?