Posted inଜାତୀୟ

ବୈଠକରେ ପନିରସେଲଭାମ୍‌ଙ୍କୁ ବୋତଲମାଡ଼

ଚେନ୍ନାଇ,୨୩।୬: ଚେନ୍ନାଇ ଉପକଣ୍ଠ ବନଗରାମଠାରେ ଗୁରୁବାର ଏଆଇଏଡିଏମ୍‌କେ ସାଧାରଣ ପରିଷଦ ବୈଠକରେ ଉତ୍ତେଜନା ଦେଖାଦେଇଛି। ଦଳର କୋର୍ଡିନେଟର ଓ. ପନିରସେଲଭାମ୍‌(ଓପିଏସ୍‌) ଏବଂ ତାଙ୍କର କେତେଜଣ ସମର୍ଥକ ବୈଠକ ଅଧାରୁ ପଳାଇଯାଇଛନ୍ତି। କକ୍ଷତ୍ୟାଗ ବେଳେ ସେମାନଙ୍କ ଉପରକୁ ପାଣି ବୋତଲ ଫିଙ୍ଗାଯିବା ସହ ସେମାନଙ୍କ ବିରୋଧରେ ସ୍ଲୋଗାନ ଦିଆଯାଇଥିବା ଦେଖିବାକୁ ମିଳିଛି। ସୂଚନା ମୁତାବକ, ବୈଠକ ଆରମ୍ଭ ହେବାର ୪୦ମିନିଟ ମଧ୍ୟରେ ପ୍ରବଳ ଉତ୍ତେଜନା ଦେଖାଯାଇଥିଲା। ସମର୍ଥକମାନେ ପାଲାନିସ୍ବାମୀଙ୍କୁ ଏକ ମୁକୁଟ ଓ ଖଣ୍ଡା ଦ୍ୱାରା ସମ୍ମାନିତ କରିବା ସହ ତାଙ୍କ ସପକ୍ଷରେ ସ୍ଲୋଗାନ ଦେଇଥିଲେ। ଏଥିରେ ଅପମାନିତ ଅନୁଭବ କରି ଓପିଏସ୍‌, ଉପସମ୍ପାଦକ ଆର୍‌. ବୈଥିଲିଙ୍ଗମ୍‌ଙ୍କ ସମେତ ସେମାନଙ୍କ ସମର୍ଥକମାନେ ବୈଠକ ଅଧାରୁ ଚାଲିଯାଇଥିଲେ। ଦଳରେ ପନିରସେଲଭାମ୍‌ ଏବଂ ଯୁଗ୍ମ କୋର୍ଡିନେଟର ଇ.କେ. ପାଲାନିସ୍ବାମୀଙ୍କ ମଧ୍ୟରେ କ୍ଷମତା କନ୍ଦଳ ଲାଗିରହିଥିବା ବେଳେ ସାଧାରଣ ପରିଷଦ ବୈଠକରେ ଏକକ ନେତୃତ୍ୱ ଉପରେ ସଦସ୍ୟମାନେ ଦାବି ଉଠାଇବାରୁ ୨୩ଟି ପ୍ରସ୍ତାବ ଉପରେ ଆଲୋଚନା ହୋଇପାରି ନ ଥିଲା। ଦଳର ପ୍ରେସିଡିୟମ ଅଧ୍ୟକ୍ଷ ତାମିଲମଗାନ ହୁସେନ୍‌ ପରବର୍ତ୍ତୀ ସାଧାରଣ ପରିଷଦ ବୈଠକ ଜୁଲାଇ ୧୧ରେ ହେବ ବୋଲି ଘୋଷଣା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜମାଟୋରେ ଅର୍ଡର କଲେ ରୋଲ୍‌: ଆକାଉଣ୍ଟରୁ କଟିଗଲା ୯୧ହଜାର ଟଙ୍କା

ନୂଆଦିଲ୍ଲୀ,୧୧।୧୨: ଜମାଟୋକୁ ନେଇ ପ୍ରତିଦିନ ନୂଆ ନୂଆ ଖବର ସାମ୍ନାକୁ ଆସୁଥିବା ବେଳେ ଦିଲ୍ଲୀ ଗାଜିଆବାଦରେ ଆଉ ଏକ ଘଟଣା ଦେଖିବାକୁ ମିଳିଛି। ଜମାଟୋରୁ ଆସିଥିବା...

ସୋନିଆଙ୍କୁ ଭେଟିଲେ ପାଇଲଟ୍‌

ନୂଆଦିଲ୍ଲୀ,୧୨।୧୧: ରାଜସ୍ଥାନ କ୍ୟାବିନେଟ ଅଦଳବଦଳକୁ ନେଇ ଚର୍ଚ୍ଚା ଚାଲୁଛି। ତେବେ ଶୁକ୍ରବାର ବରିଷ୍ଠ ନେତା ସଚିନ ପାଇଲଟ୍‌ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କୁ ଭେଟିଛନ୍ତି...

ସକ୍ରିୟ ମାମଲା ୮ ଲକ୍ଷ ତଳେ…

ନୂଆଦିଲ୍ଲୀ, ୧୦।୨ : ଦେଶରେ କରୋନା ମହାମାରୀ ଯୋଗୁ ଆତଙ୍କ ଦେଖାଦେଇଛି। ତେବେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ଏହା ପୁଣି...

ପ୍ରକାଶ ପାଇଲା ଜେଇଇ ଆଡଭାନ୍ସ ପରୀକ୍ଷା ଫଳ

ନୂଆଦିଲ୍ଲୀ,୧୪।୬: ମେ ୨୭ରେ ଅନୁଷ୍ଠିତ ହୋଇଥିବା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ) ଆଡଭାନ୍ସଡ ରେଜଲ୍ଟ ପ୍ରକାଶ ପାଇଛି। ଏଥିରେ ମହାରାଷ୍ଟ୍ରର କାର୍ତ୍ତିକେୟ ଗୁପ୍ତା ୩୬୦ରୁ ୩୩୭...

ଚୁକ୍ତି ରଦ୍ଦ କରିପାରେ ପ୍ରସାର ଭାରତୀ

ନୂଆଦିଲ୍ଲୀ,୨୮ା୬: ଚାଇନା ରାଷ୍ଟ୍ରଦୂତ ସହିତ ପ୍ରେସ୍‌ ଟ୍ରଷ୍ଟ ଅଫ୍‌ ଇଣ୍ଡିଆ (ପିଟିଆଇ)ର ବିବାଦୀୟ ସାକ୍ଷାତ୍‌କାର ପରିପ୍ରେକ୍ଷୀରେ ଉକ୍ତ ନ୍ୟୁଜ୍‌ ଏଜେନ୍ସି ସହ ଚୁକ୍ତିନାମାର ସମୀକ୍ଷା କରୁଛି...

ସ୍ଥଳ, ବାୟୁସେନାର ବୃଦ୍ଧି ପାଇବ ପରାକ୍ରମ: ଡିଆର୍‌ଡିଓ ନିର୍ମାଣ କରୁଛି ‘ପ୍ରନାଶ’ କ୍ଷେପଣାସ୍ତ୍ର

ନୂଆଦିଲ୍ଲୀ,୧୦।୨: ଅଗାମୀ ଦିନରେ ସ୍ଥଳସେନା ଏବଂ ବାୟୁସେନାର ପରାକ୍ରମ ବୃଦ୍ଧି ପାଇବ। ରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ(ଡିଆର୍‌ଡିଓ) ପକ୍ଷରୁ ପ୍ରହାର କ୍ଷେପଣାସ୍ତ୍ର ଶ୍ରେଣୀର ନୂଆ...

ବିଶ୍ୱର ପ୍ରଦୂଷିତ ସହର ତାଲିକାରେ ଉପରେ ଦିଲ୍ଲୀ, ଟପ୍ ୧୦ରେ ଦେଶର ୩ ସହର

ନୂଆଦିଲ୍ଲୀ,୧୩ ।୧୧: ଗତ କିଛି ବର୍ଷ ହେବ ବାୟୁ ପ୍ରଦୂଷଣ ଏକ ବଡ ସମସ୍ୟା ହୋଇ ଦେଖାଦେଇଛି । ନଡା, ବାଣ, ଫ୍ୟାକ୍ଟ୍ରି ଓ ବଢି...

ନିସର୍ତ୍ତ କ୍ଷମା ମାଗନ୍ତୁ ସ୍ମୃତି ଇରାନୀ, ଲୋକ ସଭା ବାଚସ୍ପତିଙ୍କୁ ଅଧୀର ରଞ୍ଜନଙ୍କ ଚିଠି…

ନୂଆଦିଲ୍ଲୀ, ୩୧।୭ : ଭୁଲ ଭାବରେ ରାଷ୍ଟ୍ରପତିଙ୍କ ନାମ ନେବା ପ୍ରସଙ୍ଗ ନେଇ ବିବାଦ ଥମିବାର ନା ଧରୁନି। ଲୋକ ସଭାରେ କଂଗ୍ରେସ ନେତା ଅଧୀର...

Advertisement
Archives

Model This Week