Posted inଖେଳ

ଷ୍ଟାଡିୟମରେ ଗର୍ଲଫ୍ରେଣ୍ଡଙ୍କୁ ଆଣ୍ଠୁମାଡି ପ୍ରପୋଜ କଲେ ଏହି କ୍ରିକେଟର୍‌

ଦୁବାଇ,୧।୯: ଏସିଆ କପ୍‌ର ଏକ ମ୍ୟାଚ୍‌ରେ ହଂକଂ ଦଳକୁ ୪୦ ରନ୍‌ରେ ପରାସ୍ତ କରିଛି ଭାରତ। ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଭାରତ ୨ ଉଇକେଟ ହରାଇ ୧୯୨ ରନ ସଂଗ୍ରହ କରିଥିଲା। ଏହି ଟାର୍ଗେଟକୁ ପଛରେ ପକାଇ ହଂକଂ ଦଳ ୨୦ ଓଭରରେ ୫ ଉଇକେଟ୍‌ ହରାଇ ୧୫୨ ରନ୍‌ କରିଥିଲା। ହଂକଂ ପାଇଁ ବାବର ହୟାତ୍‌ ସର୍ବାଧିକ ୪୧ ରନ ସଂଗ୍ରହ କରିଥିଲେ। ତାଙ୍କ ବ୍ୟତୀତ ଦଳର ଉପ-ଅଧିନାୟକ କିଞ୍ଚିତ ଶାହା ମଧ୍ୟ ୩୦ ରନ ସଂଗ୍ରହ କରିଥିଲେ। କିଞ୍ଚିତ ମ୍ୟାଚ ପରେ ସମସ୍ତଙ୍କ ହୃଦୟ ଜିତିଥିଲେ।
ଭାରତୀୟ ଦ୍ରୁତ ବୋଲର ଦୀପକ ଚହରଙ୍କ ଭଳି ମ୍ୟାଚ ପରେ କିଞ୍ଚିତ ଶାହା ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ତାଙ୍କ ଗର୍ଲଫ୍ରେଣ୍ଡଙ୍କୁ ଆଣ୍ଠୁମାଡି ପ୍ରପୋଜ କରି ହୀରା ମୁଦି ପିନ୍ଧାଇଥିଲେ। ତାଙ୍କ ପ୍ରେମିକା ମଧ୍ୟ ଏହା ଦେଖି ଆଶ୍ଚର୍ଯ୍ୟ ହୋଇ ତାଙ୍କ ପ୍ରସ୍ତାବକୁ ଗ୍ରହଣ କରିଥିଲେ। କିଞ୍ଚିଟ ତାଙ୍କ ଗର୍ଲଫ୍ରେଣ୍ଡଙ୍କୁ ପ୍ରପୋଜ କରୁଥିବା ଭିଡିଓ ଷ୍ଟାଡିୟମର ବଡ ପରଦାରେ ଦେଖାଯାଇଥିଲା, ଦର୍ଶକମାନେ ମଧ୍ୟ ଆନନ୍ଦରେ ପାଟି କରିବାକୁ ଲାଗିଲେ। ବିରାଟ କୋହଲିଙ୍କ ମୁହଁରେ ମଧ୍ୟ ହସ ଥିଲା। ଗତ ଆଇପିଏଲ ସମୟରେ ଦୀପକ ଚହର ଷ୍ଟାଡିୟମରେ ତାଙ୍କ ଗର୍ଲଫ୍ରେଣ୍ଡ ଜୟା ଭରଦ୍ୱାଜଙ୍କୁ ପ୍ରପୋଜ କରିଥିଲେ।
କିଞ୍ଚିତ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ତାଙ୍କୁ ୩ ମାସ ହୋଇଥିବାବେଳେ ପରିବାର ସହିତ ହଂକଂ ଯାଇଥିଲେ। ତାଙ୍କ ପିତା ଦେବଙ୍ଗ ଶାହା ଜଣେ ହୀରା ବ୍ୟବସାୟୀ ଏବଂ ତାଙ୍କର ଅନେକ ଦେଶରେ ହୀରା ବ୍ୟବସାୟ ରହିଛି। ଏହା ସହିତ ସେ କ୍ରିକେଟକୁ ମଧ୍ୟ ବହୁତ ଭଲ ପାଆନ୍ତି। ସେ ହଂକଂରେ ଏକ କ୍ରିକେଟ କ୍ଲବ ଚଳାନ୍ତି ଏବଂ ହଂକଂର ଟି-୨୦ ବ୍ଲିଜ ଟୁର୍ନାମେଣ୍ଟରେ ଏକ ଦଳ କିଣିଛନ୍ତି। କିଞ୍ଚିତ ମଧ୍ୟ ଭାରତ ପାଇଁ ଖେଳିବାକୁ ଚାହୁଁଥିଲେ। କିନ୍ତୁ, ତାଙ୍କର ସ୍ବପ୍ନ ପୂରଣ ହୋଇପାରିଲା ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଶେସ ଚତୁର୍ଥ ଟେଷ୍ଟ: ଲାବୁସ୍କାନ, ସ୍ମିଥ୍‌ଙ୍କ ଅର୍ଦ୍ଧଶତକ

ଓଲ୍ଡ ଟ୍ରାଫର୍ଡ,୫।୯- ମାଞ୍ଚେଷ୍ଟରର ଓଲ୍ଡ ଟ୍ରାଫର୍ଡ ଷ୍ଟାଡିୟମରେ ଇଂଲଣ୍ଡ ଓ ଭ୍ରମଣକାରୀ ଅଷ୍ଟ୍ରେଲିଆ ମଧ୍ୟରେ ଚତୁର୍ଥ ଆଶେସ ଟେଷ୍ଟ ମ୍ୟାଚ୍‌ ବୁଧବାରଠାରୁ ଆରମ୍ଭ ହୋଇଛି। ବର୍ଷା...

ଏହି ଲୋକପ୍ରିୟ କ୍ରିକେଟର୍‌ଙ୍କ ପରଲୋକ

କାଠମାଣ୍ଡୁ,୧୧।୧: ନେପାଳର ଯୁବ କ୍ରିକେଟର୍‌ କୁନ୍ଦନ ଶାହାଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୨୫ ବର୍ଷ ହୋଇଥିଲା। ଗତ କିଛି ଦିନ ହେବ...

୧୬ରେ ବିସିସିଆଇ ଆପେକ୍ସ କାଉନ୍‌ସିଲ ବୈଠକ

ନୂଆଦିଲ୍ଲୀ,୮।୪(ପି.ଟି.): ଏପ୍ରିଲ ୧୬ ତାରିଖରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଆପେକ୍ସ କାଉନସିଲ ବୈଠକ ବସିବ। ଏହି ବୈଠକରେ କେତୋଟି ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା...

ସମ୍ମାନ ରଖିଲା ଶତକୀୟ ଭାଗୀଦାରି

ଭୁବନେଶ୍ୱର,୧୪।୧୨(କ୍ରୀଡ଼ା ପ୍ରତିନିଧି): ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଆନୁକୂଲ୍ୟରେ ରଣଜୀ ଟ୍ରଫି ସିଜନ ୨୦୨୨-୨୩ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ସ୍ଥାନୀୟ ବିକାଶ ଗ୍ରାଉଣ୍ଡରେ ବରୋଦା...

ପ୍ରଥମଥର ପାଇଁ ଟି-୨୦ ବିଶ୍ୱକପ୍‌ ଖେଳିବେ ଏହି ୭ ଭାରତୀୟ କ୍ରିକେଟର୍‌

ଦୁବାଇ,୨୩।୧୦: ୟୁଏଇ ଏବଂ ଓମାନରେ ଟି -୨୦ ବିଶ୍ୱକପ ଟୁର୍ନାମେଣ୍ଟ ଖେଳାଯାଉଛି। ଏହି ଟୁର୍ନାମେଣ୍ଟ ପାଇଁ ବିସିସିଆଇ ବିରାଟ କୋହଲିଙ୍କ ଅଧିନାୟକତ୍ୱରେ ୧୫ ଜଣିଆ ଦଳ...

୩୬ ବର୍ଷ ପୂର୍ବେ ଆଜିର ଦିନରେ ଏହି ଖେଳାଳିଙ୍କୁ ମିଳିଥିଲା ଅଡ୍ଡି କାର: ପାକିସ୍ତାନକୁ ୮ ଉଇକେଟରେ ହରାଇ ଜିତିଥିଲେ ମିନି ବିଶ୍ୱକପ୍‌

କ୍ରିକେଟ ଦୁନିଆରେ ପ୍ରତିଦିନ ନୂଆ ରେକର୍ଡ ସୃଷ୍ଟି ହେଉଥିବା ବେଳେ ରେକର୍ଡ ଭାଙ୍ଗିଥାଏ ମଧ୍ୟ। ଠିକ୍‌ ସେହିପରି ମାର୍ଚ୍ଚ ୧୦ ଭାରତୀୟ କ୍ରିକେଟ ଇତିହାସରେ ସ୍ବର୍ଣ୍ଣ...

ଭୁବନେଶ୍ୱରଙ୍କ ସ୍ଥାନରେ ପୃଥ୍ବୀରାଜ

ଦୁବାଇ, ୭ା୧୦ (ପି.ଟି.)-ସନରାଇଜର୍ସ ହାଇଦ୍ରାବାଦର ଆଘାତପ୍ରାପ୍ତ ସିନିୟର ପେସ୍‌ ବୋଲର ଭୁବନେଶ୍ୱର କୁମାରଙ୍କ ସ୍ଥାନରେ ବଦଳ ଖେଳାଳି ଭାବେ ପୃଥ୍ବୀରାଜ ୟାରାଙ୍କୁ ମନୋନୀତ କରାଯାଇଛି। ଅକ୍ଟୋବର...

ପ୍ରଧାନମନ୍ତ୍ରୀ କେୟାର ଫଣ୍ଡ ଓ ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠିକୁ ଦାନ କଲେ ବିରୁଷ୍କା

ମୁମ୍ବାଇ: ଦେଶରେ ମହାମାରୀ କରୋନା ଭାଇରସ୍‌ ସଂକ୍ରମଣକୁ ବ୍ୟାପିବାରୁ ରୋକିବା ପାଇଁ କେନ୍ଦ୍ର ସରକାର ସାରା ଦେଶରେ ଲକ୍‌ଡାଉନ୍‌ କରିଛନ୍ତି। ଏଥିସହ କରୋନା ବିରୋଧରେ ଜାରି...

Advertisement
Archives

Model This Week