ଦିଗପହଣ୍ଡି ସବଜେଲ କ୍ୱାଟର୍ସରୁ ମିଳିଲା ୱାର୍ଡରଙ୍କ ମୃତଦେହ, ଡ୍ୟୁଟିକୁ ନ ଯିବାରୁ ବଢ଼ିଲା …

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାହାସପୁର ଗ୍ରାମ ନିକଟ ଦିଗପହଣ୍ଡି ସବଜେଲ କ୍ୱାଟର୍ସରୁ ଶୁକ୍ରବାର ସନ୍ଧ୍ୟାରେ ଜଣେ ଜେଲ ୱାର୍ଡରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣକ ହେଲେ ଆସିକା କୋଟିନଡ଼ା ଥାନା ନୂଆପଲ୍ଲୀ ଗ୍ରାମର ଶିବାନନ୍ଦ ସ୍ବାଇଁ(୩୫)। ଜେଲ ୱାର୍ଡର ଭାବେ କାର୍ଯ୍ୟ କରୁଥିବା ଶିବାନନ୍ଦ ପୁରୀ ଜେଲରୁ ବଦଳି ହୋଇ ଗତ ୫ ତାରିଖରେ  ଦିଗପହଣ୍ଡି ସବଜେଲରେ କାର୍ଯ୍ୟରେ ଯୋଗଦେଇଥିଲେ। ସେ କ୍ୱାଟର୍ସରେ ଏକୁଟିଆ ରହୁଥିଲେ। କୌଣସି କାରଣରୁ ଗତ ପ୍ରାୟ ୨ ଦିନ ହେଲା  ଚିନ୍ତିତ ରହୁଥିଲେ ବୋଲି ତାଙ୍କ ସହକର୍ମୀମାନେ କହିଛନ୍ତି। ସକାଳୁ ସେ କ୍ୱାଟର୍ସରୁ ପଦାକୁ ବାହାରି ନଥିଲେ। ଅପରାହ୍ନ ୨ଟାରେ ସବଜେଲରେ ତାଙ୍କ ଡ୍ୟୁଟି ଥିଲା। ନିର୍ଦ୍ଧାରିତ ସମୟ ଗଡ଼ି ଯାଇଥିଲେ ମଧ୍ୟ ସେ ଡ୍ୟୁଟିକୁ ନ ଆସିବା କାରଣରୁ ଅନ୍ୟଜଣେ ସହକର୍ମୀ ୱାର୍ଡର ତାଙ୍କ କ୍ୱାର୍ଟରକୁ ଯାଇ ଡାକି ଥିଲେ ମଧ୍ୟ ଶିବରାମଙ୍କ କିଛି ଉତ୍ତର ମିଳି ନ ଥିଲା। ତାଙ୍କ ମୋବାଇଲକୁ ବାରମ୍ବାର ଫୋନ କରାଯାଇଥିଲେ ମଧ୍ୟ  ସେ ଫୋନ ଉଠାଇ ନ ଥିଲେ। ପରେ ଝରକା ଫାଙ୍କରୁ ଦେଖିବାରୁ ତାଙ୍କ ବେକରେ ଏକ ରଶି ଓହଳିବା ସହ ଏକ ଚେୟାରରେ ସେ ନିଶ୍ଚଳ ଅବସ୍ଥାରେ ବସି ରହିଥିବା ଜଣାପଡିଥିଲା। ଏନେଇ ସେ ଦୌଡ଼ି ଯାଇ  ସବଜେଲ ସୁପରିଟେଣ୍ଡେଣ୍ଟ ରାଧାଶ୍ୟାମ ବେହେରାଙ୍କୁ ଜଣାଇଥିଲେ। ସୁପରିିଟେଣ୍ଡେଣ୍ଟଙ୍କ ସହ ଅନ୍ୟକିଛି ସହକର୍ମୀ କ୍ୱାର୍ଟର ସମ୍ମୁଖରେ ପହଞ୍ଚି ସବିଶେଷ ସ୍ଥିତି ଅନୁଧ୍ୟାନ କରିବା ପରେ ପାଟପୁର ଥାନାରେ ଏନେଇ ଏତଲା ଦିଆଯାଇଥିଲା। ଖବର ପାଇ ବ୍ରହ୍ମପୁର ଜେଲ ଡିଆଇଜି ଶୁଭକାନ୍ତ ମିଶ୍ର,ସାନଖେମୁଣ୍ଡି ତହସିଲଦାର ତଥା ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ ରାମଚନ୍ଦ୍ର ପଟ୍ଟନାୟକ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ତାଙ୍କ ସ୍ତ୍ରୀ ଓ ପରିବାର ଲୋକଙ୍କୁ ଫୋନ କରି ଘଟଣା ଜଣାଇଥିଲେ। ପରିବାର ଲୋକେ ସନ୍ଧ୍ୟା ପ୍ରାୟ ୬ ଟାରେ ପହଞ୍ଚିବା ପରେ କ୍ୱାଟର୍ସ କବାଟ ତାଡି ଚେତାଶୂନ୍ୟ ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା।

ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପାଟପୁର ପୋଲିସ ଏନେଇ ଅପମୃତ୍ୟୁ ମାମଲା ରୁଜୁ କରିବା ସହ  ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଇଛନ୍ତି। ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପାଟପୁର ଥାନା ଆଇଆଇସି କହିଛନ୍ତି। ତାଙ୍କ ଆକସ୍ମିକ ମୃତ୍ୟୁରେ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡିଛନ୍ତି। ଗତ କିଛି ମାସ ପୂର୍ବେ ତାଙ୍କ ୫ ବର୍ଷର ପୁଅ ପୋଖରୀରେ ବୁଡ଼ିଯାଇ ମୃତ୍ୟୁବରଣ କରିଥିଲେ। ସେହିଦିନଠାରୁ ସେ ପ୍ରାୟ ଅନ୍ୟମନସ୍କ ରହୁଥିଲେ ବୋଲି ପରିବାର ଲୋକେ ପୋଲିସକୁ କହିଛନ୍ତି। ସେ କୌଣସି କାରଣରୁ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିବା ପାରିପାର୍ଶ୍ଵିକ ସ୍ଥିତିରୁ ଜଣାପଡ଼ିଛି। ବ୍ରହ୍ମପୁର ଜେଲ ଡିଆଇଜି,ସବ ଜେଲ ସୁପରିଟେଣ୍ଡେଣ୍ଟ,ପାଟପୁର ଥାନା ଆଇଆଇସିଙ୍କ ସମେତ ଜେଲର କର୍ମଚାରୀ ବୃନ୍ଦ ଗଭୀର ଶୋକ ପ୍ରକାଶ କରିବା ସହ ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?