ୟୁକ୍ରେନ୍‌ରେ ଯୁଦ୍ଧ

ୟୁକ୍ରେନ୍‌ ଉପରେ ରୁଷିଆ ଖୁବ୍‌ଶୀଘ୍ର ଆକ୍ରମଣ କରିପାରେ ବୋଲି ଦୀର୍ଘ ସମୟ ଧରି ଆଲୋଚନା ଚାଲିଲାଣି। କେତେକ ଅନ୍ତର୍ଜାତୀୟ ଗଣମାଧ୍ୟମ ଅନୁଯାୟୀ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଓ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ମଧ୍ୟରେ ଫେବୃୟାରୀ ୧୨ରେ ହୋଇଥିବା ଆଲୋଚନା ବିଫଳ ହେବା ପରେ ଏଭଳି ଆଶଙ୍କା ବଢ଼ିଯାଇଛି। ଯଦି ଉଭୟ ପକ୍ଷର ଉତ୍ତେଜନା ଯୁଦ୍ଧ ଘଟାଏ, ତେବେ ବିଶ୍ୱଶାନ୍ତି ପ୍ରତି ବିପଦ ସୃଷ୍ଟି ହୋଇପାରେ। ଗୋଟିଏ ପଟେ ରୁଷିଆକୁ ଚାଇନା ଓ ଉତ୍ତର କୋରିଆ ସମର୍ଥନ କରୁଥିବାରୁ ସ୍ଥିତି ଭୟଙ୍କର ହେବ ବୋଲି କୁହାଯାଉଛି। କାରଣ ଏହି ତିନୋଟି ଦେଶର ଚରିତ୍ର ଏକଚ୍ଛତ୍ରବାଦର ସଙ୍କେତ ବହନ କରୁଛି। ଅନ୍ୟପଟେ ଆମେରିକା ଓ ନାଟୋ ଗୋଷ୍ଠୀ ୟୁକ୍ରେନ୍‌କୁ ସମର୍ଥନ କରୁଥିଲେ ମଧ୍ୟ ଏମାନଙ୍କ ମଧ୍ୟରେ କଠୋର ନିଷ୍ପତ୍ତି ନେବା ଭଳି ସ୍ଥିତିରେ କେହି ଥିବାପରି ମନେହେଉ ନାହିଁ। ଆଫଗାନିସ୍ତାନରୁ ତରବରିଆ ଭାବେ ସେନା ପ୍ରତ୍ୟାହାର କରିବା ଓ ବୈଦେଶିକ ନୀତି ସ୍ପଷ୍ଟ କରିବାରେ ବାଇଡେନ୍‌ ସମର୍ଥ ହେଉ ନ ଥିବାରୁ ତାଙ୍କ ପ୍ରତି ଆମେରିକାରେ ଅସନ୍ତୋଷ ଲାଗିରହିଛି। ସେହି ଦୃଷ୍ଟିରୁ ବାଇଡେନ୍‌ ଭାବୁଥାଇପାରନ୍ତି, ଅନ୍ୟ ରାଷ୍ଟ୍ରର କନ୍ଦଳ ଭିତରେ ପ୍ରତ୍ୟକ୍ଷ ସମ୍ପୃକ୍ତ ନ ରହି କୂଟନୈତିକ ଗୋଟିଚାଳନା କରିବା ଠିକ୍‌ ହେଇପାରେ। ସମ୍ଭବତଃ ନାଟୋ ମୁଣ୍ଡରେ ବନ୍ଧୁକ ରଖି ଆମେରିକା ସେହି ୟୁରୋପୀୟ ଗୋଷ୍ଠୀଗୁଡ଼ିକର ଶକ୍ତି ଆକଳନ କରିବାକୁ ଚାହୁଁଛି। ଅନ୍ତର୍ଜାତୀୟ ପର୍ଯ୍ୟବେକ୍ଷକ କହୁଛନ୍ତି, ବାଇଡେନ୍‌ ଓ ପୁଟିନ୍‌ଙ୍କ ମଧ୍ୟରେ ଫେବୃୟାରୀ ୧୪ରେ ଆଲୋଚନା ହେବାର କାର୍ଯ୍ୟକ୍ରମ ଥିଲା। କିନ୍ତୁ ଆମେରିକା ଧୈର୍ଯ୍ୟ ହରାଇ ଫେବୃୟାରୀ ୧୨ରେ ରୁଷିଆ ସହ କଥାବାର୍ତ୍ତା କରିବା ଲାଗି ଅନୁରୋଧ କରିଥିଲା। ଏଥିସହିତ ଆଉ ଏକ ବିଷୟ ଯାହା ଆଲୋଚନା ହେଉଛି ଯେ ବାଇଡେନ୍‌ ଅନ୍ୟ କୌଣସି ଦେଶ ସକାଶେ ଯୁଦ୍ଧ ଲଢ଼ିବାକୁ ଏଇଥିପାଇଁ ଚାହୁଁ ନ ଥାଇପାରନ୍ତି, କାରଣ ତାଙ୍କ ଭୋଟଦାତାମାନେ ସବୁ ଯୁଦ୍ଧରେ ଆମେରିକାର ସମ୍ପୃକ୍ତିକୁ ନାପସନ୍ଦ କରୁଛନ୍ତି। ସମୟ ଥିଲା ଯେତେବେଳେ ଆମେରିକାର ପତିଆରା ସମଗ୍ର ପୃଥିବୀରେ ଅନୁଭୂତ ହେଉଥିଲା। ବିଶେଷକରି ସୋଭିଏଟ୍‌ ୟୁନିୟନର ପତନ ପରେ ଏହି ସ୍ପଷ୍ଟ ସ୍ଥିତି ଉପୁଜିଥିଲା। ପରବର୍ତ୍ତୀ ସମୟରେ ଚାଇନାର ଅର୍ଥନୈତିକ ଶକ୍ତି ବୃଦ୍ଧି ସହ ରୁଷିଆରେ ପୁଟିନ୍‌ଙ୍କର ଏକଚ୍ଛତ୍ରବାଦୀ ଶାସନ ଆମେରିକାର ବୈଦେଶିକ ନୀତିକୁ ଦୁର୍ବଳ କରିବାରେ ଲାଗିଲା। ବାଇଡେନ୍‌ଙ୍କ ହ୍ବାଇଟ ହାଉସ୍‌ରେ ପ୍ରବେଶ କରିବା ପରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଭାବେ ଆଫଗାନିସ୍ତାନରୁ ସେନା ପ୍ରତ୍ୟାହାର, ଯାହା ଆମେରିକାକୁ ଏକ ଦୁର୍ବଳ ଦେଶ ଭାବେ ବିଶ୍ୱବ୍ୟାପୀ ଚିତ୍ରଣ କଲା। ଫଳସ୍ବରୂପ ଫେବୃୟାରୀ ୧୨ର ବାଇଡେନ୍‌-ପୁଟିନ୍‌ ଟେଲିଫୋନ୍‌ ଆଲୋଚନା ପରେ ଆମେରିକାର ଦୃଢ଼ୋକ୍ତିକୁ ବିଶ୍ୱାସ କରିହେଉ ନାହିଁ। ଆଲୋଚନାରେ ବାଇଡେନ୍‌ ସ୍ପଷ୍ଟ କରି ପୁଟିନ୍‌ଙ୍କୁ କହିଲେ ଯେ, ୟୁକ୍ରେନ୍‌କୁ ଆକ୍ରମଣ କଲେ ତାହାର ପରିଣତି ଭୟାବହ ହେବ। ଏଥିସହିତ ରୁଷିଆର ରାଷ୍ଟ୍ରପତିଙ୍କ ସହଯୋଗୀ ୟୁରି ଉଶାକୋଭ୍‌ଙ୍କ କହିବା ଅନୁଯାୟୀ ଉଭୟ ରାଷ୍ଟ୍ରପତିଙ୍କ ମଧ୍ୟରେ ହୋଇଥିବା ଆଲୋଚନା ସନ୍ତୁଳିତ ଓ ପ୍ରସଙ୍ଗ ଆଧାରିତ ଥିଲା। ମାତ୍ର ରୁଷିଆର ମୁଖ୍ୟ ନିରାପତ୍ତା ବିଷୟଗୁଡ଼ିକ ଆଲୋଚନାକୁ ଆସି ନ ଥିଲା। ଫଳରେ ଉଶାକୋଭ କହିଛନ୍ତି, ଏକଘଣ୍ଟା ଧରି ହୋଇଥିବା କଥାବାର୍ତ୍ତା ଏକ ଭୟପୂର୍ଣ୍ଣ ବାତାବରଣରେ ରହିଗଲା। ଏଥିରୁ ବୁଝାଯାଇପାରେ ଯେ, ପୁଟିନ୍‌ଙ୍କ ଅପେକ୍ଷା ବାଇଡେନ୍‌ଙ୍କ ଅଧିକ ଭୟ ପ୍ରକାଶ ପାଇଛି। କେବଳ ଅନ୍ତର୍ଜାତୀୟ ସମୁଦାୟକୁ ଦେଖାଇବାକୁ ଯାଇ ବାଇଡେନ୍‌ ଧମକପୂର୍ଣ୍ଣ ଚେତାବନୀ ଦେବାକୁ ଚେଷ୍ଟା କରିଛନ୍ତି।
ଏଠାରେ ମନେପକାଇ ଦିଆଯାଇପାରେ ଯେ, କିଛିବର୍ଷ ପୂର୍ବରୁ ଗଠିତ କ୍ୱାଡ୍‌ରେ ଆମେରିକା ସହ ଭାରତ, ଜାପାନ ଓ ଅଷ୍ଟ୍ରେଲିଆ ମିଶିକରି ଏକ ଗୋଷ୍ଠୀ ସୃଷ୍ଟି କରିଥିଲେ। ଏହାର ମୂଳଲକ୍ଷ୍ୟ ଭାବେ ସାମୁଦ୍ରିକ ସୁରକ୍ଷା ଓ ସହଯୋଗ ସହିତ ଅର୍ଥନୈତିକ ଏବଂ ସ୍ବାସ୍ଥ୍ୟ ସମ୍ବନ୍ଧୀୟ କାର୍ଯ୍ୟକୁ ତ୍ୱରାନ୍ବିତ କରିବା। ଫେବୃୟାରୀ ୧୧ରେ ଏହିସବୁ ରାଷ୍ଟ୍ରର ବୈଦେଶିକ ମନ୍ତ୍ରୀମାନଙ୍କ ଏକ ବୈଠକ ଅଷ୍ଟ୍ରେଲିଆର ମେଲବୋର୍ଣ୍ଣଠାରେ ଅନୁଷ୍ଠିତ ହୋଇଯାଇଛି। ରୁଷିଆ ଓ ୟୁକ୍ରେନ୍‌ ମଧ୍ୟରେ ଦେଖାଦେଇଥିବା ଉତ୍ତେଜନା ପରିପ୍ରେକ୍ଷୀରେ ଏଭଳି ବୈଠକ ଆୟୋଜିତ ହେଉଥିବା ପୂର୍ବରୁ ଘୋଷଣା ହୋଇଥିଲେ ମଧ୍ୟ ମୁଖ୍ୟତଃ ଟିକାକରଣ, ସାଇବର ଅପରାଧ ଓ ଜଳବାୟୁ ପରିବର୍ତ୍ତନ ଉପରେ ଆଲୋଚନା ପର୍ଯ୍ୟବସିତ ଥିଲା। ସମ୍ଭବତଃ କ୍ୱାଡ୍‌ ଗୋଷ୍ଠୀ ଧରିନେଲେଣି ଯେ, ଯୁଦ୍ଧ କିମ୍ବା ଅଶାନ୍ତି ଏସିଆର ଏହି ଅଞ୍ଚଳ ସକାଶେ ଶୁଭଙ୍କର ହେବ ନାହିଁ। ଏଥିରୁ ବୁଝିବାକୁ ହେବ, ଗୋଟିଏ ପଟେ ଏକଚ୍ଛତ୍ରବାଦୀ ଶାସକମାନେ ଯୁଦ୍ଧମୁହଁା ହେଉଥିବା ବେଳେ ଗଣତାନ୍ତ୍ରିକ ଦେଶର ନେତୃତ୍ୱ ଯୁଦ୍ଧ ପ୍ରତି ବିମୁଖ ହେଲେଣି। ଏହି ଦୁଇ ବିପରୀତଧର୍ମୀ ଚିନ୍ତାଧାରା ସମଗ୍ର ମାନବଜାତିର ଭବିଷ୍ୟତକୁ କିଭଳି ପ୍ରଭାବିତ କରିପାରେ, ତାହା ଆସନ୍ତା ଦିନଗୁଡ଼ିକରେ ଜଣାପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri