ସମ୍ପତ୍ତି ବଢାଇବାକୁ ଚାହୁଁଛନ୍ତିକି? ଆପଣାନ୍ତୁ ଏଭଳି ବାସ୍ତୁ ଉପାୟ…

ଧନପ୍ରାପ୍ତିର ଇଚ୍ଛା ସମସ୍ତଙ୍କର ଥାଏ। ସେଥିପାଇଁ କିଏ କେତେ ପରିଶ୍ରମ ବି କରିଥାନ୍ତି। ହେଲେ ଏମିତି କେତୋଟି ସହଜ ବାସ୍ତୁ ଉପାୟ ରହିଛି; ଯାହାକୁ ଆପଣାଇଲେ ଘରେ ଧନସମ୍ପତ୍ତି ବଢିଥାଏ ବୋଲି ବିଶ୍ୱାସ କରାଯାଏ…

* ଧନର ଦେବତା କୁବେର ହେଲେ ଉତ୍ତର ଦିଗର ସ୍ବାମୀ। ତେଣୁ ଏହି ଦିଗରେ ଟଙ୍କା ପଇସା ରଖାଯାଉଥିବା ଲକର୍‌, ଟ୍ରେଜେରୀ ଅଥବା ଆଲମାରୀକୁ ରଖିବା ଶୁଭ ହୋଇଥାଏ।

* ଲକର୍‌ କିମ୍ବା ଆଲମାରୀର ଠିକ୍‌ ସାମ୍ନାରେ ଦର୍ପଣକୁ ଏମିତି ରଖିବା ଦରକାର, ଯେମିତି ସେଥିରେ ଆଲମାରୀର ଛବି ଭଲଭାବେ ପ୍ରତିଫଳିତ ହେଉଥିବ। ଏହା ବି ଧନବୃଦ୍ଧି କରିବାରେ ସାହାଯ୍ୟ କରିଥାଏ।

* ବାଇଗଣୀ ରଙ୍ଗର କୁଣ୍ଡରେ ମନି ପ୍ଲାଣ୍ଟ ଗଛ ଲଗାଇବା ବି ଶୁଭଫଳ ଦେଇଥାଏ। କାରଣ ବାଇଗଣୀ ରଙ୍ଗକୁ ଧନର ପ୍ରତୀକ ବୋଲି କୁହାଯାଏ।

* ଘରର ମୁଖ୍ୟଦ୍ୱାର ନିକଟରେ ନାଲି କପଡ଼ାରେ କିଛି କଏନ୍‌ ବାନ୍ଧି ଟାଙ୍ଗିଲେ ବି ଧନ ବୃଦ୍ଧି ହୋଇଥାଏ ବୋଲି ବିଶ୍ୱାସ କରାଯାଏ।

* ମନିପର୍ସରେ ଅଖଣ୍ଡିତ ୨୧ଟି ଅରୁଆ ଚାଉଳ ରଖିଲେ ପର୍ସରେ ସବୁବେଳେ ପଇସା ରହିଥାଏ ବୋଲି ବିଶ୍ୱାସ ରହିଛି।

* ତା’ସହିତ ମନିପର୍ସରେ ନୋଟ୍‌ ଟଙ୍କା ଓ ଖୁଚୁରା ଟଙ୍କାକୁ ଅଲଗା ଅଲଗା ରଖିବା ବି ଧନବୃଦ୍ଧିକୁ ପ୍ରବର୍ତ୍ତାଇଥାଏ।

* ଧନର ଦେବୀଙ୍କୁ ପ୍ରସନ୍ନ କରିବା ପାଇଁ ପ୍ରତିଦିନ ସନ୍ଧ୍ୟାରେ ଏରୁଣ୍ଡି ବନ୍ଧକୁ ପୂଜା କରିବା ବି ଶୁଭଫଳ ଦେଇଥାଏ।

* ଘରର ଏରୁଣ୍ଡି ବନ୍ଧ ଯେମିତି ଭାଙ୍ଗି ନଥାଏ କିମ୍ବା ଫାଟି ନଥାଏ, ସେଥିପ୍ରତି ଧ୍ୟାନ ଦେବା ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

ଜୁକରବର୍ଗଙ୍କୁ ଅଲ୍ଟିମେଟମ ଦେଲେ ସରକାର: କ୍ଷମା ମାଗ ନଚେତ୍‌…

ନୂଆଦିଲ୍ଲୀ,୫।୮: ଫେସବୁକରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭିଡିଓ ଡିଲିଟ କରିବା ସମ୍ପର୍କରେ ସଂସଦୀୟ କମିଟି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ସୂତ୍ର ଅନୁଯାୟୀ, ଯୋଗାଯୋଗ ଏବଂ ସୂଚନା…

ଏଭଳି କାମ କରିବାକୁ ଯାଉଛନ୍ତି ଶେଖ ହାସିନା, ଶୁଣିକି ଛାନିଆ ହେଲା ବାଂଲାଦେଶ, ଭାରତ କହିଲା…

ଢାକା,୫।୮: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ଏକ ନୂଆ ପଦକ୍ଷେପ ଢାକାରେ ଚହଳ ସୃଷ୍ଟି କରିଛି। ଭାରତରେ ଆଶ୍ରୟ ନେଇଥିବା ଶେଖ ହାସିନା ଦୁଇ ବର୍ଷ…

ବ୍ଲକ୍‌ ଅଫିସରେ ଚାଲିଛି ପିସି କାରବାର: ଡ୍ରେନ୍‌ କାମର ବିଲ୍‌ କରିଦେବା ପାଇଁ…

ଖଡ଼ିଆଳ,୫ା୮ (ସୁଜିତ କୁମାର ପ୍ରଧାନ): ଖଡ଼ିଆଳ ବ୍ଲକ୍‌ କାର୍ଯ୍ୟାଳୟରେ ପିସି କାରବାର ହେଉଥିବାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଜଣେ ବ୍ୟକ୍ତିଙ୍କଠାରୁ ଅଫିସ କର୍ମଚାରୀ…

୧୮ ବର୍ଷର ଛାତ୍ର ହେଲେ କଲେଜ ପ୍ରଫେସର: ଭାଙ୍ଗିଗଲା ୩୦୬ ବର୍ଷର ପୁରୁଣା ରେକର୍ଡ

ଯେଉଁ ବୟସରେ ଅଧିକାଂଶ ଛାତ୍ର ସେମାନଙ୍କର କଲେଜ ଶିକ୍ଷା ଆରମ୍ଭ କରୁଛନ୍ତି, ସେହି ବୟସରେ ଆମେରିକାର ଜଣେ ଯୁବକ କଲେଜ ପ୍ରଫେସର ଭାବରେ ଛାତ୍ରମାନଙ୍କୁ ପାଠ ପଢ଼ାଉଛନ୍ତି।…

RBIର ବଡ଼ ନିଷ୍ପତ୍ତି, ଅପରିବର୍ତ୍ତିତ ରହିଲା ରେପୋ ରେଟ୍‌; ଋଣଗ୍ରାହକଙ୍କୁ ଆଶ୍ୱସ୍ତି

ନୂଆଦିଲ୍ଲୀ,୫।୮: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)ର ମୌଦ୍ରିକ ନୀତି କମିଟି (MPC) ବୈଠକ ପରେ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ଆରବିଆଇ ରେପୋ ରେଟ୍‌କୁ ୫.୨୫ ପ୍ରତିଶତରେ…

ଭାଙ୍ଗିଲା କେନାଲ: ଉଜୁଡିଲା ଚାଷୀଙ୍କ ଫସଲ

ରିଷିଡା,୫।୮(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା ଉତେଇ ଜଳସେଚନ ବିଭାଗ ପକ୍ଷରୁ କର୍ଲାମୁଣ୍ଡା ବ୍ଲକ ରାଜପୁର ଗ୍ରାମର ଭୋରପଡା( ଆର ୧) ସବମାଇନର କେନାଲ ବିଭିନ୍ନ ସ୍ଥାନରେ ନୂତନ…

ଜନ୍ତର-ମନ୍ତରରେ ଆନ୍ଦୋଳନ ପଛରେ ପାକିସ୍ତାନର ଷଡ଼ଯନ୍ତ୍ର! ହେଲା ବଡ଼ ପର୍ଦ୍ଦାଫାଶ, ISI ମଡ୍ୟୁଲର ୯ ଲୋକ…

ନୂଆଦିଲ୍ଲୀ,୫।୮: ଅମୃତସର କମିଶନରେଟ ପୋଲିସ ଆଇଏସଆଇ (ISI) ସମର୍ଥିତ ଦୁଇଟି ଆତଙ୍କବାଦୀ ମଡ୍ୟୁଲର ପର୍ଦ୍ଦାଫାଶ କରିଛି ଏବଂ ଏହି ମାମଲାରେ ମୋଟ ୯ ଜଣ ଅଭିଯୁକ୍ତଙ୍କୁ ଗିରଫ…

ଆନାଲଗ ପନିର ବ୍ୟାନ୍‌: ଜାଣନ୍ତୁ ଏହା କ’ଣ

ମୁମ୍ବାଇ,୫।୮: ଜନସ୍ବାସ୍ଥ୍ୟକୁ ପ୍ରାଥମିକତା ଦେଇ ମହାରାଷ୍ଟ୍ର ସରକାର ରାଜ୍ୟ ମଧ୍ୟରେ ଆନାଲଗ ପନିର(ନକଲି କିମ୍ବା ନନ୍‌-ଡାୟରୀ ପନିର) ଉତ୍ପାଦନ, ବିକ୍ରୟ, ରଖିବା, ପରିବହନ ଏବଂ ବଣ୍ଟନ ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri