କଠୋର ଦଣ୍ଡବିଧାନ ଲୋଡ଼ା

ନାରୀଶକ୍ତିର ଦୁରବସ୍ଥା ଆଜି ଖବରକାଗଜ, ଟେଲିଭିଜନ ଖୋଲିଲେ ଜଣାପଡ଼େ। ୨୦୧୨ମସିହାରେ ନୂଆ ଦିଲ୍ଲୀ ରାଜରାସ୍ତାର ଚଳନ୍ତା ବସ୍‌ରେ ଘଟିଥିବା ନାରକୀୟ କାଣ୍ଡ ସମଗ୍ର ସଭ୍ୟସମାଜରେ ହଇଚଇ ସୃଷ୍ଟି କରିଥିଲା। ସାଧାରଣ ଜନତା ଏପରି ଅମାନବୀୟ କାଣ୍ଡକୁ ଦୃଢ଼ ବିରୋଧ କରିବା ସହିତ ଦୋଷୀକୁ କଠୋର ଦଣ୍ଡବିଧାନ ପାଇଁ ରାଜରାସ୍ତାରେ ଦାବି ଉଠାଇଥିଲେ। ଠିକ୍‌ ୧୨ ବର୍ଷ ଅନ୍ତରରେ ପୁଣି କୋଲକାତାର ଏକ ଡାକ୍ତରଖାନାରେ ଜଣେ ମହିଳା ଡାକ୍ତରଙ୍କୁ ବଳାକତ୍ାର ପରେ ହତ୍ୟା କରାଯାଇଛି। ପଶ୍ଚିମବଙ୍ଗରେ ଘଟିଥିବା ଏହି ଘଟଣା ଅତ୍ୟନ୍ତ ଦୁଃଖଦାୟକ। ଆଲୋଡ଼ନ ସୃଷ୍ଟିକାରୀ ବିଷୟ ହେଲା ରାଜ୍ୟରେ ନିରଙ୍କୁଶ ସରକାର ଥାଇ ମଧ୍ୟ ଏପରି ଘଟଣାର ଉଚିତ ଅନୁସନ୍ଧାନ ପାଇଁ ହାଇକୋର୍ଟ କିମ୍ବା ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ଆବଶ୍ୟକ ହେଲା। ଭାରତର ପ୍ରଧାନ ବିଚାରପତି ଡି. ଓ୍ବାଇ. ଚନ୍ଦ୍ରଚୂଡ଼ କ୍ଷୋଭ ପ୍ରକାଶକରି କହିଛନ୍ତି, ସମ୍ବିଧାନ ନାଗରିକଙ୍କୁ ସମାନତା ପ୍ରଦାନ କରୁଥିବା ବେଳେ ଯଦି ମହିଳା ନାଗରିକ ନିଜ କାର୍ଯ୍ୟକ୍ଷେତ୍ରରେ ସୁରକ୍ଷିତ ନୁହନ୍ତି ତେବେ ସେପରି ସମାନତା ମୂଲ୍ୟହୀନ। ମନେପଡ଼େ, ଲାଲ ବାହାଦୁର ଶାସ୍ତ୍ରୀ ସାମାନ୍ୟ ରେଳ ଦୁର୍ଘଟଣା ଯୋଗୁ ନିଜ ପଦରୁ ତ୍ୟାଗପତ୍ର ଦେଇଥିବା ବେଳେ ଆଜି ସେପରି ଉଦାହରଣୀୟ ପଦକ୍ଷେପ ରାଜନେତା ଭୁଲିଯାଇଥିବା ଲକ୍ଷ୍ୟ ହୁଏ।
ସାମଗ୍ରିକ ଭାବେ ଦେଖିବାକୁ ଗଲେ ଭାରତରେ ନାରୀ ଆଜି ଅତ୍ୟନ୍ତ ଅସୁରକ୍ଷିତ ଏବଂ ଧର୍ମକୁ ଆଖିଠାର ଦେଇ ଓ ମହିଳାମାନଙ୍କୁ ଭଣ୍ଡେଇବା ଉଦ୍ଦେଶ୍ୟରେ ବିଭିନ୍ନ ଓଜନିଆ ଶବ୍ଦ ଯଥା ନାରୀ ସଶକ୍ତୀକରଣ, ନାରୀ ଶକ୍ତିବନ୍ଦନ, ମିଶନଶକ୍ତି ଇତ୍ୟାଦି ବ୍ୟବହୃତ ହୋଇଥାଏ। ଭାରତରେ ନାରୀ ପ୍ରତି ଯୌନହିଂସା ବଢୁଛି। ଜାତୀୟ ପୋଲିସ କ୍ରାଇମ ବ୍ୟୁରୋ ରେକର୍ଡରୁ ଜଣାଯାଏ ୨୦୨୨ରେ ଭାରତରେ ୩୧,୫୧୬ଟି ବଳାତ୍କାର ଘଟଣା ଘଟିଥିଲା; ଯାହା ୨୦୨୧ଠାରୁ ପ୍ରାୟ ୨୦ ପ୍ରତିଶତ ଅଧିକ। ସମସ୍ତେ ଜାଣନ୍ତି, ଭାରତୀୟ ପରିସ୍ଥିତିରେ ପଞ୍ଜୀକୃତ ସଂଖ୍ୟାଠାରୁ ଏପରି ଘଟଣା ବହୁ ଅଧିକ ହୋଇଥାଏ। ଦେଖିବାକୁ ଗଲେ ନାରୀ ସୁରକ୍ଷା ପାଇଁ ବିଭିନ୍ନ ସଂଗଠନ ଦିବାରାତ୍ର ସଙ୍ଘର୍ଷ କରୁଥିବାବେଳେ ଆଜି ମହିଳା ପୋଲିସ ବାହିନୀ ଗଠନ ହୋଇଛି; ଯେଉଁଥିରେ କନଷ୍ଟେବଲଠାରୁ ଆରମ୍ଭ କରି ଉଚ୍ଚ ପଦବୀରେ ଭାରତୀୟ ପୋଲିସ ସେବା ମହିଳା ଅଧିକାରୀ ମଧ୍ୟ ଅବସ୍ଥିତ। ହେଲେ ଏମାନେ ମଧ୍ୟ ଆଜି ଅସୁରକ୍ଷିତ। ଏପରି ଅବସ୍ଥାରେ ଭାରତରେ ମହିଳାଙ୍କ ନ୍ୟାଯ୍ୟ କଥା ପଚାରେ କିଏ। ସ୍ଲୋଗାନରୁ ବାହାରକୁ ଆସିଲେ ଜଣାପଡ଼େ ନାରୀ ଏଠି ସବଳ ନୁହେଁ ବରଂ ନିରନ୍ତର ଦୁର୍ବଳ। ଅନ୍ୟାନ୍ୟ ପାଶ୍ଚାତ୍ୟ ଦେଶଗୁଡ଼ିକରେ ମଧ୍ୟ ବଳାତ୍କାର ସଂଖ୍ୟା କିଛି କମ୍‌ ନୁହେଁ। କିନ୍ତୁ ଭାରତୀୟ ସଂସ୍କୃତି ନିଜର ପରମ୍ପରା ଓ ସାମାଜିକ ରକ୍ଷଣଶୀଳତା ତଥା ଚଳଣି ପାଇଁ ସମଗ୍ର ବିଶ୍ୱରେ ଉଦାହରଣ; ଯେଉଁଥିରେ ଏପରି ଯୌନଉତ୍ପୀଡ଼ନ କିମ୍ବା ବଳାତ୍କାରକୁ ଜଘନ୍ୟତା ଆଖ୍ୟା ଦିଆଯାଇଥାଏ।
ସୁପ୍ରିମକୋର୍ଟ, ୟୁ.ଜି.ସି. ଏବଂ ବିଭିନ୍ନ ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗ ଉଦ୍ୟମରେ କଲେଜ ଓ ସ୍କୁଲସ୍ତରରେ ନୀତିଶାସ୍ତ୍ର ଓ ନୈତିକ ମୂଲ୍ୟବୋଧ ଶିକ୍ଷାକୁ ବେଶ୍‌ କିଛିବର୍ଷ ହେବ ବାଧ୍ୟତାମୂଳକ କରାଯାଇଥିଲେ ସୁଦ୍ଧା ଆଶାନୁରୂପ ମାନସିକ ପରିବର୍ତ୍ତନ ସମାଜରେ ପରିଲକ୍ଷିତ ହେଉନାହିଁ। କାର୍ଯ୍ୟସ୍ଥଳ, ବଜାରଘାଟ, ପ୍ରେକ୍ଷାଳୟ, ଶିକ୍ଷାନୁଷ୍ଠାନ, ମନ୍ଦିର, ପାର୍କ ଅଥବା ତୀର୍ଥ ବା ଭ୍ରମଣସ୍ଥଳ ଆଦି ମହିଳାମାନଙ୍କ ପାଇଁ ଅସୁରକ୍ଷିତ। ମହିଳା ବାରମ୍ବାର ଏପରି ସ୍ଥାନରେ ବିଭିନ୍ନ ପ୍ରକାର ନିର୍ଯାତନାର ଶିକାର ହୋଇ ମୁଣ୍ଡପାତି ସହ୍ୟ କରିବାକୁ ବାଧ୍ୟ ହେଉଛି। ତେଣୁ ଏହି ସମସ୍ୟାର ଏକମାତ୍ର ସମାଧାନ ହେଲା କଠୋର ଦଣ୍ଡବିଧାନ। ଯୌନ ନିର୍ଯାତନା ମାମଲାଗୁଡ଼ିକ ମଧ୍ୟ ତ୍ୱରିତ୍‌ ଫଇସଲା ହେବା ନିତାନ୍ତ ଆବଶ୍ୟକ; ଫଳରେ ଦୋଷୀକୁ ଶାସ୍ତି ତୁରନ୍ତ ମିଳିବା ସଂଗେ ସଂଗେ ଅନ୍ୟମାନଙ୍କ ପାଇଁ ଏହା ଉଦାହରଣ ହୋଇପାରନ୍ତା। ବୀତିହୋତ୍ର ମହାନ୍ତି ମାମଲାରେ ଯେପରି ଘଟଣାର ଦଶଦିନ ମଧ୍ୟରେ ରାଜସ୍ଥାନ ଅଦାଲତ ତ୍ୱରିତ୍‌ ଫଇସଲା ଶୁଣାଇଥିଲେ ସେଭଳି ଦଶଦିନ ମଧ୍ୟରେ ଦଣ୍ଡବିଧାନ ହେବା ସମୟୋପଯୋଗୀ। ଏପରି ହେଲେ ସାରା ଭାରତବର୍ଷରେ ନିର୍ଭୟା ବା ମହିଳା ଡାକ୍ତରଙ୍କ ଭଳି ନାରୀମାନେ ଦୁଃସ୍ଥିତିର ସମ୍ମୁଖୀନ ହେବେ ନାହିଁ କିମ୍ବା କୌଣସି ପୁରୁଷ ନିର୍ଯାତନା ଦେବା ପାଇଁ ସାହସ କରିପାରିବ ନାହିଁ।
ଅବଶ୍ୟ ଏସବୁର ଠିକ୍‌ ରୂପାୟନ ନିମନ୍ତେ ଦୃଢ଼ ରାଜନୈତିକ ଇଚ୍ଛାଶକ୍ତିର ଆବଶ୍ୟକତା ରହିଛି।
ଅଧ୍ୟକ୍ଷ, ମଡେଲ ଡିଗ୍ରୀ କଲେଜ, ନୟାଗଡ଼ ମୋ:୯୪୩୭୪୭୯୦୪୫


Enter your email to get our daily news in your inbox.

All Right Reserved By Dharitri.Com

କେତୁଙ୍କ ବକ୍ରି ଚଳନ: ଚମକିବ ୪ ରାଶିଙ୍କ ଭାଗ୍ୟ, ପ୍ରବଳ ଧନବର୍ଷାକୁ ବଡ଼ କମ୍ପାନୀରୁ ଅଫର୍‌

କେତୁ ଗ୍ରହ ସର୍ୱଦା ଓଲଟା ଚଳନ (ବକ୍ରୀ) କରନ୍ତି। ଆଜି କେତୁ ମଘା ନକ୍ଷତ୍ରର ଦ୍ୱିତୀୟ ପଦରୁ ପ୍ରଥମ ପଦକୁ ଚଳନ କରିବାକୁ ଯାଉଛନ୍ତି। କେତୁଙ୍କର ଏହି…

ଏସିଆନ ଗେମ୍ସରେ ଇତିହାସ ରଚିଲେ ପ୍ରଣବୀ: ଗଲ୍ଫରେ କଲେ ବଡ଼ କାରନାମା

ନୂଆଦିଲ୍ଲୀ,୩।୧୦: ଏସିଆନ ଗେମ୍ସ ୨୦୨୬ରେ ଭାରତୀୟ ଗଲ୍ଫ ପାଇଁ ଆସିଛି ବଡ଼ ସଫଳତା। ଭାରତୀୟ ଗଲ୍ଫର୍‌ ପ୍ରଣବୀ ଶରଥ ଉର୍ସ ମହିଳା ଗଲ୍ଫରେ ସ୍ବର୍ଣ୍ଣ ପଦକ ଜିତି…

ସ୍ବର୍ଣ୍ଣ ଜିତିଲେ ଆଦିବାସୀ ଝିଅ ଝରଣା: ଶ୍ରମିକ ମା’ବାପାଙ୍କ ଝିଅଙ୍କ ସଫଳତାରେ ଜିଲା ଗର୍ବିତ

ଅମରପାଲି,୩ା୧୦(ପୀତାମ୍ବର ସାହୁ):ଦୃଢ଼ ଇଚ୍ଛାଶକ୍ତି, ଅଧ୍ୟବସାୟ ଓ ନିରନ୍ତର ପରିଶ୍ରମ ଆଗରେ ହାର ମାନିଛି ଆର୍ଥିକ ଅନଟନ। ଏହାର ଉଦାହରଣ ସାଜିଛନ୍ତି ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ସଂଗ୍ରାମପୁର…

୧୭ ବର୍ଷୀୟା କୁମକୁମଙ୍କ ହ୍ୟାଟ୍ରିକ୍‌: ଏସିଆନ ଗେମ୍ସରେ ପୁଣି ସ୍ବର୍ଣ୍ଣ ଜିତି ରଚିଲେ ଇତିହାସ

ନୂଆଦିଲ୍ଲୀ,୩।୧୦: ଏସିଆନ ଗେମ୍ସ ୨୦୨୬ରେ ଭାରତୀୟ ତୀରନ୍ଦାଜଙ୍କ ଦମଦାର ପ୍ରଦର୍ଶନ ଜାରି ରହିଛି। ମାତ୍ର ୧୭ ବର୍ଷ ବୟସରେ କୁମକୁମ ମୋହଦ ଭାରତକୁ ଦେଇଛନ୍ତି ୧୭ତମ ସ୍ବର୍ଣ୍ଣ…

ରାସ୍ତାକଡ଼ ଖାଦ୍ୟ କେତେ ସୁରକ୍ଷିତ

ଦହିବରା-ଆଳୁଦମ୍‌, ଘୁଗୁନି, ଚାଟ୍‌, ଗୁପ୍‌ଚୁପ୍‌, ମୁଢ଼ିମିକ୍ସ, ବରା-ପକୋଡ଼ିଠାରୁ ଆରମ୍ଭ କରି ବିଭିନ୍ନ ପାରମ୍ପରିକ ଖାଦ୍ୟ ସର୍ବଦା ରାସ୍ତାକଡ଼ରେ ସହଜରେ ମିଳେ। ଏପରି ଖାଦ୍ୟ ବହୁ କ୍ଷେତ୍ରରେ ଅପରିଷ୍କାର…

ବନ୍ୟପ୍ରାଣୀ ଚଲାପଥ ସଂଯୋଗୀକରଣ

ଦୁଇଟି ପ୍ରାକୃତିକ ଜଙ୍ଗଲ ପରିସଂସ୍ଥାକୁ ସଂଯୋଗ କରୁଥିବା ସଂକୀର୍ଣ୍ଣ ଅଣଓସାରିଆ ଜଙ୍ଗଲୀ ରାସ୍ତାକୁ କୁହାଯାଏ କରିଡର; ଚଲାପଥ ବା ବନ୍ୟପ୍ରାଣୀ ସଂଯୋଗୀ ପଥ। ଚଳିତବର୍ଷ ଅକ୍ଟୋବର ୨ରୁ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

ସାଇକେଲରେ ଗାଁକୁ ଯାଉଥିଲେ କଷ୍ଟୁ: ହଠାତ୍‌ ଆକ୍ରମଣ କଲା ବାର୍‌ହା, ଆଉ ତା’ପରେ ଘଟିଲା…

ଦେବଗଡ଼/ରିଆମାଳ ୩।୧୦(ଶଶାଙ୍କ ଶେଖର ଝାଙ୍କର/ବଦ୍ରିନାରାୟଣ ଅଗ୍ରୱାଲା), ୩।୧୦: ଦେବଗଡ଼ ଜିଲା କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ କୁରଡ଼ପୋଷି ଗ୍ରାମରେ ଜଙ୍ଗଲୀ ବାର୍‌ହା ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?