Posted inଖେଳ

ଓ୍ବାଲର୍‌ଡ ୟୁଥ୍‌ ବକ୍ସିଂ: ସଚିନ ଜିତିଲେ ସ୍ବର୍ଣ୍ଣ

ନୂଆଦିଲ୍ଲୀ, ୨୪ା୪ (ପି.ଟି.)-ପୋଲାଣ୍ଡର କିଲ୍‌ସିଠାରେ ଚାଲିଥିବା ଓ୍ବାଲର୍‌ଡ ୟୁଥ୍‌ ବକ୍ସିଂ ଚାମ୍ପିୟନଶିପ୍‌ରେ ଭାରତ ଶୁକ୍ରବାର ଏହାର ୮ମ ସ୍ବର୍ଣ୍ଣ ଜିତିିଛି। ସଚିନ ସିଓ୍ବାଚ ୫୬କେଜି ଶ୍ରେଣୀରେ ଏହି ପଦକ ହାସଲ କରିଛନ୍ତି। ଫାଇନାଲରେ ସେ କାଜାଖସ୍ତାନର ୟେରବୋଲାଟ ସାବିରଙ୍କୁ ୪-୧ରେ ପରାସ୍ତ କରିଛନ୍ତି। ଗୁରୁବାର ଭାରତର ମହିଳା ବକ୍ସରମାନେ ୭ ସ୍ବର୍ଣ୍ଣ ପଦକ ଜିତିଥିଲେ। ସେମାନେ ହେଲେ ଗୀତିକା (୪୮କେଜି), ବେବିରୋଜିସାନା ଚାନୁ(୫୧କେଜି), ପୁନମ (୫୭କେଜି), ଭିନ୍‌କା (୬୦କେଜି), ଅରୁନ୍ଧତି ଚୌଧାରୀ (୬୯କେଜି), ଅଲଫିୟା ପଠାନ (୮୧+କେଜି) ଓ ଥୋଖୋମ୍‌ ସାନାମାଚୁ ଚାନୁ (୭୫କେଜି)। ଫଳରେ ଟୁର୍ନାମେଣ୍ଟରେ ମୋଟ ୧୧ ପଦକ (୮ ସ୍ବର୍ଣ୍ଣ ଓ ୩ ବ୍ରୋଞ୍ଜ) ସହ ଭାରତ ଓଭରଅଲ ଷ୍ଟାଣ୍ଡିଂରେ ଶୀର୍ଷ ସ୍ଥାନ ଅଧିକାର କରିଛି। ଇଭେଣ୍ଟର ୨୦୧୮ ସଂସ୍କରଣରେ ଭାରତ ୨ ସ୍ବର୍ଣ୍ଣ, ୨ ରୌପ୍ୟ ଓ ୩ ବୋଞ୍ଜ ପଦକ ହାସଲ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିଶ୍ୱ ଫୁଟଭଲି ଚାମ୍ପିୟନଶିପ୍‌: ରେଫରି ଦାୟିତ୍ୱ ତୁଲାଇବେ ଓଡ଼ିଶାର ସୁଜିତ

କଟକ ଅଫିସ,୧୪ା୯- ଚଳିତମାସ ୧୮ରୁ ୨୧ ତାରିଖ ପର୍ଯ୍ୟନ୍ତ ଥାଇଲାଣ୍ଡର ବ୍ୟାଙ୍କକ୍‌ଠାରେ ହେବାକୁ ଥିବା ବିଶ୍ୱ ଫୁଟଭଲି ଚାମ୍ପିୟନଶିପରେ ଓଡ଼ିଶାର ସୁଜିତ କୁମାର ପାତ୍ର ମ୍ୟାଚ୍‌...

ଅଲ୍‌ ଇଂଲଣ୍ଡ ଚାମ୍ପିୟନଶିପ୍‌ରୁ ଓହରିଲେ ଭାରତୀୟ ଖେଳାଳି

ନୂଆଦିଲ୍ଲୀ, ୬ା୩ (ପି.ଟି.)-କରୋନା ଭାଇରସ୍‌ ସଂକ୍ରମଣ ଆଶଙ୍କାରେ ଭାରତର କେତେଜଣ ବ୍ୟାଡମିଣ୍ଟନ ଖେଳାଳି ଆସନ୍ତା ସପ୍ତାହରେ ହେବାକୁଥିବା ଅଲ୍‌ ଇଂଲଣ୍ଡ ଓପନ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ରୁ ଓହରିଯାଇଛି।...

ଗୁରୁଙ୍କୁ ମନେପକାଇ ଭାବୁକ ହେଲେ ସଚିନ

ଗୁରୁ ରମାକାନ୍ତ ଆଚରେକରଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସରରେ ତାଙ୍କୁ ଶ୍ରଦ୍ଧଞ୍ଜଳି ଜଣାଇ ଭାବୁକ ହୋଇଛନ୍ତି ଭାରତର ପୂର୍ବତନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର। ଗୁରୁଙ୍କର ଏକ...

ଦୀର୍ଘଦିନ ପରେ ସ୍ତ୍ରୀ ସାନିଆଙ୍କୁ ଭେଟିଲେ ସୋଏବ

ନୂଆଦିଲ୍ଲୀ, ୯।୯: ପାକିସ୍ତାନ କ୍ରିକେଟ୍‌ ଦଳର ଷ୍ଟାର୍‌ ଅଲ୍‌ରାଉଣ୍ଡର ସୋଏବ ମଲିକ ତାଙ୍କ ସ୍ତ୍ରୀ ତଥା ଭାରତୀୟ ଟେନିସ ଖେଳାଳି ସାନିଆ ମିର୍ଜାଙ୍କୁ ଭେଟିବା ପାଇଁ...

ବନ୍ଧୁ ହେବ ତ ଏମିତି; ଚହଲ ଜିତନ୍ତୁ ବୋଲି କହି ଚର୍ଚ୍ଚାରେ କୁଲଦୀପ

ମୁମ୍ବାଇ,୨୯।୪: ଚଳିତ ବର୍ଷ ଟି-୨୦ କ୍ରିକେଟର ସବୁଠାରୁ ବଡ଼ ଟୁର୍ନାମେଣ୍ଟ ‘ଆଇସିସି ଟି୨୦ ବିଶ୍ୱକପ୍‌’ର ଆୟୋଜନ ହେବାକୁ ଯାଉଛି। ଏବେ ଆଇପିଏଲ୍‌ ଚାଲିଥିବାରୁ ସମସ୍ତ ଦେଶର...

ଉତ୍ସାହ ବଢୁଛି, କଳିଙ୍ଗ ପ୍ରସ୍ତୁତ

ଭୁବନେଶ୍ୱର, ୧୦।୧୦ (କ୍ରୀଡ଼ା ପ୍ରତିନିଧି):ଭାରତ ସମେତ ଓଡ଼ିଶାରେ ପ୍ରଥମଥର ପାଇଁ ହେବାକୁ ଯାଉଥିବା ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ୍‌ ପାଇଁ ଉତ୍ସାହ ବଢ଼ିବାରେ...

ଏନ୍‌ବିଏ: ୪୮ ଖେଳାଳି କରୋନା ପଜିଟିଭ

ନ୍ୟୁୟର୍କ, ୪ା୧୨ (ପି.ଟି.)-ଗତ ସପ୍ତାହରେ ପୁନର୍ବାର ଟେଷ୍ଟ ଆରମ୍ଭ ହେବାପରେ ୪୮ ଜଣ ଖେଳାଳି କରୋନା ପଜିଟିଭ ବୋଲି ଜଣାପଡ଼ିଛି। ଟିମ୍‌ ମାର୍କେଟକୁ ଫେରିବା ନଭେମ୍ବର...

ବୁଧବାର କଟକ ଆସିବେ ରାଇନା, ପ୍ରଜ୍ଞାନ

କଟକ ଅଫିସ,୧୪ା୨: ଭାରତର ପୂର୍ବତନ କ୍ରିକେଟର ସୁରେଶ ରାଇନା ଓ ପ୍ରଜ୍ଞାନ ଓଝା ବୁଧବାର କଟକ ଆସିବେ। ଗୁରୁଡିଝାଟିଆ ଥାନା ଅଧୀନ କପୁରସିଂହ ଖେଳପଡ଼ିଆରେ ଏମ୍‌ଜିଏମ୍‌...

Advertisement
Archives

Model This Week