Advertisement
Posted inଖେଳ

ଏସି ମିଲାନ୍‌ ତରଫରୁ ଖେଳିବେ ଇବ୍ରାହିମୋଭିଚ୍‌

ମିଲାନ, ୨୪ା୪(ଏପି)-ଜ୍ଲାଟାନ ଇବ୍ରାହିମୋଭିଚ୍‌ ୪୦ ବର୍ଷ ବୟସରେ ପଦାର୍ପଣ କରିସାରିବା ପରେ ମଧ୍ୟ ଏସି ମିଲାନ ତରଫରୁ ତାଙ୍କ ଖେଳ ଜାରି ରଖିବେ। ଚାମ୍ପିୟନ୍ସ ଲିଗ୍‌କୁ ମଧ୍ୟ ତାଙ୍କର ପ୍ରତ୍ୟାବର୍ତ୍ତନ ସମ୍ଭାବନା ରହିଛି। ଅକ୍ଟୋବରରେ ୪୦ ବର୍ଷ ବୟସରେ ପଦାର୍ପଣ କରିବାକୁ ଥିବା ଇବ୍ରାହିମୋଭିଚ୍‌ଙ୍କ ସହ ଚୁକ୍ତି ମିଆଦକୁ ଆହୁରି ଏକ ବର୍ଷ ସମ୍ପ୍ରସାରଣ କରାଯାଇଥିବା ଏସି ମିଲାନ ପକ୍ଷରୁ ଘୋଷଣା କରାଯାଇଛି। ହେଲେ ଏ ବାବଦରେ ଇବ୍ରାହିମୋଭିଚ୍‌ଙ୍କୁ ଫି’ ବାବଦରେ କେତେ ଦିଆଯିବ ତାହା ସ୍ପଷ୍ଟ କରାଯାଇ ନାହିଁ। ଖବର ଅନୁସାରେ ଏହି ଷ୍ଟାର ଫୁଟ୍‌ବଲର ସିଜନ ପିଛା ଯେତେ ନେଉଥିଲେ ସେଥିରେ କୌଣସି ପରିବର୍ତ୍ତନ ହେବ ନାହିଁ। ଇବ୍ରାହିମୋଭିଚ୍‌ଙ୍କ ବର୍ତ୍ତମାନ ପାରିଶ୍ରମିକ ୭ ନିୟୁତ ୟୁରୋ (୮.୪ ନିୟୁତ ଡଲାର) ରହିଛି। ସୂଚନାଯୋଗ୍ୟ, ୭ଥର ୟୁରୋପିଆନ ଚାମ୍ପିୟନ ମିଲାନ ୨୦୧୩-୧୪ ସିଜନରୁ ଚାମ୍ପିୟନ୍ସ ଲିଗ୍‌ ଖେଳିନାହିଁ। ଚଳିତ ସିଜନରେ ମିଲାନ ତରଫରୁ ଖେଳି ଇବ୍ରାହିମୋଭିଚ୍‌ ୧୭ ସିରି ଏ’ ଗେମ୍‌ରେ ୧୫ ଗୋଲ ସ୍କୋର କରିଛନ୍ତି। ହେଲେ ଇଞ୍ଜୁରି, କରୋନା ଭାଇରସ ଓ ସସ୍‌ପେଣ୍ଡ ପାଇଁ ସେ ବହୁତ ମ୍ୟାଚ ଖେଳିପାରି ନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମାତା-ପିତାଙ୍କ ପାଇଁ ଭାବପ୍ରବଣ ଚିଠି ଲେଖିଲେ ସଚିନ ତେନ୍ଦୁଲକର

ଦେଶରେ କରୋନା ମହାମାରୀ ଧିରେ ଧିରେ ଜଟିଳ ରୂପ ଧାରଣ କରିଛି। ଏହି ସମୟରେ ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର ମାତାପିତାଙ୍କ ଯତ୍ନ ନେବାକୁ ନିବେଦନ କରିଛନ୍ତି।...

ମହିଳା ଟି୨୦ ବିଶ୍ୱକପ୍‌: ଅଷ୍ଟ୍ରେଲିଆ ଆଗରେ ୧୩୩ ରନ୍‌ର ଟାଗେର୍ଟ

ସିଡ୍‌ନୀ,୨୧।୨- ଆଇସିସି ମହିଳା ଟି୨୦ ବିଶ୍ୱକପ୍‌ ଶୁକ୍ରବାର ଆରମ୍ଭ ହୋଇଯାଇଛି। ପ୍ରଥମ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ଆୟୋଜକ ଅଷ୍ଟ୍ରେଲିଆ ସମ୍ମୁଖରେ ୧୩୩ ରନ୍‌ର ବିଜୟ ଲକ୍ଷ୍ୟ...

‘୮୩’ ଫିଲ୍ମ ପାଇଁ କପିଳ ଦେବ କେତେ ଟଙ୍କା ନେଇଛନ୍ତି ଜାଣନ୍ତି

ଅଭିନେତା ରଣଭୀର ସିଂଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘୮୩’ ଡିସେମ୍ବର ୨୪ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି। ଏହି ଫିଲ୍ମରେ ରଣଭୀର ଭାରତୀୟ ପୂର୍ବତନ ଅଧିନାୟକ...

ଶ୍ରୀନିବାସନଙ୍କ ଝିଅ ହୋଇପାରନ୍ତି ଟିଏନ୍‌ସିଏ ମୁଖ୍ୟ

ଚେନ୍ନାଇ,୨୧।୯: ତାମିଲନାଡୁ କ୍ରିକେଟ ଆସୋସିଏଶନ (ଟିଏନ୍‌ସିଏ)ରେ ନିର୍ବାଚନ ଲାଗି ସୁପ୍ରିମକୋର୍ଟ ପଥ ପରିଷ୍କାର କରିଛନ୍ତି। ହେଲେ ଏଥର ମଧ୍ୟ ଟିଏନ୍‌ସିଏ ଏନ୍‌. ଶ୍ରୀନିବାସନଙ୍କ ନିୟନ୍ତ୍ରଣରେ ରହିବା...

ଟସ୍‌ ଜିତି ବ୍ୟାଟିଂ କରିବାକୁ ଦିଲ୍ଲୀ କ୍ୟାପିଟାଲ୍ସର ନିଷ୍ପତ୍ତି

ଦୁବାଇ, ୨୦।୧୦: ଚଳିତ ଆଇପିଏଲ୍‌ର ୩୮ତମ ମ୍ୟାଚ୍‌ରେ ମଙ୍ଗଳବାର ଦିଲ୍ଲୀ କ୍ୟାପିଟାଲ୍ସର ମୁକାବିଲା କିଙ୍ଗ୍ସ ଇଲେଭେନ ପଞ୍ଜାବ ସହ ହୋଇଛି। ଏହି ମ୍ୟାଚ୍‌ରେ ଟସ୍‌ ଜିତି...

ଭୁବନେଶ୍ୱରରେ ହୋଇପାରେ ଅଲ୍‌ଟିମେଟ ଖୋ ଖୋ

ପୁଣେର ମହାଲୁଙ୍ଗେସ୍ଥିତ ଶ୍ରୀ ଛତ୍ରପତି ଶିବାଜୀ ସ୍ପୋଟର୍‌ସ କମ୍ପ୍ଲେକ୍ସରେ ଚାଲିଛି ଅଲ୍‌ଟିମେଟ ଖୋ ଖୋ ଲିଗ୍‌ର ପ୍ରଥମ ସଂସ୍କରଣ। ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଥିବାରୁ ପ୍ରତିଯୋଗିତା କ୍ରମେ...

ମେଲବୋର୍ନ ଟେଷ୍ଟରେ ଭାରତର ଦବ୍‌ଦବା: ୧୯୫ ରନ୍‌ରେ ଅଷ୍ଟ୍ରେଲିଆ ଅଲ୍‌ଆଉଟ୍‌

ମେଲବୋର୍ନ,୨୫।୧୨: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଭାରତୀୟ ଦଳ ଭଲ ପ୍ରଦର୍ଶନ କରିଛି। ଶନିବାର ମ୍ୟାଚ୍‌ର ପ୍ରଥମ ଦିନରେ ଅଷ୍ଟ୍ରେଲିଆ ଦଳ ୧୯୫ରନ୍‌ରେ ଅଲଆଉଟ୍‌...

ଥାଇଲାଣ୍ଡ ଓପନ୍‌ରୁ ଓହରିଲେ ସିନ୍ଧୁ

ବ୍ୟାଙ୍କକ୍‌, ୩୦।୭ (ପି.ଟି.)- ଶ୍ରେଷ୍ଠ ଭାରତୀୟ ମହିଳା ବ୍ୟାଡ୍‌ମିଣ୍ଟନ ଖେଳାଳି ତଥା ଅଲିମ୍ପିକ ରୌପ୍ୟ ପଦକ ବିଜୟିନୀ ପି.ଭି. ସିନ୍ଧୁ ମଙ୍ଗଳବାରଠାରୁ ଏଠାରେ ଆରମ୍ଭ ହୋଇଥିବା...

Advertisement
Archives

Model This Week