୭ କିମି ଜଙ୍ଗଲରେ ଚାଲିକିଗଲେ, ଗ୍ରାମବାସୀଙ୍କ ସମସ୍ୟା ବୁଝିଲେ ବିଡିଓ

ବଲସକୁମ୍ପା,୮।୫: କନ୍ଧମାଳ ଖଜୁରିପଡ଼ା ବ୍ଲକ ବିଡିଓ ରବୀନ୍ଦ୍ରନାଥ କହଁର ୭ କିଲୋମିଟର ଜଙ୍ଗଲରେ ଚାଲି ଚାଲି ଯାଇ ଗ୍ରାମବାସୀଙ୍କ ସମସ୍ୟା ବୁଝିଛନ୍ତି। ୧୪ଟି ପଞ୍ଚାୟତକୁ ନେଇ ଖଜୁରିପଡ଼ା ବ୍ଲକ ଗଠିତ। ପ୍ରାୟ ୨ କିମ୍ବା ୩ଟି ପଞ୍ଚାୟତର ଗାଁ ଗୁଡିକ ଅତି ଦୁର୍ଗମ ଓ ଅପହଞ୍ଚ ଇଲାକାରେ ଅବସ୍ଥିତ। ସେଥିରୁ ବିଲାବାଡ଼ି ପଞ୍ଚାୟତ ସମ୍ପୂର୍ଣ୍ଣ ଦୁର୍ଗମ ଓ ଅପହଞ୍ଚ ଇଲାକା। ସେହି ଗାଁଗୁଡ଼ିକୁ ବିଡିଓ କହଁର ଜଙ୍ଗଲରେ ଚାଲିକି ଯାଇ ଲୋକଙ୍କ ସମସ୍ୟା ବୁଝୁଛନ୍ତି। ଗତ ରବିବାର ଛୁଟିଦିନ ଥିଲେ ମଧ୍ୟ ଖରାକୁ ଖାତିର ନକରି ବିଡିଓ ଏହି ବିଲାବାଡ଼ି ପଞ୍ଚାୟତକୁ ଗସ୍ତକରି ୭ କିଲୋମିଟର ବାଟ ଜଙ୍ଗଲରେ ଚାଲିକି ଯାଇ ମହାପାତ୍ର ଗ୍ରାମରେ ପହଞ୍ଚି ଆୟୋଜିତ ବୈଠକରେ ଲୋକଙ୍କ ସମସ୍ୟା ବୁଝିଥିବା ଦେଖିବାକୁ ମିଳିଛି। ରାସ୍ତାର ସମସ୍ୟା ପାଇଁ ଆବାସ ଯୋଜନାରେ କାର୍ଯ୍ୟାଦେଶ ମିଳିଥିଲେ ବି ଗୃହ ନିର୍ମାଣ ଉପକରଣ ନେଇ ପାରୁ ନ ଥିବାରୁ ଏପର୍ଯ୍ୟନ୍ତ ଲୋକେ ଗୃହ ନିର୍ମାଣ କରି ପାରୁନାହାନ୍ତି। ସେହିଭଳି ୧୦ କିଲୋମିଟର ବାଟ ଜଙ୍ଗଲ ରାସ୍ତାରେ ଚାଲିକି ଆସି ଚାଉଳ, କିରୋସିନ, ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ଜିନିଷପତ୍ର ନେଇ ଯାଉଛନ୍ତି। ଏହିସବୁ ସମସ୍ୟା ଗ୍ରାମବାସୀ ବିଡିଓଙ୍କୁ ଜଣାଇଥିଲେ। ବିଡିଓଙ୍କ ଏହି ଗସ୍ତ କାର୍ଯ୍ୟକ୍ରମରେ ସହକାରୀ ଯନ୍ତ୍ରୀ ସଲିଳ ସ୍ବାଇଁ, କନିଷ୍ଠ ଯନ୍ତ୍ରୀ ପ୍ରଦୀପ କୁମାର ପ୍ରଧାନ, ଓଡ଼ିଶା ଜୀବିକା ମିଶନ ବିଏଲ୍‌ସି ପରେଶ କୁମାର ଦିଗାଲ, ବିଏଫ୍‌ଟି ରଞ୍ଜନ କୁମାର ସେଠୀ, ବିଇଓ ତ୍ରିନାଥ ଠାକୁର ବିଶୋଇ, ସରପଞ୍ଚ ରବୀନ୍ଦ୍ର ଭକ୍ତା ପ୍ରମୁଖ ଉପସ୍ଥିତ ଥିଲେ। ପୂର୍ବରୁ ଏହି ପଞ୍ଚାୟତର ଦଡ଼ଗଣ୍ଡା ଗ୍ରାମକୁ ଜଙ୍ଗଲ ଚଢ଼ି ୬ କିଲୋମିଟର ବାଟ ଚାଲିକି ବିଡିଓ କହଁର ଯାଇ ଲୋକଙ୍କ ସମସ୍ୟା ସମ୍ପର୍କରେ ବୁଝିଥିଲେ। ବିଡିଓଙ୍କ ଏଭଳି କାର୍ଯ୍ୟକଳାପକୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହାତୀଙ୍କ ଉପଦ୍ରବରେ ଫସଲ ନଷ୍ଟ, ଚିନ୍ତାରେ ଚାଷୀ: କ୍ଷତିପୂରଣ ଦାବି କଲେ…

ତୁମୁଡିବନ୍ଧ (ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବନାଞ୍ଚଳରେ ହାତୀଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ଗତ କିଛି ଦିନ ହେବ ପଡ଼ୋଶୀ କଳାହାଣ୍ଡି ଜିଲାରୁ ୫ଟି…

ବିଭିନ୍ନ ବିଦ୍ୟାଳୟରେ ଗାନ୍ଧୀ ଜୟନ୍ତୀ

ଦାରିଙ୍ଗବାଡ଼ି,୨ା୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ରହିଥିବା ସରକାରୀ ଓ ବେସରକାରୀ ବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକରେ ଶୁକ୍ରବାର…

ବରିଷ୍ଠ ନାଗରିକଙ୍କ ଯତ୍ନ ନେବା ଜରୁରୀ: ଆଶାବାଡ଼ି ପ୍ରଦାନ

ଦାରିଙ୍ଗବାଡ଼ି,୨।୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସଭାଗୃହଠାରେ ଗୁରୁବାର ବ୍ଲକସ୍ତରୀୟ ବିଶ୍ୱ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି। ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଆଲିଶା…

ଗଜଲକ୍ଷ୍ମୀ ପୂଜା ପାଇଁ ଶୁଭଖୁଣ୍ଟି ସ୍ଥାପନ: ଖେଳିଗଲା ଉତ୍ସାହ

ଦାରିଙ୍ଗବାଡ଼ି,୨।୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପଞ୍ଚାୟତ ଅନ୍ତର୍ଗତ ତୁଡ଼ିକିବାଡ଼ି ଗ୍ରାମରେ ଚତୁର୍ଥ ବର୍ଷ ଗଜଲକ୍ଷ୍ମୀ ପୂଜା ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି। ଏହି ଅବସରରେ…

ଅଙ୍ଗନୱାଡ଼ି କେନ୍ଦ୍ରରେ ୪ ଶିଶୁଙ୍କୁ ତାଲା ପକାଇ ରାଶନ ପାଇଁ ଗଲେ କର୍ମଚାରୀ

ଜି.ଉଦୟଗିରି,୧ା୧୦(ଚିନ୍ମୟ କୁମାର ସେଠୀ):କୁପୋଷଣ ଦୂର ପାଇଁ ଅଙ୍ଗନଓ୍ବାଡି କେନ୍ଦ୍ରଗୁଡ଼ିକରେ ଆଙ୍ଗନ କା ଉତ୍ସବ ପାଳନ କରାଯାଇଥିବା ବେଳେ ମଙ୍ଗଳବାର ୪ ଶିଶୁଙ୍କୁ କେନ୍ଦ୍ରରେ ତାଲା ପକାଇ ରଖାଯାଇଥିବା…

ବାଲିଗୁଡ଼ାରେ ଓଡ଼ିଶା ବନ୍ଦ ଡାକରା ବିଫଳ: ଖୋଲା ରହିଲା ଦୋକାନ ବଜାର, ଗଡ଼ିଲା ଗାଡ଼ିମୋଟର

ବାଲିଗୁଡ଼ା,୩୦ା୯(ସଞ୍ଜୟ କୁମାର ପାଣିଗ୍ରାହୀ): ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକର ପ୍ରଭାବ ବାଲିଗୁଡ଼ାରେ ପରିଲକ୍ଷିତ ହୋଇନାହିଁ। ବନ୍ଦ ସତ୍ତ୍ୱେ ସହରରେ ସ୍ବାଭାବିକ…

ଦିଲ୍ଲୀରେ କନ୍ଧମାଳ ହଳଦୀର ଚାହିଦା: ଗୌରବ ବଢ଼ାଇଲେ ଦାରିଙ୍ଗବାଡ଼ିର ମହିଳା ଉଦ୍ୟୋଗୀ

ଦାରିଙ୍ଗବାଡ଼ି, ୩୦।୯ (ଅରୁଣ ସାହୁ): କନ୍ଧମାଳର ପାରମ୍ପରିକ ହଳଦୀକୁ ଜାତୀୟସ୍ତରରେ ପରିଚିତ କରାଇବା ଦିଗରେ ଆଉ ଏକ ପଦକ୍ଷେପ। ଦାରିଙ୍ଗବାଡ଼ି ବ୍ଲକର ମହିଳା ଉଦ୍ୟୋଗୀ ଝରଣା ସାହୁ…

ବେଲଘର ଜଙ୍ଗଲରୁ ଛେଳି ଗୋଠ ସହ ଚାଲିଆସିଲା ହରିଣ ଛୁଆ: ଉଦ୍ଧାର ପରେ ଜଙ୍ଗଲରେ ଛାଡ଼ିଲା ବନ ବିଭାଗ

ବାଲିଗୁଡ଼ା/ତୁମୁଡ଼ିବନ୍ଧ,୨୯।୯ (ସଞ୍ଜୟ କୁମାର ପାଣିଗ୍ରାହୀ/ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ବ୍ଲକ୍ ଅନ୍ତର୍ଗତ ବେଲଘର ବନାଞ୍ଚଳରୁ ମଙ୍ଗଳବାର ସକାଳୁ ଏକ ହରିଣ ଛୁଆକୁ ସୁରକ୍ଷିତ ଭାବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?