୭ କିମି ଜଙ୍ଗଲରେ ଚାଲିକିଗଲେ, ଗ୍ରାମବାସୀଙ୍କ ସମସ୍ୟା ବୁଝିଲେ ବିଡିଓ

ବଲସକୁମ୍ପା,୮।୫: କନ୍ଧମାଳ ଖଜୁରିପଡ଼ା ବ୍ଲକ ବିଡିଓ ରବୀନ୍ଦ୍ରନାଥ କହଁର ୭ କିଲୋମିଟର ଜଙ୍ଗଲରେ ଚାଲି ଚାଲି ଯାଇ ଗ୍ରାମବାସୀଙ୍କ ସମସ୍ୟା ବୁଝିଛନ୍ତି। ୧୪ଟି ପଞ୍ଚାୟତକୁ ନେଇ ଖଜୁରିପଡ଼ା ବ୍ଲକ ଗଠିତ। ପ୍ରାୟ ୨ କିମ୍ବା ୩ଟି ପଞ୍ଚାୟତର ଗାଁ ଗୁଡିକ ଅତି ଦୁର୍ଗମ ଓ ଅପହଞ୍ଚ ଇଲାକାରେ ଅବସ୍ଥିତ। ସେଥିରୁ ବିଲାବାଡ଼ି ପଞ୍ଚାୟତ ସମ୍ପୂର୍ଣ୍ଣ ଦୁର୍ଗମ ଓ ଅପହଞ୍ଚ ଇଲାକା। ସେହି ଗାଁଗୁଡ଼ିକୁ ବିଡିଓ କହଁର ଜଙ୍ଗଲରେ ଚାଲିକି ଯାଇ ଲୋକଙ୍କ ସମସ୍ୟା ବୁଝୁଛନ୍ତି। ଗତ ରବିବାର ଛୁଟିଦିନ ଥିଲେ ମଧ୍ୟ ଖରାକୁ ଖାତିର ନକରି ବିଡିଓ ଏହି ବିଲାବାଡ଼ି ପଞ୍ଚାୟତକୁ ଗସ୍ତକରି ୭ କିଲୋମିଟର ବାଟ ଜଙ୍ଗଲରେ ଚାଲିକି ଯାଇ ମହାପାତ୍ର ଗ୍ରାମରେ ପହଞ୍ଚି ଆୟୋଜିତ ବୈଠକରେ ଲୋକଙ୍କ ସମସ୍ୟା ବୁଝିଥିବା ଦେଖିବାକୁ ମିଳିଛି। ରାସ୍ତାର ସମସ୍ୟା ପାଇଁ ଆବାସ ଯୋଜନାରେ କାର୍ଯ୍ୟାଦେଶ ମିଳିଥିଲେ ବି ଗୃହ ନିର୍ମାଣ ଉପକରଣ ନେଇ ପାରୁ ନ ଥିବାରୁ ଏପର୍ଯ୍ୟନ୍ତ ଲୋକେ ଗୃହ ନିର୍ମାଣ କରି ପାରୁନାହାନ୍ତି। ସେହିଭଳି ୧୦ କିଲୋମିଟର ବାଟ ଜଙ୍ଗଲ ରାସ୍ତାରେ ଚାଲିକି ଆସି ଚାଉଳ, କିରୋସିନ, ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ଜିନିଷପତ୍ର ନେଇ ଯାଉଛନ୍ତି। ଏହିସବୁ ସମସ୍ୟା ଗ୍ରାମବାସୀ ବିଡିଓଙ୍କୁ ଜଣାଇଥିଲେ। ବିଡିଓଙ୍କ ଏହି ଗସ୍ତ କାର୍ଯ୍ୟକ୍ରମରେ ସହକାରୀ ଯନ୍ତ୍ରୀ ସଲିଳ ସ୍ବାଇଁ, କନିଷ୍ଠ ଯନ୍ତ୍ରୀ ପ୍ରଦୀପ କୁମାର ପ୍ରଧାନ, ଓଡ଼ିଶା ଜୀବିକା ମିଶନ ବିଏଲ୍‌ସି ପରେଶ କୁମାର ଦିଗାଲ, ବିଏଫ୍‌ଟି ରଞ୍ଜନ କୁମାର ସେଠୀ, ବିଇଓ ତ୍ରିନାଥ ଠାକୁର ବିଶୋଇ, ସରପଞ୍ଚ ରବୀନ୍ଦ୍ର ଭକ୍ତା ପ୍ରମୁଖ ଉପସ୍ଥିତ ଥିଲେ। ପୂର୍ବରୁ ଏହି ପଞ୍ଚାୟତର ଦଡ଼ଗଣ୍ଡା ଗ୍ରାମକୁ ଜଙ୍ଗଲ ଚଢ଼ି ୬ କିଲୋମିଟର ବାଟ ଚାଲିକି ବିଡିଓ କହଁର ଯାଇ ଲୋକଙ୍କ ସମସ୍ୟା ସମ୍ପର୍କରେ ବୁଝିଥିଲେ। ବିଡିଓଙ୍କ ଏଭଳି କାର୍ଯ୍ୟକଳାପକୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିର ବଢୁଛି ବଳ: ଦଳରେ ସାମିଲ ହେଲେ ଅନେକ କଂଗ୍ରେସ-ଭାଜପା କର୍ମୀ

ଦାରିଙ୍ଗବାଡି, ୧୮।୪ (ଅରୁଣ ସାହୁ): ଜି. ଉଦୟଗିରି ନିର୍ବାଚନ ମଣ୍ଡଳୀରେ ବିଜେଡି ଦଳର ଦିନକୁ ଦିନ ବଳ ବୃଦ୍ଧି ହେବାରେ ଲାଗିଛି। ଗତ ସପ୍ତାହରେ ଦାରିଙ୍ଗବାଡିଠାରେ...

ନାହିଁ ମୌଳିକ ସୁବିଧା, ଭୋଟ ବର୍ଜନ କରିବେ ୬୦ ପରିବାର

ବାଲିଗୁଡା ,୧୮/୦୪:(ସଞ୍ଜୟ କୁମାର ପାଣିଗ୍ରାହୀ ): ନିର୍ବାଚନ ସମୟରେ ରାଜନୈତିକ ଦଳମାନେ ଲୋକଙ୍କ ନିକଟରେ କିଭଳି ମୌଳିକ ସୁବିଧା ହାତ ପାହନ୍ତାରେ ଉପଲବ୍ଧ ହେବ ସେଥି...

ଭବ୍ୟ ଶୋଭାଯାତ୍ରା, ଜୟ ଶ୍ରୀରାମ ଧ୍ୱନୀରେ ପ୍ରକମ୍ପିତ ହେଲା ଦାରିଙ୍ଗବାଡ଼ି

ଦାରିଙ୍ଗବାଡି, ୧୭।୪ (ଅରୁଣ ସାହୁ)- କନ୍ଧମାଳ ଜିଲା ଦାରିଙ୍ଗବାଡିରେ ବେଶ ଧୁମ୍‌ଧାମରେ ଶ୍ରୀରାମ ନବମୀ ପାଳନ କରାଯାଇଛି। ଏହି ଅବସରରେ ସାମୁହିକ ଭାବେ ହନୁମାନ ଚାଳିଶା...

ବାଲିଗୁଡା ବିଧାନସଭା ନିର୍ବାଚନ: କିଏ ମାରିବ ବାଜି, ତିନି ପ୍ରମୁଖ ଦଳର ପ୍ରାର୍ଥୀ ଘୋଷଣା ପରେ ରଣକୌଶଳ ଆରମ୍ଭ

ବାଲିଗୁଡା,୧୫।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ତିନି ପ୍ରମୁଖ ଦଳ ନିଜ ନିଜର ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରିଛନ୍ତି। କଂଗ୍ରେସ...

ସରିଲା ୧୩ ଦିନିଆ ଦଣ୍ଡଯାତ୍ରା

ବାଲିଗୁଡା,୧୩ା୪(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ତଥା ଏହାର ଆଖପାଖ ଅଞ୍ଚଳରେ ଚଳିତ ମାସ ୧ ତାରିଖଠାରୁ ଆରମ୍ଭ ହୋଇଥିବା ୧୩ ଦିନିଆ ମାସନ୍ତ...

ସୁରଦା, ପ୍ରତିଭା, କଳ୍ପନାଙ୍କୁ ନେଇ ତେଜୁଛି ରାଜନୀତି

ଫୁଲବାଣୀ, ୧୩ା୪(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ରାଜନୀତି ଦିନକୁ ଦିନ ଗରମ ହେବାରେ ଲାଗିଛି । ବାଲିଗୁଡା ନିର୍ବାଚନମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ସୁରଦା ପ୍ରଧାନ,...

ନିର୍ବାଚନ ପୂର୍ବରୁ ଝଟ୍‌କା: କଂଗ୍ରେସ, ଭାଜପା ଛାଡ଼ିଲେ ଶତାଧିକ କର୍ମୀ

ଦାରିଙ୍ଗବାଡି,୧୨।୪(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ମିଶ୍ର କଲ୍ୟାଣ ମଣ୍ଡପଠାରେ ବିଜେଡିର କର୍ମୀ ସମ୍ମିଳନୀ ଏବଂ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏଥିରେ...

ଥମିଲା ଚର୍ଚ୍ଚା: ଚକ୍ରମଣୀଙ୍କୁ ଦୋହରାଇଲା ବିଜେଡି

ଫୁଲବାଣୀ, ୧୨ା୪(ରାକେଶ କୁମାର ରାଉତ):କନ୍ଧମାଳ ଜିଲା ବାଲିଗୁଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡି କାହାକୁ ପ୍ରାର୍ଥୀ କରିବ ତାହାକୁ ନେଇ ଚର୍ଚ୍ଚା ଲାଗି ରହିଥିଲା। ଗୁରୁବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri