ନିଦରୁ ଉଠ, ସତ କୁହ

ନୂଆଦିଲ୍ଲୀ,୯ା୫: ଦେଶର ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହୋଇ ପ୍ରାଣ ହରାଉଥିବା କରୋନା ରୋଗୀଙ୍କ ସଂଖ୍ୟା ଲୁଚାଯାଉଛି। ବିଶେଷକରି ଭାଜପା ଶାସିତ ରାଜ୍ୟଗୁଡ଼ିକରେ କୋଭିଡ୍‌-୧୯ ଆକ୍ରାନ୍ତ ଆଖି ବୁଜିଲେ ସେମାନଙ୍କ ପ୍ରକୃତ ସଂଖ୍ୟା ସରକାର ସାମ୍ନାକୁ ଆଣିବାକୁ କୁଣ୍ଠାବୋଧ କରୁଥିବା ନଜରକୁ ଆସିଛି। ଏହି ପରିପ୍ରେକ୍ଷୀରେ ଇଣ୍ଡିଆନ୍‌ ମେଡିକାଲ ଆସୋସିଏଶନ୍‌ (ଆଇଏମ୍‌ଏ) କେନ୍ଦ୍ର ସରକାରଙ୍କୁ ପତ୍ର ଲେଖି ଉଦ୍‌ବେଗ ପ୍ରକାଶ କରିଛି। କୋଭିଡ୍‌ଜନିତ ମୃତ୍ୟୁସଂଖ୍ୟା କାହିଁକି ଲୁଚାଉଛ ବୋଲି ଏଥିରେ ପ୍ରଶ୍ନ କରାଯାଇଛି। ନିଦ୍ରିତ ଅବସ୍ଥାରୁ ଜାଗ୍ରତ ହୋଇ କୋଭିଡ୍‌-୧୯ ଜନିତ ସଙ୍କଟର ମୁକାବିଲା ଦିଗରେ ପଦକ୍ଷେପ ନେବାପାଇଁ ଆଇଏମ୍‌ଏ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟକୁ କହିଛି।
ମହାମାରୀ ମୁକାବିଲା ପାଇଁ ଆଇଏମ୍‌ଏ ସଦସ୍ୟ ଓ ଅନ୍ୟ ସହକର୍ମୀମାନେ ଦେଉଥିବା ଉପାଦେୟ ପ୍ରସ୍ତାବକୁ କେନ୍ଦ୍ର ସରକାର ଅଳିଆଗଦାରେ ଫିଙ୍ଗିଦେଉଥିବା ପତ୍ରରେ ଉଲ୍ଲେଖ କରାଯାଇଛି। ପ୍ରକୃତ ବାସ୍ତବତାକୁ ନ ବୁଝି ସରକାର ମହାମାରୀ ସମ୍ପର୍କରେ ନିଷ୍ପତ୍ତି ନେଉଥିବା ଏଥିରେ କୁହାଯାଇଛି।
ବିଭିନ୍ନ ରାଜ୍ୟ ଅଲଗା ଅଲଗା ଭାବେ ୧୦ରୁ ୧୫ ଦିନ ଲକ୍‌ଡାଉନ ଘୋଷଣା କରୁଛନ୍ତି। ଏହାକୁ ଆଇଏମ୍‌ଏ ବିରୋଧ କରିଛି। ଏହା ବଦଳରେ ସାରା ଦେଶରେ ଏକ ଯୋଜନାବଦ୍ଧ ଲକ୍‌ଡାଉନ ଲାଗୁ କରିବା ପାଇଁ ଗତ ୨୦ ଦିନ ହେଲା ଆଇଏମ୍‌ଏ ସରକାରଙ୍କ ଉପରେ ଚାପ ପକାଇଆସୁଛି। ଏହାଦ୍ୱାରା ଅଧିକ ସଂକ୍ରମିତଙ୍କ ଚିକିତ୍ସା ପାଇଁ ହସ୍ପିଟାଲଗୁଡ଼ିକ ନିଜକୁ ପ୍ରସ୍ତୁତ କରାଇବା ସହ ଆବଶ୍ୟକତା ପୂରଣ ଲାଗି ସମୟ ପାଇପାରିବେ। ଲକ୍‌ଡାଉନ ଦ୍ୱାରା ସଂକ୍ରମଣକୁ ରୋକାଯାଇପାରିବ। ସାର୍ବଜନୀନ ଟିକାକରଣ କାର୍ଯ୍ୟକାରୀ କରିବାରେ ବିଳମ୍ବକୁ
ନେଇ ଆସୋସିଏଶନ ପ୍ରଶ୍ନ କରିଛି। ସମସ୍ତଙ୍କୁ ଟିକା ଦେବା ପାଇଁ ପର୍ଯ୍ୟାପ୍ତ ଟିକା ଉପଲବ୍ଧ ନ ହେବା ଓ ଦାମ୍‌ରେ ପାର୍ଥକ୍ୟକୁ ନେଇ ମଧ୍ୟ ଆଇଏମ୍‌ଏ ପ୍ରଶ୍ନ ଉଠାଇଛି। ବିଭିନ୍ନ ରାଜ୍ୟରେ ମେଡିକାଲ ଅକ୍ସିଜେନ୍‌ ଅଭାବ ଦେଖାଦେଇଛି। ଡାକ୍ତରମାନେ ସଂକ୍ରମଣର ଶିକାର ହେଉଛନ୍ତି। ଏହାବ୍ୟତୀତ ଗବେଷଣା ବଢ଼ାଇବା ଉପରେ ମଧ୍ୟ ଆଇଏମ୍‌ଏ ଜୋର୍‌ ଦେଇଛି। ସ୍ବାସ୍ଥ୍ୟସେବା ବଜେଟ ପରିମାଣ ବଢ଼ାଇ ଜିଡିପିର ୮ ପ୍ରତିଶତ କରିବା ପାଇଁ ଆସୋସିଏଶନ ପ୍ରସ୍ତାବ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଖବର ପ୍ରକାଶ ପରେ ମୁଖ୍ୟ ରାସ୍ତାରୁ ହଟିଲା ହମ୍ପ୍‌ସ, ସ୍ବାଗତ କରି ବୁଦ୍ଧିଜୀବୀ କହିଲେ…

ଦିଗପହଣ୍ଡି,୧୫ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି- ଚିକିଟି-ନୂଆପଡ଼ା ମୁଖ୍ୟରାସ୍ତା ମେଡିକାଲ ଛକ ସାହାଣୀ ସାହି ନିକଟରେ ଅବୈଜ୍ଞାନିକ ଭାବେ ତିଆରି କରାଯାଇଥିବା ବେଆଇନ ହମ୍ପ୍‌ସରେ ଗତ…

ବଲାଙ୍ଗୀରରେ ପତାକା ଉତ୍ତୋଳନ କଲେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, କହିଲେ ଏ ମାଟିର ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ…

ବଲାଙ୍ଗୀର,୧୫ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ମନୋହରପୁର ରିଜର୍ଭ ପୋଲିସ ପଡ଼ିଆରେ ଶନିବାର ୮୦ ତମ ଜିଲା ସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଉଚ୍ଚଶିକ୍ଷା, କ୍ରୀଡ଼ା ଓ…

ରାଜ୍ୟସ୍ତରୀୟ ପଦକ ପ୍ରଦାନ ଉତ୍ସବ: ମନୋନୀତ ୧୭ ଜଣ ପୋଲିସ ଅଧିକାରୀ,କର୍ମଚାରୀଙ୍କୁ …

ଭୁବନେଶ୍ୱର,୧୫।୮ ଲୋକସେବା ଭବନରେ ରାଜ୍ୟସ୍ତରୀୟ ପଦକ ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଛି। ଏହି ଅବସରରେ ମନୋନୀତ ୧୭ ଜଣ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀ ପଦକ…

ତେଲ ବଜାରରେ ବଡ଼ ହଲଚଲ, ଅଗଷ୍ଟ ୧୫ରେ କମିଲା ପେଟ୍ରୋଲ ଦର? ଜାରି ହେଲା ନୂଆ ଦର…

ନୂଆଦିଲ୍ଲୀ,୧୫।୮: ପେଟ୍ରୋଲ-ଡିଜେଲ ଦରକୁ ନେଇ ଶନିବାର ଏକ ନୂଆ ଅପଡେଟ୍ ଆସିଛି। କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ସମେତ ପେଟ୍ରୋଲିୟମ୍ ରପ୍ତାନି ଉପରେ ଲାଗୁଥିବା ‘ୱିଣ୍ଡଫଲ୍…

ପ୍ରଧାନମନ୍ତ୍ରୀଙ୍କ ସହିତ ଲାଲକିଲ୍ଲାରେ ତ୍ରିରଙ୍ଗା ଉତ୍ତୋଳନ କରିଥିବା କ୍ୟାପଟେନ ସୋନିଆ ସିଂହ ଚୌହାନ କିଏ? ଜାଣନ୍ତୁ ତାଙ୍କ ବିଷୟରେ

ନୂଆଦିଲ୍ଲୀ,୧୫।୮: ସ୍ବାଧୀନତା ଦିବସରେ, ପ୍ରଧାନମନ୍ତ୍ରୀ ଲାଲକିଲ୍ଲାର ପ୍ରାଚୀରରୁ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି, ଏହି ଐତିହାସିକ ମୁହୂର୍ତ୍ତ ଉପରେ ସମଗ୍ର ଦେଶର ନଜର ରହିଥିଲା। 21 ତୋପ…

ସୁନ୍ଦରଗଡ଼ରେ ଜାତୀୟ ପତାକା ଉତ୍ତୋଳନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

ସୁନ୍ଦରଗଡ଼,୧୫ା୮(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ସଦରମହକୁମାରେ ୮୦ତମ ସ୍ବାଧୀନତା ଦିବସ ସମାରୋହ ପାଳିତ ହୋଇଯାଇଛି। ସୁନ୍ଦରଗଡ଼ ସରକାରୀ ମହାବିଦ୍ୟାଳୟ ସମ୍ମୁଖ ଯାତ୍ରାପଡ଼ିଆଠାରେ ଆୟୋଜିତ ଜିଲାସ୍ତରୀୟ ସମାରୋହରେ ଉପମୁଖ୍ୟମନ୍ତ୍ରୀ…

ଲାଲ୍‌କିଲ୍ଲାରେ ସ୍ୱାଧୀନତା ଦିବସ ସମାରୋହକୁ ଆସିଲେନି ରାହୁଲ ଗାନ୍ଧୀ, ଦିଲ୍ଲୀରେ ପଡିଲା ଚହଳ!

ନୂଆଦିଲ୍ଲୀ,୧୫।୮: କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଏବଂ ରାହୁଲ ଗାନ୍ଧୀ, କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ, ଲାଲକିଲ୍ଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଅନୁଷ୍ଠିତ ୮୦ତମ ସ୍ୱାଧୀନତା…

ଲାଇଭ୍‌ ମ୍ୟାଚ୍‌ରେ ଗର୍ଲଫ୍ରେଣ୍ଡଙ୍କ ସହ ଚାଟିଂ କରୁଥିଲେ କ୍ରିକେଟର୍‌: BCCI ନେଲା ବଡ଼ ଆକ୍ସନ

ଚେନ୍ନାଇ,୧୫।୮: ୨୦୨୬ ତାମିଲନାଡୁ ପ୍ରିମିୟର ଲିଗ (TNPL) ସମୟରେ ଜଣେ କ୍ରିକେଟର ଏକ ବଡ଼ ଭୁଲ କରିଥିଲେ। ପୂର୍ବରୁ ରଣଜୀ ଟ୍ରଫିରେ ତାମିଲନାଡୁର ପ୍ରତିନିଧିତ୍ୱ କରିଥିବା ଖେଳାଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri