ଅପେକ୍ଷାରତ

ଉତ୍ତରପ୍ରଦେଶର ଜାଲାଉନ୍‌ ଜିଲାରେ ୧୬ ଜୁଲାଇରେ ବୁନ୍ଦେଲଖଣ୍ଡ ଏକ୍ସପ୍ରେସଓ୍ବେ ଉଦ୍‌ଘାଟନ କରିବା ପରେ ଏକ ଜନସଭାରେ ଉଦ୍‌ବୋଧନ ଦେବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୋଟ ପାଇଁ ଯେଉଁ ମାଗଣା ସୁବିଧା ବଣ୍ଟନ ସଂସ୍କୃତି (ଫ୍ରିବି କଲଚର) ସୃଷ୍ଟି କରାଯାଉଛି, ତାହା ଦେଶର ବିକାଶ ସକାଶେ ବିପଜ୍ଜନକ ବୋଲି କହିଛନ୍ତି। ମୋଦିଙ୍କ କହିବାର କଥା ହେଉଛି ଯେ, ମାଗଣା ମିଠା ଖୁଆଉଥିବା ଅଣଭାଜପା ଦଳର ରାଜ୍ୟ ସରକାରଗୁଡ଼ିକ ସଂକୀର୍ଣ୍ଣ ମନୋଭାବ ନେଇ କେବଳ ଭୋଟ ପଛରେ ଧାଉଁଥିବାରୁ ବଡ଼ ପ୍ରକଳ୍ପ ଯଥା ଏକ୍ସପ୍ରେସ୍‌ଓ୍ବେ, ବିମାନବନ୍ଦର କିମ୍ବା ପ୍ରତିରକ୍ଷା କରିଡର ଭଳି କାର୍ଯ୍ୟ କରିବା ଲାଗି ଅସମର୍ଥ। ତେବେ ପ୍ରଶ୍ନ ଉଠିପାରେ ଯେ, ଏହିସବୁ ଏକ୍ସପ୍ରେସ୍‌ଓ୍ବେ ଏବଂ ବିମାନବନ୍ଦରଗୁଡ଼ିକ କେତେ ଶୀଘ୍ର ଘରୋଇକରଣ କରାଯାଇ ନିଜର ସମର୍ଥକ ବ୍ୟବସାୟୀଙ୍କ ହାତରେ, କରଦାତାଙ୍କ ଅର୍ଥରେ ନିର୍ମିତ ବିରାଟକାୟ ପ୍ରକଳ୍ପଗୁଡ଼ିକୁ, ଧରାଇ ଦିଆଯିବ। ବାସ୍ତବରେ ଦେଖିବାକୁ ଗଲେ ସବୁ ପ୍ରାନ୍ତରେ ଶାସନ କରୁଥିବା ବିଭିନ୍ନ ଜାତୀୟ ଓ ଆଞ୍ଚଳିକ ଦଳ, ଭାଜପା ସମେତ ସମସ୍ତେ ପ୍ରଧାନମନ୍ତ୍ରୀଙ୍କ ବିଛାଯାଇଥିବା ଜାଲରେ ପଡ଼ିବେ। କାରଣ କେବଳ ଦିଲ୍ଲୀର ଏଏପି ସରକାର ନୁହେଁ, ସବୁ ରାଜ୍ୟର ଏହିଭଳି ଭୋଟରଙ୍କୁ ଆକର୍ଷିତ କରିବା ପାଇଁ କରଦାତାଙ୍କ ଅର୍ଥକୁ ଧ୍ୱଂସ କରାଯାଉଛି। ଏଠାରେ ଉଲ୍ଲେଖଯୋଗ୍ୟ, କେବଳ ଆୟକର ଦେଉଥିବା ବ୍ୟକ୍ତି କରଦାତା ନୁହନ୍ତି, ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ଭଳି ଯମ ମହାରାଜାଙ୍କ ଟିକସରେ ଅଟା ରୁଟି, ଚୁଡ଼ା, ମୁଢ଼ି ଭଳି ଗରିବ ଲୋକର ଅତ୍ୟାବଶ୍ୟକ ଖାଦ୍ୟ ମାଧ୍ୟମରେ ମଧ୍ୟ କର ନିଆଯାଉଛି।
ମାଗଣା ସୁବିଧା ବଣ୍ଟନ ସଂସ୍କୃତି ସଂକ୍ରାନ୍ତରେ ମୋଦିଙ୍କ ମନ୍ତବ୍ୟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ଉପଲକ୍ଷ୍ୟ କରି କୁହାଯାଇଥିବା ଆଲୋଚନା ହେଉଛି। ତେବେ କେଜ୍‌ରିଓ୍ବାଲ ଏହାର ଜବାବରେ କହିଛନ୍ତି, ମୋଦି ନିର୍ଦ୍ଦିଷ୍ଟ କର୍ପୋରେଟ୍‌ ସଂସ୍ଥାକୁ ଋଣ ଛାଡ଼ କରିବା ଓ ସେମାନଙ୍କ ପାଇଁ ବିଦେଶରୁ କଣ୍ଟ୍ରାକ୍ଟ ମାଗିବା ହେଉଛି ‘ଫ୍ରିବି କଲ୍‌ଚର’। ଜନସାଧାରଣଙ୍କୁ ମାଗଣାରେ ପାଣି, ବିଜୁଳି, ସ୍ବାସ୍ଥ୍ୟସେବା କିମ୍ବା ସରକାରୀ ସ୍କୁଲଗୁଡ଼ିକୁ ଦେଉଥିବା ସୁବିଧା ଦେଶର ମଙ୍ଗଳରେ ଆସୁଛି ବୋଲି କେଜ୍‌ରିଓ୍ବାଲ କହିଛନ୍ତି। ବାସ୍ତବରେ ଦେଖିଲେ ଏକ ଜନମଙ୍ଗଳ ରାଷ୍ଟ୍ରରେ ଶିକ୍ଷା, ସ୍ବାସ୍ଥ୍ୟ ଓ ପାନୀୟ ଜଳ ଭଳି ମୌଳିକ ସୁବିଧା ଲୋକଙ୍କୁ ଯୋଗାଇ ଦେବା ଏକ ଗଣତାନ୍ତ୍ରିକ ଉପାୟରେ ନିର୍ବାଚିତ ସରକାରଙ୍କ ଦାୟିତ୍ୱ। କେଜ୍‌ରିଓ୍ବାଲ ହୁଅନ୍ତୁ ବା ଅନ୍ୟ ଯେକୌଣସି ସରକାର ତାହା କରୁଥିଲେ ତାହାକୁ ଖୁଣି ହେବ ନାହିଁ। କିନ୍ତୁ ଜନକଲ୍ୟାଣ ନାମରେ ମାଗଣା ସୁବିଧା ଦେବାକୁ ଯାଇ ଭୋଟରଙ୍କୁ ଆକୃଷ୍ଟ କରିବା ସକାଶେ ଯଚାଯାଉଥିବା ସାମଗ୍ରୀ ଓ ସେବା ସୀମା ଲଂଘନ କଲେ, ତାହା ଅର୍ଥନୀତି ଉପରେ ଖରାପ ପ୍ରଭାବ ପକାଇବା ସ୍ବାଭାବିକ। ପ୍ରଧାନମନ୍ତ୍ରୀ ନିଜେ ଯେଉଁ ମାଗଣା ସଂସ୍କୃତି ବିଷୟରେ ପ୍ରଶ୍ନ ଉଠାଇଛନ୍ତି, ତାଙ୍କ ସରକାର ସେଥିରୁ ବାଦ୍‌ ପଡ଼ିଛି କି ନାହିଁ ସ୍ପଷ୍ଟ କରିବା ଦରକାର ଥିଲା। ଏହାବ୍ୟତୀତ ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟକୁ ବିଶ୍ଳେଷଣ କଲେ ଆହୁରି ଅନେକ ଛବି ପଦାକୁ ଆସୁଛି। ଉଦାହରଣ ସ୍ବରୂପ, ୨୦୧୪ ପରେ ହୋଇଥିବା ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର କେତେ ମାସ ପୂର୍ବରୁ ବିମୁଦ୍ରୀକରଣ ଘୋଷଣା କରି ପ୍ରଧାନମନ୍ତ୍ରୀ ବିରୋଧୀଙ୍କୁ ଶୂନ୍ୟ ହସ୍ତ କରାଇ ଦେଇପାରିଥିଲେ। କିନ୍ତୁ ସେଭଳି ବିରାଟକାୟ ଅର୍ଥନୈତିକ ନିଷ୍ପତ୍ତି କେବଳ ରାଜନୈତିକ ଲକ୍ଷ୍ୟ ସାଧନ ପାଇଁ ହୋଇଥିଲା ବୋଲି ଆଜି ଦେଶର ଅର୍ଥନୀତିକୁ ଦେଖିଲେ ସ୍ପଷ୍ଟ ବୁଝାପଡ଼ୁଛି। ଅନୁରୂପ ଭାବେ ପ୍ରତ୍ୟେକ ରାଜ୍ୟ ନିର୍ବାଚନ ପୂର୍ବରୁ, ଭାଜପା ତରଫରୁ ଅନେକ ମାଗଣା ସୁବିଧା ବଣ୍ଟାଯିବାର ଉଦାହରଣ ଦେଖିବାକୁ ମିଳିଛି। ୨୦୨୨ ଉତ୍ତରପ୍ରଦେଶ ନିର୍ବାଚନ ପୂର୍ବରୁ ମୋଦିଙ୍କ ନେତୃତ୍ୱାଧୀନ ଭାଜପା ଅନେକ ମାଗଣା ଭେଟିର ପ୍ରତିଶ୍ରୁତି ଦେଇ କ୍ଷମତାକୁ ଫେରିଆସିଥିଲା। ସେଗୁଡ଼ିକ ମଧ୍ୟରେ ଛାତ୍ରୀଛାତ୍ରଙ୍କ ପାଇଁ ଲାପ୍‌ଟପ, ସାଇକେଲ, ୟୁନିଫର୍ମ ଓ ଆଖୁଚାଷୀଙ୍କ ପାଇଁ ଅସ୍ଥାୟୀ ଭାବେ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ବୃଦ୍ଧି ଅନ୍ତର୍ଭୁକ୍ତ। କିନ୍ତୁ ଆମେ ସମସ୍ତେ ଆଜି ମଧ୍ୟ ୨୦୧୪ ସାଧାରଣ ନିର୍ବାଚନ ପୂର୍ବର ୧୫ ଲକ୍ଷ ଟଙ୍କା ପାଇଁ ଅପେକ୍ଷାରତ। ଏଥିରୁ ବୁଝାପଡ଼େ କେହି ଜଣେ ମଧ୍ୟ କରଦାତାଙ୍କ ଅର୍ଥକୁ ସମ୍ମାନ ଦେଉନାହାନ୍ତି। ସମସ୍ତେ ନିଜେ କ’ଣ ପାଇପାରିବେ ତାହାକୁ ଅନିଶା କରି ଦେଶକୁ ବଡ଼ ବାଣୀ ଶୁଣାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri