ଜାତୀୟ ସହରାଞ୍ଚଳ ସ୍ବାସ୍ଥ୍ୟ ମିଶନ ସ୍ଥାଣୁ

କେନ୍ଦ୍ରାପଡ଼ା ଅଫିସ, ୧୮ା୭: ୨୦୧୪ ଫେବୃୟାରୀ ୨୩ରୁ ରାଜ୍ୟରେ ଜାତୀୟ ସହରାଞ୍ଚଳ ସ୍ବାସ୍ଥ୍ୟ ମିଶନ ଆରମ୍ଭ ହେଲାଣି। ତେବେ କେନ୍ଦ୍ରାପଡ଼ା ସହରରେ ଏହି ମିଶନ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ ହୋଇ ପାରିନାହିଁ। ୨୪ ମହିଳା ଆରୋଗ୍ୟ ସମିତି ଗଠନ ହେବାକୁ ଥିବା ବେଳେ ମାତ୍ର ୧୮ଟି ପଞ୍ଜିକୃତ ହୋଇଛି। ୫୨ ହଜାରରୁ ଊର୍ଦ୍ଧ୍ୱ ଲୋକସଂଖ୍ୟାରେ ଗଠିତ ୨୧ ୱାର୍ଡରେ ଏଯାଏ ୱାର୍ଡ କଲ୍ୟାଣ ସମିତି ଗଠନ ହୋଇନାହିଁ। ସହରରେ ୮ ଆଶା ପଦବୀ ଖାଲି ପଡିଛି। ଏପରି କି ସହରରେ ଅପପୃଷ୍ଟିଜନିତ ଜନସଂଖ୍ୟା କେତେ ସେନେଇ ସର୍ଭେ ଅଦ୍ୟାବଧି ସରିନାହିଁ। ସେହିପରି ରାଜ୍ୟର ସର୍ବପୁରାତନ ଏହି ମ୍ୟୁନିସିପାଲିଟିରେ ଜଳ ନିଷ୍କାସନ ଏକ ସମସ୍ୟା ହୋଇଥିବାରୁ ସହରବାସୀ ଡେଙ୍ଗୁ ଓ ମ୍ୟାଲେରିଆ ଭୟରେ କାଳାତିପାତ କରୁଛନ୍ତି ବୋଲି ଅଭିଯୋଗ ହୋଇଛି।
ଏ ସଂକ୍ରାନ୍ତରେ ଆଇନଜୀବୀ ସରୋଜରାଜ ସିଂହ କହିଛନ୍ତି, ୨୦୧୪ ଜାନୁୟାରୀ ୨୦ରେ କେନ୍ଦ୍ର ସରକାର ଏହି ମିଶନ ଆରମ୍ଭ କରିଛନ୍ତି। ମିଶନର ଲକ୍ଷ୍ୟ ଅନୁଯାୟୀ ୫୦ ହଜାରରୁ ଊର୍ଦ୍ଧ୍ୱ ସହରବାସୀଙ୍କ ପାଇଁ ଏକ ଅପ୍‌ଗ୍ରେଡେଡ ପିଏଚ୍‌ସି ହେବ। ଜଣେ ମେଡିକାଲ ଅଫିସର ସହ ୨ ଡାକ୍ତର ରହିବେ। ସହରରେ ଥିବା ବସ୍ତି ଅଞ୍ଚଳର ୫୦ରୁ ୧୦୦ ଘରକୁ ନେଇ ଏକ ମହିଳା ଆରୋଗ୍ୟ ସମିତି ଗଠନ କରାଯିବ। ସେହିପରି ପ୍ରତ୍ୟେକ ୱାର୍ଡରେ ଏକ କଲ୍ୟାଣ ସମିତି ଗଠନ କରାଯାଇ ସୁସ୍ଥ ବସ୍ତି, ସୁସ୍ଥ ୱାର୍ଡ, ସୁସ୍ଥ ସହର ଓ ସୁସ୍ଥ ରାଜ୍ୟ ଯୋଜନାକୁ ରୂପରେଖ ଦେବ। ଏହି ସମିତିର ସଭ୍ୟାସଭ୍ୟ ସହରର ପରିମଳ, ସ୍ବାସ୍ଥ୍ୟ ସେବା ଓ ଅପପୃଷ୍ଟି ସମସ୍ୟାକୁ ଉପସ୍ଥାପନା ସହ ସମାଧାନ ପାଇଁ ପ୍ରଯତ୍ନ କରିବେ। ଫଳରେ ଝାଡାବାନ୍ତି, ମ୍ୟାଲେରିଆ, ଜଣ୍ଡିସ, ଡେଙ୍ଗୁ ଆଦି ରୋଗ ବସ୍ତି ଅଞ୍ଚଳରେ ସତର୍କତା ଅବଲମ୍ବନ କରିହେବ। ଏଥିପାଇଁ ଆରୋଗ୍ୟ ସମିତିକୁ ୫ ହଜାର ଓ ୱାର୍ଡ କଲ୍ୟାଣ ସମିତିକୁ ୧୦ ହଜାର ଟଙ୍କା ଦେବା ପାଇଁ ବ୍ୟବସ୍ଥା ହୋଇଛି। ଏହି ମିଶନ ଅନୁଯାୟୀ ସହରାଞ୍ଚଳ ପାଇଁ ୪ ଏଏନ୍‌ଏମ୍‌ ପୋଷ୍ଟ ଅଦ୍ୟାବଧି ଖାଲି ପଡିଛି। ସହରର ପରିମଳ ବ୍ୟବସ୍ଥା ଠିକ୍‌ ନାହିଁ। ସାମାନ୍ୟ ବର୍ଷାରେ ବିଭିନ୍ନ ୱାର୍ଡର ନାଳ ଉଚ୍ଛୁଳିବା ସହିତ ଏକାଧିକ ସ୍ଥାନରେ ପାଣି ଜମି ରହୁଛି। ଖଡିଅଙ୍ଗର ମନୋଜ କୁମାର ସିଂହ କହିଛନ୍ତି, ରାସ୍ତା ନିକଟରେ ଥିବା ନଳକୂପ ଓ ପାଣି ଟ୍ୟାପ୍‌ ନିକଟରେ ପାଣି ଜମି ରହି ମଶା ମାଛିଙ୍କ ଏନ୍ତୁଡ଼ିଶାଳ ସାଜିଛି। ପ୍ରତିବର୍ଷ ବର୍ଷାଋତୁରେ ପରିମଳ ବ୍ୟବସ୍ଥା ବିଗୁଡୁ ଥିବାରୁ ଝାଡ଼ାବାନ୍ତି, ଡ଼େଙ୍ଗୁ, ମ୍ୟାଲେରିଆ ପରି ଜଳ ବାହିତ ରୋଗ ବ୍ୟାପିବା ସହିତ ରୋଗୀ ମୃତ୍ୟୁମୁଖରେ ପଡୁଛନ୍ତି। ଅପପୃଷ୍ଟି ଘଟଣା ନଜରକୁ ଆସୁଛି। ସହରରରେ ଜବରଦଖଲ ଏକ ମୁଖ୍ୟ ସମସ୍ୟା ହୋଇଛି। ଜଳପଥ ହେଉ ଅଥବା ସରକାରୀ ରାସ୍ତା ଏବେ ଜବରଦଖଲକାରୀଙ୍କ କବ୍‌ଜାକୁ ଚାଲିଯାଇଛି। ସାମାଜିକ କର୍ମୀ ଅମରବର ବିଶ୍ୱାଳ କହିଛନ୍ତି, କାଗଜପତ୍ରରେ ସବୁକିଛି ଠିକ୍‌ ଥିବା ଦର୍ଶାଯାଉଛି। ତେବେ ରାଜ୍ୟର ସର୍ବପୁରାତନ ଏହି ସହର ପ୍ରତି ରାଜନେତା, ପ୍ରଶାସକଙ୍କ ଧ୍ୟାନ ରହୁନାହିଁ। ଏପରି କି ନୂତନ ଅପ୍‌ଗ୍ରେଡେଡ ପିଏଚ୍‌ସି ପାଇଁ ପୌରପାଳିକା ପକ୍ଷରୁ ଚିଠିଟିଏ ହୋଇ ନାହିଁ।
ଏ ସମ୍ପର୍କରେ ପୌରପାଳିକା ନିର୍ବାହୀ ଅଧିକାରୀ ଦେବପ୍ରସାଦ ବଳ କହିଛନ୍ତି, ସହରର ପରିମଳ ବ୍ୟବସ୍ଥା ସୁଧାରିବା ପାଇଁ ବ୍ୟବସ୍ଥା ହୋଇଛି। ଏଥିସହ ପାଣି ଜମି ରହୁଥିବା ସ୍ଥାନ ଚିହ୍ନଟ କରାଯାଇ ନିଷ୍କାସନ ବ୍ୟବସ୍ଥାକୁ ତ୍ୱରାନ୍ବିତ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?