Posted inଜାତୀୟ

୧୦୧ ଘଣ୍ଟାରେ ୫,୭୦୦ କିମି ଉଡ଼ିଲା ଆମୁର୍‌ ଫାଲକନ

ନୂଆଦିଲ୍ଲୀ, ୨୩ା୧୧

ମଣିପୁରରୁ ସୋମାଲିଆ ପର୍ଯ୍ୟନ୍ତ ୫,୭୦୦ କିଲୋମିଟର ଦୀର୍ଘ ପଥ ମାତ୍ର ୧୦୧ ଘଣ୍ଟା ଅର୍ଥାତ୍‌ ପ୍ରାୟ ଚାରି ଦିନ ପାଞ୍ଚ ଘଣ୍ଟାରେ ବିନା ବିଶ୍ରାମରେ ଅତିକ୍ରମ କରିଛି ‘ଆଲାଙ୍ଗ’ ନାମକ ଆମୁର୍‌ ଫାଲକନ ପକ୍ଷୀ ( ଯୁବା ମାଈ ପକ୍ଷୀ)। ବିଶ୍ୱର ସବୁଠାରୁ ଦୀର୍ଘଦୂରଗାମୀ ପ୍ରବାସୀ ପକ୍ଷୀମାନଙ୍କ ମଧ୍ୟରୁ ଅନ୍ୟତମ ଏହି ପକ୍ଷୀର ଅସାଧାରଣ ସହନଶୀଳତା ନୂଆ ସାଟେଲାଇଟ୍‌-ଟ୍ରାକିଂ ତଥ୍ୟରୁ ସାମ୍ନାକୁ ଆସିଛି। ପକ୍ଷୀଗୁଡ଼ିକ ଉପରେ ନଜର ରଖିଥିବା ଅଧିକାରୀମାନଙ୍କ ଦ୍ୱାରା ପ୍ରଦତ୍ତ ସଦ୍ୟ ସାଟେଲାଇଟ୍‌ ତଥ୍ୟ ଅନୁଯାୟୀ, ଆଲାଙ୍ଗ କୌଣସି ସ୍ଥାନରେ ନ ରହି କିମ୍ବା ଖାଦ୍ୟ ନ ଖାଇ ସିଧାସଳଖ ଆଫ୍ରିକା ଉପକୂଳରେ ପହଞ୍ଚତ୍ଛି। ଅନ୍ୟପକ୍ଷରେ ତା’ର ସାଥୀ ତଥା ଏକ ବୟସ୍କ ଅଣ୍ଡିରା ପକ୍ଷୀ ‘ଅପାପାଙ୍ଗ’ ୯୫ ଘଣ୍ଟାରେ ୪,୧୦୦ କିଲୋମିଟର ଅତିକ୍ରମ କରି ଆରବ ସାଗର ଉପରେ ଉଡ଼ୁଛି। ସମୁଦ୍ର ପାର ହେବା ଭଳି କଷ୍ଟକର ଯାତ୍ରା ପୂର୍ବରୁ ଉଭୟ ପକ୍ଷୀ ମଣିପୁରର ତାମେଙ୍ଗଲଙ୍ଗ ଜିଲାର ଏକ ବିଶ୍ରାମସ୍ଥଳରେ ପ୍ରାୟ ୨୫ ଦିନ ରହି ଖାଦ୍ୟ ସଂଗ୍ରହ ଓ ବିଶ୍ରାମ କରିବା ପରେ ଏହି ଯାତ୍ରା ଆରମ୍ଭ କରିଥିଲେ।
ଆମୁର୍‌ ଫାଲକନ ହେଉଛି ମାତ୍ର ୧୫୦ ଗ୍ରାମ ଓଜନର ଏକ ଛୋଟ ଶିକାରୀ ପକ୍ଷୀ। ପ୍ରତିବର୍ଷ ଏହି ପକ୍ଷୀମାନେ ପୂର୍ବ ରୁଷିଆ, ଉତ୍ତର-ପୂର୍ବ ଚାଇନା ଏବଂ ମଙ୍ଗୋଲିଆର ପ୍ରଜନନ ସ୍ଥଳରୁ ଦକ୍ଷିଣ ଓ ପୂର୍ବ ଆଫ୍ରିକାର ଶୀତକାଳୀନ ଆଶ୍ରୟସ୍ଥଳକୁ ଯାତ୍ରା କରନ୍ତି। ଏହି ପ୍ରବାସ ସମୟରେ ସେମାନେ ଉତ୍ତର-ପୂର୍ବ ଭାରତ ଦେଇ ଯାଆନ୍ତି ଏବଂ ଦୀର୍ଘ ଯାତ୍ରା ପାଇଁ ଶକ୍ତି ସଞ୍ଚୟ ଓ ପୋକଜୋକ ଖାଇବା ନିମନ୍ତେ ମଣିପୁର ଓ ନାଗାଲାଣ୍ଡରେ ବଡ଼ ବଡ଼ ଦଳରେ ଏକତ୍ର ହୁଅନ୍ତି। ଆରବ ସାଗର ପାର ହେବା ସେମାନଙ୍କ ଯାତ୍ରାର ସବୁଠାରୁ ଚ୍ୟାଲେଞ୍ଜିଂ ପର୍ଯ୍ୟାୟ, ଯେଉଁଠାରେ ବିଶ୍ରାମ କିମ୍ବା ଖାଦ୍ୟ ପାଇଁ ସ୍ଥଳଭାଗ ନ ଥାଇ ପକ୍ଷୀଗୁଡ଼ିକ ବହୁ ହଜାର କିଲୋମିଟର ଉଡ଼ନ୍ତି। ଆଲାଙ୍ଗର ଏହି ଯାତ୍ରା ସେହି କଠିନ ପରିଶ୍ରମ ଓ ଧୈର୍ଯ୍ୟର ଏକ ଉଦାହରଣ ହୋଇଥିବା ବେଳେ ସାଥୀ ଅପାପାଙ୍ଗ ମଧ୍ୟ ବହୁ ହଜାର କିଲୋମିଟର ଅତିକ୍ରମ କରି ଆଗକୁ ବଢ଼ୁଛି।
‘ମଣିପୁର ଆମୁର୍‌ ଫାଲକନ ଟ୍ରାକିଂ ପ୍ରୋଜେକ୍ଟ’ ଅଧୀନରେ ୨୦୨୫ ନଭେମ୍ବରରେ ଭାରତୀୟ ବନ୍ୟପ୍ରାଣୀ ପ୍ରତିଷ୍ଠାନ (ଡବ୍ଲୁଆଇଆଇ)ର ବୈଜ୍ଞାନିକମାନେ ଏହି ଦୁଇ ଫାଲକନ ପକ୍ଷୀଙ୍କ ଶରୀରରେ ହାଲୁକା ସାଟେଲାଇଟ ଟ୍ରାନ୍ସମିଟର ଲଗାଇଥିଲେ। ଏହି ଯନ୍ତ୍ର ମାଧ୍ୟମରେ ଗବେଷକମାନେ ସେମାନଙ୍କ ଗତିବିଧି ଅନୁସରଣ କରିବା, ପ୍ରବାସ ମାର୍ଗ ଚିହ୍ନଟ କରିବା ଏବଂ ବିଶ୍ରାମସ୍ଥଳୀ ମଧ୍ୟରେ କେତେ ସମୟ ଉଡ଼ୁଛନ୍ତି ତାହା ରେକର୍ଡ କରିପାରୁଛନ୍ତି। ସେମାନଙ୍କ ଅଗ୍ରଗତି ସମ୍ପର୍କିତ ସଦ୍ୟ ସୂଚନା ତାମିଲନାଡୁ ଇଡିଆଇ (ଇଡିଆଇଆଇ)ର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁପ୍ରିୟା ସାହୁ ପ୍ରଦାନ କରିଛନ୍ତି। ଏହି ପକ୍ଷୀମାନଙ୍କ ଯାତ୍ରା ଉତ୍ତର-ପୂର୍ବ ଭାରତରେ ସଂରକ୍ଷଣ ପ୍ରୟାସର ଗୁରୁତ୍ୱକୁ ମଧ୍ୟ ମନେ ପକାଇ ଦିଏ। ତାମେଙ୍ଗଲଙ୍ଗର ସ୍ଥାନୀୟ ସମ୍ପ୍ରଦାୟ ପକ୍ଷୀମାନଙ୍କ ପାରମ୍ପରିକ ରହଣିସ୍ଥଳକୁ ସୁରକ୍ଷା ଦେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି, ଯାହାଫଳରେ ବହୁ ହଜାର ପ୍ରବାସୀ ଫାଲକନ ପରବର୍ତ୍ତୀ ଯାତ୍ରା ପୂର୍ବରୁ ସୁରକ୍ଷିତ ଭାବେ ଏକତ୍ର ହୋଇପାରୁଛନ୍ତି। ଆଲାଙ୍ଗ ୧୦୦ ଘଣ୍ଟାରୁ ଅଧିକ ସମୟ ଆକାଶରେ ରହି ଆଫ୍ରିକାରେ ପହଞ୍ଚିଥିବା ବେଳେ ଅପାପାଙ୍ଗର ଯାତ୍ରା ଜାରି ରହିଛି, ଯାହା ଏତେ ଛୋଟ ପକ୍ଷୀ କେତେ ବିଶାଳ ଦୂରତା ଅତିକ୍ରମ କରିପାରନ୍ତି ତାହା ବୁଝିବାରେ ଗବେଷକମାନଙ୍କୁ ଆଉ ଏକ ସୁଯୋଗ ଦେବ।

Dharitri – Odisha’s No.1, Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଳବାୟୁ ପରିବର୍ତ୍ତନର ମୁକାବିଲା ସକାଶେ ସରକାର ଏବଂ ବିଭିନ୍ନ ସଙ୍ଗଠନ ଦ୍ୱାରା ସଚେତନତା କାର୍ଯ୍ୟକ୍ରମ କରାଯାଉଛି। ଏହି କ୍ରମରେ ବ୍ୟକ୍ତିଗତ ସ୍ତରରେ ଅନେକେ ପ୍ରଚେଷ୍ଟା କରୁଛନ୍ତି, ଯେଉଁମାନଙ୍କ…

କ୍ୟାରିୟର-କ୍ୟାରେକ୍ଟର

ବର୍ତ୍ତମାନ କ୍ୟାରିୟର ତିଆରି ଚାଲିଛି, କ୍ୟାରେକ୍ଟର ତିଆରି ହେଉନାହିଁ। ମାଆବାପା ନିଜ ପିଲାଙ୍କ ପୋଥିଗତ ପାଠ ଉପରେ ଯେତିକି ଗୁରୁତ୍ୱ ଦେଇଥାନ୍ତି, ପିଲାଙ୍କ କ୍ୟାରିୟର ଗଠନ ଦିଗରେ…

ନିର୍ବାଚନରେ ପ୍ରାର୍ଥୀ ଚୟନ

ଭାରତରେ ନିର୍ବାଚନ ଅନୁଷ୍ଠିତ ହେଲେ ଦେଖାଯାଏ ବହୁ ଗୁଣୀ, ଜ୍ଞାନୀ, ସମ୍ବିଧାନବିତ୍‌ ପରାଜିତ ହୁଅନ୍ତି, ଅଥଚ ଅନେକ ଅର୍ଦ୍ଧଶିକ୍ଷିତ, ଅପରାଧ ପୃଷ୍ଠଭୂମି ଥିବା ବ୍ୟକ୍ତି, ଶାସନ ଅନଭିଜ୍ଞ…

ଅନ୍ୟ ଉପରେ ଦୋଷ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ସପ୍ତାହରେ ଫେଡେରେଶନ ଅଫ୍‌ ଇଣ୍ଡିଆନ୍‌ ଚାମ୍ବର୍ସ ଅଫ୍‌ କମର୍ସ ଆଣ୍ଡ୍‌ ଇଣ୍ଡଷ୍ଟ୍ରି (ଫିକି)ର ଶତାବ୍ଦୀ ସମାରୋହରେ ଯୋଗଦେଇ ଶିଳ୍ପଜଗତକୁ ଆତ୍ମସମୀକ୍ଷା କରିବା…

ମହଙ୍ଗା ତୈଳ ପାଇଁ ଆମଦାନୀ ବିଲ୍‌ ୬୦% ବୃଦ୍ଧି

ନୂଆଦିଲ୍ଲୀ,୨୩ା୧୧: ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟବୃଦ୍ଧି ଯୋଗୁ ଭାରତର ତୈଳ ଆମଦାନୀ ବିଲ ୬୦% ବୃଦ୍ଧି ପାଇ ୧୬ ବିଲିୟନ ଡଲାରରେ ପହଞ୍ଚିଛି। ତୈଳ ମନ୍ତ୍ରଣାଳୟ…

ଡିସେମ୍ବରରେ ସ୍ବାକ୍ଷର ହେବ ଭାରତ-ୟୁରୋପୀୟ ସଂଘ ଏଫ୍‌ଟିଏ

ନୂଆଦିଲ୍ଲୀ,୨୩ା୧୧: ଭାରତ ଏବଂ ୟୁରୋପୀୟ ସଂଘ ମଧ୍ୟରେ ଖୁବ୍‌ଶୀଘ୍ର ବ୍ରସେଲ୍ସରେ ମୁକ୍ତ ବାଣିଜ୍ୟ ଚୁକ୍ତି (ଏଫଟିଏ) ସ୍ବାକ୍ଷର ହେବ। ଏନେଇ ଭାରତରେ ଅବସ୍ଥାପିତ ୟୁରୋପୀୟ ସଂଘ ରାଷ୍ଟ୍ରଦୂତ…

ବଢ଼ିବ ଶୀତ: ୪ରୁ ୬ଡିଗ୍ରୀ ଖସିବ ପାରଦ, ସତର୍କ କରାଇ ପାଣିପାଗ ବିଭାଗ କହିଲା…

ଭୁବନେଶ୍ୱର,୨୩ା୧୧: ନଭେମ୍ବର ଶେଷ ଆଡ଼କୁ ଶୀତ ବଢ଼ିବ। ୪ରୁ ୬ଡିଗ୍ରୀ ପାରଦ ଖସିବା ସହିତ ଶୀତ ଅନୁଭୂତ ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା…

ଲୋକଙ୍କଠାରୁ ମହାପ୍ରଭୁଙ୍କ ଖାତାକୁ ଫେରିଲା ସମ୍ପତ୍ତି

ଭୁବନେଶ୍ୱର,୨୩ା୧୧(ରବିନାରାୟଣ ଜେନା): ପୁରୀ ତହସିଲ ଅନ୍ତର୍ଗତ ବଡ଼ଦେଉଳ ସାହି ମୌଜାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭୂସମ୍ପତ୍ତିର ସୁରକ୍ଷା ଦିଗରେ ସରକାରଙ୍କ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ୧୯୯୭ରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?