ଅଠର ବର୍ଷର ଅପେକ୍ଷା

ବଇଣ୍ଡା,୨୮ା୧(ପରିକ୍ଷିତ ସାହୁ): କ୍ରୀଡ଼ାର ବିକାଶ ପାଇଁ ଯୋଜନା ପରେ ଯୋଜନା ହେଉଛି। କଳିଙ୍ଗ ଷ୍ଟାଡିୟମର ଆଧୁନିକୀକରଣ ଠାରୁ ଆରମ୍ଭ କରି ଜିଲା ଓ ବ୍ଲକସ୍ତରରେ ମିନି ଷ୍ଟାଡିୟମମାନ ନିର୍ମାଣ କରାଯାଉଛି। କିନ୍ତୁ ଅନୁଗୋଳ ଜିଲା କିଶୋରନଗର ବ୍ଲକର ବଇଣ୍ଡାଠାରେ ଏକ ମିନି ଷ୍ଟାଡିୟମ ନିର୍ମାଣ କରାଯାଉ ନାହିଁ। ଏ ନେଇ ୨୦୦୨ରୁ ବଇଣ୍ଡା ଗ୍ରାମବାସୀ ରାଜ୍ୟ କ୍ରୀଡ଼ାମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ମଧ୍ୟ ଦୀର୍ଘ ୧୮ ବର୍ଷ ହେଲା ଅପେକ୍ଷାର ଅନ୍ତ ହେଉନାହିଁ। ଫଳରେ କ୍ରୀଡ଼ାର ବିକାଶ ଦିଗରେ ସରକାରଙ୍କ ଆନ୍ତରିକତା ନେଇ ଅଞ୍ଚଳବାସୀଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଆଠମଲ୍ଲିକ ଉପଖଣ୍ଡର ଏକ ପ୍ରମୁଖ ସ୍ଥାନ ହେଉଛି ବଇଣ୍ଡା। ଏଠାରେ ଥିବା ବଇଣ୍ଡା ହାଇସ୍କୁଲ ପଡ଼ିଆ ଓ କଲେଜ ପଡ଼ିଆରେ ଯୁବଗୋଷ୍ଠୀ ବିଭିନ୍ନ ଖେଳ ସହ ପ୍ରତିଯୋଗିତାର ଆୟୋଜନ କରିଥାନ୍ତି। ଏଠାକାର ବହୁ ଖେଳାଳି ରାଜ୍ୟସ୍ତରରେ ଖେଳି ସୁନାମ ଅର୍ଜନ କରିଛନ୍ତି। ସେହିପରି ଜିଲାସ୍ତରୀୟ ଟିମ୍‌କୁ ମଧ୍ୟ କେତେଜଣ ଚୟନ ହୋଇଛନ୍ତି। କିନ୍ତୁ ଏଠାରୁ ନୂଆ ନୂଆ କ୍ରୀଡ଼ା ପ୍ରତିଭା ସୃଷ୍ଟି ଦିଗରେ ପ୍ରଶାସନ କିମ୍ବା ସରକାରଙ୍କ ଇଚ୍ଛାଶକ୍ତି ନ ଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ସେମାନେ କହିଛନ୍ତି, ମିନି ଷ୍ଟାଡିୟମଟିଏ ନିର୍ମାଣ ହୋଇପାରୁ ନ ଥିବାରୁ ବଇଣ୍ଡା ଅଞ୍ଚଳର ବହୁ ଖେଳାଳି କ୍ରିକେଟ, ଭଲି ବଲ, ଖୋ-ଖୋ, ଫୁଟବଲ ଆଦି କ୍ରୀଡ଼ାରେ ଅଧିକ ଉନ୍ନତି କରିପାରୁନାହାନ୍ତି। ପ୍ରତ୍ୟେକ ବର୍ଷ ଏଠାରେ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହେଉଛି। କିନ୍ତୁ ମିନି ଷ୍ଟାଡିୟମ ନ ଥିବାରୁ ବଡ଼ଧରଣର ଟୁର୍ନାମେଣ୍ଟ ହୋଇପାରୁନି। ଉକ୍ତ ଦୁଇ ପଡ଼ିଆର ବିଭିନ୍ନ ସ୍ଥାନରେ ଘର ନିର୍ମାଣ କରାଯାଉଛି। ମିନି ଷ୍ଟାଡିୟମ ନିର୍ମାଣ ପାଇଁ ଗ୍ରାମବାସୀ ୨୦୦୨ରେ ତତ୍‌କାଳୀନ କ୍ରୀଡ଼ାମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ସେହିପରି ୨୦୧୨ ଓ ୨୦୧୭ରେ ମଧ୍ୟ ରାଜ୍ୟ ସରକାରଙ୍କୁ ଦାବିପତ୍ର ଦିଆଯାଇଥିଲା। ବଇଣ୍ଡା ଅଞ୍ଚଳରେ ସରକାରୀ ଜମିର ଅଭାବ ନ ଥିଲେ ମଧ୍ୟ ପ୍ରଶାସନ ଏଥିପ୍ରତି ଗୁରୁତ୍ୱ ଦେଉନାହିଁ। ଏପରିକି ବହୁ ସରକାରୀ ଜମି ଜବରଦଖଲ କରି ଘର ନିର୍ମାଣ କରାଯାଉଥିଲେ ମଧ୍ୟ ମିନି ଷ୍ଟାଡିୟମଟିଏ ପାଇଁ ଏଯାଏ ଜାଗା ଠିକ୍‌ କରାଯାଇ ନ ପାରିବା ପ୍ରଶାସନର କାର୍ଯ୍ୟଦକ୍ଷତାକୁ ପଦାରେ ପକାଉଥିବା ଗ୍ରାମବାସୀ ମତବ୍ୟକ୍ତ କରିଛନ୍ତି।

ଭଲଭାବେ ଅଭ୍ୟାସ କରିପାରୁନୁ
ହାଇସ୍କୁଲରେ ପଢୁଥିବାବେଳେ ରାଜ୍ୟସ୍ତରୀୟ ଖୋ-ଖୋ ଖେଳ ପାଇଁ ଚୟନ କରାଯାଇଥିଲା। ଉନ୍ନତ ପ୍ରଦର୍ଶନ ଯୋଗୁ ପୁରସ୍କାର ମିଳିଥିଲା। କିନ୍ତୁ ବଇଣ୍ଡାରେ ଏକ ମିନି ଷ୍ଟାଡିୟମ ନ ଥିବାରୁ ଖେଳାଳିମାନେ ଭଲ ଅଭ୍ୟାସ କରିପାରୁ ନାହାନ୍ତି କି ଅଧିକ ଖେଳ ପାଇଁ ସୁଯୋଗ ପାଇପାରୁ ନାହାନ୍ତି। ଫଳରେ କ୍ରୀଡ଼ାର ବିକାଶ ହୋଇପାରୁନାହିଁ।
-ସର୍ବେଶ୍ୱର ସାହୁ, ଖୋ-ଖୋ ଖେଳାଳି

ପ୍ରସ୍ତୁତି ପାଇଁ ଉପଯୁକ୍ତ ସ୍ଥାନ ନାହିଁ
ବଇଣ୍ଡା ଅଞ୍ଚଳରେ ଅନେକ ଭଲ ଖେଳାଳି ଅଛନ୍ତି। ସେମାନଙ୍କୁ ଆବଶ୍ୟକ ପ୍ରଶିକ୍ଷଣ ଓ ପ୍ରସ୍ତୁତି ପାଇଁ ଉପଯୁକ୍ତ ସ୍ଥାନ ମିଳିଲେ ରାଜ୍ୟକୁ ନୂଆ ନୂଆ ପ୍ରତିଭା ମିଳନ୍ତେ। ଏ ନେଇ ନେହେରୁ ଆଥଲେଟିକ ଆସୋସିଏଶନ ପକ୍ଷରୁ ବାରମ୍ବାର ଜନପ୍ରତିନିଧିମାନଙ୍କୁ ଅବଗତ କରାଯାଇଛି। କିନ୍ତୁ ଏଯାଏ ବଇଣ୍ଡାରେ ମିନି ଷ୍ଟାଡିୟମଟିଏ ନିର୍ମାଣ ହୋଇପାରୁ ନାହିଁ।
-ଅନିଲ ବେହେରା, କ୍ରିକେଟ୍‌ ଖେଳାଳି

ରାଜନେତା, ପ୍ରଶାସନ ଦାୟୀ
ଏଠାରେ ବହୁ ଫୁଟବଲ ଖେଳାଳି ଅଛନ୍ତି। ହେଲେ ସେମାନଙ୍କ ପାଇଁ ଏକ ସ୍ଥାୟୀ ଖେଳପଡ଼ିଆ ନାହଁି। ମିନି ଷ୍ଟାଡିୟମ ନିର୍ମାଣ ପାଇଁ ଦୀର୍ଘ ୧୫ ବର୍ଷ ହେବ ଅଞ୍ଚଳବାସୀ ଦାବି କରୁଛନ୍ତି। ମାତ୍ର ସ୍ଥାନୀୟ ରାଜନେତା, ପ୍ରଶାସନ ଏ ଦିଗରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିପାରୁ ନାହାନ୍ତି। ଫଳରେ ଜାଗାର ଅଭାବ ନ ଥିଲେ ମଧ୍ୟ ମିନି ଷ୍ଟାଡିୟମ ଆଶା ପୂରଣ ହୋଇପାରୁ ନାହିଁ।
-ଅରବିନ୍ଦ ସାହୁ, ଫୁଟ୍‌ବଲ ଖେଳାଳି

ବିକାଶ ଦିଗରେ ଗୁରୁତ୍ୱ ଦିଆଯାଉନି
କ୍ରୀଡ଼ାର ବିକାଶ ଦିଗରେ ପଦକ୍ଷେପ ନିଆଯାଉଥିବା ସରକାର କହୁଛନ୍ତି। କିନ୍ତୁ ମିନିଷ୍ଟାଡିୟମ ନିର୍ମାଣ ପାଇଁ ବହୁବାର ସ୍ଥାନୀୟ ପ୍ରଶାସନ ଓ ସରକାରଙ୍କ ନିକଟରେ ଅଭିଯୋଗ କରାଯାଇଥିଲେ ମଧ୍ୟ କେହି ଦୃଷ୍ଟି ଦେଉନାହାନ୍ତି। ପ୍ରତିଭାର ବିକାଶ କରିବାକୁ ହେଲେ ପର୍ଯ୍ୟାପ୍ତ ସୁଯୋଗ ଯୋଗାଇ ଦିଆଯିବା ଉଚିତ। କିନ୍ତୁ ଏଥିପ୍ରତି ଗୁରତ୍ୱ ଦିଆଯାଉ ନାହିଁ।
-ଜଳଧର ସାହୁ, ସରପଞ୍ଚ, ନୁନୁକାପଶି

ଖୁବ୍‌ଶୀଘ୍ର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ
ବଇଣ୍ଡାଠାରେ ମିନିଷ୍ଟାଡିୟମ ନିର୍ମାଣ ନିମନ୍ତେ କ୍ରୀଡ଼ାମନ୍ତ୍ରୀଙ୍କୁ ଚିଠି ମାଧ୍ୟମରେ ଅନୁରୋଧ କରାଯାଇଛି। ଏ ନେଇ ଜାଗା ଚୟନ ପାଇଁ ତହସିଲଦାରଙ୍କୁ ମଧ୍ୟ ନିର୍ଦ୍ଦେଶ ଦେଇଛି। ଖୁବ୍‌ଶୀଘ୍ର କିଭଳି ଏହି ଷ୍ଟାଡିୟମ କରାଯାଇପାରିବ ସେଥିପ୍ରତି ଗୁରୁତ୍ୱ ଦିଆଯିବ। ପ୍ରାଥମିକ ଭାବେ ୨୫ ଲକ୍ଷ ଟଙ୍କା ଖର୍ଚ୍ଚ କରିବା ପାଇଁ ନିଷ୍ପତ୍ତି ହୋଇଛି।
-ରମେଶ ଚନ୍ଦ୍ର ସାଏ, ବିଧାୟକ, ଆଠମଲ୍ଲିକ


Enter your email to get our daily news in your inbox.

All Right Reserved By Dharitri.Com

ଲଘୁଚାପ ସକ୍ରିୟ: ପ୍ରବଳ ବର୍ଷା ସମ୍ଭାବନା, ଚେତାବନୀ ଜାରି

ଭୁବନେଶ୍ୱର,୨୫ା୮(ବନ୍ଦନା ସେଠୀ):ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗାଙ୍ଗେଟିକ୍‌ ପଶ୍ଚିମବଙ୍ଗ ଓ ତା’ର ପାଖାପାଖି ଉତ୍ତର ଓଡ଼ିଶା ଏବଂ ଝାଡ଼ଖଣ୍ଡ ଅଞ୍ଚଳରେ ସକ୍ରିୟ ରହିଛି। ଏଥିସହ ସଂଲଗ୍ନ ଘୂର୍ଣ୍ଣିବଳୟ ସମୁଦ୍ର…

ଏହି ଦିନ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ, ଲଗାତାର ୪ ଦିନ ବନ୍ଦ ରହିବ…

ନୂଆଦିଲ୍ଲୀ,୨୫ା୮: ୫ ଦିନିଆ ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥା କାର୍ଯ୍ୟକାରୀ କରିବାରେ ବିଳମ୍ବ, କାର୍ଯ୍ୟଦକ୍ଷତା ଭିତ୍ତିକ ପ୍ରୋତ୍ସାହନ (ପିଏଲ୍‌ଆଇ) ଯୋଜନାକୁ ନେଇ ମତଭେଦ, ପେନ୍‌ସନ ସମ୍ବନ୍ଧୀୟ ସମସ୍ୟା ଓ ଆହୁରି…

ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଲେ ସଇତାନ ପୁଅ! କୁମ୍ଭାରପଡ଼ାରେ ହଇଚଇ

ପୁରୀ,୨୪।୮(ଅଜିତ କୁମାର ମହାନ୍ତି): ପୁରୀ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ନିଜ ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଇଛନ୍ତି ଜଣେ ସଇତାନ ପୁଅ! ପୁରୀ କୁମ୍ଭାରପଡ଼ାରେ…

କୁରୁଗୁଡା-ମୁର୍ଲାପଦର ମୁଖ୍ୟ ରାସ୍ତାରେ ୫ଫୁଟ୍‌ର ପାଣି, ଯୋଗାଯୋଗ ବିଛିନ୍ନ

ଜୁନାଗଡ଼, ୨୪ା୮(ସୁନୀଲ କୁମାର ସିଂହ): କଳାହାଣ୍ଡି ଜିଲାରେ ଗତ ଦୁଇଦିନ ଧରି ଲଗାଣ ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ଏଥିଯୋଗୁ ବିଭିନ୍ନ ନଦୀନାଳରେ ଜଳସ୍ତର ବୃଦ୍ଧି ପାଇଛି।…

ଦିଗପହଣ୍ଡିରେ ଶ୍ରୀଗଣେଶ ପୂଜା ମହୋତ୍ସବ ପାଇଁ ଶୁଭଖୁଣ୍ଟି ସ୍ଥାପନ

ଦିଗପହଣ୍ଡି, ୨୪।୮ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ବଜାରସାହି ପୂଜା କମିଟି ପକ୍ଷରୁ ୪୬ତମ ଗଣେଶ ପୂଜା ମହୋତ୍ସବ ନିମନ୍ତେ ସୋମବାର ବଜାର…

‘ମୁଁ ରାଜନୀତିରୁ ସନ୍ନ୍ୟାସ…’, TMCରେ ବିଦ୍ରୋହ ମଧ୍ୟରେ ମମତା ବାନାର୍ଜୀଙ୍କ ବଡ଼ ଘୋଷଣାକୁ ନେଇ ହଇଚଇ

ନୂଆଦିଲ୍ଲୀ,୨୪।୮: TMC ମୁଖ୍ୟ ମମତା ବାନାର୍ଜୀ ନିଜର ରାଜନୈତିକ ଭବିଷ୍ୟତକୁ ନେଇ ବଡ଼ ବୟାନ ଦେଇଛନ୍ତି। ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ, ରାଜନୀତିରୁ ସନ୍ନ୍ୟାସ ନେବାର…

ସ୍କୁଲ ଛାତ୍ରୀଛାତ୍ରଙ୍କୁ ନେଉଥିଲେ, ମାଡ଼ି ବସିଲା ପରିବହନ ବିଭାଗ

ବାଙ୍କୀ, ୨୪/୮ (ଶୁଭେନ୍ଦୁ ମହାପାତ୍ର): ଅସୁରକ୍ଷିତ ବସ୍‌ରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ଯାତାୟାତ କରାଯାଉଥିବା ଅଭିଯୋଗରେ କଟକ ପରିବହନ ବିଭାଗ ବାଙ୍କୀ ଅଞ୍ଚଳରୁ ୩ଟି ଗାଡ଼ି ଜବତ କରିଛି।…

ସରକାର ବିରୋଧରେ CJPର ବଡ଼ ଘୋଷଣା: ୫ ସେପ୍ଟେମ୍ବରରେ…

ନୂଆଦିଲ୍ଲୀ,୨୪।୮: କକରୋଚ ଜନତା ପାର୍ଟି (CJP) ନୂଆଦିଲ୍ଲୀରେ ବିରୋଧ ମାର୍ଚ୍ଚ କରିବାକୁ ଘୋଷଣା କରିଛି। ଦଳର ଅଭିଯୋଗ ଅନୁସାରେ, କେନ୍ଦ୍ର ସରକାର ୨୫ ଜୁଲାଇରେ ଦେଶର ଯୁବପିଢ଼ିଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri