ଓ୍ବାଗନର ଗ୍ରୁପ୍‌ ସୈନ୍ୟ ପହଞ୍ଚିଲେ ବେଲାରୁଷ: ସ୍ବାଗତ କଲେ ରାଷ୍ଟ୍ରପତି…

ମସ୍କୋ,୨୫।୭ : ୱାଗନର୍‌ ଗ୍ରୁପ୍‌ର ହଜାର ହଜାର ଭଡ଼ାଟିଆ ସୈନ୍ୟ ବେଲରୁଷରେ ପହଞ୍ଚିଛନ୍ତି। ଏକ ସାମରିକ ମନିଟରିଂ ଗୋଷ୍ଠୀ ଏହି ସୂଚନା ଦେଇଛନ୍ତି। ୱାଗନର୍‌ ଗ୍ରୁପ୍‌ରପ୍ରାୟ ୩,୪୫୦ରୁ ୩,୬୫୦ ସୈନିକ ୟୁକ୍ରେନ ସୀମାର ୨୩୦ କିଲୋମିଟର ଉତ୍ତରରେ ଥିବା ଆସିପୋଭିଚି ନିକଟ ଏକ କ୍ୟାମ୍ପକୁ ଯାତ୍ରା କରିଥିଲେ, ଯାହା ଦେଶରେ ସୈନ୍ୟବାହିନୀର କାର୍ଯ୍ୟକଳାପ ଉପରେ ନଜର ରଖିଥାଏ।

ବେଲାରୁଷର ରାଷ୍ଟ୍ରପତି ଆଲେକ୍ସଜାଣ୍ଡାର୍‌ ଲୁକାଶେଙ୍କୋ ୱାଗନର୍‌ ବାହିନୀକୁ ସ୍ବାଗତ କରିଛନ୍ତି। ଜୁନ ମାସରେ, ୱାଗନର୍‌ ଗୋଷ୍ଠୀ ରୁଷିଆର ସାମରିକ ମୁଖ୍ୟାଳୟକୁ ନିୟନ୍ତ୍ରଣ କରି ଏକ କ୍ଷମତା ଦଖଲ ଆକ୍ରମଣ ଉଦ୍ୟମ କରି ମସ୍କୋ ଅଭିମୁଖେ ଯାତ୍ରା କରିଥିଲେ। ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଗୃହଯୁଦ୍ଧରେ ଫସାଇବାକୁ ଧମକ ଦେଇଥିଲେ।

ଏହାକୁ ଦୃଷ୍ଟିରେ ରଖି ୱାଗନର୍‌ ଗ୍ରୁପ୍‌ର ବେଲାରୁଷ ଯିବା ପାଇଁ ଏକ ଚୁକ୍ତିନାମା ହୋଇଥିଲା। ଏହି ବିଦ୍ରୋହରେ ଅତି କମରେ ୬ଟି ସାମରିକ ହେଲିକପ୍ଟର ଏବଂ ଏକ କମାଣ୍ଡ ପୋଷ୍ଟ କ୍ଷତିଗ୍ରସ୍ତ ହୋଇଥିଲା। ବହୁ ରୁଷିଆ ସୈନିକଙ୍କ ମୃତ୍ୟୁ ଘଟିଥିଲା। ୱାଗନର ଗ୍ରୁପ୍‌ର ବିଦ୍ରୋହ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ୨୩ ବର୍ଷ ଶାସନ କାଳରେ ସବୁଠାରୁ ଗୁରୁତର ବିପଦ ଥିଲା। ଏହା ମଧ୍ୟ ସରକାରଙ୍କ ଦୁର୍ବଳତାକୁ ପ୍ରକାଶ କରିଥିଲା।

ଉପଗ୍ରହ ଚିତ୍ରରୁ ଜଣାପଡିଛି ୱାଗନର୍‌ କନଭେନରେ ପ୍ରାୟ ୭୦୦ ଯାନ ଏବଂ ନିର୍ମାଣ ଉପକରଣ ମଧ୍ୟ ବେଲାରୁଷରେ ପହଞ୍ଚିଛି। ପ୍ରିଗୋଜିନ ଗତ ସପ୍ତାହରେ ବେଲାରୁଷରେ କନକର୍ଡ ମ୍ୟାନେଜମେଣ୍ଟ ଆଣ୍ଡ କନ୍ସଲ୍ଟିଂ ନାମରେ ଏକ ‘ରିଏଲ ଇଷ୍ଟେଟ ମ୍ୟାନେଜମେଣ୍ଟ କମ୍ପାନୀ’ ପଞ୍ଜୀକୃତ କରିଥିଲେ।
ଆମେରିକୀୟ ଇନଷ୍ଟିଚ୍ୟୁଟ ଫର ଷ୍ଟଡି ଅଫ ୱାର୍‌ କହିଛି ଯେ ୱାଗନର୍‌ ସୈନ୍ୟମାନେ ୟୁକ୍ରେନ ଏବଂ ପୋଲାଣ୍ଡ ପ୍ରତି ବିପଦ ସୃଷ୍ଟି କରିପାରିବେ ନାହିଁ।

ୟୁକ୍ରେନ କିମ୍ବା ପୋଲାଣ୍ଡ ବିରୁଦ୍ଧରେ ଆକ୍ରମଣ ଆରମ୍ଭ କରିବା ପାଇଁ ବେଲାରୁଷର ୱାଗନର୍‌ ଯୁଦ୍ଧବିମାନର ଆବଶ୍ୟକୀୟ ଅସ୍ତ୍ରଶସ୍ତ୍ର ଅଛି ବୋଲି କୌଣସି ସୂଚନା ନାହିଁ । ୟୁକ୍ରେନର ମୁଖ୍ୟ ଗୁପ୍ତଚର ନିର୍ଦ୍ଦେଶାଳୟର ଡେପୁଟି ହେଡ ଭାଡିମ ସ୍କିବିଟସ୍କି ମଧ୍ୟ କହିଛନ୍ତି ବେଲାରୁଷରେ ରୁଷିଆ ଭଡ଼ାଟିଆ ସୈନ୍ୟଙ୍କ ପ୍ରତି କୌଣସି ବିପଦ ନାହିଁ, କିନ୍ତୁ ୱାଗନର୍‌ ଯୁଦ୍ଧବିମାନ ଉପରେ କିଭ ନଜର ରଖିବ।


Enter your email to get our daily news in your inbox.

All Right Reserved By Dharitri.Com

୨୨ ବର୍ଷ ଧରି ବସବାସ ପରେ ବି ମିଳିଲାନି ମୌଳିକ ପରିଚୟ: ଉଚ୍ଛେଦ ଭୟରେ କୁର୍ଲୁପଡ଼ା କଲେକ୍ଟରପଡ଼ାର ୩୨ ପରିବାର

କେସିଙ୍ଗା, ୧।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କୁର୍ଲୁପଡ଼ା ଗ୍ରାମର କଲେକ୍ଟରପଡ଼ାରେ ବସବାସ କରୁଥିବା ପ୍ରାୟ ୩୨ଟି ଗରିବ ପରିବାର ଗତ ୨୨ ବର୍ଷ…

୧୦ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଲେ ଡାକ୍ତର: ରୋଗୀ ସେବା ପ୍ରଭାବିତ

ଦାରିଙ୍ଗବାଡି,୧।୭(ଅରୁଣ ସାହୁ): ରାଜ୍ୟବ୍ୟାପୀ ଓଡିଶା ମେଡିକାଲ ସର୍ଭିସେସ ଆସୋସିଏସନ(ଓଏମଏସଏ) ପକ୍ଷରୁ ୧୦ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଏହି କ୍ରମରେ କନ୍ଧମାଳ ଜିଲା ଦାରିଙ୍ଗବାଡି ଗୋଷ୍ଠୀ…

ଯୁବତୀଙ୍କୁ କାର୍‌ରେ ଅପହରଣ କରି ନେଇଥିଲେ ମନୋଜ: ୨୪ ଘଣ୍ଟାରେ ମିଳିଲା…

ପାରଳାଖେମୁଣ୍ଡି,୧।୭(ଗିରିଧାରୀ ପରିଛା): ପାରଳାଖେମୁଣ୍ଡି ପୋଲିସ ଜଣେ ଯୁବତୀଙ୍କ ଅପହରଣ ମାମଲାରେ ତ୍ୱରିତ ପଦକ୍ଷେପ ନେଇ ମାତ୍ର ୨୪ ଘଣ୍ଟା ମଧ୍ୟରେ ଅପହୃତାଙ୍କୁ ସୁରକ୍ଷିତ ଉଦ୍ଧାର କରିବା ସହ…

ତାରାତାରିଣୀ ମନ୍ଦିର ନିକଟ ହୋଟେଲରୁ ମିଳିଲା ଯୁବକଙ୍କ ମୃତଦେହ: ବଢୁଛି ସନ୍ଦେହ

ପୁରୁଷୋତ୍ତମପୁର,୧।୭ (ସବିତା ମିଶ୍ର) ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ତାରାତାରିଣୀ ମନ୍ଦିର ନିକଟରେ ଥିବା ଏକ ହୋଟେଲ ଲକ୍ଷ୍ମୀପ୍ରିୟା ନିକଟରୁ ବୁଧବାର ସକାଳେ ଯୁବକଙ୍କ ମୃତଦେହ…

ଧନୁଯାତ୍ରା ତୋରଣ ଭାଙ୍ଗିବା ଘଟଣା: ଚିଠିରେ ସୀମିତ ରହିଲା କାର୍ଯ୍ୟାନୁଷ୍ଠାନ, ମାରିଦେଲେ ପ୍ୟାଚ୍‌ଅପ୍‌

ବରଗଡ଼,୧।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ଥାନାଛକ ଆଗରେ ରହିଥିବା ଧନୁଯାତ୍ରା ତୋରଣ ଭାଙ୍ଗିବା ଘଟଣାକୁ ମାସେ ବିତିଯାଇଛି। ହେଲେ ଏପର୍ଯ୍ୟନ୍ତ ଏହି ଘଟଣା ପାଇଁ ଦାୟୀ କୌଣସି ଅଧିକାରୀଙ୍କ ବିରୋଧରେ…

ପାକିସ୍ତାନରେ ପଶି ଏୟାରଷ୍ଟ୍ରାଇକ୍‌ କଲା ଆଫଗାନିସ୍ତାନ: ISIS ଆଡ୍ଡାକୁ ଟାର୍ଗେଟ୍‌

କାବୁଲ,୧।୭: ଆଫଗାନିସ୍ତାନ ଦାବି କରିଛି ଯେ ଏହାର ବାୟୁସେନା ପାକିସ୍ତାନ ଭିତରେ ଥିବା ISIS ଆଡ୍ଡା ଉପରେ ଏୟାରଷ୍ଟ୍ରାଇକ୍‌ କରିଛି। ଏହି ଆକ୍ରମଣଗୁଡ଼ିକ ବେଲୁଚିସ୍ତାନ ଏବଂ ଖାଇବର…

ବଢ଼ୁଛି ସହରୀକରଣ: ୨୧୦୦ ସୁଦ୍ଧା ୩୮% ଲୋକ ବଡ଼ ସହରରେ କରିବେ ବାସ

ନୂଆଦିଲ୍ଲୀ,୧।୭ (ପିଟି):ସମୟର ତାଳେ ତାଳେ ସାରା ବିଶ୍ୱରେ ସହରୀକରଣ ବୃଦ୍ଧି ପାଇବାରେ ଲାଗିଛି। ଆଉ ଏହି ଧାରା ଜାରି ରହିଲେ ୨୧୦୦ ମସିହା ସୁଦ୍ଧା ୩୮% ଲୋକ…

ସଂସ୍କୃତିର ଅନ୍ୟ ନାମ ସ୍ବଚ୍ଛତା

ଜାପାନୀ ଭାଷାରେ ଅଛି-‘ଟାଟ୍‌ସୁ ଟୋରି ଏଟୋ ଓ୍ବ ନିଗୋସାଜୁ’। ଏହାର ଆକ୍ଷରିକ ଇଂଲିଶ୍‌ ଅନୁବାଦ କଲେ ହେବ-‘ଏ ବାର୍ଡ ଲିଭ୍‌ସ ନଥିଂ ବିହାଇଣ୍ଡ’। ଓଡ଼ିଆରେ ଏହାକୁ କୁହାଯାଇପାରେ-‘ପକ୍ଷୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri