ସାତ ଶହ କରୋନା ସଂକ୍ରମିତ ପ୍ରସୂତିଙ୍କ ପ୍ରସବ କରାଇ ରେକର୍ଡ କଲା ମୁମ୍ବାଇର ଏକ ହସ୍ପିଟାଲ

ମୁମ୍ବାଇ,୧୮ ।୧୦: କରୋନା ମହାମାରୀ ସମୟରେ ସୁରକ୍ଷିତ ପ୍ରସବ ଉଭୟ ପ୍ରସୂତି ଓ ଡାକ୍ତରଙ୍କ ପାଇଁ ଚ୍ୟାଲେଞ୍ଜ ପାଲଟି ଯାଇଛି । ଏଥିରେ ଉଭୟ ମା’ ଓ ଶିଶୁ ଉଭୟଙ୍କୁ କରୋନା ସଂକ୍ରମଣରୁ ଦୂରେଇ ରଖିବା ଜରୁରୀ । ତେବେ ଏହି ସମୟରେ ମୁମ୍ବାଇର ଏକ ହସ୍ପିଟାଲ ପ୍ରାୟ ୭୦୦ କରୋନା ସଂକ୍ରମିତ ପ୍ରସୂତିଙ୍କ ପ୍ରସବ କରାଇ ଅନ୍ୟମାନଙ୍କ ପାଇଁ ଉଦାହାରଣ ସୃଷ୍ଟି କରିଛି । ଦକ୍ଷିଣ ମୁମ୍ବାଇରେ ଥିବା ଭିୱାଇଏଲ୍ ନାୟାର ଚ୍ୟାରିଟେବଲ ହସ୍ପିଟାଲ ବିଶ୍ୱ ପାଇଁ ଉଦାହରଣ ପାଲଟିଛି । କେବଳ ଭାରତୀୟ ମହିଳା ନୁହେଁ ବରଂ କେତେଜଣ ବିଦେଶୀ ମହିଳାଙ୍କର ମଧ୍ୟ ପ୍ରସବ କରାଇଛି ଏହି ହସ୍ପିଟାଲ । ପାଖାପାଖି ୯୯ ବର୍ଷ ପୂରୁଣା ଏହି ହସ୍ପିଟାଲରେ ପ୍ରତିବର୍ଷ ପ୍ରାୟ ୪ହଜାର ପ୍ରସବ କରାଯାଇଥାଏ । ପ୍ରଥମେ ଯେତେବେଳେ ଏହି ହସ୍ପିଟାଲରେ ଜଣେ କରୋନା ସଂକ୍ରମିତ ପ୍ରସୂତି ଭର୍ତ୍ତି ହେଲେ ସେତେବେଳେ ସେଠାରେ ପାଖାପାଖି ୧୦୦ ଜଣ ସୁସ୍ଥ ପସୂତି ଭର୍ତ୍ତି ହୋଇଥିଲେ । ସେମାନଙ୍କୁ କରୋନା ଭାଇରସ ସଂକ୍ରମଣଠାରୁ ଦୂରେଇ ରଖିବାକୁ ସଂକ୍ରମିତ ମହିଳାଙ୍କ ପାଇଁ ସ୍ୱତନ୍ତ୍ର ଲେବର ୱାର୍ଡ ଓ ଅନ୍ୟାନ୍ୟ ବ୍ୟବସ୍ଥା କରାଯାଇଥିବା କହିଛନ୍ତ ସ୍ତ୍ରୀ ରୋଗ ବିଶେଷଜ୍ଞ ନିରଜ ମହାଜନ । ପ୍ରଥମେ ଏପ୍ରିଲ ୧୪ରେ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ସାୟଲା ଶ୍ରୀବାସ୍ତବ ନୂଆ ୱାର୍ଡରେ ପ୍ରଥମ କରୋନା ସଂକ୍ରମିତ ପ୍ରସୂତିଙ୍କର ପ୍ରସବ କରାଇଥିଲେ । ଆବଶ୍ୟକ ଉପକରଣ ନ ଥିଲେ ମଧ୍ୟ ମୋବାଇଲ ଫ୍ଲାସ ଲାଇଟ୍ ମାଧ୍ୟମରେ ସଫଳତାର ସହ ପ୍ରସବ କରାଯାଇଥିଲା । ତେବେ କରୋନା ସଂକ୍ରମିତ ପ୍ରସୂତିଙ୍କୁ କୌଣସି ହସ୍ପିଟାଲ ଆଡମିଟ କରି ନ ଥିବା ବେଳେ ନାୟାର ହସ୍ପିଟାଲ ଯେମିତି ଏମାନଙ୍କ ପାଇଁ ଦେବଦୂତ ସାଜିଥିଲା ବୋଲି କୁହାଯାଏ ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ଦାନ

ଖୋର୍ଦ୍ଧା ଅଫିସ,୧୧ା୪: କରୋନା ମୁକାବିଲା ପାଇଁ ଖୋର୍ଦ୍ଧା ଜିଲା ମିନି ଟ୍ରକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧୦ହଜାର ଟଙ୍କା ପ୍ରଦାନ କରାଯାଇଛି। ସଂଘର...

ପରସ୍ପରକୁ ବିବାହ କଲେ ଦୁଇ ଭଉଣୀ

ରାଞ୍ଚି,୬।୧୨: ଝାଡଖଣ୍ଡର ରାଜଧାନୀ ରାଞ୍ଚିଠାରୁ ୧୬୦ କିମି ଦୂର କୋଡରମା ଜିଲାରେ ଏକ ନିଆରା ଘଟଣା ଘଟିଛି। ଏଠାରୁ ଦୁଇ ସମ୍ପର୍କୀୟ ଭଉଣୀ ସାତ ଜନମର...

କାନ ଫୋଡ଼ାଇ ଆଜ୍‌ମା ସମସ୍ୟାର ଚିକିତ୍ସା, ବିଏଚୟୁ ୬୦ ଜଣଙ୍କ ଉପରେ କରୁଛି ପରୀକ୍ଷା…

ବାରାଣସୀ, ୨୫।୯ : ଆୟୁର୍ବେଦ, ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ, ବିଏଚୟୁରେ ଅବସ୍ଥିତ କାୟା ମେଡିସିନ ବିଭାଗରେ ଆଜମା ସମସ୍ୟାର ଚିକିତ୍ସା ପାଇଁ ରୂପା କାନଫୁଲର...

କର୍ନାଟକ ବିଧାନସଭାର ନୂଆ ବାଚସ୍ପତି ବିଶେଶ୍ୱର ହେଗଡେ

ବେଙ୍ଗାଲୁର,୩୧।୭: କର୍ନାଟକ ବିଧାନସଭାର ନୂଆ ବାଚସ୍ପତି ଭାବେ ଭାଜପା ବିଧାୟକ ବିଶେଶ୍ୱର ହେଗଡେ କାଗେରୀ ବୁଧବାର ନିଯୁକ୍ତ ହୋଇଛନ୍ତି। ସେ ମଙ୍ଗଳବାର ବିଧାନସଭାରେ ବାଚସ୍ପତି ପାଇଁ...

CORONAVIRUS UPDATE: ରାଜ୍ୟରେ ଚିହ୍ନଟ ହେଲେ ଆଉ ୪୬୯ ନୂଆ ସଂକ୍ରମିତ, ମୋଟ ଆକ୍ରାନ୍ତ ସଂଖ୍ୟା ୯ହଜାର ଟପିଲା

ଭୁବନେଶ୍ୱର,୫।୭(ବ୍ୟୁରୋ): ରାଜ୍ୟରେ ରବିବାର ୪୬୯ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରୁ ୩୧୭ କ୍ୱାରାଣ୍ଟାଇନ୍‌ ମାମଲା ଥିବା ବେଳେ ୧୫୨ ଲୋକାଲ୍‌ କଣ୍ଟାକ୍ଟ କେସ୍‌...

କେନ୍ଦ୍ର, ରାଜ୍ୟକୁ ସୁପ୍ରିମକୋର୍ଟଙ୍କ ସମାଲୋଚନା :ନର୍କଠୁ ବଳିଛି ଦିଲ୍ଲୀ ପ୍ରଦୂଷଣ

ନୂଆଦିଲ୍ଲୀ, ୨୬ା୧୧ : ରାଜଧାନୀ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ବାୟୁ ଓ ଜଳ ପ୍ରଦୂଷଣ ଭୟଙ୍କର ରୂପ ଧାରଣ କରିଛି। ପରିସ୍ଥିତି ଏମିତି...

ବାଙ୍କେ ବିହାରି ମନ୍ଦିରରେ ଦଳାଚକା, ୨ ଶ୍ରଦ୍ଧାଳୁ ମୃତ

ମଥୁରା,୨୦ ।୮: କୃଷ୍ଣ ନଗରୀ ମଥୁରା-ବୃନ୍ଦାବନର ବିଶ୍ୱ ପ୍ରସିଦ୍ଧ ବାଙ୍କେ ବିହାରି ମନ୍ଦିରରେ ଦଳାଚକଟା ହୋଇଥିବା ଜଣାପଡିଛି । ସୂଚନା ମୁତାବକ ଜନ୍ମାଷ୍ଟମୀରେ ମଙ୍ଗଳ ଆଳତି...

କରୋନା ଟିକା ପାଇଁ ପଠାଯାଉଥିବା ଲିଙ୍କ୍‌-ଓଟିପିକୁ ସାବଧାନ: ବ୍ୟାଙ୍କ ଖାତା ନିମିଷକେ ହୋଇଯିବ ଖାଲି

ନୂଆଦିଲ୍ଲୀ,୩।୧: ଭାରତରେ କରୋନା ଟିକା ଦିଆଯିବା ନେଇ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ସରକାର ସୁରକ୍ଷିତ ଭାବେ ସାର୍ବଜନୀକ ଟିକାକରଣ କାର୍ଯ୍ୟକୁ ଯୋଜନାବଦ୍ଧ ଭାବେ କରିବାକୁ...

Advertisement
Archives

Model This Week