ସୌରଜଗତକୁ ବୁଝିବାରେ ‘ଭୋୟେଜର-୨’ର ଭୂମିକା

ସୌରଜଗତର ଆଠଟି ଗ୍ରହ ମଧ୍ୟରୁ ୪ଟି ଗ୍ରହ-ବୁଧ, ଶୁକ୍ର, ପୃଥିବୀ ଓ ମଙ୍ଗଳ ସାଧାରଣତଃ ପଥୁରିଆ ଉପାଦାନକୁ ନେଇ ଗଠିତ ହୋଇଥିଲା ବେଳେ ଗ୍ରହାଣୁପୁଞ୍ଜ ପରେ ରହିଥିବା ବୃହସ୍ପତି, ଶନି, ୟୁରାନସ୍‌ ଓ ନେପ୍‌ଚୁନ୍‌ ଗ୍ରହଗୁଡ଼ିକର ଗଠନ ଧାରା ଭିନ୍ନ ଧରଣର। ସେଗୁଡ଼ିକ ଆମ ପୃଥିବୀଠାରୁ ବହୁ ଦୂରରେ ରହିଥିବାରୁ ପୃଥିବୀ ପୃଷ୍ଠରୁ ସେମାନଙ୍କ ବିଷୟରେ ଅଧିକ ଜାଣିବା ୪୬ ବର୍ଷ ପୂର୍ବରୁ ସମ୍ଭବ ହୋଇପାରି ନ ଥିଲା। ସେମାନଙ୍କୁ ଅତି ନିକଟରୁ ଚିହ୍ନିବା, ବୁଝିବା ଓ ସେଗୁଡ଼ିକର କ୍ରମବିକାଶ ସମ୍ବନ୍ଧରେ ଠିକ୍‌ ଧାରଣା ପାଇବା ଉଦ୍ଦେଶ୍ୟରେ ଆମେରିକାର ମହାକାଶ ଗବେଷଣା ସଂସ୍ଥା ‘ନାସା’ ଦ୍ୱାରା ଏକକାଳୀନ ଦୁଇ ଦୁଇଟା ‘ଭୋୟେଜର’ ମହାକାଶଯାନ ସେହି ବହିଃଗ୍ରହଗୁଡ଼ିକ ଅଭିମୁଖେ ପଠାଯାଇଥିଲା। ମହାକାଶଯାନ ଦୁଇଟିର ନାମ ଥିଲା – ‘ଭୋୟେଜର-୧’ ଓ ‘ଭୋୟେଜର-୨’। ପ୍ରତ୍ୟେକ ‘ଭୋୟେଜର’ ମହାକାଶଯାନର ବସ୍ତୁତ୍ୱ ଥିଲା ୮୧୫ କିଲୋଗ୍ରାମ୍‌। ୧୯୭୭ ମସିହା ଅଗଷ୍ଟ ୨୦ ତାରିଖରେ ‘ଭୋୟେଜର-୨’ ଓ ସେପ୍ଟେମ୍ବର ୫ ତାରିଖରେ ‘ଭୋୟେଜର-୧’ ଯାନକୁ ଗ୍ରହାଣୁପୁଞ୍ଜ ବାହାରେ ରହିଥିବା ଗ୍ରହଗୁଡ଼ିକ ଅଭିମୁଖେ ଉତ୍‌କ୍ଷେପଣ କରାଯାଇଥିଲା। ଏକାଧାରରେ ଦଶଟି ବୈଜ୍ଞାନିକ ପରୀକ୍ଷଣ କରାଯିବାର ଲକ୍ଷ୍ୟ ରଖି ତଦନୁସାରେ ସେଥିରେ ଆଧୁନିକ ଯନ୍ତ୍ରପାତିମାନ ଖଞ୍ଜାଯାଇଥିଲା। ମହାକାଶଯାନ ଦୁଇଟି ମଧ୍ୟ ସୁଚାରୁରୂପେ ସେମାନଙ୍କର ଗୁରୁଦାୟିତ୍ୱ ସମ୍ପାଦନ କରିଥିଲେ।
‘ଭୋୟେଜର-୨’ ମହାକାଶଯାନ ସବୁଠାରୁ ଅଧିକ ସମୟ ଆମ ନିୟନ୍ତ୍ରଣ ମଧ୍ୟରେ ରହି କାମ କରୁଛି ଏବଂ ଆମଠାରୁ ଅନେକ ଦୂରକୁ ଯାଇପାରିଛି। ୧୯୭୯ ମସିହାରେ ‘ଭୋୟେଜର-୨’ ମହାକାଶଯାନ ବୃହସ୍ପତିର ଚର୍ଚ୍ଚିତ ‘ଆଇ-ଓ’ ଉପଗ୍ରହର ଉଭୟ ମେରୁର ଫଟୋ ଉଠାଇଥିଲା। ଫଟୋଚିତ୍ରଗୁଡ଼ିକର ବିଶ୍ଳେଷଣ ଓ ତୁଳନା ପୂର୍ବକ ଏହି ଉପଗ୍ରହରେ କେତେକ ଜୀବନ୍ତ ଓ କେତେକ ସୁପ୍ତ ଆଗ୍ନେୟଗିରି ରହିଥିବା ଜଣାପଡ଼ିଲା। ପ୍ରଥମଥର ପାଇଁ ପୃଥିବୀ ବାହାରେ ଆଇ-ଓ ଉପରେ ନଅଟି ଜୀବନ୍ତ ଆଗ୍ନେୟଗିରିର ସନ୍ଧାନ ମିଳିଥିଲା। ତା’ ସହିତ ସେଥିରୁ ନିର୍ଗତ ଉତ୍ତପ୍ତ ଲାଭା ଓ ସଲ୍‌ଫର ଡାଇଅକ୍ସାଇଡ୍‌ ଗ୍ୟାସ୍‌ ଦ୍ୱାରା ପ୍ରଦୂଷିତ ପରିବେଶ ବିଷୟରେ ମଧ୍ୟ ଅନେକ ସୂଚନା ମିଳିଥିଲା। ଭୋୟେଜର ମିଶନ ଦ୍ୱାରା ହିଁ ଜଣାଗଲା ଯେ ବୃହସ୍ପତିର ପୃଷ୍ଠଦେଶରେ ଦେଖାଯାଉଥିବା ‘ଗ୍ରେଟ୍‌ ରେଡ୍‌ ସ୍ପଟ୍‌’ ହେଉଛି ପ୍ରକୃତରେ ଏକ ବିଶାଳ ଝଡ଼। ଭୋୟେଜର ଯାନଦୁଇଟି ଦେଖିବାକୁ ପାଇଥିଲେ ଯେ ବୃହସ୍ପତିର ବାୟୁମଣ୍ଡଳୀୟ ମେଘମାଳାରେ ଅନବରତ ଘୂର୍ଣ୍ଣିବାତ୍ୟା ସୃଷ୍ଟିହେଉଛି। ଏହି ବିଶାଳ ଗ୍ରହର ପୃଷ୍ଠଦେଶରୁ ପ୍ରାୟ ୯୯,୦୦୦ କି.ମି. ଉଚ୍ଚତାରେ ମୁଖ୍ୟତଃ ଧୂଳିକଣାରେ ଗଠିତ ୩୦,୦୦୦ କି.ମି. ଓସାରର ବଳୟ କ୍ଷେତ୍ରକୁ ମଧ୍ୟ ଠାବ କରାଯାଇ ପାରିଥିଲା।
ଶନିଗ୍ରହ ସମ୍ପର୍କରେ ଅଧିକ କିଛି ଜଣାପଡ଼ିଥିଲା ଭୋୟେଜର ମିଶନ ପରେ। ଏହି ଗୁରୁତ୍ୱପୂର୍ଣ୍ଣ ମିଶନ ଦ୍ୱାରା ଜଣାଗଲା ଯେ, ଶନିର ବଳୟଗୁଡ଼ିକ ଖୁବ୍‌ ପ୍ରଶସ୍ତ ଏବଂ ସେଗୁଡ଼ିକ ପଥର, ଗ୍ୟାସ୍‌ ତଥା ବରଫ ଭଳି ପଦାର୍ଥକୁ ନେଇ ତିଆରି। ଏଥିରେ ପ୍ରାୟ ଏକ ଲକ୍ଷ ପୃଥକ୍‌ ପୃଥକ୍‌ କ୍ଷୁଦ୍ର ବଳୟ ରହିଥିଲେ ବି ସମୁଦାୟ ବଳୟଗୁଚ୍ଛକୁ ଡି, ସି, ବି, ଏ, ଏଫ୍‌, ଜି ଓ ଇ ବଳୟରେ ବିଭକ୍ତ କରାଯାଇଛି। ବି ଓ ଏ ବଳୟ ମଧ୍ୟରେ ୪,୮୦୦ କିଲୋମିଟର ସ୍ପଷ୍ଟ ବ୍ୟବଧାନକୁ ‘କାସିନି-ବ୍ୟବଧାନ’ କୁହାଯାଏ। ୧୯୮୧ ମସିହାରେ ‘ଭୋୟେଜର-୨’ ମହାକାଶଯାନଟି ଶନିଗ୍ରହକୁ ଅତିକ୍ରମ କରିବା ଅବସରରେ ୮୯ ଲକ୍ଷ କି.ମି. ଦୂରତାରୁ ଏହି ଅପୂର୍ବ ଦୃଶ୍ୟର ଚିତ୍ରୋତ୍ତୋଳନ କରିବାକୁ ସମର୍ଥ ହୋଇଥିଲା। ଶନିର ବାୟୁମଣ୍ଡଳ ଓ ବୃହସ୍ପତିର ବାୟୁମଣ୍ଡଳ ମଧ୍ୟରେ ଅନେକ ସାମଞ୍ଜସ୍ୟ ରହିଥିବା ଲକ୍ଷ୍ୟ କରାଗଲା। ଏଥିସହିତ ଶନିର ଉପଗ୍ରହ ଏନ୍ସିଲାଡସ୍‌ ପୃଷ୍ଠରେ ବିରାଟ ବିରାଟ ବିଚ୍ୟୁତି(ଫଲ୍‌ଟ୍‌) ଓ ଉପତ୍ୟକାମାନ ଥିବା ଜଣାପଡ଼ିଲା।
‘ଭୋୟେଜର-୨’ ମହାକାଶଯାନଟି ୧୯୮୬ ମସିହା ଜାନୁୟାରୀ ୨୪ ତାରିଖରେ ୟୁରାନସ୍‌ ଗ୍ରହର ନିକଟତର ହୋଇଥିଲା। ଏହି ଅବସରରେ ଏହି ଗ୍ରହର ଅନେକ ବଳୟର ଆବିଷ୍କାର କରିବା ସଙ୍ଗେ ସଙ୍ଗେ ଦଶଗୋଟି ନୂତନ ଉପଗ୍ରହର ସନ୍ଧାନ ଦେଇଥିଲା। ‘ଭୋୟେଜର-୨’ ମଧ୍ୟ ୟୁରାନସ୍‌ ଗ୍ରହର ଚୁମ୍ବକୀୟକ୍ଷେତ୍ର ବିଷୟରେ ସର୍ବପ୍ରଥମେ ସୂଚନା ପ୍ରଦାନ କରିଥିଲା, ଯାହାକି ଆଗରୁ ଜଣାଯାଇ ନ ଥିଲା। ଏହାଛଡ଼ା ଏହାର ଏକ ଉପଗ୍ରହ ‘ମିରାଣ୍ଡା’ର ପୃଷ୍ଠଦେଶରେ ପ୍ରାୟ ୨୦ କିଲୋମିଟର ଗଭୀର ଉପତ୍ୟକା ଥିବାର ସୂଚନା ମିଳିଥିଲା। ୟୁରାନସ୍‌ ଗ୍ରହର ସମସ୍ତ ନଅଟି ବଳୟ ବିଷୟରେ ମଧ୍ୟ ଜଣାପଡ଼ିଲା। ଫଟୋଚିତ୍ରରୁ ଯାହା ଜଣାଗଲା, ବୃହସ୍ପତି ଓ ଶନିର ବଳୟରେ ଥିବା ଉପାଦାନଗୁଡ଼ିକଠାରୁ ୟୁରାନସ୍‌ର ବଳୟ ବଡ଼ ବଡ଼ ଖଣ୍ଡ ଉପାଦାନରେ ଗଠିତ।
ନେପ୍‌ଚୁନ ଗ୍ରହର ଫଟୋଚିତ୍ରରୁ ଏହାର ବାୟୁମଣ୍ଡଳରେ ମିଥେନ୍‌ ଓ ଉପର ଅଞ୍ଚଳରେ ଘନ ମେଘମାଳା ରହିଥିବା ଦେଖାଗଲା। ୟୁରାନସ୍‌ ଭଳି ନେପ୍‌ଚୁନ ଗ୍ରହର ମଧ୍ୟ ବଳୟ ରହିଥିବାର ପ୍ରମାଣ ମିଳିଲା। ଗ୍ରହପୃଷ୍ଠରେ କେତେକ ‘ସ୍ପଟ୍‌’ ସହିତ ଏହାର ବାୟୁମଣ୍ଡଳରେ ୨୦୦୦ କି.ମି. ବେଗରେ ଗତିଶୀଳ ପବନ ସମ୍ପର୍କରେ ସୂଚନା ମିଳିଲା। ଅନ୍ୟ ଯେକୌଣସି ଗ୍ରହର ବାୟୁମଣ୍ଡଳୀୟ ପବନସ୍ରୋତ ତୁଳନାରେ ଏହା ଅଧିକ ଶକ୍ତିଶାଳୀ ଅଟେ। ୧୯୮୯ ମସିହାରେ ‘ଭୋୟେଜର-୨’ ନେଇଥିବା ଫଟୋଚିତ୍ରରୁ ନେପ୍‌ଚୁନ ଗ୍ରହର ବୃହତମ ଉପଗ୍ରହ ଟ୍ରିଟନ୍‌ ସମ୍ବନ୍ଧରେ କେତେକ ନୂତନ ତଥ୍ୟ ମଧ୍ୟ ହସ୍ତଗତ ହୋଇପାରିଲା। ପ୍ରାୟତଃ ଯବକ୍ଷାରଜାନ ଓ ମିଥେନ୍‌ର ବରଫରେ ଗଠିତ ଟ୍ରିଟନ୍‌ ଉପଗ୍ରହର ପୃଷ୍ଠତଳ ସେତେ ମାତ୍ରାରେ ଗର୍ତ୍ତମୟ ନ ଥିଲା। ଆମ ସୌରଜଗତର ସୁଦୂର ଅଞ୍ଚଳ ଉପରେ ସର୍ବପ୍ରଥମେ ସମ୍ୟକ୍‌ ଧାରଣା ପ୍ରଦାନ କରିବା କ୍ଷେତ୍ରରେ ‘ଭୋୟେଜର-୨’ ମହାକାଶଯାନର ଭୂମିକା ଅତୁଳନୀୟ।


Enter your email to get our daily news in your inbox.

All Right Reserved By Dharitri.Com

ପେଟ୍ରୋଲ ଅଭାବ ଭିତରେ ଭୁବନେଶ୍ୱରରେ ବଦଳିଲା ତେଲଦର! ଜାଣନ୍ତୁ କ’ଣ ହୋଇଛି ପରିବର୍ତ୍ତନ

ନୂଆଦିଲ୍ଲୀ,୧୪।୫: ଦେଶରେ ପେଟ୍ରୋଲ ଓ ଡିଜେଲର ନୂଆ ମୂଲ୍ୟ ଜାରି କରାଯାଇଛି । ପ୍ରମୁଖ ସହର ଗୁଡିକରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ପରିବର୍ତ୍ତନ ହୋଇଛି ।…

୨୦ରେ ରାଜ୍ୟ କ୍ୟାବିନେଟ୍‌: ୯ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ବାଜିପାରେ ମୋହର

ଭୁବନେଶ୍ୱର,୧୪ା୫(ରବିନାରାୟଣ ଜେନା):ଓଡ଼ିଶାର ବିକାଶକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ମେ’ ୨୦ରେ ରାଜ୍ୟ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବ। ଲୋକସେବା ଭବନର ତୃତୀୟ ମହଲାରେ ଅପରାହ୍ନ…

କେନ୍ଦୁପତ୍ର ବୋଝେଇ ପିକଅପ୍‌ ଜବତ, ୨ ଜଣଙ୍କୁ ବାନ୍ଧିଲା ପୋଲିସ

ରିଆମାଳ, ୧୪୫(ବଦ୍ରିନାରାୟଣ ଅଗ୍ରୱାଲା):ଦେବଗଡ଼ ଜିଲା ରିଆମାଳ ବ୍ଲକ କୁଣ୍ଢେଇଗୋଳା ଥାନା କରଲଗା ଜିରୋ ପଏଣ୍ଟଠାରେ ଏକ କେନ୍ଦୁପତ୍ର ବୋଝେଇ ପିକଅପ ଜବତ ହେବା ସହ ଦୁଇ ଜଣକୁ…

ମାସେ ହେଲା ଅଚଳ ଜଳ ଯୋଗାଣ ପ୍ରକଳ୍ପ: ଚୁବୁକାଦାଦର ଗାଁରେ ପାନୀୟ ଜଳ ସମସ୍ୟା

ଅମରପାଲି,୧୪ା୫(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଖଣ୍ଡହତା ପଞ୍ଚାୟତର ଚୁବୁକାଦାଦର ଗଁାରେ ପାନୀୟ ଜଳ ସମସ୍ୟା ଦେଖାଦେଇଛି। ଗ୍ରାମରେ ଥିବା ପାନୀୟ ଜଳ ଯୋଗାଣ ପ୍ରକଳ୍ପ…

ଏତିକି ଟଙ୍କା ଯାଏ କିଣିପାରିବେ ପେଟ୍ରୋଲ, ପେଟ୍ରୋଲ-ଡିଜେଲ ନିୟମରେ ସରକାର କଲେ ବଡ଼ ପରିବର୍ତ୍ତନ!

ନୂଆଦିଲ୍ଲୀ,୧୪।୫: କେରଳରେ ପେଟ୍ରୋଲ ଏବଂ ଡିଜେଲ କ୍ରୟ ସମ୍ୱନ୍ଧୀୟ ନୂତନ ନିୟମାବଳୀ ଜାରି କରାଯିବା ସମ୍ପର୍କରେ ଖବର ପ୍ରକାଶ ପାଇଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, କେରଳର ଇନ୍ଧନ…

ସେବାରୁ ଆରମ୍ଭ, ସ୍ୱାର୍ଥରେ ଶେଷ

ଏବକାର ଭାରତରେ ରାଜନୀତିଜ୍ଞମାନେ ଇଂଲିଶ ଅକ୍ଷର ଏସ୍‌(S)କୁ ଜପାମାଳି କରି ଦେଇଛନ୍ତି। ଏହା ମାଧ୍ୟମରେ ସେମାନେ ଦେଶସେବା କରିବାର ଛଳନା କରୁଛନ୍ତି। ପ୍ରତ୍ୟେକ ସ୍ଲୋଗାନ, ପ୍ରତ୍ୟେକ ଯୋଜନା,…

ପଶ୍ଚିମ ଓଡିଶା ପାଇଁ ଆଉ ଏକ ନୂଆ ଟ୍ରେନ: ସ୍ବପ୍ନ ପୂରଣ କଲେ ଅଶ୍ୱିନୀ ବୈଷ୍ଣବ

କେସିଙ୍ଗା,୧୪।୫(ତୁମେଶ୍ୱର ସାହୁ): କେସିଙ୍ଗାରୁ ଭୁବନେଶ୍ୱରକୁ ନୂତନ ଟ୍ରେନ ପାଇଁ ଦାବି ଜୋର ଧରିଥିଲା। ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପୁରୀରୁ କୋରାପୁଟ ସିଧା ପଶ୍ଚିମ ଓଡ଼ିଶାରକୁ ସଂଯୋଗ…

ସଙ୍କଟ ମଧ୍ୟରେ ଭାରତ ପାଇଁ ଆସିଲା ଖୁସି ଖବର: ହର୍ମୁଜରେ…

ନୂଆଦିଲ୍ଲୀ,୧୪।୫: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଭାରତ ପାଇଁ ଆଉ ଏକ ଖୁସି ଖବର ଆସିଛି। LPG ଟ୍ୟାଙ୍କର୍‌ MV ସନ୍‌ସାଇନ ହର୍ମୁଜ ପ୍ରଣାଳୀ ପାର କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri