ସୌରଜଗତକୁ ବୁଝିବାରେ ‘ଭୋୟେଜର-୨’ର ଭୂମିକା

ସୌରଜଗତର ଆଠଟି ଗ୍ରହ ମଧ୍ୟରୁ ୪ଟି ଗ୍ରହ-ବୁଧ, ଶୁକ୍ର, ପୃଥିବୀ ଓ ମଙ୍ଗଳ ସାଧାରଣତଃ ପଥୁରିଆ ଉପାଦାନକୁ ନେଇ ଗଠିତ ହୋଇଥିଲା ବେଳେ ଗ୍ରହାଣୁପୁଞ୍ଜ ପରେ ରହିଥିବା ବୃହସ୍ପତି, ଶନି, ୟୁରାନସ୍‌ ଓ ନେପ୍‌ଚୁନ୍‌ ଗ୍ରହଗୁଡ଼ିକର ଗଠନ ଧାରା ଭିନ୍ନ ଧରଣର। ସେଗୁଡ଼ିକ ଆମ ପୃଥିବୀଠାରୁ ବହୁ ଦୂରରେ ରହିଥିବାରୁ ପୃଥିବୀ ପୃଷ୍ଠରୁ ସେମାନଙ୍କ ବିଷୟରେ ଅଧିକ ଜାଣିବା ୪୬ ବର୍ଷ ପୂର୍ବରୁ ସମ୍ଭବ ହୋଇପାରି ନ ଥିଲା। ସେମାନଙ୍କୁ ଅତି ନିକଟରୁ ଚିହ୍ନିବା, ବୁଝିବା ଓ ସେଗୁଡ଼ିକର କ୍ରମବିକାଶ ସମ୍ବନ୍ଧରେ ଠିକ୍‌ ଧାରଣା ପାଇବା ଉଦ୍ଦେଶ୍ୟରେ ଆମେରିକାର ମହାକାଶ ଗବେଷଣା ସଂସ୍ଥା ‘ନାସା’ ଦ୍ୱାରା ଏକକାଳୀନ ଦୁଇ ଦୁଇଟା ‘ଭୋୟେଜର’ ମହାକାଶଯାନ ସେହି ବହିଃଗ୍ରହଗୁଡ଼ିକ ଅଭିମୁଖେ ପଠାଯାଇଥିଲା। ମହାକାଶଯାନ ଦୁଇଟିର ନାମ ଥିଲା – ‘ଭୋୟେଜର-୧’ ଓ ‘ଭୋୟେଜର-୨’। ପ୍ରତ୍ୟେକ ‘ଭୋୟେଜର’ ମହାକାଶଯାନର ବସ୍ତୁତ୍ୱ ଥିଲା ୮୧୫ କିଲୋଗ୍ରାମ୍‌। ୧୯୭୭ ମସିହା ଅଗଷ୍ଟ ୨୦ ତାରିଖରେ ‘ଭୋୟେଜର-୨’ ଓ ସେପ୍ଟେମ୍ବର ୫ ତାରିଖରେ ‘ଭୋୟେଜର-୧’ ଯାନକୁ ଗ୍ରହାଣୁପୁଞ୍ଜ ବାହାରେ ରହିଥିବା ଗ୍ରହଗୁଡ଼ିକ ଅଭିମୁଖେ ଉତ୍‌କ୍ଷେପଣ କରାଯାଇଥିଲା। ଏକାଧାରରେ ଦଶଟି ବୈଜ୍ଞାନିକ ପରୀକ୍ଷଣ କରାଯିବାର ଲକ୍ଷ୍ୟ ରଖି ତଦନୁସାରେ ସେଥିରେ ଆଧୁନିକ ଯନ୍ତ୍ରପାତିମାନ ଖଞ୍ଜାଯାଇଥିଲା। ମହାକାଶଯାନ ଦୁଇଟି ମଧ୍ୟ ସୁଚାରୁରୂପେ ସେମାନଙ୍କର ଗୁରୁଦାୟିତ୍ୱ ସମ୍ପାଦନ କରିଥିଲେ।
‘ଭୋୟେଜର-୨’ ମହାକାଶଯାନ ସବୁଠାରୁ ଅଧିକ ସମୟ ଆମ ନିୟନ୍ତ୍ରଣ ମଧ୍ୟରେ ରହି କାମ କରୁଛି ଏବଂ ଆମଠାରୁ ଅନେକ ଦୂରକୁ ଯାଇପାରିଛି। ୧୯୭୯ ମସିହାରେ ‘ଭୋୟେଜର-୨’ ମହାକାଶଯାନ ବୃହସ୍ପତିର ଚର୍ଚ୍ଚିତ ‘ଆଇ-ଓ’ ଉପଗ୍ରହର ଉଭୟ ମେରୁର ଫଟୋ ଉଠାଇଥିଲା। ଫଟୋଚିତ୍ରଗୁଡ଼ିକର ବିଶ୍ଳେଷଣ ଓ ତୁଳନା ପୂର୍ବକ ଏହି ଉପଗ୍ରହରେ କେତେକ ଜୀବନ୍ତ ଓ କେତେକ ସୁପ୍ତ ଆଗ୍ନେୟଗିରି ରହିଥିବା ଜଣାପଡ଼ିଲା। ପ୍ରଥମଥର ପାଇଁ ପୃଥିବୀ ବାହାରେ ଆଇ-ଓ ଉପରେ ନଅଟି ଜୀବନ୍ତ ଆଗ୍ନେୟଗିରିର ସନ୍ଧାନ ମିଳିଥିଲା। ତା’ ସହିତ ସେଥିରୁ ନିର୍ଗତ ଉତ୍ତପ୍ତ ଲାଭା ଓ ସଲ୍‌ଫର ଡାଇଅକ୍ସାଇଡ୍‌ ଗ୍ୟାସ୍‌ ଦ୍ୱାରା ପ୍ରଦୂଷିତ ପରିବେଶ ବିଷୟରେ ମଧ୍ୟ ଅନେକ ସୂଚନା ମିଳିଥିଲା। ଭୋୟେଜର ମିଶନ ଦ୍ୱାରା ହିଁ ଜଣାଗଲା ଯେ ବୃହସ୍ପତିର ପୃଷ୍ଠଦେଶରେ ଦେଖାଯାଉଥିବା ‘ଗ୍ରେଟ୍‌ ରେଡ୍‌ ସ୍ପଟ୍‌’ ହେଉଛି ପ୍ରକୃତରେ ଏକ ବିଶାଳ ଝଡ଼। ଭୋୟେଜର ଯାନଦୁଇଟି ଦେଖିବାକୁ ପାଇଥିଲେ ଯେ ବୃହସ୍ପତିର ବାୟୁମଣ୍ଡଳୀୟ ମେଘମାଳାରେ ଅନବରତ ଘୂର୍ଣ୍ଣିବାତ୍ୟା ସୃଷ୍ଟିହେଉଛି। ଏହି ବିଶାଳ ଗ୍ରହର ପୃଷ୍ଠଦେଶରୁ ପ୍ରାୟ ୯୯,୦୦୦ କି.ମି. ଉଚ୍ଚତାରେ ମୁଖ୍ୟତଃ ଧୂଳିକଣାରେ ଗଠିତ ୩୦,୦୦୦ କି.ମି. ଓସାରର ବଳୟ କ୍ଷେତ୍ରକୁ ମଧ୍ୟ ଠାବ କରାଯାଇ ପାରିଥିଲା।
ଶନିଗ୍ରହ ସମ୍ପର୍କରେ ଅଧିକ କିଛି ଜଣାପଡ଼ିଥିଲା ଭୋୟେଜର ମିଶନ ପରେ। ଏହି ଗୁରୁତ୍ୱପୂର୍ଣ୍ଣ ମିଶନ ଦ୍ୱାରା ଜଣାଗଲା ଯେ, ଶନିର ବଳୟଗୁଡ଼ିକ ଖୁବ୍‌ ପ୍ରଶସ୍ତ ଏବଂ ସେଗୁଡ଼ିକ ପଥର, ଗ୍ୟାସ୍‌ ତଥା ବରଫ ଭଳି ପଦାର୍ଥକୁ ନେଇ ତିଆରି। ଏଥିରେ ପ୍ରାୟ ଏକ ଲକ୍ଷ ପୃଥକ୍‌ ପୃଥକ୍‌ କ୍ଷୁଦ୍ର ବଳୟ ରହିଥିଲେ ବି ସମୁଦାୟ ବଳୟଗୁଚ୍ଛକୁ ଡି, ସି, ବି, ଏ, ଏଫ୍‌, ଜି ଓ ଇ ବଳୟରେ ବିଭକ୍ତ କରାଯାଇଛି। ବି ଓ ଏ ବଳୟ ମଧ୍ୟରେ ୪,୮୦୦ କିଲୋମିଟର ସ୍ପଷ୍ଟ ବ୍ୟବଧାନକୁ ‘କାସିନି-ବ୍ୟବଧାନ’ କୁହାଯାଏ। ୧୯୮୧ ମସିହାରେ ‘ଭୋୟେଜର-୨’ ମହାକାଶଯାନଟି ଶନିଗ୍ରହକୁ ଅତିକ୍ରମ କରିବା ଅବସରରେ ୮୯ ଲକ୍ଷ କି.ମି. ଦୂରତାରୁ ଏହି ଅପୂର୍ବ ଦୃଶ୍ୟର ଚିତ୍ରୋତ୍ତୋଳନ କରିବାକୁ ସମର୍ଥ ହୋଇଥିଲା। ଶନିର ବାୟୁମଣ୍ଡଳ ଓ ବୃହସ୍ପତିର ବାୟୁମଣ୍ଡଳ ମଧ୍ୟରେ ଅନେକ ସାମଞ୍ଜସ୍ୟ ରହିଥିବା ଲକ୍ଷ୍ୟ କରାଗଲା। ଏଥିସହିତ ଶନିର ଉପଗ୍ରହ ଏନ୍ସିଲାଡସ୍‌ ପୃଷ୍ଠରେ ବିରାଟ ବିରାଟ ବିଚ୍ୟୁତି(ଫଲ୍‌ଟ୍‌) ଓ ଉପତ୍ୟକାମାନ ଥିବା ଜଣାପଡ଼ିଲା।
‘ଭୋୟେଜର-୨’ ମହାକାଶଯାନଟି ୧୯୮୬ ମସିହା ଜାନୁୟାରୀ ୨୪ ତାରିଖରେ ୟୁରାନସ୍‌ ଗ୍ରହର ନିକଟତର ହୋଇଥିଲା। ଏହି ଅବସରରେ ଏହି ଗ୍ରହର ଅନେକ ବଳୟର ଆବିଷ୍କାର କରିବା ସଙ୍ଗେ ସଙ୍ଗେ ଦଶଗୋଟି ନୂତନ ଉପଗ୍ରହର ସନ୍ଧାନ ଦେଇଥିଲା। ‘ଭୋୟେଜର-୨’ ମଧ୍ୟ ୟୁରାନସ୍‌ ଗ୍ରହର ଚୁମ୍ବକୀୟକ୍ଷେତ୍ର ବିଷୟରେ ସର୍ବପ୍ରଥମେ ସୂଚନା ପ୍ରଦାନ କରିଥିଲା, ଯାହାକି ଆଗରୁ ଜଣାଯାଇ ନ ଥିଲା। ଏହାଛଡ଼ା ଏହାର ଏକ ଉପଗ୍ରହ ‘ମିରାଣ୍ଡା’ର ପୃଷ୍ଠଦେଶରେ ପ୍ରାୟ ୨୦ କିଲୋମିଟର ଗଭୀର ଉପତ୍ୟକା ଥିବାର ସୂଚନା ମିଳିଥିଲା। ୟୁରାନସ୍‌ ଗ୍ରହର ସମସ୍ତ ନଅଟି ବଳୟ ବିଷୟରେ ମଧ୍ୟ ଜଣାପଡ଼ିଲା। ଫଟୋଚିତ୍ରରୁ ଯାହା ଜଣାଗଲା, ବୃହସ୍ପତି ଓ ଶନିର ବଳୟରେ ଥିବା ଉପାଦାନଗୁଡ଼ିକଠାରୁ ୟୁରାନସ୍‌ର ବଳୟ ବଡ଼ ବଡ଼ ଖଣ୍ଡ ଉପାଦାନରେ ଗଠିତ।
ନେପ୍‌ଚୁନ ଗ୍ରହର ଫଟୋଚିତ୍ରରୁ ଏହାର ବାୟୁମଣ୍ଡଳରେ ମିଥେନ୍‌ ଓ ଉପର ଅଞ୍ଚଳରେ ଘନ ମେଘମାଳା ରହିଥିବା ଦେଖାଗଲା। ୟୁରାନସ୍‌ ଭଳି ନେପ୍‌ଚୁନ ଗ୍ରହର ମଧ୍ୟ ବଳୟ ରହିଥିବାର ପ୍ରମାଣ ମିଳିଲା। ଗ୍ରହପୃଷ୍ଠରେ କେତେକ ‘ସ୍ପଟ୍‌’ ସହିତ ଏହାର ବାୟୁମଣ୍ଡଳରେ ୨୦୦୦ କି.ମି. ବେଗରେ ଗତିଶୀଳ ପବନ ସମ୍ପର୍କରେ ସୂଚନା ମିଳିଲା। ଅନ୍ୟ ଯେକୌଣସି ଗ୍ରହର ବାୟୁମଣ୍ଡଳୀୟ ପବନସ୍ରୋତ ତୁଳନାରେ ଏହା ଅଧିକ ଶକ୍ତିଶାଳୀ ଅଟେ। ୧୯୮୯ ମସିହାରେ ‘ଭୋୟେଜର-୨’ ନେଇଥିବା ଫଟୋଚିତ୍ରରୁ ନେପ୍‌ଚୁନ ଗ୍ରହର ବୃହତମ ଉପଗ୍ରହ ଟ୍ରିଟନ୍‌ ସମ୍ବନ୍ଧରେ କେତେକ ନୂତନ ତଥ୍ୟ ମଧ୍ୟ ହସ୍ତଗତ ହୋଇପାରିଲା। ପ୍ରାୟତଃ ଯବକ୍ଷାରଜାନ ଓ ମିଥେନ୍‌ର ବରଫରେ ଗଠିତ ଟ୍ରିଟନ୍‌ ଉପଗ୍ରହର ପୃଷ୍ଠତଳ ସେତେ ମାତ୍ରାରେ ଗର୍ତ୍ତମୟ ନ ଥିଲା। ଆମ ସୌରଜଗତର ସୁଦୂର ଅଞ୍ଚଳ ଉପରେ ସର୍ବପ୍ରଥମେ ସମ୍ୟକ୍‌ ଧାରଣା ପ୍ରଦାନ କରିବା କ୍ଷେତ୍ରରେ ‘ଭୋୟେଜର-୨’ ମହାକାଶଯାନର ଭୂମିକା ଅତୁଳନୀୟ।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?