ବୃଦ୍ଧାଙ୍ଗୁଳି ଛାପରେ ମତଦାନ ବୈଧ: ଉପଜିଲାପାଳ

ହାଟଡିହୀ,୬।୩(ଡି.ଏନ.ଏ.) କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ୩୧ ପଞ୍ଚାୟତରେ ନିର୍ବାଚନ ଶେଷ ହୋଇଛି। କେତେକ ପଞ୍ଚାୟତରେ ନିର୍ବାଚନୀ ଫଳାଫଳକୁ ନେଇ ଅସନ୍ତୋଷ ଦେଖାଦେଇଛି l
ଅନୁସାରେ, ଶଢା ପଞ୍ଚାୟତ ୧୪ ୱାର୍ଡକୁ ନେଇ ଗଠିତ। ସରପଞ୍ଚ ପଦବୀ ପାଇଁ ଭାରତୀ ପାତ୍ର ଖୋଲାବହି, ସାଗରିକା ଯେନା ମାଛ ଓ ସୁକାନ୍ତି ପାତ୍ର ସୂର୍ଯ୍ୟ ଚିହ୍ନରେ ପ୍ରତିଦ୍ବନ୍ଦ୍ୱିିତା କରିଥିଲେ। ମୋଟ ୪୫୭୦ ଭୋଟର ମତଦାନ କରିଥିବା ବେଳେ ବୈଧ ଭୋଟ ସଂଖ୍ୟା ୪୪୨୬ ଏବଂ ନାକଚ ଭୋଟ ସଂଖ୍ୟା ୧୪୫। ଭାରତୀଙ୍କୁ ୩୩, ସାଗରିକାଙ୍କୁ ୨୨୦୯ ଓ ସୁକାନ୍ତିଙ୍କୁ ୨୧୮୪ ଖଣ୍ଡ ଭୋଟ ମିଳିଥିଲା। ବ୍ଲକ ପକ୍ଷରୁ ସାଗରିକାଙ୍କୁ ବିଜୟୀ ଘୋଷଣା କରାଯାଇଛି। ଏହାକୁ ପ୍ରତିବାଦ କରି ସୁକାନ୍ତି କେନ୍ଦୁଝର ଜିଲାପାଳ, ଆନନ୍ଦପୁର ଉପଜିଲାପାଳ, ହାଟଡିହୀ ବିଡିଓ ଏବଂ ରାଜ୍ୟ ନିର୍ବାଚନ କମିଶନରଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁସାରେ, ବୃଦ୍ଧାଙ୍ଗୁଳି ଛାପରେ ତାଙ୍କ ସପକ୍ଷରେ ହୋଇଥିବା ବହୁ ମତଦାନକୁ ନାକଚ କରାଯାଇଛି, ଯାହାକି ବେଆଇନ। ଫଳରେ ସେ ପରାଜିତ ହୋଇଛନ୍ତି। ନାକଚ କରାଯାଇଥିବା ସେସବୁ ମତଦାନକୁ ବୈଧ ଭାବେ ପୁନଃ ଗଣତି ପାଇଁ ସେ ନିବେଦନ କରିଛନ୍ତି। ସେହିପରି ପଢ଼ିଆରୀପଲି ପଞ୍ଚାୟତରେ ଅଜିତ କୁମାର ରାଉତ ଖୋଲା ବହି ଚିହ୍ନରେ ୧୪୫୦, ନିରୁପମା ପାତ୍ର ମାଛ ଚିହ୍ନରେ ୧୪୨୪ ଓ ରାଜେନ୍ଦ୍ର ନାରାୟଣ ରାଉତ ସୂର୍ଯ୍ୟ ଚିହ୍ନରେ ୧୧୩୧ ଖଣ୍ଡ ଭୋଟ ପାଇଛନ୍ତି। ଏଠାରେ ୪୧୭୪ ଭୋଟର ମତଦାନ କରିଥିବା ବେଳେ ୪୦୦୫ଟି ଭୋଟ ବୈଧ ଏବଂ ୧୬୯ ନାକଚ ହୋଇଛି। ନିରୁପମା ମଧ୍ୟ ଅନୁରୂପ ଅଭିଯୋଗ ଆଣି ପୁନଃ ଗଣତି ଦାବି କରିଛନ୍ତି। ଏ ସମ୍ପର୍କରେ ବିଡିଓ ବିନୀତା ବିଜୟିନୀ କହିଛନ୍ତି, ସରକାରୀ ଗାଇଡଲାଇନ ପାଳନ କରାଯାଇଛି। ଭୋଟରଙ୍କ ପରିଚୟ ଜଣା ନ ପଡ଼ିବା ଯୋଗୁ ବୃଦ୍ଧାଙ୍ଗୁଳି ଛାପରେ ହୋଇଥିବା ମତଦାନକୁ ନାକଚ କରାଯାଇଛି। ଆନନ୍ଦପୁର ଉପଜିଲାପାଳ ଗୋପୀନାଥ କୁଅଁର ବୃଦ୍ଧାଙ୍ଗୁଳି ଛାପରେ ମତଦାନ ବୈଧ ବୋଲି କହିଛନ୍ତି। ସୂଚନାଯୋଗ୍ୟ, ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଚିଠି ନଂ. ୪୦୦୩/୧ା୧୧ା୨୦୦୬ରେ ସଚିବ ଫକୀର ଚରଣ ଶତପଥୀ ଏକ ଗାଇଡ୍‌ଲାଇନ ଜାରି କରିଥିଲେ। ବୃଦ୍ଧାଙ୍ଗୁଳି ଛାପରେ ମତଦାନ ବୈଧ ବୋଲି ଉକ୍ତ ଚିଠିରେ ଉଲ୍ଲେଖ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାରେ ବଢୁଛି ଗୋଷ୍ଠୀ କନ୍ଦଳ

ପାଟଣା,୧୯ା୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବିଧାନସଭା କ୍ଷେତ୍ର ପାଇଁ ମଙ୍ଗଳବାର ଭାଜପା ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଅଖିଳ ଚନ୍ଦ୍ର ନାୟକଙ୍କ ନାମ ଘୋଷଣା କରିଛି।...

ସାଙ୍ଗଙ୍କୁ ପଥରରେ ଛେଚି ମାରିଦେଲେ

କେନ୍ଦୁଝର,୧୯ା୪(ଦୀପକ ମିଶ୍ର/ ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ଜିଲା ଟାଉନ ଥାନା କାଶିପୁର ମୁଣ୍ଡା ସାହିରେ ସାମାନ୍ୟ ବଚସାକୁ ନେଇ ଏକ ହତ୍ୟାକାଣ୍ଡ ଘଟିଯାଇଛି। ନିଶାସକ୍ତ ଅବସ୍ଥାରେ...

ବାପା-ଝିଅ ଯାଉଥିଲେ, ଜଳିଗଲା ବ୍ୟାଟେରୀ ସ୍କୁଟି

କେନ୍ଦୁଝର,୧୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର-ଗୋବର୍ଦ୍ଧନ ମଝିରେ ଥିବା ପେଟ୍ରୋଲପମ୍ପ ଓ ଇଟାଫେକ୍ଟ୍ରି ନିକଟରେ ଏକ(ଓଡି-୩୩-ଏ ଏଫ-୯୯୭୪)ଓକିନାୱା ନାମକ ବ୍ୟାଟେରୀ...

ସୂଚନା ଅଧିକାରୀଙ୍କୁ ୨୫ ହଜାର ଟଙ୍କା ଜୋରିମନା

ହାଟଡିହୀ,୧୮l୪(ଶୁଭକାନ୍ତ ନାୟକ): ଓଡିଶା ସୂଚନା କମିଶନଙ୍କ ତରଫରୁ ଏକ ମାମଲା ବିଚାର କରି କମିଶନର ବି.କେ. ମହାପାତ୍ର କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଜନ ସୂଚନା...

ଅଙ୍ଗଦାନ କରିଥିବା ମହିଳାଙ୍କୁ ଦିଆଗଲା ଗାର୍ଡ ଅଫ ଅନର

ହାଟଡିହୀ,୧୮l୪(ଶୁଭକାନ୍ତ ନାୟକ): ବିଭିନ୍ନ ସମୟରେ ଅଙ୍ଗଦାନ କରୁଥିବା ବ୍ୟକ୍ତି ବିଶେଷ ଏକ ସ୍ବତନ୍ତ୍ର ଉଦାହରଣ ସୃଷ୍ଟି କରି ସମାଜକୁ ଏକ ନୂତନ ଦିଗଦର୍ଶନ ଦେଇଥାନ୍ତି, ଯାହାକି...

ଗଛମୂଳେ ଚାଲିଛି ପାଠପଢ଼ା

ଆନନ୍ଦପୁର,୧୮ା୪(ଉମେଶ ଚନ୍ଦ୍ର ପାଢ଼ୀ)ରାଜ୍ୟ ସରକାର ୫-ଟି ଅଧୀନରେ ବିଦ୍ୟାଳୟ ରୂପାନ୍ତରୀକରଣ କରିଛନ୍ତି। ଏଥିରେ କେନ୍ଦୁଝର ଜିଲାରେ ମଧ୍ୟ ଅନେକ ସ୍କୁଲର ରୂପରେଖ ବଦଳିଛି। ମାତ୍ର ଏବେ...

ଦୁର୍ଘଟଣାରେ ଆମ୍ବୁଲାନ୍ସ ଚୁର୍‌ମାର୍‌

କେନ୍ଦୁଝର,୧୭।୪(ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ସଦର ଥାନା ଅନ୍ତର୍ଗତ ୨୦ନମ୍ବର ଜାତୀୟ ରାଜପଥ ବନାଯୋଡି ଟୋଲ ପ୍ଲାଜା ନିକଟରେ ବୁଧବାର ସକାଳ ୫ଟାରେ ଏକ ଛିଡା ହୋଇଥିବା...

ପ୍ରଚାର କଲେଣି ଭାଜପା, କଂଗ୍ରେସ:ବିଜେଡି ନୀରବ

ହାଟଡିହୀ,୧୭l୪(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ କଂଗ୍ରେସ ଓ ଭାଜପା ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରିଛନ୍ତିି। ଭାଜପାରୁ ଆଲୋକ ସେଠୀ ଓ କଂଗ୍ରେସରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri