ଭୋଟ ବେଳ

ରାଜନୀତି ସୁବିଧାବାଦର ଏକ ମହାରଣ୍ୟ- ଆତ୍ମରକ୍ଷା ଓ ଆତ୍ମସ୍ବାର୍ଥ ହେଲା ସେଠାରେ ଏକମାତ୍ର ଧର୍ମ। ସୁରେନ୍ଦ୍ର ମହାନ୍ତିଙ୍କ କାଳଜୟୀ ଉପନ୍ୟାସ ‘ନୀଳଶୈଳ’ ଏ କଠୋର ବାଣୀ ସାମ୍ପ୍ରତିକ ରାଜନୈତିକ ଦୃଶ୍ୟପଟ ପରିପ୍ରେକ୍ଷୀରେ ଖୁବ୍‌ ମନେପଡ଼େ। ନ ହେଲେ କ’ଣ ଏ ନେତାମାନେ ପିହୁଳା ଏଣ୍ଡୁଅ ପରି ରଙ୍ଗ ବଦଳେଇ ମାଙ୍କଡ଼ ଡାଳ ବଦଳେଇଲା ପରି ଏ ଦଳ ସେ ଦଳ ହେଉଥାନ୍ତେ!
ରାଜନୀତିରେ ପାଦ ଥାପୁଥିବା ପ୍ରତ୍ୟକ ବ୍ୟକ୍ତି ଜଣେ ଜଣେ ସମାଜସେବୀ, ଏହା ତାଙ୍କ ନିଜସ୍ବ ଦାବି। ସମାଜସେବା ସେମାନଙ୍କର ଏକମାତ୍ର ଲକ୍ଷ୍ୟ। କ୍ଷମତା ରାଜନୀତି କୁଆଡ଼େ ସମାଜସେବାର ଏକମାତ୍ର ପନ୍ଥା? ସାଧାରଣ ଲୋକମାନଙ୍କ ଉନ୍ନତି କଳ୍ପେ ସେମାନେ ଦିନରାତି ସ୍ବପ୍ନ ଦେଖୁଥା’ନ୍ତି, ଯାହା ପୂରଣ କରିବାକୁ ତାଙ୍କୁ ଗୋଟିଏ ଜନ୍ମ ବି ନିଅଣ୍ଟ ପଡ଼େ। ତାଙ୍କ ଅନ୍ତେ ତାଙ୍କ ପୁଅ, ନାତି, ଝିଅ, ନାତୁଣୀ ସେ ସ୍ବପ୍ନ ପଛରେ ଧାଇଁ ଥାଆନ୍ତି। ନିର୍ବାଚନ ସମୟ ପାଖେଇ ଆସିଲେ ତାଙ୍କ ସ୍ବପ୍ନର ଭିଡ଼ ଲାଗେ। ସମାଜସେବା ପାଇଁ ପ୍ରାଣ କାନ୍ଦି ଉଠେ। ଗୋଟିଏ ଦଳରୁ ସୁଯୋଗ ନ ମିଳିଲେ ସେମାନେ ବର୍ଷ ବର୍ଷର ସମ୍ପର୍କ ଛିନ୍ନ କରି ନୂଆ ଦଳରେ ଯୋଗଦିଅନ୍ତି। ଜନସେବା ପାଇଁ କି ଅଦ୍ଭୁତ ବ୍ୟାକୁଳତା!
ଏବେ ଜନତାଙ୍କ କଥା ଆଲୋଚନା କରାଯାଉ। ନେତାଙ୍କ କଥା ବଇଁଶୀର ସୁର ହେଲେ ଜନତା ହେଲେ ନାଗସାପ, ଯାହାର ଗୋଟେ ଚୋଟକୁ କେଳାର ଆୟୁଷ ନିଅଣ୍ଟ। ହେଲେ ନାଗ କ’ଣ କରେ? ବଇଁଶୀଫୁଙ୍କା ତାଳରେ ନିଜେ ନାଚେ, ଲହୁ ଲୁହାଣ ହୁଏ। ଉପରେ ନେତାଏ କୋଳାକୋଳି, ତଳେ ଭକ୍ତ, ଚାମଚା, ଫ୍ୟାନ ଗଡ଼ାଗଡ଼ି। ହଜାରେ ଜ୍ଞାନୀଙ୍କୁ ବୁଝେଇବା ସହଜ, ମାତ୍ର ଗୋଟିଏ ମୂର୍ଖକୁ ବୁଝେଇବା କଷ୍ଟ, ଏ କଥା ଏବେ ପୁରୁଣା ହୋଇ ଗଲାଣି। ଏବେ ତା’ର ନୂଆ ସଂସ୍କରଣ ହେଲା- ହଜାରେ ମୂର୍ଖଙ୍କୁ ବୁଝେଇବା ସହଜ, ମାତ୍ର ଗୋଟିଏ ଦଳୀୟ କର୍ମୀକୁ ବୁଝେଇବା କଷ୍ଟ। ନେତାର ଅଯୋଗ୍ୟପଣ, ଦୁର୍ନୀତି ସେ ଦେଖେନାହିଁ। ନେତା ଦ୍ୱାରା ଗାଁ, ସମାଜ, ରାଜ୍ୟ ବା ରାଷ୍ଟ୍ରର କ’ଣ ଉନ୍ନତି ହେବ ସେ ବିଚାର କରେ ନାହିଁ, ସେ କେବଳ ଦଳ ପ୍ରେମରେ ବାଇ। ସବୁଠୁ ଆଶ୍ଚର୍ଯ୍ୟର କଥା ହେଲା, କୌଣସି ନେତା ଜନତାଙ୍କୁ ଦେଶ ବା ରାଜ୍ୟର ନାଗରିକ ଭାବି ବ୍ୟବହାର କରନ୍ତି ନାହିଁ। ନିର୍ବାଚନର କିଛି ଦିନ ପୂର୍ବରୁ ହିତାଧିକାରୀ ବୋଲି ଭାବନ୍ତି। ସେଥିପାଇଁ ସେମାନେ ତାଙ୍କ ପାଇଁ ରାଜକୋଷ ଶୂନ୍ୟ କରି ଚାଲନ୍ତି। ଯୋଜନା ପରେ ଯୋଜନାର ବର୍ଷା ହୁଏ। ମାତ୍ର ଅଧିକାଂଶ ଯୋଜନାର ବାସ୍ତବ ରୂପରେଖ କିଛି ନ ଥାଏ ବା ଲୋକଙ୍କର ଉପଯୋଗିତା ନ ଥାଏ। ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ଜନତାଙ୍କୁ ସାମୟିକ ଭାବରେ ଭ୍ରମିତ କରି ରଖିବା। ଆଚରଣବିଧି ଲାଗୁ ହୋଇଗଲା ପରେ ସେଇ ନାଗରିକମାନେ ଭୋଟର ହେଇ ଯାଆନ୍ତି। ସେମାନଙ୍କୁ ନିଜ ସପକ୍ଷକୁ ନେବା ପାଇଁ ନିଜ ନିଜ ଭିତରେ ଅସୁସ୍ଥ ପ୍ରତିଯୋଗିତା ଆରମ୍ଭ ହୁଏ, ଯାହାର କ୍ଷତି ଭରଣା ହୋଇପାରେନି। ଜାତି, ଧର୍ମ, ସମ୍ପ୍ରଦାୟକୁ ନେଇ ଭିତ୍ତିହୀନ, ମିଥ୍ୟା, କପୋଳକଳ୍ପିତ ଅଥବା ଆଧୁନିକ ଭାଷାରେ ଡିପ୍‌ ଫେକ୍‌ ଭିଡିଓର ସହାୟତା ନିଆଯାଏ। ଜନତାଙ୍କ ଭିତରେ ହିଂସା ଆଉ ଘୃଣା ବାଣ୍ଟିବାର ବୀଜ ବପନ କରାଯାଏ। ଶେଷରେ ନିର୍ବାଚନ ପୂର୍ବ ରାତିରେ ନେତାମାନେ ତାଙ୍କର ବ୍ରହ୍ମାସ୍ତ୍ର ସ୍ବରୂପ ଟଙ୍କା, ମଦ, ମାଂସ ବାଣ୍ଟିଥା’ନ୍ତି। ସାମାନ୍ୟ ଲୋଭର ବଶବର୍ତ୍ତୀ ହୋଇ ଭୋଟରଟିଏ ନିଜକୁ ବିକ୍ରି କରି ଦେଇଥାଏ। ଦେଶର ନାଗରିକ ହିସାବରେ ସମାଜ ପ୍ରତି ତା’ର କିଛି କର୍ତ୍ତବ୍ୟ ରହିଛି ସେ ଭୁଲିଯାଏ।
ନେତାମାନେ ଜନତାଙ୍କୁ କେବେ ନାଗରିକ ବୋଲି ଭାବନ୍ତି ନାହିଁ, କାରଣ ନିର୍ବାଚନ ପୂର୍ବରୁ ଜନତାଙ୍କ ଗୋଡ଼ ଧରିବା ତାଙ୍କର ଅସହାୟତା ଆଉ ନିର୍ବାଚନ ପରେ ତାଙ୍କ ତଣ୍ଟି ଧରିବା ତାଙ୍କ ଅଧିକାର ବୋଲି ଭାବନ୍ତି। ତେଣୁ ଜନତା ବା ଭୋଟର ନେତାଙ୍କୁ ସମାଜସେବୀ ଭାବିବାର ଭ୍ରମ ନ କରିବା ଉଚିତ। କୌଣସି ନେତାର ମିଛ ପ୍ରଲୋଭନରେ ଭାସିଯିବା ପୂର୍ବରୁ ସେ ପ୍ରତିଶ୍ରୁତିର ସତ୍ୟତା ପରଖି ନେବା ଉଚିତ। ଦଳବଦଳ କରୁଥିବା ନକଲି ସମାଜସେବୀମାନଙ୍କ ପ୍ରତି ନିଜର ଆଖି ଖୋଲା ରଖି ବିଚାର କରିବାକୁ ହେବ। ସବା ଶେଷରେ ‘ନୀଳଶୈଳ’ର ଗୋଟିଏ କାଳଜୟୀ ବାକ୍ୟ ଉଦ୍ଧାର କରାଯାଉ। ”ବେଶ୍ୟାର ପ୍ରଣୟ ଅଥବା ଜହ୍ନର ଛାଇରେ ବରଂ କେତେକ ସ୍ଥିରତା ଥାଇପାରେ, ମାତ୍ର କ୍ଷମତା ରାଜନୀତିରେ ବନ୍ଧୁତ୍ୱ ଓ ବୈରଭାବ ଚଲା ମେଘ ପରି ଅସ୍ଥିର।“ ତେଣୁ ଭୋଟରମାନେ ରାଜନୀତି ପାଇଁ ନିଜ ନିଜ ଭିତରେ ସମ୍ପର୍କ ଖରାପ କରିବା ପୂର୍ବରୁ ଏ ବାକ୍ୟଟି ସ୍ମରଣ ରଖିଲେ ସଭିଙ୍କର ମଙ୍ଗଳ।

  • ବିପ୍ଳବ
    ମକୁନ୍ଦପୁର, ବାଙ୍କୀ
    ମୋ: ୯୪୩୭୪୬୮୦୧୬

Enter your email to get our daily news in your inbox.

All Right Reserved By Dharitri.Com

ଅସ୍ତମିତ ଅସ୍ମିତା

ଦୁବଂଶ ଧ୍ବଂସ ମୂଳରେ ଥିଲା କୋକୁଆ। ବାସ୍ତବରେ କୋକୁଆର ସ୍ବରୂପ କେହି ଦେଖି ନ ଥିଲେ। କୋକୁଆ କୌଣସି ଜୀବ ବା ଜୀବାଣୁ ନ ଥିଲା।...

ଭଙ୍ଗା ପୋଲର ଆତ୍ମକଥା

ହେଉଛି ଭଙ୍ଗା ପୋଲ। ନାମକରଣ ହେବା ପରେ ପରେ ମୁଁ ଭାଙ୍ଗିଗଲି, ସେଥିପାଇଁ ମୋତେ ମୋ ନାମରେ କେହି ଜାଣନ୍ତି ନାହିଁ। ଦିନେ ଦିବାଲୋକରେ ସମସ୍ତଙ୍କ...

ତାଲିବାନ୍‌ ଶାସନରେ ଲିଙ୍ଗଗତ ବିଭେଦ

ଆଜକୁ ତିନି ବର୍ଷ ପୂର୍ବେ ଆଫଗାନିସ୍ତାନରେ ତାଲିବାନ୍‌ କ୍ଷମତାକୁ ଫେରିଥିଲା। ତା’ ପରଠାରୁ ସେଠାରେ ଝିଇମାନେ ମାଧ୍ୟମିକ ବିଦ୍ୟାଳୟରେ ପଢ଼ିପାରିନାହାନ୍ତି। ସେମାନଙ୍କ ପାଇଁ ମୌଳିକ ଶିକ୍ଷାର...

ଏଇ ଭାରତରେ

ପରିବେଶ ସ୍ବଚ୍ଛ ରଖିବା ଲାଗି ଏକ ଅଭିନବ ଉପାୟ ଆପଣାଇଛନ୍ତି ମନୋଜ ରଞ୍ଜନ। ସେ ଅଳିଆ ଗଦା ହେଉଥିବା ସ୍ଥାନରେ ସୁନ୍ଦର ବଗିଚା କରି କଲୋନିରେ...

ତାଳଗଛ ଓ ବଜ୍ରପାତ

ଇଂ. ମାୟାଧର ସ୍ବାଇଁ ଓଡ଼ିଶା ସରକାର ଏହି ବର୍ଷ ଜୁଲାଇ ପ୍ରଥମ ସପ୍ତାହରେ ରାଜ୍ୟରେ ତାଳଗଛ କାଟିବାରେ କଟକଣା ଲଗାଇଛନ୍ତି। ବନ ବିଭାଗର ବିନା ଅନୁମତିରେ...

ଗୀତାରେ ପରିବାର

ଦେବଦତ୍ତ ପଟ୍ଟନାୟକ ଭଗବଦ୍‌ ଗୀତାରେ ସମସ୍ୟା କଥାକୁ ଅତି ସ୍ପଷ୍ଟ ଭାବେ ଦର୍ଶାଯାଇଛି ଓ ଏହାର ବର୍ଣ୍ଣନା ପ୍ରଥମ ଅଧ୍ୟାୟରେ ଦେଖିବାକୁ ମିଳେ। ପରିବାରର କିଏ...

ବର୍ଷାଋତୁରେ ଶିଶୁରୋଗ

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ ବର୍ଷାଋତୁ ଶିଶୁମାନଙ୍କ ପାଇଁ ସ୍ବାସ୍ଥ୍ୟପ୍ରଦ ହୋଇ ନ ଥାଏ। ଏହି ସମୟରେ ସ୍ବାସ୍ଥ୍ୟ ବିଭାଗ, ଡାକ୍ତର, ସ୍ବାସ୍ଥ୍ୟକର୍ମୀ ସମସ୍ତେ ଯେକୌଣସି ଆକସ୍ମିକ...

ଏଇ ଭାରତରେ

ଏମିତି ଘର, ଯେଉଁଠି ମଣିଷ ଓ ପକ୍ଷୀ ଉଭୟ ରହୁଛନ୍ତି। ଏମିତିକା ଘରଟିଏ ଦେଖିବାକୁ ମିଳେ ନୋଏଡାରେ। ଉକ୍ତ ଘର ଏକ ଅଶ୍ୱତ୍ଥ ଗଛ ନିକଟରେ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri