ନାରୀ ପାଇଁ ଭୋଟ ଅଧିକାର

ରାଣରୁ ଜଣାଯାଏ ମଦ୍ର ଦେଶର ନରପତି ଅଶ୍ୱପତି କନ୍ୟା ସନ୍ତାନଟିଏ ଲାଭକରିବା ଉଦ୍ଦେଶ୍ୟରେ ସହସ୍ରାଧିକ ଯଜ୍ଞ କରିଥିଲେ। ସେହିଭଳି ମିଥିଳାର ରାଜା ଜନକ ଏକଦା ଆକାଶରେ ସୁନ୍ଦରୀ ଅପ୍‌ସରା ମେନକାଙ୍କୁ ଦେଖି ତାଙ୍କ ପରି କନ୍ୟାର ପିତା ହେବାକୁ ପ୍ରୟାସ କରିଥିଲେ ଓ ଦକ୍ଷିଣ ସିନ୍ଧୁ ତୀରରେ ବିଶିଷ୍ଟ ମୁନିଋଷିମାନଙ୍କୁ ନିମନ୍ତ୍ରଣକରି ତାଙ୍କ ଦ୍ୱାରା ଯଜ୍ଞ କରାଇଥିଲେ। ଉପରୋକ୍ତ ଦୁଇ ରାଜାଙ୍କର କନ୍ୟା ଥିଲେ ଯଥାକ୍ରମେ ସାବିତ୍ରୀ ଓ ସୀତା। ତତ୍କାଳୀନ ଭାରତୀୟମାନଙ୍କ ଭାବନା ଥିଲା ଅତି ପୁଣ୍ୟ। ଏପରିକି କନ୍ୟାକୁ ରନତ୍ ସହ ସମାନ ଚକ୍ଷୁରେ ଦେଖି କହୁଥିଲେ କନ୍ୟାରନତ୍। ଏପରି ଭାବନାର ବଶବର୍ତ୍ତୀ ହୋଇ ସେ ସମୟର ରାଜା ଓ ପ୍ରଜାଗଣ କନ୍ୟାପିତା ହେବାକୁ ସୌଭାଗ୍ୟ ବୋଲି ବିବେଚନା କରୁଥିଲେ।
ରାତି ପାହିଲା ବେଳକୁ ଗାଁ ଦାଣ୍ଡ ନିକଟ ଗାଁର ଗୋପାଳଘରର ସ୍ତ୍ରୀ ଲୋକଟି ଯେତେବେଳେ ଡାକଦିଏ ‘ଦହି ନେବ ଦହି’ ସେହି ଡାକରେ ଗାଁର ଆବାଳ ବୃଦ୍ଧବନିତାଙ୍କ ନିଦ ଭାଙ୍ଗିଯାଏ ଏବଂ ତାଟିଆଟିଏ ଧରି ଧାଇଁଯାଆନ୍ତି ଗୋପାଳୁଣୀ ନିକଟକୁ ଦହିନେବା ପାଇଁ। ଦହି ବିକ୍ରି କରୁଥିବା ମାଉସୀଟି ସମସ୍ତଙ୍କ ନିକଟରେ ଥାଏ ଆଦରଣୀୟ। ଆଉ ତା’ର ଡାକ ଓ ଦହି ବ୍ୟବସାୟରେ ଥାଏ ସ୍ନେହଭରା ଆଦର। ମାତ୍ର କେତେଜଣ ଚାଟୁକାରଙ୍କ ଲାଭଖୋର ମନୋବୃତ୍ତିରେ ଭାରତକୁ ବ୍ୟବସାୟ କରିବାକୁ ଆସିଥିବା ଇଂରେଜମାନଙ୍କ କବଳରେ ଶାସନଭାର ପଡ଼ିଯିବାରୁ ଭାରତ ହେଲା ପରାଧୀନ। ନାରୀମାନଙ୍କ ସ୍ୱାଧୀନତା ଛଡ଼ାଇ ନିଆଗଲା। ବ୍ରିଟିଶ ଶାସନ କାଳରେ ଭାରତରେ ନାରୀ ଜାତିକୁ ସର୍ୱନିମ୍ନ ଭୋଟ ଅଧିକାରରୁ ବଞ୍ଚିତ କରାଯାଇଥିଲା।
ସେହି ବ୍ରିଟିଶ ଶାସନ ସମୟରେ ମଧୁସୂଦନ ଦାସ ୧୯୨୧ରୁ ୧୯୨୩ ମସିହା ପର୍ଯ୍ୟନ୍ତ ବିହାର ଏବଂ ଓଡ଼ିଶା ପ୍ରଦେଶର ସ୍ୱାୟତ୍ତ ଶାସନ, ପୂର୍ତ୍ତ ଓ ସ୍ୱାସ୍ଥ୍ୟ ବିଭାଗର ମନ୍ତ୍ରୀ ଥିଲେ। ସେ ସମୟରେ ନାରୀଜାତି ପାଇଁ ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କଥା ଚିନ୍ତାକରି ଉତ୍କଳ ଗୌରବ ମଧୁସୂଦନ ଦାସ ୨୩ ନଭେମ୍ୱର୧୯୨୧ରେ ସର୍ୱପ୍ରଥମେ ବିହାର ଏବଂ ଓଡ଼ିଶା ବିଧାନ କାଉନସିଲ୍‌ରେ ଏକ ତାତ୍ପର୍ଯ୍ୟପୂର୍ଣ୍ଣ ଗରିମାମୟ ପ୍ରସ୍ତାବ ‘ନାରୀଜାତି ପାଇଁ ଭୋଟ ଅଧିକାର’ ଆଗତ କରିଥିଲେ। ଏହା ଏକ ଐତିହାସିକ ପ୍ରସ୍ତାବ ରୂପେ ସୁଖ୍ୟାତି ଲାଭ କରିଥିଲା।
ନାରୀଜାତି ପାଇଁ ଭୋଟ ଅଧିକାର ପ୍ରସ୍ତାବଟି ଆଗତ କରି ମଧୁସୂଦନ ଦାସ ବିହାର, ଓଡ଼ିଶା ବିଧାନ କାଉନ୍‌ସିଲ୍‌କୁ ସ୍ତବ୍ଧ କରିଦେଇଥିଲେ। ସେହି ପ୍ରସ୍ତାବ ଆଗତ ବେଳେ ମଧୁସୂଦନ ଦାସ ଅନର୍ଗଳ ଇଂରାଜୀରେ ଭାଷଣ ଦେଇଥିଲେ। ପରବର୍ତ୍ତୀ କାଳରେ ୧୯୨୩ ମସିହାରେ ମଧୁସୂଦନଙ୍କ ଅଦମ୍ୟ ପ୍ରଚେଷ୍ଟାରେ ଭାରତୀୟ ନାରୀ ଆଇନଜୀବୀ ବୃତ୍ତି ଗ୍ରହଣର ଯୁଗାନ୍ତକାରୀ ଅଧିକାର ପାଇଥିଲେ। ସେ କହିଥିଲେ, ପୁରୁଷମାନଙ୍କ ମଣିଷପଣିଆର କେବଳ ଦୃଢ଼ ଅଭିନୀତ ସ୍ୱଭାବ ରହିଥାଏ। ଆଉ ଥାଏ ପୁରୁଷପଣିଆର କଠୋରତା। ମାତ୍ର ନାରୀଜାତି ସମସ୍ତ ଅଧ୍ୟାମତ୍‌ୟ ଗୁଣର ଅଧିକାରୀ ଯାହା ଭାଗବତ ଆଧାରିତ, ଯାହା ପ୍ରେମପୂର୍ଣ୍ଣ ଆଉ ଉଦାର, ଯହିଁରେ ପ୍ରକୃତ ମଣିଷପଣିଆର ସ୍ୱରୂପ ପ୍ରକାଶିତ ହୁଏ। ସମଗ୍ର ଭାରତ ଭ୍ରମଣକର, ଆକାଶଟି ତାରା ଖଚିତ ହେଲା ଭଳି ସମସ୍ତ ରାଜ୍ୟ ମନ୍ଦିରମାନଙ୍କରେ ପରିପୂର୍ଣ୍ଣ। ଧର୍ମ ପାଇଁ ଭାରତ କେତେ ତ୍ୟାଗ ନ କରିଛି ? ମାତାମାନେ ସେମାନଙ୍କର ସନ୍ତାନ ପାଇଁ ସ୍ୱାର୍ଥ ତ୍ୟାଗ ଆଉ ବଳୀଦାନର ଊର୍ଦ୍ଧ୍ୱରେ କ’ଣ ବା ଥାଇପାରେ ? ତୁମେ ଯେତେ ଯାହା କୁହ, ଯେଉଁ କଣ୍ଠ ସ୍ୱରରେ ନାରୀମାନଙ୍କର ଭୋଟ ଅଧିକାର ପ୍ରତି ବିରୋଧ କରୁଛ ଏହାହିଁ ସତ୍ୟ ଯେ ତୁମର ଶରୀର ଯେଉଁ କଣ୍ଠସ୍ୱର ଓ ଜିହ୍ୱା ସାହାଯ୍ୟରେ ନାରୀଜାତି ବିରୋଧରେ ଏକ ଶବ୍ଦ ଉଚ୍ଚାରିତ କରୁଛ ଏ ସମସ୍ତ ନାରୀଜାତିର ଦାନ ହିଁ ତୁମର ଜନନୀଙ୍କର ପ୍ରଦତ୍ତ। ଏ ସମସ୍ତ ତୁମ୍ଭ ଜୀବନର ଇତିହାସ। ଯାହାର ପ୍ରାରମ୍ଭ ମାତୃଗର୍ଭରୁ ହିଁ ହୋଇଛି। ସେ ମାତୃଗର୍ଭ ହେଉଛି ଜୀବନ୍ତ ଦେବାଳୟ। ଯେଉଁଠାରେ ଭଗବାନ୍‌ ମଣିଷ ସହ ସମ୍ମିଳିତ ଆଉ ସଂଯୁକ୍ତ ହୁଅନ୍ତି। ମାତୃଗର୍ଭରୁ ଶିଶୁ ଜନ୍ମହେଲା ପରେ ପ୍ରଥମେ ମାତା ହିଁ ଶିକ୍ଷାଦାତ୍ରୀ ରୂପେ ମନୁଷ୍ୟର ମାନବୀୟ ଗୁଣଗୁଡ଼ିକର ବିକଶିତ କରାନ୍ତି। ଶିଶୁ ଜନ୍ମହେଲା ପରେ ତାହାର ଅତୁଟ ବିଶ୍ୱାସ ମାତାଙ୍କ ଉପରେ ସ୍ଥାପିତ କରିଥାଏ। ମାତା ଶିଶୁଟିକୁ ବିଶ୍ୱାସ ପ୍ରତି ନିବଦ୍ଧ ରହିବାକୁ ଶିଖାନ୍ତି।
ଫରାସୀ ଦାର୍ଶନିକ କମ୍‌ଟେ କହନ୍ତି, ‘ମାନବିକତା ମାତା, ପନତ୍ୀ ଓ କନ୍ୟାମାନଙ୍କଠାରେ ପ୍ରତିନିଧିତ୍ୱ କରିଥାଏ’। ପ୍ରାଚୀନ କାଳରେ ଏ ଦେଶ ବହୁତ ଉନ୍ନତି କରିଥିଲା ଓ ନାରୀମାନେ ଉଚ୍ଚ ସ୍ଥାନର ଅଧିକାରିଣୀ ଥିଲେ। ମାତ୍ର ବ୍ରିଟିଶ ଶାସନକାଳରେ ପୁରୁଷମାନେ ସ୍ତ୍ରୀ ଜାତି ପ୍ରତି ଘୃଣିତ ବ୍ୟବହାର ପ୍ରଦର୍ଶନ କରୁଛନ୍ତି। ନାରୀମାନେ ବିଚାରାଳୟରେ ବିଭିନ୍ନ ଦଣ୍ଡରେ ଦଣ୍ଡିତ ହେଉଛନ୍ତି ଏବଂ ପାଶ୍ଚାତ୍ୟ ଦେଶରେ ନାରୀର କ୍ଷମତାହୀନତା ଓ ଅଧିକାର ହୀନତା ବିଷୟ ଚିନ୍ତାକଲେ ମଧୁସୂଦନଙ୍କ କ୍ରୋଧ ପ୍ରଜ୍ଜ୍ୱଳିତ ହୁଏ ବୋଲି କହିଥିଲେ। ଆଜି ପାଶ୍ଚାତ୍ୟ ବିଧି ବ୍ୟବସ୍ଥାକୁ ଗ୍ରହଣ କରିବା ଦ୍ୱାରା ନାରୀଜାତିକୁ ଭୋଟ ଅଧିକାରରୁ ବଞ୍ଚିତକରି ଆମେ ଅପରାଧ କରି ଚାଲିଛୁ। ଆମ୍ଭେମାନେ କାଉନ୍‌ସିଲ୍‌ ଗଢ଼ି ୨୦୦ ଲୋକଙ୍କୁ ଯୋଡ଼ି ଯେଉଁ ଆଲୋଚନା କରୁଛେ ତାହା ଜାତି ପାଇଁ ନୁହେଁ। ଯେଉଁ ଭାରତୀୟ ସଭ୍ୟତାର ସୂର୍ଯ୍ୟର ପ୍ରଖର ଜ୍ୟୋତିରେ ପ୍ରଜ୍ଜ୍ୱଳିତ ଥିଲା ଆଜି ତାହା ନିର୍ୱାପିତ ଓ ଅସ୍ତମିତ। ନାରୀ ଜାତିର ଅପରାଧ କ’ଣ ଯେ ସେ ଆଜି ସର୍ୱନିମ୍ନ ଭୋଟ ଅଧିକାରରୁ ବଞ୍ଚିତ। ରାମାୟଣ ଓ ମହାଭାରତରେ ସୀତା କିମ୍ୱା ଦ୍ରୌପଦୀ ଚରିତ୍ର ନ ଥିଲେ ତା’ର କ’ଣ ବା ମୂଲ୍ୟ ଥାଆନ୍ତା ?
ମଧୁସୂଦନ କହିଥିଲେ, ମୁଁ ବିଚାରକରେ ଯେ, ନାରୀଜାତିକୁ ଭୋଟ ଅଧିକାରରୁ ବଞ୍ଚିତକରିବା ଏକ କଳଙ୍କ ଓ ମହାନ୍‌ ଅପରାଧ। ମୋର ଧମନୀରେ ସତୀ ରକ୍ତ ପ୍ରବାହିତ। ତାହା ହିଁ ମୋତେ ଉଜ୍ଜୀବିତକରି ରଖିଛି ଓ ନାରୀଜାତିକୁ ଭୋଟ ଅଧିକାର ପ୍ରଦାନ ଲାଗି ଅନୁପ୍ରେରିତ କରୁଛି। ଶେଷରେ ୧୯୨୩ରେ ମଧୁସୂଦନଙ୍କ ଅନର୍ଗଳ ଭାଷଣରେ ବିହାର ଓଡ଼ିଶା କାଉନ୍‌ସିଲର ଶେଷ ବିଚାରରେ ଭାରତୀୟ ନାରୀ ଆଇନଜୀବୀ ବୃତ୍ତି ଗ୍ରହଣ ଯୁଗାନ୍ତକାରୀ ଅଧିକାର ପାଇଁ ବ୍ରିଟିଶ ଇମ୍ପେରିଆଲ କାଉନ୍‌ସିଲ୍‌ର ଅନୁମୋଦନ ପାଇଲା। ଏହା ଥିଲା ନାରୀ ଜାତିର ବ୍ରିଟିଶ ଶାସନରେ ଓଡ଼ିଆମାନଙ୍କ ଜିତାପଟ। ଏ ଜିତାପଟଟି ମଧୁସୂଦନଙ୍କର ନ ଥିଲା, ଏହା ଥିଲା ସମଗ୍ର ଓଡ଼ିଆ ଜାତିର ବୋଲି ମଧୁସୂଦନ କହିଥିଲେ।
ବରିଷ୍ଠ ସମବାୟବିତ୍‌
ମୋ: ୯୦୯୦୩୨୫୮୦୨


Enter your email to get our daily news in your inbox.

All Right Reserved By Dharitri.Com

ଗଭୀର ଅବପାତକୁ ନେଇ ଗଞ୍ଜାମ ଜିଲା ପ୍ରଶାସନର ଆଗୁଆ ପ୍ରସ୍ତୁତି, ଅଧିକାରୀ ହେଡ୍‌କ୍ୱାର୍ଟର ନ ଛାଡ଼ିବାକୁ ନିର୍ଦ୍ଦେଶ

ଛତ୍ରପୁର,୨୧ା୯(ଦିଲ୍ଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଯୋଗୁ ସମ୍ଭାବ୍ୟ ପ୍ରବଳ ବର୍ଷା ଓ ପ୍ରତିକୂଳ ପାଣିପାଗକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ଗୋରୁ ବୋଝେଇ ପିକଅପ ଜବତ: ୯ ଗୋରୁ ଉଦ୍ଧାର, ୨ ଜଣ ଅଟକ

ପାଟଣା, ୨୧।୯,(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ କର୍ମଚାରୀଙ୍କୁ ବଡ ସଫଳତା ମିଳିଛି। ବିଶସ୍ତ ସୂତ୍ରରୁ ଖବର ପାଇ କେନ୍ଦୁଝର ଡି ଏଫ ଓ…

‘ତୁମେ ଭଜା ଚଣା ବିକିବାକୁ ଯାଇଥିଲ…’ ବାବର ଆଜମଙ୍କ ବୟାନ ଉପରେ ବର୍ଷିଲେ ୱାସିମ ଆକ୍ରମ

ଇସଲାମାବାଦ,୨୧।୯: ବାବର ଆଜମଙ୍କ ଅଧିନାୟକତ୍ୱ ଉପରେ ପ୍ରଶ୍ନ ଉଠାଇ ଓ୍ବାସିମ ଆକ୍ରମ କହିଛନ୍ତି ଯେ ଲର୍ଡସରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟ ପରେ ହିଁ ତାଙ୍କର ତୁରନ୍ତ ପଦରୁ…

ବଦଳୁଛି ନିଯୁକ୍ତି ରଣନୀତି: ଛୋଟ ସହରରେ ବଡ଼ ସୁଯୋଗ

ମୁମ୍ବାଇ, ୨୧ା୯ (ପି.ଟି.): ‘ଜିନିୟସ ଏଚ୍‌ଆର୍‌ଟେକ୍‌’ର ରିପୋର୍ଟ ଅନୁଯାୟୀ, ଗତ ଦୁଇ ବର୍ଷ ମଧ୍ୟରେ ୬୯ ପ୍ରତିଶତ ବ୍ୟବସାୟିକ ପ୍ରତିଷ୍ଠାନ ଟାୟାର-୨ ଓ ୩ ସହରଗୁଡ଼ିକରୁ ନିଜ…

ସ୍ମାର୍ଟସିଟି ସ୍କୁଲରେ ଅସଜଡ଼ା ଭିତ୍ତିଭୂମି, ନିମ୍ନମାନର କାର୍ଯ୍ୟ କରି ଟଙ୍କା ହଡ଼ପ

ରାଉରକେଲା,୨୧ା୯(ଦିନେଶ ମିଶ୍ର): ଶିକ୍ଷାକ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଏହାସତ୍ତ୍ୱେ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆସୁନାହିଁ। ଏହା କୌଣସି ଅପହଞ୍ଚ…

ଭାରତ-ପାକିସ୍ତାନ ଫାଇନାଲରେ ମୁହାଁମୁହିଁ ହେବେ କି? ଜାଣନ୍ତୁ ଦୁଇ ଦେଶ ମଧ୍ୟରେ ମ୍ୟାଚ କେବେ ଅନୁଷ୍ଠିତ ହେବ

ନୂଆଦିଲ୍ଲୀ,୨୧।୯: କ୍ରିକେଟରେ ଯେତେବେଳେ ଭାରତ ଓ ପାକିସ୍ତାନ ଦଳ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଉତ୍ସାହ ଚରମ ସୀମାରେ ପହଞ୍ଚିଯାଏ। ବର୍ତ୍ତମାନ ସମୟରେ ଏହି ଦୁଇ ଦେଶ…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ, ଏମ୍‌ଏମ୍‌ଡିଆର୍‌ ବିଲ୍‌ ପ୍ରତ୍ୟାହାର ପ୍ରସ୍ତାବ ନେଇ ଲୋଡ଼ିଲେ..

ଭୁବନେଶ୍ୱର,୨୧ା୯(ରବିନାରାୟଣ ଜେନା): ଖଣି, ଖଣିଜ ଦ୍ରବ୍ୟ ବିକାଶ ଓ ନିୟନ୍ତ୍ରଣ ଆଇନ (ଏମ୍‌ଏମ୍‌ଡିଆର୍‌) ଆକ୍ଟ ପ୍ରତ୍ୟାହାର ଲାଗି ଗୃହରେ ସର୍ବସମ୍ମତିକ୍ରମେ ଏକ ପ୍ରସ୍ତାବ ପାରିତ କରିବା ଲାଗି…

ଦେହ ବ୍ୟବସାୟରୁ ବର୍ତ୍ତିବା ପାଇଁ କରାଯାଏ ବାଲ୍ୟ ନିର୍ବନ୍ଧ

ଓ୍ବାଡିଆ,୨୧ା୯: ବାଲ୍ୟ ନିର୍ବନ୍ଧ ନା ଦେହ ବ୍ୟବସାୟ। ଗାଁର ବାଳିକାମାନଙ୍କୁ ଏଭଳି ଏକ କଠିନ ପସନ୍ଦର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଯେଉଁଠାରେ ଏହି ଅପମାନଜନକ ନାମକରଣ କୌଣସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?