ମୌଳିକ ସୁବିଧା ନ ମିଳିଲେ ଭୋଟ ବର୍ଜନ

କେନ୍ଦୁଝର, ୨୪।୧ (ସ୍ବ.ପ୍ର.) ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଚାର ଆରମ୍ଭ ହୋଇଯାଇଥିବା ବେଳେ ତେଲକୋଇ ବ୍ଲକ ତାଳପଦା ପଞ୍ଚାୟତର ବଡ଼ଖମଣ ଗ୍ରାମର ଲୋକ ମାନେ ରାସ୍ତା ଓ ପାଣି ପାଇଁ ନିର୍ବାଚନରେ ଭୋଟ ଦେବାରୁ ନିବୃତ୍ତ ରହିବାକୁ ଚେତାବନୀ ଦେଇଛନ୍ତି। ବଣପାହାଡ ଘେରା ଦୁର୍ଗମ ଗ୍ରାମରେ ପାଖାପାଖି ୮୦ ପରିବାର ରହୁଥିବାବେଳେ ଭୋଟର ସଂଖ୍ୟା ୨ ଶହରୁ ଅଧିକ ହେବ। ଏହି ଗ୍ରାମରେ ସବୁଦିନିଆ ରାସ୍ତା ନାହିଁ କିମ୍ବା ପିଇବା ପାଇଁ ପାନୀୟ ଜଳ ବ୍ୟବସ୍ଥା ନାହିଁ। ଏଣୁ ବହୁ କଷ୍ଟରେ ଯିବା ଆସିବା କରୁଥିବା ବେଳେ ନଦୀ ଓ ନାଳ ପାଣି ସେମାନଙ୍କ ସାହା ଭରସା ହୋଇଛି ା ବର୍ଷା ଦିନରେ ୪ ରୁ ୬ ମାସ ସେମାନେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଆନ୍ତି। ଯାତାୟାତ ବନ୍ଦ ଯୋଗୁ ସେଠାରୁ ୪ କି.ମି. ଦୂରରେ ଥିବା ପଞ୍ଚାୟତ ମୁଖ୍ୟାଳୟକୁ ରାଶନ ସାମଗ୍ରୀ ଆଣିବାକୁ ମଧ୍ୟ ବାହାରି ପାରନ୍ତି ନାହିଁ। ପିଲା ମାନେ ପାଠ ପଢିବାକୁ ସ୍କୁଲକୁ ଯାଇ ପାରନ୍ତି ନାହିଁ। ପ୍ରତ୍ୟେକ ବର୍ଷ ପଞ୍ଚାୟତ ବା ସାଧାରଣ ନିର୍ବାଚନ ଆସିଲେ ପାଣି ଓ ରାସ୍ତା ସମସ୍ୟା ଦୂର ହୋଇଯିବ ବୋଲି ପ୍ରତିଶ୍ରୁତି ମିଳିଥାଏ। ନିର୍ବାଚନ ସରିଗଲେ ଆମ ସମସ୍ୟାକୁ ସରପଞ୍ଚ ଠାରୁ ଆରମ୍ଭ କରି ଅନ୍ୟମାନେ ଭୂଲିଯାଆନ୍ତି। ଏଣୁ ବାଧ୍ୟ ହୋଇ ଆମେ ଏଭଳି ନିଷ୍ପତ୍ତି ନେଉଛୁ ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ରୋଗୀ ବା ଗର୍ଭବତୀ ମହିଳାଙ୍କୁ ଡାକ୍ତରଖାନା ନେବାକୁ ହେଲେ ବିପଦ ଶଙ୍କୁଳ ଅବସ୍ଥାରେ ବୋହିକି ନଦୀ ପାର କରି ନେବାକୁ ପଡେ ବୋଲି ମହିଳା ମାନେ କହିଛନ୍ତି ା
ତେଲକୋଇ ବିଡିଓ ପି.ଚାନ୍ଦ ଉକ୍ତ ଗ୍ରାମକୁ ଯାଇ ଲୋକଙ୍କ ସହିତ ଆଲୋଚନା କରିଥିଲେ ହେଁ ଲୋକମାନେ ଦୃଢ ପ୍ରତିଶ୍ରୁତିକୁ ଅପେକ୍ଷା କରି ନିଜ ନିଷ୍ପତ୍ତିରେ ଅଟଳ ରହିଛନ୍ତି। ଏବେ ନିର୍ବାଚନ ଆରମ୍ଭ ହୋଇ ସାରିଥିବାରୁ ନିର୍ବାଚନରେ ଭାଗ ନେଇଥିବା ଦଳ, ପ୍ରାର୍ଥୀ ତଥା ପ୍ରଶାସନ କିପରି ସେମାନଙ୍କୁ ମନାଇ ଭୋଟଦାନକୁ ନିଶ୍ଚିତ କରିବେ ସେ ଉପରେ ସମସ୍ତଙ୍କ ନଜର ରହିଛି। ଏନେଇ ତାଳପଦା ପଞ୍ଚାୟତ ନିର୍ବାହୀ ଅଧିକାରୀ କ୍ଷୀରୋଦ ନାୟକ କହିଛନ୍ତି, ଜଙ୍ଗଲ ଜମି ରାସ୍ତା ଥିବାରୁ ରାସ୍ତା ନିର୍ମାଣରେ ସମସ୍ୟା ଉପୁଜିଛି। ଏଥିପାଇଁ ପ୍ଲାନ ପ୍ରସ୍ତୁତ ସରିଛି। ରାସ୍ତା ହେଲେ ପୋଲ ନିର୍ମାଣ ହେବ ଏବଂ ଯାତାୟାତ ସୁବିଧା ହେବା ପରେ ନଳକୂପ ଖନନ ତଥା ଅନ୍ୟାନ୍ୟ ଉନ୍ନୟନ ମୂଳକ କାମ ହୋଇ ପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଶୁଖୁଛି ଜଳଭଣ୍ଡାର, ସଙ୍କଟରେ ହାତୀ

କେନ୍ଦୁଝର,୨୬ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଛି। ଅତ୍ୟଧିକ ଉତ୍ତାପରେ ଜନଜୀବନ ବ୍ୟତିବ୍ୟସ୍ତ ହୋଇପଡ଼ିଛି। ଗରମ ସାଙ୍ଗକୁ ନଦୀ, ନାଳ,...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଭାଜପାରୁ ପ୍ରାର୍ଥୀ ହେବେ ସୌମ୍ୟରଞ୍ଜନ!

ଘସିପୁରା(ନିରଞ୍ଜନ ସାହୁ)/ରାମଚନ୍ଦ୍ରପୁର (ଗଣେଶ୍ୱର ସା),୨୫।୪: କେନ୍ଦୁଝର ଜିଲା ଘଷିପୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କୁ ପ୍ରାର୍ଥୀ କରିଥିବା...

ବ୍ୟାପୁଛି ଜଙ୍ଗଲ ନିଆଁ, ବନ୍ୟଜନ୍ତୁ କଲବଲ

କେନ୍ଦୁଝର,୨୫ା୪(ଦୀପକ ମିଶ୍ର)କେନ୍ଦୁଝର ବନଖଣ୍ଡର ୭ଟି ରେଞ୍ଜ ଅନ୍ତର୍ଗତ ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିଛି। ଏଥିରେ ବହୁ ମୂଲ୍ୟବାନ୍‌ ଗଛ ନଷ୍ଟ ହେଉଥିବା ବେଳେ ବନ୍ୟପ୍ରାଣୀ ଉତ୍ତାପରେ...

ଘରେ ପଶି ଗୃହକର୍ତ୍ତାଙ୍କ ପାଟିରେ ବନ୍ଧୁକ ଭର୍ତ୍ତି କରି ଡକାୟତି ଉଦ୍ୟମ, ମରଣାନ୍ତକ ଆକ୍ରମଣ କରି ୩ ଫେରାର

ବଡ଼ବିଲ,୨୪ା୪(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ପିଏଚ୍‌ଡି ରୋଡ୍‌ସ୍ଥିତ ଭଞ୍ଜ କଲୋନୀରେ ବୁଧବାର ଜଣେ ବ୍ୟକ୍ତିଙ୍କ ଘରେ ସ୍ପଷ୍ଟ ଦିବାଲୋକରେ ଡକାୟତି ପାଇଁ...

ନାବାଳିକାଙ୍କୁ ବଳାତ୍କାର କରି ଯୁବକଙ୍କୁ ୧୦ ବର୍ଷ ଜେଲ୍‌ଦଣ୍ଡ

କେନ୍ଦୁଝର,୨୪ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଫାଷ୍ଟଟ୍ରାକ୍‌ କୋର୍ଟର ମାନ୍ୟବର ବିଚାରପତି ବିଜୟ କୁମାର ମିଶ୍ର ଏକ ବଳାତ୍କାର ମାମଲାର ବିଚାର କରି ଅଭିଯୁକ୍ତଙ୍କୁ ଦଣ୍ତାଦେଶ ଶୁଣାଇଛନ୍ତି।...

ଅବକାରୀ ଥାନା ପରିସରରେ ଭୟାବହ ଅଗ୍ନିକାଣ୍ଡ: କୋଟିଏରୁ ଉର୍ଦ୍ଧ୍ୱ ସମ୍ପତ୍ତି ନଷ୍ଟ

ବଡ଼ବିଲ,୨୪।୪ (ଦେବପ୍ରିୟ ରଣା):କେନ୍ଦୁଝର ବଡବିଲ ଅବକାରୀ ଥାନା ପରିସରରେ ମଙ୍ଗଳବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି କୋଟିଏରୁ ଉଦ୍ଧର୍‌ବ ଟଙ୍କାର ଜବତ ହୋଇ ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri