Advertisement
Posted inଜାତୀୟ

ପୁଣି ଇତିହାସ ରଚିଲା ଟଶିଗଂଗ, ମାଇନସ ତାପମାତ୍ରାରେ ବି ଶହେ ପ୍ରତିଶତ ମତଦାନ

ଶିମଲା,୧୩ ।୧୧: ହିମାଚଳ ପ୍ରଦେଶ ବିଧାନସଭା ଲାଗି ଶନିବାର ନିର୍ବାଚନ ଶେଷ ହୋଇଛି । ଏଠାରେ ଥିବା ଲାହୋଲ ସ୍ପିଟି ଜିଲାର ଟଶିଗଂଗ ବୁଥ ପୁଣି ଇତିହାସ ରଚିଛି । ସମୁଦ୍ର ପତନଠାରୁ ପ୍ରାୟ ୧୫ ହଜାର ୨୫୬ ଫୁଟ ଉପରେ ଥିବା ଟଶିଗଂଗ ବୁଥରେ ବିଧାନସଭା ନିର୍ବାଚନରେ ୧୦୦ ପ୍ରତିଶତ ମତଦାନ ହୋଇଛି । ଏଠାକାର ମାଇନସ ଡିଗ୍ରୀ ତାପମାତ୍ରା ଭୋଟରଙ୍କ ମନୋବଳକୁ ଭାଙ୍ଗିପାରି ନାହିଁ । ଏଠାରେ ମୋଟ ୫୨ ଜଣ ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିଛନ୍ତି । ଏମାନଙ୍କ ମଧ୍ୟରେ ୩୦ ଜଣ ପୁରୁଷ ଓ ୨୨ ଜଣ ମହିଳା ରହିଛନ୍ତି । ଟଶିଗଂଗରେ ରହୁଥିବା ୭୮ ବର୍ଷିୟା ସୋନମ ଡୋଲମା ଏବେ ପର୍ଯ୍ୟନ୍ତ ସମସ୍ତ ନିର୍ବାଚନରେ ଭୋଟ ଦେଇ ଆସୁଛନ୍ତି । ଏଥର ୪ ଜଣ ନୂଆ ଭୋଟର ଏଥର ସେମାନଙ୍କ ମତ ସାବ୍ୟସ୍ତ କରିଛନ୍ତି ।
ସୂଚନାଯୋଗ୍ୟ ଟଶିଗଂଗ ବୁଥରେ ୨୦୧୯ରେ ପ୍ରଥମେ ଲୋକ ସଭା ନିର୍ବାଚନ ଲାଗି ଭୋଟ ଗ୍ରହଣ କରାଯାଇଥିଲା । ଏହାପରେ ୨୦୨୧ରେ ହୋଇଥିବା ମଣ୍ଡି ସଂସଦୀୟ କ୍ଷେତ୍ରର ଉପ ନିର୍ବାଚନ ପାଇଁ ଭୋଟ ଦିଆଯାଇଥିଲା । ସେତେବେଳେ ଏହି ନିର୍ବାଚନରେ ଟଶିଗଂଗର ସମସ୍ତ ୪୮ ଜଣ ଭୋଟର ଭୋଟ ଦେଇ ୧୦୦ ପ୍ରତିଶତ ମତଦାନର ଇତିହାସ ରଚିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଦରମା ନେବାକୁ ମନା କଲେ ମୁକେଶ ଅମ୍ବାନୀ

ମୁମ୍ବାଇ,୮।୮: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଚେୟାରମ୍ୟାନ ମୁକେଶ ଅମ୍ବାନୀ କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ କମ୍ପାନୀରୁ ଦରମା ନେବାକୁ ମନା କରିଦେଇଛନ୍ତି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ବାର୍ଷିକ ରିପୋର୍ଟ...

ଡିଜେ ଡ୍ୟାନ୍ସ୍‌ରେ ଫାଙ୍କା ଗୁଳି ଚାଳନା: ଭିଡ଼ିଓ ଭାଇରାଲ

ଲକ୍ଷ୍ନୌ, ୧।୯: ଡିଜେ ଡ୍ୟାନ୍ସ୍‌ ସମୟରେ ଜଣେ ବ୍ୟକ୍ତି ମହିଳାଙ୍କ ସହିତ ନାଚୁଥିବା ସମୟରେ ଖୁସିରେ ଫାଙ୍କା ଗୁଳି ଚାଳନା କରୁଥିବାର ଏକ ଭିଡ଼ିଓ ଏବେ...

ପ୍ଲାଷ୍ଟିକ ନୁହେଁ ଫଳ ଖୋଳରେ ଦେଉଛନ୍ତି ଜୁସ୍‌

ବେଙ୍ଗାଲୁରୁ,୬।୨: କର୍ନାଟକର ଜଣେ ଜୁସ୍‌ ଦୋକାନୀ ଏବେ ଅନ୍ୟମାନଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ସମସ୍ତଙ୍କର ପ୍ରଶଂସାର ପାତ୍ର ହୋଇଛନ୍ତି। ସେ ଏବେ ପ୍ଲାଷ୍ଟିକ ନୁହେଁ...

ପୁଲ୍‌ଓ୍ବାମା ବିସ୍ଫୋରଣରେ ଖୁସିି ମନାଇଥିବା ଇଞ୍ଜିନିୟରିଂ ଛାତ୍ରଙ୍କୁ ୫ ବର୍ଷ ଜେଲ

ବେଙ୍ଗାଲୁରୁ,୨ା୧୧: ୨୦୧୯ ପୁଲ୍‌ଓ୍ବାମା ଆତ୍ମଘାତୀ ବିସ୍ଫୋରଣ ଘଟଣାକୁ ନେଇ ଫେସ୍‌ବୁକ୍‌ ଜରିଆରେ ଖୁସି ମନାଇଥିବା ବେଙ୍ଗାଲୁରୁର ୨୩ ବର୍ଷୀୟ ଇଞ୍ଜିନିୟରିଂ ଛାତ୍ରଙ୍କୁ ଏକ ସ୍ବତନ୍ତ୍ର ଅଦାଲତ...

ରୁଷିଆ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ରାଜନାଥଙ୍କ ପରାମର୍ଶ : ଅଣୁ ଅସ୍ତ୍ର ବ୍ୟବହାର କରନାହିଁ

ନୂଆଦିଲ୍ଲୀ, ୨୭ା୧୦: ରୁଷିଆ ପ୍ରତିରକ୍ଷା ମନ୍ତ୍ରୀ ସେରେଗି ଶୋଇଗୁ ବୁଧବାର ଭାରତ ପ୍ରତିପକ୍ଷ ରାଜନାଥ ସିଂଙ୍କ ସହ ଫୋନ୍‌ରେ କଥା ହୋଇଛନ୍ତି। ୟୁକ୍ରେନ୍‌ ‘ଡାର୍ଟି ବମ୍‌’...

ରେକର୍ଡ ଟିକାକରଣ ନେଇ କଂଗ୍ରେସକୁ ଆସିଛି ଜ୍ୱର, ପ୍ରଧାନମନ୍ତ୍ରୀଙ୍କ କଟାକ୍ଷ…

ନୂଆଦିଲ୍ଲୀ,୧୮।୯: ଦେଶରେ ରେକର୍ଡ ଟିକାକରଣ ନେଇ କଂଗ୍ରେସକୁ ଜ୍ୱର ଆସିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଭିଡ଼ିଓ କନଫରେନ୍ସିଂ କାର୍ଯ୍ୟକ୍ରମରେ ଗୋଆର କରୋନା ଯୋଦ୍ଧାଙ୍କ...

ସ୍ପା ରେଡ: ଗିରଫ ହୋଇଥିବା ଅଭିଯୁକ୍ତଙ୍କ ମଧ୍ୟରେ ୪ କରୋନା ପଜିଟିଭ

ଇନ୍ଦୋର, ୧୦ ।୧: ଦେଶରେ କାୟା ବିସ୍ତାର କରି ଚାଲିଛି କରୋନା ମହାମାରୀ । ଏହି ସମୟରେ ମଧ୍ୟପ୍ରଦେଶ ଇନ୍ଦୋରର କ୍ରାଇମ ବ୍ରାଞ୍ଚ ଓ ମହିଳା...

ଜୟପୁରରେ ଫିଲ୍ମ ‘ପାନିପତ’କୁ ବିରୋଧ

ଜୟପୁର,୯।୧୨: ବଡ଼ ପରଦାରେ ଫିଲ୍ମ ‘ପାନିପତ’ ରିଲିଜ୍‌ ହୋଇଛି। ରିଲିଜ୍‌ ପରେ ବି ଏହାକୁ ବିଭିନ୍ନ ସ୍ଥାନରେ ବିରୋଧ କରାଯାଉଛି। ରାଜସ୍ଥାନର ଜୟପୁର ଓ ଉତ୍ତରପ୍ରଦେଶର...

Advertisement
Archives

Model This Week