ଭୋଟ ଦେଲେ ୧୦୫୩: ଆଜି ଫଳାଫଳ

ଭୁବନେଶ୍ୱର,୨୫।୯(ବ୍ୟୁରୋ): ରାଜ୍ୟର ହାଇପ୍ରୋଫାଇଲ ଭୁବନେଶ୍ୱର କ୍ଲବ୍‌ର ନିର୍ବାଚନ ଶନିବାର ଶେଷ ହୋଇଛି। ରବିବାର ସକାଳ ୯ଟାରେ ଭୋଟ ଗଣତି ହେବ ଓ ଫଳାଫଳ ପ୍ରକାଶ ପାଇବ।
ଶନିବାର ମଧ୍ୟାହ୍ନ ୧୨ଟାରେ ଭୋଟ ଗ୍ରହଣ ଆରମ୍ଭ ହୋଇ ସନ୍ଧ୍ୟା ୬ଟାରେ ଶେଷ ହୋଇଥିଲା। କ୍ଲବ୍‌ର ମୋଟ ଭୋଟରଙ୍କ ସଂଖ୍ୟା ୧୯୫୦ ଥିବା ବେଳେ ୧୦୫୩ ଜଣ ମତଦାନ କରିଛନ୍ତି। ଏହି ନିର୍ବାଚନରେ ବର୍ତ୍ତମାନର ସଭାପତି, ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ୍‌ ତ୍ରିପାଠୀ ଏବଂ ପୂର୍ବତନ ଉନ୍ନୟନ କମିଶନର ସତ୍ୟପ୍ରକାଶ ନନ୍ଦ ଟିମ୍‌ଙ୍କ ମଧ୍ୟରେ କଡ଼ା ମୁକାବିଲା ହୋଇଛି। ଉଭୟ ତ୍ରିପାଠୀ ଓ ନନ୍ଦ ସଭାପତି ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଅସିତ୍‌ଙ୍କ ଟିମ୍‌ରୁ ଉପସଭାପତି ପଦ ପାଇଁ ମହେନ୍ଦ୍ର ଗୁପ୍ତା, ସମ୍ପାଦକ ପାଇଁ ଦିଲୀପ ରାଉତରାୟ, ଯୁଗ୍ମ ସମ୍ପାଦକ ପାଇଁ ଅଶୋକ ମିଶ୍ର, କାର୍ଯ୍ୟନିର୍ବାହୀ କମିଟି ସଦସ୍ୟ ଭାବେ ଟି.କେ. ଦାସ, ପି. ଜେ. ପାଠକ, ପି. ନାଥ୍‌, ଡ. ପି.ଭି. ମୋହନ, ପି. କେ. ମହାନ୍ତି ଏବଂ ଡ. ଦେବବ୍ରତ ବିଶ୍ୱାଳ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସେହିପରି ସତ୍ୟପ୍ରକାଶଙ୍କ ଟିମ୍‌ରେ ଉପସଭାପତି ପ୍ରାର୍ଥୀ ଭାବେ ତାପେସ ରୟ, ସମ୍ପାଦକ ପଦବୀ ପାଇଁ ମାନସ ରଞ୍ଜନ ଦାସ, ଯୁଗ୍ମ ସମ୍ପାଦକ ପଦ ପାଇଁ ଜ୍ୟୋତିର୍ମୟ ମହାନ୍ତି ନିର୍ବାଚନ ଲଢୁଛନ୍ତି। ଏଥିସହିତ ଏହି ଟିମ୍‌ରେ କାର୍ଯ୍ୟନିର୍ବାହୀ କମିଟି ସଦସ୍ୟ ପାଇଁ ଅଚିନ୍ତ୍ୟ ବିକାଶ ମହାନ୍ତି, ଦେଓଶଙ୍କର ତ୍ରିପାଠୀ, ପାର୍ଥସାରଥି ପାଣିଗ୍ରାହୀ, ରମେଶଚନ୍ଦ୍ର ଦାସ ଏବଂ ଜୟନ୍ତ କୁମାର ହୋତା ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଅସିତ୍‌ ପୁଣି ବାଜି ମାରୁଛନ୍ତି ନା ସତ୍ୟପ୍ରକାଶ ନୂଆ ସଭାପତି ହେଉଛନ୍ତି ତାହା ଉପରେ ରହିଛି ନଜର।


Enter your email to get our daily news in your inbox.

All Right Reserved By Dharitri.Com

LPGକୁ ନେଇ ଦେଶ ପାଇଁ ଆସିଲା ଖୁସି ଖବର

ନୂଆଦିଲ୍ଲୀ,୧୬।୫: ପଶ୍ଚିମ ଏସିଆରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ପେଟ୍ରୋଲ, ଡିଜେଲ ଏବଂ CNG ର ମୂଲ୍ୟରେ ବୃଦ୍ଧି ପରିଲକ୍ଷିତ ହୋଇଛି। ଏହି ସମୟରେ, ଭାରତ ପାଇଁ LPG…

ପାକିସ୍ତାନରେ ଧୁମ୍‌ ମଚାଇଲା‘ଧୁରନ୍ଧର 2’ ନେଟଫ୍ଲିକ୍ସ ସର୍ଭର କ୍ରାସ, #1 ରେ ଟ୍ରେଣ୍ଡ କରୁଛି…

ଇସଲାମାବାଦ,୧୬।୫: ରଣବୀର ସିଂହଙ୍କ ଆକ୍ସନ ଥ୍ରୀଲର୍‌, ଧୁରନ୍ଧର: ଦି ରିଭେଞ୍ଜ, ପାକିସ୍ତାନରେ ଏକ ବିରାଟ ଆଲୋଡନ ସୃଷ୍ଟି କରିଛି। ଏହି ଫିଲ୍ମଟି ୧୫ ମଇ, ୨୦୨୬ରେ OTT…

ସାବିତ୍ରୀ ବ୍ରତ ପାଇଁ ଦେବାଳୟରେ ପ୍ରବଳ ଭିଡ଼

ପାଟଣା,୧୭ା୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଓ ସାହାରପଡ଼ା ଅଞ୍ଚଳରେ ଦେବାଳୟଗୁଡିକରେ ଶନିବାର ସାବିତ୍ରୀ ବ୍ରତ ପାଇଁ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା। ମହିଳାମାନେ ନୂଆ ଶାଢ଼ି,…

କେତେବେଳେ ବି ମହଙ୍ଗା ହୋଇପାରେ ଗ୍ୟାସ୍‌; ପେଟ୍ରୋଲ ପରେ ଚମକାଇବ LPG ଦର!

ନୂଆଦିଲ୍ଲୀ,୧୬।୫: ସାରା ଦେଶରେ ପେଟ୍ରୋଲ ଏବଂ ଡିଜେଲର ବର୍ଦ୍ଧିତ ମୂଲ୍ୟ ମଧ୍ୟରେ, ଏଲପିଜି ସିଲିଣ୍ଡରର ମୂଲ୍ୟ ମଧ୍ୟ ଏବେ ସାଧାରଣ ଲୋକଙ୍କ ମଧ୍ୟରେ ଆଲୋଚନାର ବିଷୟ ପାଲଟିଛି।…

ପିକ୍‌ଅପ୍‌ରେ ଯାଉଥିଲେ ୨୭ ଶ୍ରମିକ, ଭାରସାମ୍ୟ ହରାଇ ରାସ୍ତାରେ ଓଲଟି ପଡ଼ିଲା, ତା’ ପରେ…

ବାସୁଦେବପୁର,୧୭ା୫(କାଳିପଦ ରାୟ): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ଅରଣ୍ଡୁଆ ପଞ୍ଚାୟତର ବେକମୁଡ଼ି ଛକ ନିକଟରେ ଶନିବାର ଏକ ପିକ୍‌ଅପ୍‌ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଛି।…

ସ୍ତ୍ରୀଙ୍କ ପାଇଁ ଆମିଷ ଛାଡ଼ିଦେଲେ କୋହଲି: କହୁ କହୁ କହିଦେଲେ…

ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ବଲିଉଡ ଏବଂ କ୍ରିକେଟ ଉଭୟରେ ସବୁଠାରୁ ଚର୍ଚ୍ଚିତ ଦମ୍ପତିଙ୍କ ମଧ୍ୟରୁ ଜଣେ। ଏହି ଦମ୍ପତି ସେମାନଙ୍କର କଠିନ ପରିଶ୍ରମ ଦ୍ୱାରା…

ଡୋନାଲ୍ଡ ଟ୍ରମ୍ପଙ୍କ ହତ୍ୟା ପାଇଁ ୫୦ ନିୟୁତ ପୁରସ୍କାର, ଘୋଷଣା କଲା ଏହି ଦେଶ ସାରା ବିଶ୍ୱ ଚକିତ

ଓ୍ବାଶିଂଟନ,୧୬।୫: ଇରାନୀ ଗଣମାଧ୍ୟମରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମ୍ପର୍କରେ ଏକ ରିପୋର୍ଟ ପ୍ରକାଶ ପାଇଛି, ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ସଦ୍ୟତମ ରିପୋର୍ଟରେ ଦାବି…

ଏଣିକି ବାଇକ୍‌ କି କାର୍‌ରେ ଭରିପାରିବେନି ଫୁଲ୍‌ ଟ୍ୟାଙ୍କ୍‌ ପେଟ୍ରୋଲ! ତେଲ ସଙ୍କଟ ଭିତରେ ଆସିଲା ବଡ଼ ଖବର

ପାଟନା,୧୬।୫: ପାଟନାରେ ପେଟ୍ରୋଲ ଏବଂ ଡିଜେଲର ବୃଦ୍ଧି ଏବଂ ସମ୍ଭାବ୍ୟ ଅଭାବ ସମ୍ପର୍କରେ ଆଲୋଚନା ମଧ୍ୟରେ, ପେଟ୍ରୋଲ ପମ୍ପଗୁଡ଼ିକରେ ଭିଡ଼ ବଢ଼ିବା ଆରମ୍ଭ ହୋଇଛି। ଅନେକ ଲୋକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri