ଭଲିବଲ ଟୁର୍ନାମେଣ୍ଟ: ଯୋଗଦେଲେ ୧୧ ଦଳ

କର୍ଲାମୁଣ୍ଡା:୧୭।୫(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜଲା କର୍ଲାମୁଣ୍ଡା ବ୍ଲକ ରିଞ୍ଜା ଯୁବ ସଙ୍ଗଠନ ପକ୍ଷରୁ ରାତ୍ରିକାଳୀନ ଭଲିବଲ ଟୁର୍ନାମେଣ୍ଟ ଶନିବାର ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ରିଞ୍ଜା ସରପଞ୍ଚ ପୂର୍ଣ୍ଣମି ମାଝୀ, ସମ୍ମାନିତ ଅତିଥି ଭାବେ ଓଡିଶା ଆଦର୍ଶ ବିଦ୍ୟାଳୟ ରାଜ୍ୟ ସଭାପତି ରିପୁ ଦମନ ସୌରଭ ମିଶ୍ର, ରିଞ୍ଜ। ବିଜ୍ଞାନ ଶିକ୍ଷକ ତଥା ଗାଳ୍ପିକ ସଞ୍ଜୀବ କୁମାର ନାଗ, ବରିଷ୍ଠ ଖବରଦାତା ପ୍ରଦୀପ କୁମାର ସାହୁ, ଯୁବ ସମାଜସେବୀ ଫକୀର ସାହୁ, ଶମ୍ଭୁ ପ୍ରସାଦ ମାଝୀ, ସିଆରସିସି ପ୍ରସନ୍ନ କୁମାର ସାହୁ, ଶିକ୍ଷକ ଜିତେନ୍ଦ୍ର ସାହୁ ପ୍ରମୁଖ ଯୋଗଦେଇ ଖେଳାଳୀମାନଙ୍କ ସହିତ ପରିଚିତ ହେବା ସହ ଉତ୍ସାହିତ କରିଥିଲେ।

ଏଥିରେ କଳାହାଣ୍ଡି ଜିଲାର ମ.ରାମପୁର, କେସିଙ୍ଗା, ନର୍ଲା, କର୍ଲାମୁଣ୍ଡା ଆଦି ବ୍ଲକର ୧୧ଟି ଦଳ ଅଂଶ ଗ୍ରହଣ କରିଥିବା ଯୁବ ସଂଗଠନ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ପ୍ରଥମ ମ୍ୟାଚ ମ.ରାମପୁର ଓ କେସିଙ୍ଗା ବ୍ଲକର ବନ୍ଧପଡା ମଧ୍ୟରେ ଶାନ୍ତିପୂର୍ଣ୍ଣ ଭାବେ ଅନୁଷ୍ଠିତ ହୋଇଥିବା ଦେଖିବାକୁ ମିଳିଛି। ମ୍ୟାଚର ଖେଳ ପରିଚାଳନାରେ ହୀରାମଣୀ ଭୋଇ ଏବଂ ଖେଳ ଶିକ୍ଷକ ପୁଲକ ଷଡ଼ଙ୍ଗୀ ରହିଥିବା ବେଳେ ସ୍କୋରର ଭାବେ ଚିତ୍ତରଞ୍ଜନ ସାହୁ, ଉଦ୍‌ଘୋଷକ ହେମାନନ୍ଦ ସାହୁ ରହିଛନ୍ତି। ଏଥିରେ ରିଞ୍ଜା ଯୁବ ସଂଗଠନର ସମସ୍ତ କର୍ମକର୍ତ୍ତା, ଗ୍ରାମବାସୀ ଆୟୋଜନରେ ସହଯୋଗ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସିମନବାଡ଼ି-ରାଇକିଆ ରାସ୍ତାରେ ଗାଡ଼ିମୋଟର ଚଳାଚଳ ବନ୍ଦ, ଲୋକେ ହଟହଟା

ଦାରିଙ୍ଗବାଡ଼ି,୧୮ା୬(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବାଡ଼ାବାଙ୍ଗା ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଏକ ନିର୍ମାଣାଧୀନ ପୋଲ ନିକଟ ଡାଇଭର୍ସନ ରାସ୍ତା କର୍ଦ୍ଦମାକ୍ତ ଯୋଗୁ ଗୋଟିଏ...

ସ୍ବାମୀଙ୍କୁ ଶ୍ୱାସରୁଦ୍ଧ କରି ହତ୍ୟା କଲେ ସ୍ତ୍ରୀ, ଆତ୍ମହତ୍ୟା ରୂପ ଦେବାକୁ ଉଦ୍ୟମ ବେଳେ…

ଧରାକୋଟ,୧୮ା୬(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ଥାନା ଅନ୍ତର୍ଗତ ମୁଣ୍ଡମରାଇ ଗାଁରୁ ଆସିଛି ପୁଣି ପାରିବାରିକ କଳହର କରୁଣ ପରିଣତି। ସ୍ବାମୀଙ୍କୁ ହତ୍ୟା କରି...

କଳିଙ୍ଗା ଘାଟିରେ ଧସିଲା ମାଟି ଅତଡ଼ା, ପାହାଡ଼ ତଳକୁ ଖସିଲା ୨ ଜେସିବି

ଭଞ୍ଜନଗର,୧୮ା୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା କଳିଙ୍ଗା ଘାଟିରେ ମାଡ଼ି ଅତଡ଼ା ଧସିଛି। ପ୍ରବଳ ବର୍ଷା ଯୋଗୁ ମାଟି ଅତଡ଼ା ଧସି ପଡ଼ିଥିବା ଜଣାପଡ଼ିଛି। ତେବେ ଘାଟି...

ବଜାର ପିଣ୍ଡିରେ ନ ବସି ବିପଦପୂର୍ଣ୍ଣ ରାସ୍ତାକଡ଼ରେ ବସୁଛନ୍ତି ବ୍ୟବସାୟୀ, ସବୁ ଜାଣି ପ୍ରଶାସନ ଚୁପ୍‌

ଥୁଆମୂଳ ରାମପୁର,୧୮ା୬(ଦୁର୍ଗା କୀର୍ତ୍ତି): ସରକାରଙ୍କ ପକ୍ଷରୁ ବ୍ଲକ ଓ ପଞ୍ଚାୟତ ନିର୍ଦ୍ଦେଶରେ ସର୍ବସାଧାରଣଙ୍କ ଉଦ୍ଦିଷ୍ଟ ନିମନ୍ତେ ବିଭିନ୍ନ ସ୍ଥାନରେ ସାପ୍ତାହିକ ବଜାର ବସାଇବା ପାଇଁ ଲକ୍ଷାଧିକ...

ବିନା ସୂଚନା ଫଳକରେ ଚାଲିଛି ପଞ୍ଚାୟତ କାର୍ଯ୍ୟାଳୟ ମରାମତି, ବୁଦ୍ଧିଜୀବୀ ମହଲରେ ପ୍ରଶ୍ନବାଚୀ

ଥୁଆମୂଳ ରାମପୁର,୧୭।୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ଗ୍ରାମ ପଞ୍ଚାୟତ ଦୀର୍ଘ ବର୍ଷ ଅବ୍ୟବସ୍ଥା ଘେରରେ ରହିଛି। ବର୍ତ୍ତମାନ ଲକ୍ଷାଧିକ ଟଙ୍କାରେ...

ସମୁଦ୍ର ଆଁରେ ଆର୍ଯ୍ୟପଲ୍ଲୀ

ଛତ୍ରପୁର, ୧୭।୬(ଦିଲୀପ ସାମଲ): ଜଳବାୟୁ ପରିବର୍ତ୍ତନ ଯୋଗୁ ଦିନକୁ ଦିନ ସମୁଦ୍ର କୂଳ ଲଙ୍ଘିବାରେ ଲାଗିଛି। ଦୈନିକ ଜଳପତନ ବୃଦ୍ଧି ହେବା ସହ ସମୁଦ୍ରର ଉଚ୍ଚ...

ଉପାନ୍ତ ଅଞ୍ଚଳରେ ରଜ ଉତ୍ସବ, ସହରୀ ସ୍ବେଚ୍ଛାସେବୀଙ୍କୁ ଦେଖି ଉତ୍ସାହିତ ଗ୍ରାମବାସୀ

ଭଞ୍ଜନଗର,୧୭।୬(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଅଞ୍ଚଳରେ ଓଡ଼ିଶାର ଗଣପର୍ବ ରଜ ଉତ୍ସବକୁ ବେଶ୍‌ ଧୁମଧାମରେ ପାଳିତ ହୋଇଯାଇଛି। ମାତ୍ର ବିପଦର ବନ୍ଧୁ ଏବଂ ଘୁମୁସର...

ଦେଶୀମଦ ଭାଟିରେ ପଶି ବଟି ମାଗିବା ଅଭିଯୋଗ: ଖବରଦାତାଙ୍କ ନାମରେ ମାମଲା ରୁଜୁ କଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୧୭।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସରକାରୀ ଲାଇସେନ୍ସ ପ୍ରାପ୍ତ ଦେଶୀମଦ ଭାଟି ଭିତରକୁ ଜବରଦସ୍ତ ପ୍ରବେଶ କରି ଉପସ୍ଥିତ କର୍ମଚାରୀଙ୍କୁ ଭୟଭୀତ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri