Posted inଜାତୀୟ

କଂଗ୍ରେସରେ ବିଦ୍ରୋହର ସ୍ବର

ନୂଆଦିଲ୍ଲୀ,୧୨।୧୧: ବିହାର ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ କଂଗ୍ରେସରେ ବିଦ୍ରୋହ ସ୍ବର ଉଠିଛି। ମହାମେଣ୍ଟର ପରାଜୟ ପାଇଁ କଂଗ୍ରେସ ଦାୟୀ ବୋଲି ଦଳରେ ଚର୍ଚ୍ଚା ହେଉଛି। ଏନେଇ ଗୁରୁବାର କଂଗ୍ରେସ ମହାସଚିବ ତାରିକ୍‌ ଅନଓ୍ବାର ଦଳ ପରାଜୟର କାରଣ ଉପରେ ଚିନ୍ତା କରିବା ଆବଶ୍ୟକ ବୋଲି କହିଛନ୍ତି। ଇଭିଏମ୍‌ ଉପରେ ଦୋଷାରୋପ ନକରି ପରାଜୟ ସ୍ବୀକାର କରି ଆତ୍ମଚିନ୍ତନ କରାଗଲେ ଦଳ ପାଇଁ ଭଲ। ମୁସଲମାନ ଭୋଟର କଂଗ୍ରେସଠାରୁ ଦୂରେଇ ଯିବା ଦଳ ପାଇଁ ଶୁଭଙ୍କର ନୁହେଁ। ସେହିପରି ବିହାରରେ ଏଆଇଏମ୍‌ଆଇଏମ୍‌ର ପ୍ରବେଶ ଭବିଷ୍ୟତରେ କଂଗ୍ରେସ ଲାଗି ଅସୁବିଧା ସୃଷ୍ଟି କରିବ ବୋଲି ସେ ଟୁଇଟ୍‌ କରି କହିଛନ୍ତି। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ ବର୍ତ୍ତମାନ ସୁଦ୍ଧା ବିହାର ପରାଜୟ ଉପରେ କୌଣସି ମନ୍ତବ୍ୟ ଦେଇ ନାହାନ୍ତି। ତେବେ ଦଳରେ ଧୀରେଧୀରେ ଅସନ୍ତୋଷ ବଢ଼ିବାରେ ଲାଗିଥିବା ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଲକ୍‌ଡାଉନ୍‌ ଅବଧିକୁ ବୃଦ୍ଧି କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଲେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୧୧।୪: କରୋନା ଭାଇରସ୍‌ ସଂକ୍ରମଣ ଧିରେ ଧିରେ ସାରା ଦେଶରେ କାୟା ବିସ୍ତାର କରି ଚାଲିଛି। କରୋନା ସହ ମୁକାବିଲା ପାଇଁ ସାରା ଦେଶରେ ୨୧...

କରୋନାରେ ପୀଡ଼ିତ ବଲିଉଡ୍‌ ଗାୟିକା

ମୁମ୍ବାଇ,୨୦।୩: ବଲିଉଡ୍‌ ଗାୟିକା କନିକା କପୁର କରୋନା ଭାଇରସରେ ପୀଡ଼ିତ ଥିବା ଜଣାପଡିଛି। ଶୁକ୍ରବାର ତାଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ସେ କରୋନା ଭାଇରସରେ...

ଉଦ୍ଧବ-ଆଦିତ୍ୟ-ସଞ୍ଜୟଙ୍କ ବିରୋଧରେ ରୁଜୁ ହେଉ ଦେଶଦ୍ରୋହ ମାମଲା, ହାଇକୋର୍ଟରେ ଆବେଦନ…

ମୁମ୍ବାଇ, ୨୮।୬ : ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ସଙ୍କଟ ମଧ୍ୟରେ ବମ୍ବେ ହାଇକୋର୍ଟରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ମନ୍ତ୍ରୀ ଆଦିତ୍ୟ ଠାକରେ ଏବଂ ଦଳର ନେତା...

ହନୁମାନ ଜନ୍ମୋତ୍ସବ ଶୋଭାଯାତ୍ରା ଉପରେ ପଥରମାଡ଼, ଦିଲ୍ଲୀରେ ଉତ୍ତେଜନା…

ନୂଆଦିଲ୍ଲୀ, ୧୬।୪ : ଦିଲ୍ଲୀର ଜାହଙ୍ଗିରପୁରୀଠାରେ ଶନିବାର ଅପରାହ୍ନ ୫ରୁ ସାଢ଼େ ୫ ଟା ମଧ୍ୟରେ ହନୁମାନ ଜନ୍ମୋତ୍ସବ ଉପଲକ୍ଷେ ଆୟୋଜିତ ଶୋଭାଯାତ୍ରା ଉପରେ ପଥରମାଡ଼...

ରାହୁଲଙ୍କୁ ଅର୍ଥମନ୍ତ୍ରୀଙ୍କ ପ୍ରଶ୍ନ: ଏବେ ରେଳ ଷ୍ଟେଶନର ମାଲିକ କିଏ?

ନୂଆଦିଲ୍ଲୀ,୨୫।୮: ଜାତୀୟ ମୋନେଟାଇଜେସନ ପ୍ରୋଗ୍ରାମ (ଏନଏମପି) ଉପରେ ମୋଦି ସରକାରଙ୍କ ଉପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଆକ୍ରମଣ ଜାରି ରହିଛି। ବୁଧବାର ସେ #IndiaOnSale...

ଆଫଗାନିସ୍ତାନର ପୂର୍ବତନ ରାଷ୍ଟ୍ରପତିଙ୍କୁ ସମର୍ଥନ କଲେ ଭାଜପା ନେତା

ନୂଆଦିଲ୍ଲୀ,୧୯ ।୮: ଆଫଗାନିସ୍ତାନ ଉପରେ ତାଲିବାନ କବଜା କରିବା ପୂର୍ବରୁ ଆଫଗାନୀସ୍ତାନର ପୂର୍ବତନ ରାଷ୍ଟ୍ରପତି ଅଶରଫ ଘନି ଦେଶ ଛାଡି ପଳାୟନ କରିଥିଲେ । ସେ...

ଅଟଳ ବିହାରୀ ବାଜପେୟୀଙ୍କ ୨୫ ଫୁଟ ଉଚ୍ଚା ମୂର୍ତ୍ତି ନିର୍ମାଣ କରୁଛନ୍ତି ନନ୍ଦଲାଲ ପଣ୍ଡିତ

ଜୟପୁର,୧୦।୧୧: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ୨୫ ଫୁଟ ଉଚ୍ଚା ମୂର୍ତ୍ତି ନିର୍ମାଣ ଜାରି ରହିଛି। ଏହାକୁ ଖ୍ୟାତି ସମ୍ପନ୍ନ କାରିଗର ନନ୍ଦଲାଲ୍‌ ପଣ୍ଡିତ...

ଅନନ୍ତନାଗରେ ଆତଙ୍କବାଦୀଙ୍କ ଗ୍ରେନେଡ୍‌ ଆକ୍ରମଣ

ଶ୍ରୀନଗର,୫।୧୦: ଜମ୍ମୁ-କଶ୍ମୀର ଅନନ୍ତନାଗରେ ଆତଙ୍କବାଦୀମାନେ ଗ୍ରେନେଡ୍‌ ଆକ୍ରମଣ କରିଛନ୍ତି। ସ୍ଥାନୀୟ ଡିସି ଅଫିସ୍‌ ସମ୍ମୁଖରେ ମୁତୟନ ଥିବା ସୁରକ୍ଷାକର୍ମୀଙ୍କୁ ଲକ୍ଷ୍ୟ କରି ଆକ୍ରମଣ ହୋଇଥିବା କୁହାଯାଉଛି।...

Advertisement
Archives

Model This Week