ପେସା ଶିକ୍ଷକତା, ନିଶା ପରିବେଶ ସୁରକ୍ଷା

ବ୍ରହ୍ମବରଦା,୧୭ା୯(ଯଯାତି କେଶରୀ ବେହେରା): ପେଶା ଶିକ୍ଷକତା ହେଲେ ନିଶା ପରିବେଶ ସୁରକ୍ଷା ସହିତ କବିତା ଓ ପୁସ୍ତକ ଲେଖା । ଦୀର୍ଘ ୨୩ ବର୍ଷ ହେଲା ଶିକ୍ଷାଦାନ କରିବା ସହିତ ସମାଜ ସେବାରେ ଜୀବନକୁ ଉର୍ତ୍ସଗୀକୃତ କରିଥିବା ଏପରି ଜଣେ ବ୍ୟକ୍ତି ହେଉଛନ୍ତି ଝାଲପଡା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଭାକର ସାହୁ (୫୧) ଶିକ୍ଷାଦାନ, କବିତା ଲିଖନ ସହିତ ଚାରା ରୋପଣ କରିବା ଓ ସେଗୁଡିର ସୁରକ୍ଷା ପାଇଁ ବ୍ୟବସ୍ଥା କରିବାରେ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ସେ।

ଯାଜପୁର ବ୍ଲକ ଶ୍ୟାମଦାସପୁର ଗ୍ରାମର ସ୍ବର୍ଗତ ମହେନ୍ଦ୍ର ସାହୁ ଓ ଟିକିଲି ସାହୁଙ୍କ ପୁଅ ପ୍ରଭାକର। ଗାଁ ବିଦ୍ୟାଳୟରୁ ୧୯୯୦ରେ ମାଟ୍ରିକ ପାସ କରିବା ପରେ ଏନ.ସି. ମହାବିଦ୍ୟାଳୟରେ ବିଜ୍ଞାନ ଶ୍ରେଣୀରେ ଅଧ୍ୟୟନ କରିଥିଲେ। ତାଳଚେରଠାରେ ଆଇଟିଆଇ , ଯାଜପୁର ଡୋଲିପୁରଠାରେ ସିଟି ଟ୍ରେନିଂ ନେଇ ୨୦୦୧ରୁ ଶିକ୍ଷକତା ଜୀବନ ଆରମ୍ଭ କରିଥିଲେ। ଏବେ ସେ ଝାଲପଡା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାବେ କାମ କରୁଛନ୍ତି । ଶିକ୍ଷାଦାନ କ୍ଷେତ୍ରରେ ସାହୁଙ୍କ ସ୍ବତନ୍ତ୍ର ପରିଚୟ ଥିବାବେଳେ ସେ ଗ୍ରାମ ଏବଂ ଆଖପାଖ ଅଞ୍ଚଳରେ ବହୁ ପ୍ରଶଂସାର ପାତ୍ର ହୋଇପାରିଛନ୍ତି । ଖାଲି ସେତକ ନୁହେଁ ରବିବାର ଓ ଛୁଟିଦିନରେ ସମୟକୁ ଦୂରପଯୋଗ ନ କରି ଚାରା ରୋପଣ କରିବା ସହିତ କବିତା ଓ ବହି ଲେଖାରେ ସମୟ ଦେଇଥାନ୍ତି । ଆଜକୁ ୨୩ ବର୍ଷ ହେଲା ନିଜ ଖର୍ଚ୍ଚରେ ସେ ବିଭିନ୍ନ ଖାଲି ସ୍ଥାନରେ ଚାରା ରୋପଣ ସହିତ ବିଦ୍ୟାଳୟକୁ ଲାଗିଥିବା ରାସ୍ତା ପାର୍ଶ୍ୱରେ ଶତାଧିକ ଚାରା ରୋପଣ କରିଛନ୍ତି। ଖାଲି ସେତିକି ନୁହେଁ, ସେ ରୋପଣ କରିଥିବା ଚାରା ବଢିବା ଏବଂ ରୋଗ ପୋକଦାଉରୁ ରକ୍ଷା କରିବା ପାଇଁ ସାର, ଔଷଧ ବ୍ୟବହାର କରିବା, ବୃକ୍ଷଗୁଡିକର ସୁରକ୍ଷା ପାଇଁ ମଜଭୁତ ବାଡର ବ୍ୟବସ୍ଥା କରିବା ଭଳି କାର୍ଯ୍ୟ କରି ୨୦୧୬ରେ ଓଡ଼ିଶା ସରକାର ଜଙ୍ଗଲ ପରିବେଶ ବିଭାଗ ତରଫରୁ ପ୍ରକୃତି ବନ୍ଧୁ ପୁରସ୍କାର ପୁରସ୍କୃତ ହୋଇଥିଲେ।

ସେଦିନଠାରୁ ସେ ଆଉ ପଛକୁ ଫେରି ଚାହିଁ ନାହାନ୍ତି। ଚଳିତ ବର୍ଷ ମଧ୍ୟରେ ସେ ୫ଶହରୁ ଊର୍ଦ୍ଧ୍ୱ ଚାରା ରୋପଣ କରିଥିବା ସାହୁ ପ୍ରକାଶ କରିଛନ୍ତି । ୨୦୧୯ରେ ଅଖିଳ ଚକ୍ର ଓଡ଼ିଶା ଯାଜପୁର ତରଫରୁ ଶିକ୍ଷକ ଗୌରବ ସମ୍ମାନରେ ସମ୍ମାନିତ ହୋଇଥିଲେ, ରୋଟାରୀ କ୍ଲବ ତରଫରୁ ନେସନ ବିଲଡର ପୁରସ୍କାର, ଦିଲ୍ଲୀଠାରେ ବିଜ୍ଞାନର ପ୍ରଚାର ଓ ପ୍ରସାର ବିଭାଗରେ ପୁରସ୍କୃତ ହୋଇଥିଲାବେଳେ ଟିଏଲଏମ୍‌ ବ୍ଲକ ସୁରଭି ପ୍ରତିଯୋଗିତାରେ ଉତ୍ତମ ଶିକ୍ଷକ ଭାବେ ପୁରସ୍କୃତ ହୋଇଥିଲେ। ସାହୁ ଦେଶାମତ୍କ କବିତା, ଅଧ୍ୟାତ୍ମିକ କବିତା ଲେଖକ ଭାବେ ମଧ୍ୟ ନିଜ ପରିଚୟ ସୃଷ୍ଟି କରିଛନ୍ତି । ବିଦ୍ୟାଳୟରେ ପିଲାମାନଙ୍କ ମଧ୍ୟରେ ଆଧ୍ୟାତ୍ମିକ ମନୋଭାବ ବୃଦ୍ଧି କରିବା ପାଇଁ ଯୋଗ,ପ୍ରାଣାୟାମର ବ୍ୟବସ୍ଥା କରିଥାଆନ୍ତି। ଜାତୀୟ ପର୍ବକୁ ନିଜ ଖର୍ଚ୍ଚରେ ବହୁ ଆଡମ୍ବରରର ସହିତ ପାଳନ କରିବା ତାଙ୍କର ଏକ ଭିନ୍ନ ଗୁଣ। ସେ ନିଜ ଲେଖନୀ ମୁନରେ ପ୍ରକୃତି, ବୃକ୍ଷ, ଖାଦ୍ୟ ଓ ପରିବେଶ ଭଳି ବହୁ କବିତା ରଚନା କରିଛନ୍ତି । ଶେଷ ନିଃଶ୍ୱାସ ଯାଏ ସେ ସମାଜର ସେବା କରିବା ସହିତ ପ୍ରକୃତି ଓ ପରିବେଶର ସୁରକ୍ଷା ପାଇଁ କାର୍ଯ୍ୟ କରିବେ ବୋଲି ସାହୁ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?