ପେସା ଶିକ୍ଷକତା, ନିଶା ପରିବେଶ ସୁରକ୍ଷା

ବ୍ରହ୍ମବରଦା,୧୭ା୯(ଯଯାତି କେଶରୀ ବେହେରା): ପେଶା ଶିକ୍ଷକତା ହେଲେ ନିଶା ପରିବେଶ ସୁରକ୍ଷା ସହିତ କବିତା ଓ ପୁସ୍ତକ ଲେଖା । ଦୀର୍ଘ ୨୩ ବର୍ଷ ହେଲା ଶିକ୍ଷାଦାନ କରିବା ସହିତ ସମାଜ ସେବାରେ ଜୀବନକୁ ଉର୍ତ୍ସଗୀକୃତ କରିଥିବା ଏପରି ଜଣେ ବ୍ୟକ୍ତି ହେଉଛନ୍ତି ଝାଲପଡା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଭାକର ସାହୁ (୫୧) ଶିକ୍ଷାଦାନ, କବିତା ଲିଖନ ସହିତ ଚାରା ରୋପଣ କରିବା ଓ ସେଗୁଡିର ସୁରକ୍ଷା ପାଇଁ ବ୍ୟବସ୍ଥା କରିବାରେ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ସେ।

ଯାଜପୁର ବ୍ଲକ ଶ୍ୟାମଦାସପୁର ଗ୍ରାମର ସ୍ବର୍ଗତ ମହେନ୍ଦ୍ର ସାହୁ ଓ ଟିକିଲି ସାହୁଙ୍କ ପୁଅ ପ୍ରଭାକର। ଗାଁ ବିଦ୍ୟାଳୟରୁ ୧୯୯୦ରେ ମାଟ୍ରିକ ପାସ କରିବା ପରେ ଏନ.ସି. ମହାବିଦ୍ୟାଳୟରେ ବିଜ୍ଞାନ ଶ୍ରେଣୀରେ ଅଧ୍ୟୟନ କରିଥିଲେ। ତାଳଚେରଠାରେ ଆଇଟିଆଇ , ଯାଜପୁର ଡୋଲିପୁରଠାରେ ସିଟି ଟ୍ରେନିଂ ନେଇ ୨୦୦୧ରୁ ଶିକ୍ଷକତା ଜୀବନ ଆରମ୍ଭ କରିଥିଲେ। ଏବେ ସେ ଝାଲପଡା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାବେ କାମ କରୁଛନ୍ତି । ଶିକ୍ଷାଦାନ କ୍ଷେତ୍ରରେ ସାହୁଙ୍କ ସ୍ବତନ୍ତ୍ର ପରିଚୟ ଥିବାବେଳେ ସେ ଗ୍ରାମ ଏବଂ ଆଖପାଖ ଅଞ୍ଚଳରେ ବହୁ ପ୍ରଶଂସାର ପାତ୍ର ହୋଇପାରିଛନ୍ତି । ଖାଲି ସେତକ ନୁହେଁ ରବିବାର ଓ ଛୁଟିଦିନରେ ସମୟକୁ ଦୂରପଯୋଗ ନ କରି ଚାରା ରୋପଣ କରିବା ସହିତ କବିତା ଓ ବହି ଲେଖାରେ ସମୟ ଦେଇଥାନ୍ତି । ଆଜକୁ ୨୩ ବର୍ଷ ହେଲା ନିଜ ଖର୍ଚ୍ଚରେ ସେ ବିଭିନ୍ନ ଖାଲି ସ୍ଥାନରେ ଚାରା ରୋପଣ ସହିତ ବିଦ୍ୟାଳୟକୁ ଲାଗିଥିବା ରାସ୍ତା ପାର୍ଶ୍ୱରେ ଶତାଧିକ ଚାରା ରୋପଣ କରିଛନ୍ତି। ଖାଲି ସେତିକି ନୁହେଁ, ସେ ରୋପଣ କରିଥିବା ଚାରା ବଢିବା ଏବଂ ରୋଗ ପୋକଦାଉରୁ ରକ୍ଷା କରିବା ପାଇଁ ସାର, ଔଷଧ ବ୍ୟବହାର କରିବା, ବୃକ୍ଷଗୁଡିକର ସୁରକ୍ଷା ପାଇଁ ମଜଭୁତ ବାଡର ବ୍ୟବସ୍ଥା କରିବା ଭଳି କାର୍ଯ୍ୟ କରି ୨୦୧୬ରେ ଓଡ଼ିଶା ସରକାର ଜଙ୍ଗଲ ପରିବେଶ ବିଭାଗ ତରଫରୁ ପ୍ରକୃତି ବନ୍ଧୁ ପୁରସ୍କାର ପୁରସ୍କୃତ ହୋଇଥିଲେ।

ସେଦିନଠାରୁ ସେ ଆଉ ପଛକୁ ଫେରି ଚାହିଁ ନାହାନ୍ତି। ଚଳିତ ବର୍ଷ ମଧ୍ୟରେ ସେ ୫ଶହରୁ ଊର୍ଦ୍ଧ୍ୱ ଚାରା ରୋପଣ କରିଥିବା ସାହୁ ପ୍ରକାଶ କରିଛନ୍ତି । ୨୦୧୯ରେ ଅଖିଳ ଚକ୍ର ଓଡ଼ିଶା ଯାଜପୁର ତରଫରୁ ଶିକ୍ଷକ ଗୌରବ ସମ୍ମାନରେ ସମ୍ମାନିତ ହୋଇଥିଲେ, ରୋଟାରୀ କ୍ଲବ ତରଫରୁ ନେସନ ବିଲଡର ପୁରସ୍କାର, ଦିଲ୍ଲୀଠାରେ ବିଜ୍ଞାନର ପ୍ରଚାର ଓ ପ୍ରସାର ବିଭାଗରେ ପୁରସ୍କୃତ ହୋଇଥିଲାବେଳେ ଟିଏଲଏମ୍‌ ବ୍ଲକ ସୁରଭି ପ୍ରତିଯୋଗିତାରେ ଉତ୍ତମ ଶିକ୍ଷକ ଭାବେ ପୁରସ୍କୃତ ହୋଇଥିଲେ। ସାହୁ ଦେଶାମତ୍କ କବିତା, ଅଧ୍ୟାତ୍ମିକ କବିତା ଲେଖକ ଭାବେ ମଧ୍ୟ ନିଜ ପରିଚୟ ସୃଷ୍ଟି କରିଛନ୍ତି । ବିଦ୍ୟାଳୟରେ ପିଲାମାନଙ୍କ ମଧ୍ୟରେ ଆଧ୍ୟାତ୍ମିକ ମନୋଭାବ ବୃଦ୍ଧି କରିବା ପାଇଁ ଯୋଗ,ପ୍ରାଣାୟାମର ବ୍ୟବସ୍ଥା କରିଥାଆନ୍ତି। ଜାତୀୟ ପର୍ବକୁ ନିଜ ଖର୍ଚ୍ଚରେ ବହୁ ଆଡମ୍ବରରର ସହିତ ପାଳନ କରିବା ତାଙ୍କର ଏକ ଭିନ୍ନ ଗୁଣ। ସେ ନିଜ ଲେଖନୀ ମୁନରେ ପ୍ରକୃତି, ବୃକ୍ଷ, ଖାଦ୍ୟ ଓ ପରିବେଶ ଭଳି ବହୁ କବିତା ରଚନା କରିଛନ୍ତି । ଶେଷ ନିଃଶ୍ୱାସ ଯାଏ ସେ ସମାଜର ସେବା କରିବା ସହିତ ପ୍ରକୃତି ଓ ପରିବେଶର ସୁରକ୍ଷା ପାଇଁ କାର୍ଯ୍ୟ କରିବେ ବୋଲି ସାହୁ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ ପଛରେ ପିଟିହେଲା ବସ୍‌: ଡ୍ରାଇଭର, ହେଲପର ମୃତ

ସୋନପୁର,୨୮ା୪(ମୃତ୍ୟୁଞ୍ଜୟ ଶତପଥୀ): ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥର ସୋନପୁର ଥାନା ହରଡ଼ଖୋଲ ନିକଟରେ ଶନିବାର ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି। ପ୍ରଧାନ ନାମକ ଯାତ୍ରୀବାହୀ...

କାହାକୁ ଟାର୍ଗେଟ କଲେ ଦୀପାଳି ଦାସ, କହିଲେ ସିଜନାଲ ପକ୍ଷୀ…

ଭୁବନେଶ୍ୱର,୨୮।୪: ଝାରସୁଗୁଡା ନିର୍ବାଚନ ମଣ୍ଡଳୀ ଲାଇକେରା ଠାରେ ବିଜେଡିର ମହିଳା ସମାବେଶ କରିଛନ୍ତି ଦୀପାଳି ଦାସ । ଏଥିରେ ଝାରସୁଗୁଡା ବିଧାୟିକା ପ୍ରାର୍ଥୀ ଦୀପାଳି ବିରୋଧୀଙ୍କୁ...

ପୁରୀ ଷ୍ଟେଶନରେ ବଡ଼ ଅଘଟଣ: ଭୁଶୁଡିଲା ନିର୍ମାଣାଧୀନ କୋଠା, ଶ୍ରମିକ ଫସି ରହିଥିବା ଆଶଙ୍କା

ପୁରୀ,୨୮।୪: ପୁରୀ ରେଲୱେ ଷ୍ଟେସନରେ ଘଟିଯାଇଛି ବଡ଼ ଅଘଟଣ। ନିର୍ମାଣାଧୀନ କୋଠାର ଛାତ ଭୁଶୁଡି ୪ ଜଣ ଶ୍ରମିକ ଆହତ ହୋଇଛନ୍ତି। ଆହତମାନଙ୍କୁ ପୁରୀ ଜିଲା...

ରାସେଶ୍ୱରୀଙ୍କୁ ଭେଟିଲେ ଧର୍ମେନ୍ଦ୍ର, ଟିକେଟ ନ ମିଳିବାରୁ ଅସନ୍ତୁଷ୍ଟ ହୋଇ ବିଜେଡି ଛାଡିଥିଲେ ରାସେଶ୍ୱରୀ

ସମ୍ବଲପୁର,୨୮ା୪: ଓଡ଼ିଶା ରାଜନୀତିରେ ସମ୍ବଲପୁର ଏବେ ସବୁଠୁ ଚର୍ଚ୍ଚାରେ ରହିଛି। ଏହାରି ମଧ୍ୟରେ ରବିବାର ସମ୍ବଲପୁରର ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କୁ ଭେଟିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା...

ବାଇକ୍‌କୁ ପଛରୁ ଧକ୍କା ଦେଲା ବୋଲେରୋ: ମା’ଙ୍କ ଜୀବନ ଗଲା, ପୁଅ ଗୁରୁତର

ପାଟଣା,୨୮ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବାଉଁଶୁଳି ଉଖୁଣ୍ଡା ରାସ୍ତାର ବାଉଁଶୁଳି ହନୁମାନ ଛକ ନିକଟରେ ଶନିବାର ରାତିରେ ଦୁର୍ଘଟଣାରେ ମା’ଙ୍କର ମୃତ୍ୟୁ ହୋଇଥିବା...

ତପ୍ତପାଣି ଘାଟିରେ ଓଲଟିଲା ନଳକୂପ ଖନନ ଗାଡି, ୧୨ ଶ୍ରମିକ ଆହତ

ଗଞ୍ଜାମ,୨୮।୪: ଗଞ୍ଜାମ ଜିଲା ତପ୍ତପାଣି ଘାଟିରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା। ଏକ ନଳକୂପ ଖନନ ଗାଡ଼ି ଭାରସାମ୍ୟ ହରାଇ ଓଲଟି ପଡିବାରୁ ୧୨ ଜଣ...

‘ଓଡ଼ିଶାର ନେତା ଓଡ଼ିଆ ଲୋକ ହେବା ଦରକାର’

ଅନୁଗୋଳ,୨୮ା୪(ଅମିତ କୁମାର ସାମଲ)ଓଡ଼ିଆ ଭାଷା, ସଂସ୍କୃତି ଏବଂ ଓଡ଼ିଆ ଲୋକଙ୍କ ଭବିଷ୍ୟତ ଆଜି ଅନ୍ଧାରରେ। ଓଡ଼ିଶାର ନେତା ଓଡ଼ିଆ ଲୋକ ହେବା ଦରକାର। ଓଡ଼ିଶାରେ ଭ୍ରଷ୍ଟ,...

ଅରିନ୍ଦମ୍‌ଙ୍କୁ ଗ୍ରହଣ କରିପାରୁନାହାନ୍ତି ଦଳୀୟ କର୍ମୀ

ସାଲେପୁର,୨୮।୪(ଅରବିନ୍ଦ ଭୂୟାଁ)ବହୁ କଳ୍ପନାଜଳ୍ପନା ପରେ ଶେଷରେ ସାଲେପୁର ବିଧାନସଭା ଆସନର ଭାଜପା ପ୍ରାର୍ଥୀଭାବେ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ତଥା କଟକର ଯୁବନେତା ଅରିନ୍ଦମ ରାୟଙ୍କ ନାମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri