ଇସ୍ରାଏଲର ନିଜକୁ ରକ୍ଷା କରିବାର ଅଧିକାର ରହିଛି: ପୁଟିନ

କିର୍ଗିଜସ୍ତାନ,୧୪।୧୦: ହମାସ ଦ୍ୱାରା ଅପ୍ରତ୍ୟାଶିତ ର୍ନିଦ୍ଦୟ ଆକ୍ରମଣର ସମ୍ମୁଖୀନ ହେବାପରେ ଇସ୍ରାଏଲର ଆତ୍ମରକ୍ଷା କରିବାର ଅଧିକାରକୁ ସ୍ବୀକୃତି ଦେଇ ଋଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପୂର୍ବ ଜେରୁଜେଲମ କରି ରାଜଧାନୀ କରି ଏକ ସ୍ବାଧୀନ ପାଲେଷ୍ଟାଇନ ଦେଶ ଗଠନ କରିବାକୁ ଜୋର ଦେଇଛନ୍ତି। ଏହି ସମସ୍ୟାର ସମାଧାନ ପାଇଁ ଏହା ହେଉଛି ଏକମାତ୍ର ଉପାୟ ବୋଲି ପୁଟିନ କହିଛନ୍ତି। କମନୱେଲଥ ଅଫ ଇଣ୍ଡିପେଣ୍ଡେଣ୍ଟ ଷ୍ଟେଟ୍ସ (ସିଏସଏସ) ଶିଖର ସମ୍ମିଳନୀରେ ପୁଟିନ ଏହି ପ୍ରସଙ୍ଗ ଉଠାଇଛନ୍ତି।

ପାଲେଷ୍ଟାଇନ-ଇସ୍ରାଏଲ ବିବାଦର ବୁଝାମଣା ପାଇଁ ଅନ୍ୟ କୌଣସି ବିକଳ୍ପ ନାହିଁ। ଏହି ସମସ୍ୟାର ସମାଧାନ ପାଇଁ ଶାନ୍ତିପୂର୍ଣ୍ଣ ଉପାୟ ମାଧ୍ୟମରେ କାର୍ଯ୍ୟ କରିବା ଆବଶ୍ୟକ ବୋଲି ପୁଟିନ ଶିଖର ସମ୍ମିଳନୀରେ କହିଛନ୍ତି। ପୁଟିନ ଆହୁରି କହିଛନ୍ତ, ମିଳିତ ଜାତିସଂଘର ଦୁଇ-ରାଷ୍ଟ୍ର କାର୍ଯ୍ୟକାରୀ କରିବା ପାଇଁ ବୁଝାମଣାର ଲକ୍ଷ୍ୟ ହେବା ଉଚିତ। ଯାହାର ଅର୍ଥ ପୂର୍ବ ଜେରୁଜେଲମକୁ ଏହାର ରାଜଧାନୀ ଭାବରେ ଏକ ସ୍ବାଧୀନ ପାଲେଷ୍ଟାଇନ ରାଷ୍ଟ୍ର ଗଠନ କରିବା ଉଚିତ୍‌। ଇସ୍ରାଏଲ ନିଶ୍ଚିତ ଭାବରେ କ୍ରୁରତାର ପ୍ରତିଆକ୍ରମଣ କରିଛି। କିନ୍ତୁ ନିସନ୍ଦେହ, ତାର ନିଜର ରକ୍ଷା କରିବାର ଅଧିକାର ଅଛି। ଏହାର ଶାନ୍ତିପୂର୍ଣ୍ଣ ଅସ୍ତିତ୍ୱକୁ ସୁନିଶ୍ଚିତ କରିବାର ଅଧିକାର ଅଛି। ମୁଁ ଏହାକୁ ଯେପରି ଦେଖୁଛି, ଏହି ପ୍ରକାର ପରିସ୍ଥିତିରେ ଏବଂ ଏହି ର୍ନିଦ୍ଦିଷ୍ଟ ସ୍ଥାନରେ, ଦୁଇଟି ମୁକ୍ତ ଦେଶ ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ।

ଯୁଦ୍ଧ ଅପରାଧ ଅଭିଯୋଗରେ ଅନ୍ତର୍ଜାତୀୟ କ୍ରାଇମ କୋର୍ଟ (ଆଇସିସି) ଦ୍ୱାରା ଗିରଫ ୱାରେଣ୍ଟ ଦିଆଯିବା ପରେ ପୁଟିନଙ୍କ ର୍କିଗିଜସ୍ଥାନ ଗସ୍ତ ତାଙ୍କର ପ୍ରଥମ ବିଦେଶ ଗସ୍ତ ଥିଲା। ଦୁଇ ଦିନିଆ ଗସ୍ତରେ ସେ ସିଏସ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିଥିଲେ। ଏହା ଏକ ଆଞ୍ଚଳିକ ସଂଗଠନ, ଯେଉଁଥିରେ ପୂର୍ବତନ ସୋଭିଏତ ଗଣତନ୍ତ୍ର ଅନ୍ତର୍ଭୁକ୍ତ। ଏହି ଅଞ୍ଚଳରେ ଋଷିଆର ପ୍ରଭାବ ହ୍ରାସ ହେବା ନେଇ ଆଲୋଚନା ମଧ୍ୟରେ ପୁଟିନଙ୍କ ଉପସ୍ଥିତି ଜରୁରୀ ଥିଲା। ୟୁକ୍ରେନ ସହ ଯୁଦ୍ଧ ହେବା ଦିନରୁ ପୁଟିନ କୌଣସି ବିଦେଶ ଗସ୍ତ କରି ନ ଥିଲେ। ଏହା ସତ୍ତ୍ୱେ ବେଜିଂରେ ତୃତୀୟ ବେଲ୍ଟ ଏବଂ ରୋଡ ଫୋରମ ପାଇଁ ପୁଟିନ ଆସନ୍ତା ସପ୍ତାହରେ ଚୀନ ଗସ୍ତ କରିବେ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

୧୭ ବର୍ଷୀୟା କୁମକୁମଙ୍କ ହ୍ୟାଟ୍ରିକ୍‌: ଏସିଆନ ଗେମ୍ସରେ ପୁଣି ସ୍ବର୍ଣ୍ଣ ଜିତି ରଚିଲେ ଇତିହାସ

ନୂଆଦିଲ୍ଲୀ,୩।୧୦: ଏସିଆନ ଗେମ୍ସ ୨୦୨୬ରେ ଭାରତୀୟ ତୀରନ୍ଦାଜଙ୍କ ଦମଦାର ପ୍ରଦର୍ଶନ ଜାରି ରହିଛି। ମାତ୍ର ୧୭ ବର୍ଷ ବୟସରେ କୁମକୁମ ମୋହଦ ଭାରତକୁ ଦେଇଛନ୍ତି ୧୭ତମ ସ୍ବର୍ଣ୍ଣ…

ସାଇକେଲରେ ଗାଁକୁ ଯାଉଥିଲେ କଷ୍ଟୁ: ହଠାତ୍‌ ଆକ୍ରମଣ କଲା ବାର୍‌ହା, ଆଉ ତା’ପରେ ଘଟିଲା…

ଦେବଗଡ଼/ରିଆମାଳ ୩।୧୦(ଶଶାଙ୍କ ଶେଖର ଝାଙ୍କର/ବଦ୍ରିନାରାୟଣ ଅଗ୍ରୱାଲା), ୩।୧୦: ଦେବଗଡ଼ ଜିଲା କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ କୁରଡ଼ପୋଷି ଗ୍ରାମରେ ଜଙ୍ଗଲୀ ବାର୍‌ହା ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ…

ଆଜି ଭାରତ ପାଇଁ ଐତିହାସିକ ଦିନ: ୨୮ ବର୍ଷ ପରେ ପୁଣି ଦୋହରାଇବ ଇତିହାସ, ୨ ଦେଶ ବିପକ୍ଷରେ…

ନୂଆଦିଲ୍ଲୀ,୩।୧୦: ଭାରତୀୟ କ୍ରିକେଟ ପାଇଁ ଆଜି ଅର୍ଥାତ୍‌ ଅକ୍ଟୋବର ୩ ଏକ ଐତିହାସିକ ଦିନ ହେବାକୁ ଯାଉଛି। ଏହି ଦିନ ଭାରତୀୟ କ୍ରିକେଟ ଟିମ ଗୋଟିଏ ଦିନରେ…

ଅଲ-ଟାଇମ ବେଷ୍ଟ ଫିଲ୍ଡର୍ସ୍‌-୧୧ ଘୋଷଣା: ୪ ଭାରତୀୟଙ୍କୁ ମିଳିଲା ସ୍ଥାନ, ଯୁବରାଜ ବାଦ୍‌

ନୂଆଦିଲ୍ଲୀ,୩।୧୦: କ୍ରିକେଟ୍‌ର ରନ ଓ ଉଇକେଟ ସହ ଫିଲ୍ଡିଂ ମଧ୍ୟ ମ୍ୟାଚ୍‌ର ଗତିପଥ ବଦଳାଇବାରେ ବଡ଼ ଭୂମିକା ନିଏ। ଏକ ଚମତ୍କାର କ୍ୟାଚ, ଦ୍ରୁତ ଥ୍ରୋ କିମ୍ବା…

ଅସୁରକ୍ଷିତ ଶ୍ରେଣୀଗୃହରେ ପାଠପଢ଼ା: ବିଦ୍ୟାର୍ଥୀଙ୍କ ସୁରକ୍ଷା ଚିନ୍ତାରେ ଅଭିଭାବକ

ଜି.ଉଦୟଗିରି,୩ା୧୦(ଚିନ୍ମୟ କୁମାର ସେଠୀ):କନ୍ଧମାଳ ଜିଲା ଜି.ଉଦୟଗିରିରେ ୧୯୩୬ରେ ହବାକ୍‌ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା। ବହୁ ପୁରାତନ ଏହି ବିଦ୍ୟାଳୟର ଶ୍ରେଣୀଗୃହଗୁଡିକ ଏବେ ବିପଦସଙ୍କୁଳ ଅବସ୍ଥାରେ ରହିଛି।…

ଫ୍ରାନ୍ସରେ ଛାତ୍ର-ପୋଲିସ ସଂଘର୍ଷ: ୪୦୦ ସ୍କୁଲ ବନ୍ଦ

ପ୍ୟାରିସ୍‌, ୩।୧୦: ଫ୍ରାନ୍ସରେ ଶୁକ୍ରବାର ବିକ୍ଷୋଭ ଆହୁରି ତୀବ୍ରତର ହୋଇଛି। ହାଇସ୍କୁଲ ଛାତ୍ରୀଛାତ୍ରମାନେ ବିଲ୍ଡିଂଗୁଡ଼ିକର ପ୍ରବେଶପଥ ଅବରୋଧ କରିବା, ପୋଲିସ ସହ ସଂଘର୍ଷ କରିବା ଏବଂ କେତେକ…

ପୁଣି ଆସୁଛି ଲଘୁଚାପ! ବଙ୍ଗୋପସାଗରରେ ନେଇପାରେ ଅବପାତ ରୂପ

ଭୁବନେଶ୍ୱର,୩ା୧୦(ବନ୍ଦନା ସେଠୀ):ସାରା ରାଜ୍ୟରେ ଏବେ ପାରଦ ଉପରମୁହଁା ରହିଥିବାବେଳେ ପ୍ରବଳ ଖରା ସହ ଗୁଳୁଗୁଳି ଅନୁଭୂତ ହେଉଛି। ଆଗାମୀ ସପ୍ତାହେ ପର୍ଯ୍ୟନ୍ତ ପାଣିପାଗରେ ବିଶେଷ କିଛି ପରିବର୍ତ୍ତନ…

ନେପୋଲିଅନଙ୍କ ରହସ୍ୟମୟ ଚିଠିର ଗୁମର ଖୋଲିଲା ଏଆଇ

ଲଣ୍ଡନ, ୩ା୧୦: ଫ୍ରାନ୍ସର ପ୍ରସିଦ୍ଧ ସମ୍ରାଟ ନେପୋଲିଅନ ବୋନାପାର୍ଟଙ୍କ ଏକ ୨୧୭ ବର୍ଷ ପୁରୁଣା ରହସ୍ୟମୟ ଚିଠିର ଗୁପ୍ତ ସଙ୍କେତକୁ କୃତ୍ରିମ ବୁଦ୍ଧିମତ୍ତା ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?