କ୍ରିମିଆ ବ୍ରିଜ ବିସ୍ଫୋରଣକୁ ୟୁକ୍ରେନର ଗୁଇନ୍ଦା ସେବା କହିବା ସହ ଏହାକୁ ନିନ୍ଦା କରିଛନ୍ତି ପୁଟିନ

ମସ୍କୋ,୧୦ ।୧୦: ରୁଷିଆ-ୟୁକ୍ରେନ୍ ଯୁଦ୍ଧ ଏବେ ଏକ ଭୟଙ୍କର ପରିସ୍ଥିତିରେ ପହଞ୍ଚିଛି । ଏବେ ରୁଷିଆ ସେନା ଲାଗାତାର କ୍ଷତିର ସାମ୍ନା କରି ଚାଲିଛନ୍ତି । ଶନିବାର ରୁଷିଆ ଓ କ୍ରିମିଆକୁ ଯୋଡୁଥିବା ପୋଲ ଉପରେ ଥିବା ଏକ ଟ୍ରକରେ ରଖାଯାଇଥିବା ବିସ୍ଫୋରକରେ ନିଆଁ ଲାଗିଯିବାରୁ ଭୟଙ୍କର ବିସ୍ଫୋରଣ ହୋଇଥିଲା । ଫଳରେ ଏକ ସର୍ବ ବୃହତ୍ତ ପୋଲର ଅଧାଭାଗ ସମୁଦ୍ରରେ ମିଶି ଯାଇଥିଲା । ଏହି ବିସ୍ଫୋରଣ ପରେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଛନ୍ତି, ଏହା ୟୁକ୍ରେନ ଗୁଇନ୍ଦା ସେବାର କାମ । ବିସ୍ଫୋରଣ ପାଇଁ ସେ ୟୁକ୍ରେନ ଗୁଇନ୍ଦା ସେବାକୁ ଦାୟୀ କରିବା ସହ ଏହାର ଘୋର ନିନ୍ଦା କରିଛନ୍ତି ।
କ୍ରେମଲିନ ଦ୍ୱାରା ରବିବାର ଜାରି କରାଯାଇଥିବା ଏକ ଭିଡିଓ ଅନୁଯାୟୀ, ଯାଞ୍ଚ ସମିତିର ମୁଖ୍ୟଙ୍କ ସହ ଏକ ବୈଠକ ସମୟରେ ପୁଟିନ କହିଛନ୍ତି ଏହି ବିସ୍ଫୋରଣର ପଟ୍ଟକଥା ଲେଖିବା ବ୍ୟକ୍ତି, ଅପରାଧୀ ଓ ପ୍ରାୟୋଜନ ୟୁକ୍ରେନର ଗୁପ୍ତ ସେବା । ଏଥିରେ କୌଣସି ସନ୍ଦେହ ନାହିଁ ଯେ ଏହା ଏକ ଆତଙ୍କବାଦୀ ଘଟଣା । ଏହାର ଉଦ୍ଦେଶ୍ୟ ଗୁରୁତ୍ୱପୂର୍ଣ୍ଣ ରୁଷିଆ ସେନାର ମୂଳ ଢାଞ୍ଚାକୁ ନଷ୍ଟ କରିବା । ହେଲେ ଏବେ ପର୍ଯ୍ୟନ୍ତ ୟୁକ୍ରେନ ଏହି ବିସ୍ଫୋରଣ ପାଇଁ ନିଜକୁ ଦ୍ରାୟୀ କରିନାହିଁ ।
ରୁଷିଆ ପାଇଁ ଏହି ପୋଲର ମହତ୍ୱ ଢେର ଅଧିକ । ଏହି ପୋଲ ହିଁ ରୁଷିଆ ସେନାଙ୍କ ଅସ୍ତ୍ରଶସ୍ତ୍ର ପରିବହନର ଏକ ମୁଖ୍ୟ ମାଧ୍ୟମ ଥିଲା । ତେଣୁ ଏବେ ଏହା ନଷ୍ଟ ହୋଇଯିବାରୁ ରୁଷିଆ ଚିନ୍ତାରେ ପଡିଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନରେ ଆର୍ଥିକ ସଙ୍କଟ ଗୁରୁତର: ବିଦେଶମନ୍ତ୍ରୀ…

ଇସଲାମାବାଦ,୧୬।୩ : ପାକିସ୍ତାନର ବୈଦେଶିକ ମନ୍ତ୍ରୀ ବିଲାୱାଲ ଭୁଟ୍ଟୋ ଜରଦାରୀ କହିଛନ୍ତି ଯେ ଦେଶ ଆର୍ଥିକ ସଙ୍କଟ ଝଡ଼ର ସମ୍ମୁଖୀନ ହୋଇଛି। ରାଜନୈତିକ, ଅର୍ଥନୈତିକ ଏବଂ...

ପାକିସ୍ତାନରେ ୮ ଅରବ ଡଲାର ନିବେଶ କରିବ ରୁଷିଆ: ଚିନ୍ତାରେ ଭାରତ

ଇସଲାମାବାଦ,୧୨।୪: ଦୀର୍ଘ ନଅ ବର୍ଷର ବ୍ୟବଧାନ ପରେ ନିକଟରେ ରୁଷିଆର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭୋରଭ ପ୍ରଥମ ଥର ପାଇଁ ପାକିସ୍ତାନ ଗସ୍ତରେ ଆସିଥିଲେ। ସେଠାରେ...

ଇମ୍ରାନ୍‌ଙ୍କ ପ୍ରତିଶ୍ରୁତି ପାଣିର ଗାର: କରତାର୍‌ପୁର ପାଇଁ ପାସପୋର୍ଟ ଅନିବାର୍ଯ୍ୟ କଲା ପାକିସ୍ତାନ ସୈନ୍ୟ ବାହିନୀ

ଇସଲାମାବାଦ୍‌,୭।୧୧: କରତାର୍‌ପୁର ଯିବାକୁ ଚାହୁଁଥିବା ଭାରତୀୟ ଶ୍ରଦ୍ଧାଳୁଙ୍କ ପାଇଁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ ପାସପୋର୍ଟ ଜରୁରୀ ନୁହେଁ ବୋଲି ପ୍ରତିଶ୍ରୁତି ଦେଇଥିଲେ। ପାସପୋର୍ଟ ବ୍ୟତିତ...

ମହାକାଶରେ ବନ୍ଧା କୋବି ଚାଷ କଲା ନାସା

ଓ୍ବାଶିଂଟନ, ୧୨।୩: ମହାକାଶ ଗବେଷଣା ସଂସ୍ଥା ନାସା ଏକ ନୂଆ ଅଧ୍ୟୟନ କରିଛି। ମହାକାଶରେ ନାସାର ବୈଜ୍ଞାନିକ ସାଲାଡରେ ବ୍ୟବହାର କରାଯାଉଥିବା ବନ୍ଧା କୋବି(ଲେଟସ୍‌) ଚାଷ...

ଜର୍ଜ ଫ୍ଲୟଡ୍‌ଙ୍କୁ ନ୍ୟାୟ

ମିନିଆପଲିସ/ଓ୍ବାଶିଂଟନ,୨୨ା୪: ୨୦୨୦ ମେ’ ୨୫ର ବିଚଳିତ କରିଦେବା ଭଳି ଏହି ଦୃଶ୍ୟ ଅନେକଙ୍କ ମନରୁ ଲିଭିପାରିନି ଏଯାଏ। ଶ୍ୱେତାଙ୍ଗ ପୋଲିସ ଦମନରେ କୃଷ୍ଣକାୟ ଜର୍ଜ ଫ୍ଲୟଡ୍‌ଙ୍କ...

କରୋନା ଭୟ: ଚାଇନା ନାଗରିକଙ୍କ ଅନ୍‌ଲାଇନ୍‌ ଭିଜା ଆବେଦନ ଉପରେ ସାମୟିକ କଟକଣା ଜାରି କଲା ଭାରତ

ବେଜିଂ,୨।୨: କରୋନା ଭୁତାଣୁ ଯୋଗୁ ଚାଇନାର ବୁହାନରେ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ସୁରକ୍ଷା ଲାଗି ଭାରତ ଚାଇନା ନାଗରିକଙ୍କ ଅନ୍‌ଲାଇନ୍‌...

ଶରୀରକୁ ସତେଜ ରଖିବା ପାଇଁ ଗାଧୋଇବାବେଳେ ଆପଣାନ୍ତୁ ଏହି ଉପାୟ…

ଗାଧୋଇବା ପରେ ପୁରା ଦିନ ଫ୍ରେଶ୍‌ ଲାଗେ ବୋଲି ଅଧିକାଂଶ ଲୋକଙ୍କର ବିଶ୍ୱାସ ରହିଛି। ତେବେ କିଛି ଲୋକ ଗାଧୋଇବା ପରେ ମଧ୍ୟ ଫ୍ରେଶ୍‌ ଅନୁଭବ...

ଆମେରିକା-ଚାଇନା ମୁହାଁମୁହିଁ

ଟୋକିଓ/ବେଜିଂ,୨୪ା୫: ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ଙ୍କ ତାଇଓ୍ବାନ୍‌ ଦଖଲର ମହତ୍ତ୍ୱାକାଂକ୍ଷା ଓ ଯୋଜନାକୁ ତାଙ୍କ ସରକାରରେ ଥିବା କେତେଜଣ ବରିଷ୍ଠ ଅଧିକାରୀ ଧରାପକାଇ ଦେଇଛନ୍ତି। ତାଇଓ୍ବାନ୍‌...

Advertisement
Archives

Model This Week