ବିଜେଡିରେ ଯୋଗଦେଲେ ପାଣ୍ଡିଆନ୍‌: ପ୍ରଣବ ଦାସ ପିନ୍ଧାଇଲେ ଶଙ୍ଖ ବ୍ୟାଚ୍‌

ଭୁବନେଶ୍ୱର.୨୭।୧୧: ଶେଷରେ ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ଅବସରପ୍ରାପ୍ତ ଆଇଏଏସ ତଥା ୫ଟି-ନବୀନ ଓଡ଼ିଶାର ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଆଜି ବିଜେଡିରେ ସାମିଲ ହୋଇଛନ୍ତି। ବିଜେଡିର ବରିଷ୍ଠ ନେତାମାନଙ୍କ ଉପସ୍ଥିତିରେ ସେ ଆଜି ନବୀନ ନିବାସରେ ବିଜେଡିର ପ୍ରାଥମିକ ସଦସ୍ୟତା ଗ୍ରହଣ କରିଛନ୍ତି। ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ତାଙ୍କୁ ଦଳରେ ସ୍ବାଗତ କରିଛନ୍ତି। ଦଳର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ପ୍ରସାଦ ମିଶ୍ର, ସଞ୍ଜୟ ଦାସବର୍ମା, ଅରୁଣ ସାହୁ, ପ୍ରତାପ ଦେବ, ସ୍ନେହାଙ୍ଗିନୀ ଛୁରିଆ, ଉଷା ଦେବୀ, ବାସନ୍ତୀ ହେମ୍ବ୍ରମ, ମାନସ ମଙ୍ଗରାଜ, ସମୀର ଦାଶ, କଳିକେଶ ସିଂହଦେଓ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଣବ ପ୍ରକାଶ ଦାସ ପାଣ୍ଡିଆନ୍‌ଙ୍କୁ ଶଙ୍ଖ ବ୍ୟାଚ୍‌ ପିନ୍ଧାଇଥିଲେ। ବିଜେଡିରେ ମିଶିବା ପରେ ପାଣ୍ଡିଆନ୍‌ ଶଙ୍ଖ ଭବନରେ ପହଞ୍ଚିଛନ୍ତି।
ସୂଚନାଯୋଗ୍ୟ, ଗତ ଅକ୍ଟୋବର ୨୩ତାରିଖରେ ଭିକେ ପାଣ୍ଡିଆନ ସର୍ବଭାରତୀୟ ପ୍ରଶାସନିକ ସେବା ଚାକିରିରୁ ସ୍ବେଚ୍ଛାକୃତ ଅବସର ନେଇଥିଲେ। ଏହାପରେ ତାଙ୍କୁ ୫ଟି ଏବଂ ନବୀନ ଓଡ଼ିଶାର ଅଧ୍ୟକ୍ଷ ଦାୟିତ୍ୱ ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ୟୁଏଇରୁ ଫେରିଲେ ମୁଖ୍ୟମନ୍ତ୍ରୀ, ଓଡ଼ିଶା ପାଇଁ ଆଣିଛନ୍ତି ଖୁସିଖବର, କହିଲେ ଏଥର ଆମ…

ଭୁବନେଶ୍ୱର,୧୩ା୯: ସଂଯୁକ୍ତ ଆରବ ଏମିରେଟ୍ସ ଗସ୍ତ ସାରି ରବିବାର ଓଡ଼ିଶା ଫେରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଓଡ଼ିଶା ନିବେଶକ ସମ୍ମିଳନୀରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଆଜି…

ଘର କାମ ସାରି ବାହାରେ ଥିବାବେଳେ ଯୁବକଙ୍କୁଦୁଇ ରାଉଣ୍ଡ ଗୁଳି

ସୋରଡ଼ା, ୧୩।୯ (ରଜନୀ ମହାପାତ୍ର): ଗଞ୍ଜାମ ଜିଲାର ବଡ଼ଗଡ଼ ଥାନା ଅଧୀନ ଯୋଡ଼ାବନ୍ଧ ଛକ ନିକଟରେ ଗୁଳିକାଣ୍ଡ ଘଟିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ…

୨୪୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଜାହାଜ ନିଖୋଜ; ସର୍ଚ୍ଚ ଅପରେଶନ ଆରମ୍ଭ

ଜାକର୍ତ୍ତା,୧୩।୯: ଜାଭା ସାଗରରେ ରବିବାର ୨୪୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଜାହାଜ ନିଖୋଜ ହୋଇଯାଇଛି। ଅଧିକାରୀଙ୍କ କହିବାନୁସାରେ, ବୋର୍ଣ୍ଣିଓ ଦ୍ୱୀପର ପୂର୍ବ ଜାଭାରୁ ଦକ୍ଷିଣ…

ନୂଆଁଖାଇରେ ସମ୍ବଲପୁରୀ ଲୁଗାର କ୍ରେଜ୍‌, ବଢ଼ୁଛି ବେପାର: ବଜାରରେ ଜମୁଛି ଭିଡ଼

ଅମରପାଲି, ୧୩/୯ (ପୀତାମ୍ବର ସାହୁ): ନୂଆଁଖାଇ ପର୍ବକୁ ଆଉ କିଛି ଦିନ ବାକି ଥିବାବେଳେ ପଶ୍ଚିମ ଓଡ଼ିଶାର ବଜାରରେ ଦେଖାଦେଇଛି ଉତ୍ସବର ରଙ୍ଗ। ନୂଆଁଖାଇରେ ନୂଆ ପୋଷାକ…

ବିରଳ ପ୍ରଜାତିର ସବୁଜ ଶାମୁକା, ଏଥିରୁ ପ୍ରସ୍ତୁତ ହୁଏ ବିଭିନ୍ନ ରୋଗର ମହୌଷଧି

ମହାକାଳପଡ଼ା,୧୩ା୯ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ନୀଳ ଜଳରାଶିର ସାମୁଦ୍ରିକ ବିରଳ ସବୁଜ ଶାମୁକା ଅନ୍ୟତମ। ଗହୀରମଥା ଅଞ୍ଚଳର…

ଚାଲିଗଲେ ହରି ନନା, ହାଣ୍ଡିରେ ରହିଗଲା ସ୍ୱାଦ: ଆଉ ମିଳିବନି…

ବଡ଼ଗାଁ, ୧୩।୯ (ଅଶୋକ ଷଡ଼ଙ୍ଗୀ): ସୁନ୍ଦରଗଡ଼ ଜିଲା ବଡ଼ଗାଁ ଓ ଆଖପାଖ ଅଞ୍ଚଳରେ ସ୍ୱାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତି ପାଇଁ ବେଶ୍‌ ପରିଚିତ ରୋଷେୟା ହରିହର ବିଶି (୬୨)ଙ୍କ…

ସମ୍ବଲପୁରରେ ଏନ୍ କାଉଣ୍ଟର: କୁଖ୍ୟାତ ଅପରାଧୀ ଇରଫାନ ଆହତ, ଦୁଇ ସହଯୋଗୀ …

ସମ୍ବଲପୁର, ୧୩।୯ (ପ୍ରମୋଦ ବହିଦାର): ସମ୍ବଲପୁର ସଦର ଥାନା ଅଞ୍ଚଳରେ ପୋଲିସ ଓ ଦୁର୍ଦ୍ଦାନ୍ତ ଅପରାଧୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି। ଏଥିରେ ସୁନାପାଲି ଅଞ୍ଚଳର କୁଖ୍ୟାତ…

ଦାରିଙ୍ଗବାଡ଼ିରେ ପର୍ଯ୍ୟଟନ ବିକାଶର ସମୀକ୍ଷା:ହୋମଷ୍ଟେ କରି ସ୍ୱାବଲମ୍ବୀ ହେବାକୁ ପରାମର୍ଶ ଦେଲେ ପର୍ଯ୍ୟଟନ ପ୍ରମୁଖ ସଚିବ

ଦାରିଙ୍ଗବାଡ଼ି, ୧୩।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିକୁ ଶନିବାର ଅପରାହ୍ନରେ ଓଡ଼ିଶା ପର୍ଯ୍ୟଟନ ବିଭାଗର ପ୍ରମୁଖ ସଚିବ ବଳବନ୍ତ ସିଂ ପହଞ୍ଚି ପର୍ଯ୍ୟଟନ କ୍ଷେତ୍ରର ବିକାଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?