Posted inଜାତୀୟ

ମିଳିଲା ବଡ଼ ସଫଳତା, ପ୍ଲୁଟୋ ପଛରେ ଲୁଚି ରହିଛି ଆଉ ଏକ ବିଶାଳକାୟ ବାମନ ଗ୍ରହ

ନୂଆଦିଲ୍ଲୀ,୨୯।୧୦: ମହାକାଶ ବିଜ୍ଞାନୀମାନେ ପ୍ଲୁଟୋ ପଛରେ ଲୁଚି ରହିଥିବା ଏକ ବିଶାଳକାୟ ନୂତନ ବାମନ ଗ୍ରହର ସନ୍ଧାନ ପାଇଛନ୍ତି । ଚିଲିରେ ଅବସ୍ଥିତ ବିଶ୍ୱର ସବୁଠାରୁ ବଡ଼ ସର୍ଭେ ଦୂରବୀକ୍ଷଣ ଯନ୍ତ୍ର ‘ଭେରା ସି. ରୁବିନ ଅବଜରଭେଟରି’ ଦ୍ୱାରା ଏହି ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର ହୋଇଛି । ପ୍ରାରମ୍ଭିକ ଭାବେ ଏହି ଆକାଶୀୟ ପିଣ୍ଡକୁ ‘୨୦୨୬ ଇଡି୧୩୮’ ନାମକରଣ କରାଯାଇଛି । ହାର୍ଭାର୍ଡ-ସ୍ମିଥ୍‌ସୋନିଆନ ସେଣ୍ଟର ଫର ଆଷ୍ଟ୍ରୋଫିଜିକ୍ସର ମହାକାଶ ବିଜ୍ଞାନୀ ମାଥ୍ୟୁ ହୋଲ୍‌ମ୍ୟାନ ଏବଂ କେଭିନ ନାପିୟରଙ୍କ ଦ୍ୱାରା ବିକଶିତ ଏକ ବିଶେଷ ସଫ୍ଟୱେର୍‌ ସାହାଯ୍ୟରେ ଅକ୍ଟୋବର ୧୩, ୨୦୨୬ରେ ଏହି ଗ୍ରହାଣୁର ଅସ୍ତିତ୍ୱ ଚିହ୍ନଟ କରାଯାଇଛି।
ମହାକାଶ ବିଜ୍ଞାନୀମାନଙ୍କ ଅନୁମାନ ଅନୁଯାୟୀ, ଏହି ବାମନ ଗ୍ରହର ବ୍ୟାସ ପ୍ରାୟ ୬୦୦ରୁ ୧,୫୦୦ କିଲୋମିଟର (୩୭୩ରୁ ୯୩୨ ମାଇଲ) ମଧ୍ୟରେ ହୋଇପାରେ। ଏହାର ବିଶାଳ ଆକାର ଓ ସ୍ବୟଂ ମାଧ୍ୟାକର୍ଷଣ ବଳ ଯୋଗୁ ଏହା ପ୍ରାୟ ଗୋଲାକାର ରୂପ ଧାରଣ କରିଥିବା ଆଶଙ୍କା କରାଯାଉଛି, ଯାହା ଏହାକୁ ବାମନ ଗ୍ରହର ମାନ୍ୟତା ଦେବା ପାଇଁ ଯଥେଷ୍ଟ। ସୂର୍ଯ୍ୟଙ୍କ ଚାରିପାଖରେ ଥରେ ପ୍ରଦକ୍ଷିଣ କରିବା ପାଇଁ ଏହାକୁ ପ୍ରାୟ ୨୮୧ ବର୍ଷ ସମୟ ଲାଗିଥାଏ। ଏହାର କକ୍ଷପଥ ସୂର୍ଯ୍ୟଠାରୁ ନିକଟତମ ଦୂରତା ହେଉଛି ୩୬.୮୬ ଆଷ୍ଟ୍ରୋନୋମିକାଲ୍‌ ୟୁନିଟ (ଏୟୁ) ଏବଂ ସର୍ବାଧିକ ଦୂରତା ୪୯.୦୪ ଏୟୁ, ଯାହା ପ୍ରାୟତଃ ପ୍ଲୁଟୋ ଗ୍ରହର କକ୍ଷପଥ ସହିତ ସମାନ। ଏହା ପ୍ଲୁଟୋ ପରି ନିକଟତର ଦୂରତାରେ ଥିଲେ ମଧ୍ୟ ଏହାର କକ୍ଷପଥ ସୌରମଣ୍ଡଳର ସମତଳ ତଳଠାରୁ ପ୍ରାୟ ୨୪.୫ ଡିଗ୍ରୀ ଢଳି ରହିଛି। ଏହାବ୍ୟତୀତ ଛାୟାପଥ (ମିଲ୍କି ଓ୍ବେ)ର ସାନ୍ଦ୍ରତା ନକ୍ଷତ୍ରଗୁଡ଼ିକର ପୃଷ୍ଠଭୂମିରେ ଲୁଚି ରହିଥିବାରୁ ପୂର୍ବରୁ ଏହା ଆଖିରେ ପଡ଼ି ନ ଥିଲା।
ରୁବିନ ଅବଜରଭେଟୋରିର ୩.୨ ଗିଗାପିକ୍ସେଲ ବିଶିଷ୍ଟ ବିଶାଳ କ୍ୟାମେରା ୨୦୨୬ ମାର୍ଚ୍ଚରୁ ଜୁଲାଇ ମଧ୍ୟରେ ଏହି ପିଣ୍ଡକୁ ୩୦ ଥର ରେକର୍ଡ କରିବା ପରେ, ମହାକାଶ ବିଜ୍ଞାନୀମାନେ ଅତୀତର ଆର୍କାଇଭ ତଥ୍ୟ ଯାଞ୍ଚ କରିଥିଲେ। ଏଥିରୁ ଜଣାପଡ଼ିଛି ଯେ ୨୦୧୬ରୁ ୨୦୨୩ ମଧ୍ୟରେ ‘ଡାର୍କ ଏନର୍ଜି କ୍ୟାମେରା’ ଦ୍ୱାରା ନିଆଯାଇଥିବା ଛବିଗୁଡ଼ିକରେ ମଧ୍ୟ ଏହି ଗ୍ରହଟିର ଉପସ୍ଥିତି ରହିଥିଲା, ଯାହା ୧୦ ବର୍ଷ ଧରି ଗବେଷକଙ୍କ ନଜର ଆଢ଼ୁଆଳରେ ଥିଲା।

ମହାକାଶବିଜ୍ଞାନୀଙ୍କ ମତରେ, ଆଗାମୀ ୧୦ ବର୍ଷ ମଧ୍ୟରେ ରୁବିନ ଅବଜରଭେଟୋରି ସୌରମଣ୍ଡଳର ଶେଷ ଭାଗରେ ଥିବା ଏହିପରି ଅନେକ ହଜାର ନୂତନ ଗ୍ରହାଣୁ ଓ ସମ୍ଭାବ୍ୟ ‘ଗ୍ରହ-୯’ର ରହସ୍ୟ ଉପରୁ ପରଦା ହଟାଇବାରେ ସହାୟକ ହେବ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବ: ଅତ୍ୟାବଶ୍ୟକ ସାମଗ୍ରୀ ସଙ୍କଟ ଆଶଙ୍କା

ଦାରିଙ୍ଗବାଡ଼ି, ୨୯।୧୦ (ଅରୁଣ ସାହୁ): ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ କନ୍ଧମାଳ ଜିଲାର ଦାରିଙ୍ଗବାଡ଼ି ଅଞ୍ଚଳରେ ଜନଜୀବନ ପ୍ରଭାବିତ ହୋଇଛି। ଅନ୍ୟପଟେ, କନ୍ଧମାଳ ଓ ଗଞ୍ଜାମ ଜିଲାକୁ ସଂଯୋଗ…

ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବ: ଗାଁରେ ପଶିଲା ମହେନ୍ଦ୍ରତନୟାର ପାଣି, ଆତଙ୍କିତ ଲୋକେ

ପାରଳାଖେମୁଣ୍ଡି,୨୯।୧୦(ଗିରିଧାରୀ ପରିଛା): ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଗଜପତି ଜିଲାରେ ବର୍ଷାର ପ୍ରକୋପ ଥମିବାର ନାଁ ନେଉନାହିଁ । ଆନ୍ଧ୍ରପ୍ରଦେଶରେ ବାତ୍ୟା ସ୍ଥଳଭାଗ ଛୁଇଁବାର ୩୬ ଘଣ୍ଟାରୁ ଊର୍ଦ୍ଧ୍ୱ…

ନଭେମ୍ବରରୁ ଦୁର୍ଲଭ ଗଜକେଶରୀ ଯୋଗ: ସିଂହ ସମେତ ୪ ରାଶିଙ୍କର ଲାଗିବ ଲଟେରୀ, ବଢିବ ଧନ! ଜାଣନ୍ତୁ ସେହି ଭାଗ୍ୟଶାଳୀ ରାଶି କିଏ…

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ନଭେମ୍ବର ୨ ତାରିଖ ସକାଳେ ଚନ୍ଦ୍ରମା କର୍କଟ ରାଶିରୁ ସିଂହ ରାଶିକୁ ପ୍ରବେଶ କରିବେ। ସିଂହ ରାଶିରେ ପୂର୍ବରୁ ଗୁରୁ ବୃହସ୍ପତି…

ମାତ୍ର ୨୮ ବର୍ଷ ବୟସରେ କ୍ରିକେଟ୍‌ରୁ ଅବସର ନେଇ ଚକିତ କରିଦେଲେ ଏହି କ୍ରିକେଟର୍‌

ଡବଲିନ,୨୯।୧୦: ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ଘୋଷଣା କରି ସମସ୍ତଙ୍କୁ ଚକିତ କରିଛନ୍ତି ଆୟରଲାଣ୍ଡର ଲେଗ ସ୍ପିନର ବେନ ହ୍ବାଇଟ। ମାତ୍ର ୨୮ ବର୍ଷ ବୟସରେ ସେ ନିଜର…

ମାତ୍ର ୧୫ ବର୍ଷରେ ଇତିହାସ ରଚିଲେ ଉମା, WPLର ସବୁଠୁ କମ୍‌ ବୟସ୍କ ଖେଳାଳି ଭାବେ…

ନୂଆଦିଲ୍ଲୀ, ୨୯।୧୦: ଉମା କାଶଭୀ ମହିଳା ପ୍ରିମିୟର ଲିଗ (WPL) ନିଲାମ ଇତିହାସରେ ବିକ୍ରି ହୋଇଥିବା ସବୁଠୁ କମ ବୟସ୍କ ଖେଳାଳି ହୋଇଛନ୍ତି। ତାଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ…

ନ୍ୟୁଜିଲାଣ୍ଡକୁ ଜୋରଦାର ଝଟ୍‌କା: ଭାରତ ବିପକ୍ଷ ସିରିଜ୍‌ ମଝିରେ ଘଟିଲା…

ଓ୍ବେଲିଂଟନ,୨୯।୧୦:ଭାରତ ବିପକ୍ଷ ଟି-୨୦ ସିରିଜ୍‌ରେ ଆହତ ସମସ୍ୟା ନ୍ୟୁଜିଲାଣ୍ଡ ଦଳର ଚିନ୍ତା ବଢ଼ାଇଛି। ପୂର୍ବରୁ ଆହତ ସମସ୍ୟାରେ ଗତି କରୁଥିବା କିୱି ଦଳକୁ ଆଉ ଏକ ଝଟକା…

ରୋହିଣୀ ନକ୍ଷତ୍ରରେ ଚନ୍ଦ୍ର: ୪ ରାଶିଙ୍କ ଫିଟିବ ଭାଗ୍ୟ, ଧନବର୍ଷା ସହ ମିଳିବ ଚାକିରିରେ ପଦୋନ୍ନତି

ଆଜି କରୱା ଚୌଥ ଅବସରରେ ବୁଧ ଏବଂ ଶୁକ୍ର ଗ୍ରହ ତୁଳା ରାଶିରେ ରହିବା ଯୋଗୁଁ ଲକ୍ଷ୍ମୀ ନାରାୟଣ ଯୋଗ ସୃଷ୍ଟି ହେଉଛି। ତୁଳା ରାଶିରେ ସୂର୍ଯ୍ୟ,…

ପୁଣି ସୃଷ୍ଟି ହେଲା ଲଘୁଚାପ: ୨୪ ଘଣ୍ଟାରେ…

ଭୁବନେଶ୍ୱର, ୨୯।୧୦: ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେଲା ଲଘୁଚାପ। ୨୪ ଘଣ୍ଟାରେ ଘନୀଭୂତ ହୋଇ ସ୍ପଷ୍ଟଚିହ୍ନିତ ଲଘୁଚାପରେ ପରିଣତ ହେବ। ପରବର୍ତ୍ତୀ ୨୪ ଘଣ୍ଟାରେ ଅବପାତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?