Posted inଜାତୀୟ

ଟିକସ ଫାଙ୍କିବା ପାଇଁ ଅଧା ଆୟ ଚାଇନାକୁ ପଠାଇଛି ଭିଭୋ

ନୂଆଦିଲ୍ଲୀ, ୮ା୭: ଚାଇନା ମୋବାଇଲ ନିର୍ମାତା ଭିଭୋ ବିରୋଧରେ ସାଂଘାତିକ ଆର୍ଥିକ ଅପରାଧ ଅଭିଯୋଗ ଆସିଛି। ଏହି କମ୍ପାନୀ ଭାରତରେ ସ୍ମାର୍ଟଫୋନ୍‌ ବ୍ୟବସାୟରେ ଆୟ କରିଥିବା ମୋଟ ଅର୍ଥର ୫୦% ଅର୍ଥାତ ୬୨,୪୭୬ କୋଟି ଟଙ୍କା ଚାଇନାକୁ ପଠାଇଛି। ଟିକସ ଫାଙ୍କିବା ପାଇଁ ଭିଭୋ ଏପରି କରିଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ଜାରି କରାଯାଇଥିବା ଏକ ବିବୃତିରେ କୁହାଯାଇଛି। ଜୁଲାଇ ୫ରେ ଇଡି ଅଧିକାରୀମାନେ ଏକ ମନିଲଣ୍ଡରିଂ ମାମଲାରେ ଭିଭୋ ମୋବାଇଲ ଇଣ୍ଡିଆ ପ୍ରାଇଭେଟ ଲି. ଏବଂ ଏହାର ୨୩ ସହଯୋଗୀ କମ୍ପାନୀର ୪୮ଟି ସ୍ଥାନରେ ଚଢ଼ାଉ କରିଥିଲେ। ଭିଭୋ ୬୨,୪୭୬ କୋଟି ଟଙ୍କା ଟିକସ ଫାଙ୍କିଥିବା ଜଣାପଡ଼ିଛି। ଏହାର ପ୍ରମାଣ ନଷ୍ଟ ପାଇଁ ଜାଲ୍‌ ଦସ୍ତାବିଜ୍‌ ବ୍ୟବହାର କରିଥିବା ଇଡି ତଦନ୍ତରୁ ଜାଣିବାକୁ ପାଇଛି। ଭିଭୋ ଇଣ୍ଡିଆରେ କାର୍ଯ୍ୟରତ କେତେଜଣ ଚାଇନା ନାଗରିକଙ୍କ ସମେତ କର୍ମଚାରୀମାନେ ଚଢ଼ାଉ ବେଳେ ଯାଞ୍ଚରେ ସହଯୋଗ ପରିବର୍ତ୍ତେ ଜବତ ବୈଦ୍ୟୁତିକ ଉପକରଣଗୁଡ଼ିକୁ ଧରି ଫେରାର ହେବାକୁ ଉଦ୍ୟମ କରିଥିଲେ। ଏଥିସହ କମ୍ପାନୀର ୪୬୫ କୋଟି ଟଙ୍କା ଜମା ଥିବା ୧୧୯ ବ୍ୟାଙ୍କ୍‌ ଆକାଉଣ୍ଟକୁ ଇଡ଼ି ପକ୍ଷରୁ ବ୍ଲକ୍‌ କରାଯାଇଛି। ମନିଲଣ୍ଡରିଂ ଓ ଟ୍ୟାକ୍ସ ଠକେଇ କରୁଥିବା ଚାଇନାର ସଂସ୍ଥାଗୁଡ଼ିକ ଉପରେ ଲଗାମ ଲଗାଇବା ପାଇଁ କେନ୍ଦ୍ର ସରକାର ଉଦ୍ୟମ ଚଳାଇଥିବା ବେଳେ ଭାରତର ୧୫% ସ୍ମାର୍ଟଫୋନ୍‌ ଚାହିଦା ପୂରଣ କରୁଥିବା ଏହି କମ୍ପାନୀ ବିରୋଧରେ ଏଭଳି ଅଭିଯୋଗ ଆସିଛି ବୋଲି ଇଡି କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ଚାଲାଣ ପାଇଁ ଯୋଜନା ଚାଲିଥିବା ବେଳେ ମାଡିବସିଲା ଅଡବା ପୋଲିସ, ୭ କ୍ୱିଣ୍ଟାଲ ଜବତ

ମୋହନା,୧୮।୮(ମନ୍ମଥ ମିଶ୍ର): ଜଙ୍ଗଲରୁ ବାହାରିଲା ୭ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ । ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକ ଅନ୍ତରବା ପଞ୍ଚାୟତ ଆଟାପଡ଼ା…

ସୁପ୍ରିମକୋର୍ଟର ମଞ୍ଜୁରୀ ପରେ ‘ମହାପ୍ରଭୁ ଜଗନ୍ନାଥ’ର ରିଲିଜ୍‌ ତାରିଖ ଫାଇନାଲ, ଜାଣନ୍ତୁ କେବେ ଆସିବ ଫିଲ୍ମ

ନୂଆଦିଲ୍ଲୀ, ୧୮।୮: ଆନିମେଟେଡ ଫିଲ୍ମ ‘ମହାପ୍ରଭୁ ଜଗନ୍ନାଥ’ ଜୁଲାଇ ୧୭ ତାରିଖରେ ସିନେମା ହଲ୍‌ରେ ରିଲିଜ ହେବାର ଥିଲା। କିନ୍ତୁ ଆଇନଗତ ବିବାଦରେ ଫସିବା ପରେ ଏହାର…

କଂଗ୍ରେସର ‘ବନ୍ଦେ ମାତରମ’ ଭିଡିଓକୁ ନେଇ ବର୍ଷିଲେ କଙ୍ଗନା, ପାକିସ୍ତାନ ସହ ତୁଳନା କରି କହିଲେ…

ନୂଆଦିଲ୍ଲୀ, ୧୮।୮: ହିମାଚଳ ପ୍ରଦେଶର ମଣ୍ଡିରୁ ଭାରତୀୟ ଜନତା ପାର୍ଟି (BJP) ସାଂସଦ କଙ୍ଗନା ରଣାୱତ କଂଗ୍ରେସ ନେତୃତ୍ୱ ଉପରେ ବଡ଼ ବୟାନ ଦେଇଛନ୍ତି। ଅଗଷ୍ଟ ୧୫…

ବାପାକୁ ଆକ୍ରମଣ କଲେ ପୁଅ, ଗିରଫ କରିବାକୁ ଯାଇ ପୋଲିସ ହଟହଟା

ଗୋପ,୧୮।୮( ଭାରତୀ ଭୂଷଣ ଉପାଧ୍ୟାୟ): ମଙ୍ଗଳବାର ଭୋର ସମୟରେ ଗୋପ ଥାନା ଅନ୍ତର୍ଗତ ଗଣେଶ୍ବରପୁର ଗ୍ରାମରେ ଛୁରାମାଡ଼ ହୋଇଛି । ରାମଚନ୍ଦ୍ର ରଥଙ୍କ ଏକମାତ୍ର ପୁତ୍ର ବିକି…

ଭାରତ-ଶ୍ରୀଲଙ୍କା ପ୍ରଥମ ଟେଷ୍ଟରୁ ଆସିଲା ଭୟଙ୍କର ଖବର; ଅଭିଜ୍ଞ ଖେଳାଳି ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ,୧୮।୮: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ମ୍ୟାଚର ଚତୁର୍ଥ ଦିନରେ ଏକ ଦୁଃଖଦ ଦୃଶ୍ୟ ଦେଖାଦେଇଛି। ଶ୍ରୀଲଙ୍କା କ୍ରିକେଟର ଦିନେଶ ଚାନ୍ଦିମଲ ଫିଲ୍ଡିଂ କରୁଥିବା…

ଜେପି ନଡ୍ଡାଙ୍କର ହେଲା ଆଞ୍ଜିୟପ୍ଲାଷ୍ଟି; ଜାଣନ୍ତୁ ଏବେ କେମିତି ଅଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୧୮।୮: ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କ ଅଗଷ୍ଟ ୧୭ ରେ ଆଞ୍ଜିଆପ୍ଲାଷ୍ଟି ହୋଇଥିଲା। ଏମ୍ସ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ଏକ ଅପଡେଟ ପ୍ରଦାନ କରିଛି, ଯେଉଁଥିରେ କୁହାଯାଇଛି ଯେ…

ଚମ୍ପତ ରାୟଙ୍କୁ କ୍ଲିନ୍‌ଚିଟ୍‌: ପ୍ରସାଦ ଚୋରି ଘଟଣାରେ ଆସିଲା SIT ରିପୋର୍ଟ

ନୂଆଦିଲ୍ଲୀ,୧୮।୮: ଅଯୋଧ୍ୟା ରାମ ମନ୍ଦିରରେ ପ୍ରସାଦ ଚୋରି ଘଟଣାର ତଦନ୍ତ କରୁଥିବା ସ୍ବତନ୍ତ୍ର ତଦନ୍ତ ଦଳ (SIT)ର ଚୂଡ଼ାନ୍ତ ରିପୋର୍ଟ ପ୍ରକାଶ ପାଇଛି। ପୂର୍ବତନ ମହାସଚିବ ଚମ୍ପତ…

କେନାଲ ପାର ହୋଇ ମୃତଦେହ ଦାହ ପ୍ରସଙ୍ଗ: ଶ୍ମଶାନ ପାଇଁ ସ୍ଥାନ ଚିହ୍ନଟ କଲା ପ୍ରଶାସନ

ଗଞ୍ଜାମ, ୧୮।୮ (ବିଦ୍ୟାଧର ସାହୁ): ଛତ୍ରପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ହୁମା ପଞ୍ଚାୟତର ବାଉଁଶିଆପଡ଼ା ଗ୍ରାମରେ ଶ୍ମଶାନକୁ ଯିବା ପାଇଁ ରାସ୍ତା ନଥିବାରୁ ଗ୍ରାମବାସୀ କେନାଲ ପାର ହୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri