ସଞ୍ଜୟ ଦତ୍ତଙ୍କ ଯୋଗୁ ସ୍କୁଲର ଝିଅମାନଙ୍କର ହିରୋ ପାଲଟିଯାଇଥିଲେ ଏହି ଅଭିନେତା; ନିଜକୁ ଭାବୁଥିଲେ…

ବମ୍ବେ: ପିଲାଟିବେଳୁ ସଞ୍ଜୟ ଦତ୍ତଙ୍କ ବଡ଼ ପ୍ରଶଂସକ ଥିଲେ ବିବେକ ଓବରୟ। ସେତେବେଳେ ଗୋଟିଏ ଘଟଣା ପାଇଁ ସ୍କୁଲରେ ସେ ଝିଅମାନଙ୍କ ହିରୋ ପାଲଟିଯାଇଥିଲେ। ନିକଟରେ ଏକ ସାକ୍ଷାତକାରରେ ପିଲାଦିନର କାହାଣୀ ଉପରୁ ପରଦା ଉଠାଇଛନ୍ତି ବିବେକ।

ଆଜମେରର ମେୟୋ କଲେଜର ବୋଡିଂ ସ୍କୁଲରେ ପଢ଼ୁଥିଲେ ବିବେକ। ଏକଦା ତାଙ୍କ ବାପା ଜୟପୁରରେ ଏକ ଫିଲ୍ମର ଶୁଟିଂ କରୁଥିଲେ। ସେ ବିବେକଙ୍କୁ ସରପ୍ରାଇଜ୍‌ ଦେବା ଲାଗି ସ୍କୁଲରେ ପହଞ୍ଚି ଯାଇଥିଲେ। ହେଲେ ବାପାଙ୍କୁ ହଠାତ୍‌ ଦେଖି ଚମକି ପଡ଼ିଥିଲେ ସେ। କେବଳ ସେତିକି ନୁହେଁ ତାଙ୍କ ସହ ଲମ୍ବା ଚୁଟି ରଖିଥିବା ସଞ୍ଜୟ ଦତ୍ତ ଥିଲେ। ସେ ବିବେକଙ୍କ ବାପାଙ୍କ ସହ ଶୁଟିଂ କରୁଥିବାରୁ ତାଙ୍କୁ ଭେଟିବାକୁ ସ୍କୁଲ ଆସିଥିଲେ।

ବିବେକ ମୂହୁର୍ତ୍ତର ଫାଇଦା ଉଠାଇବାକୁ ଯାଇ ସଞ୍ଜୟଙ୍କୁ ରାସ୍ତା ଆରପଟେ ଥିବା ମେୟୋ ଗଲ୍ସ କଲେଜକୁ ଯିବାକୁ କହିଥିଲେ। ସେଠାରେ ପହଞ୍ଚିବା ପରେ ସୁରକ୍ଷାକର୍ମୀ ଚକିତ ହୋଇଯାଇଥିଲେ। ସଞ୍ଜୟଙ୍କୁ ଦେଖି ସେଠାର କଲେଜ ଛାତ୍ରୀମାନେ ଖୁସିରେ ପାଗଳପ୍ରାୟ ହୋଇ ଯାଇଥିଲେ। ବିବେକଙ୍କୁ ସେତେବେଳେ ରାଜା ଭଳି ଲାଗୁଥିଲା। ପରେ ସଞ୍ଜୟ ଫେରିଯାଇଥିଲେ ହେଁ ଉକ୍ତ ଦିନଠାରୁ ସେ ସ୍କୁଲରେ ଛୋଟ ଷ୍ଟାର ପାଲଟିଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୋନମଙ୍କ ନୂଆ ଲୁକ୍ ସୋସିଆଲ ମିଡିଆରେ ଭାଇରାଲ

ମୁମ୍ବାଇ: ବଲିଉଡ୍ ନାୟିକା ସୋନମ କପୁର ଏବେ ସୋସିଆଲ ମିଡିଆରେ ଧୁମ୍ ମଚାଇଛନ୍ତି । ନିଜର ଅଭିନୟ ସାଙ୍ଗକୁ ଫ୍ୟାଶନ ଷ୍ଟେଟମେଣ୍ଟକୁ ନେଇ ଅଧିକାଂଶ ସମୟରେ...

ଏହି ଅଭିନେତ୍ରୀଙ୍କ କାର୍‌ ଭିତରୁ ଚୋରି ହୋଇଗଲା ହ୍ୟାଣ୍ଡ୍‌ବ୍ୟାଗ୍‌

ଛୋଟ ପରଦାର ଷ୍ଟାଇଲିସ ଏବଂ ଲୋକପ୍ରିୟ ଅଭିନେତ୍ରୀ ନିଆ ଶର୍ମାଙ୍କ ହ୍ୟାଣ୍ଡ୍‌ବ୍ୟାଗ୍‌ ଚୋରି ହୋଇଯାଇଛି। ଏନେଇ ସେ ମୁମ୍ବାଇ ପୋଲିସର ସହାୟତା ଲୋଡିଛନ୍ତି। ମୁମ୍ବାଇର ଲୋୟର...

ବିନା ମେକ୍‌ଅପ୍‌ରେ ଫଟୋ ଶେୟାର କଲେ ବେବୋ, ମୁହଁରେ ସ୍ପଷ୍ଟ ବାରି ହେଉଛି ପ୍ରେଗ୍ନାସି ଗ୍ଲୋ

ଅଭିନେତ୍ରୀ କରୀନା କପୁର ଏବଂ ସୈଫ୍‌ ଅଲି ଖାଁଙ୍କ ଘରକୁ ଖୁବଶୀଘ୍ର ନୂଆ ଅତିଥି ଆସୁଛନ୍ତି। କରୀନା ତାଙ୍କ ଗର୍ଭାବସ୍ଥା ସମୟକୁ ଖୁବ୍‌ ଉପଭୋଗ କରୁଛନ୍ତି।...

୩୪ ବର୍ଷରେ ପାଦଦେଲେ ସୃତି ଝା: କୁମ୍‌କୁମ୍‌ ଭାଗ୍ୟରୁ ଏବେ ପାଲଟିଛନ୍ତି କୋଟିପତି

ମୁମ୍ବାଇ: ଛୋଟ ପରଦାରେ ନିଜର ଅଭିନୟ ପାଇଁ ବେଶ୍‌ ଚର୍ଚ୍ଚାରେ ଥିବା ସୃତି ଝା ବୁଧବାର ୩୪ ବର୍ଷରେ ପାଦ ଦେଇଛନ୍ତି। ସେ ୧୯୮୬ ଫେବୃୟାରୀ...

ବିରାଟ-ଅନୁଷ୍କାଙ୍କ ବଣ୍ଡିଂ ବିଷୟରେ ସ୍ପଷ୍ଟ ବାରିହୋଇ ପଡ଼ୁଛି ଏହି ଫଟୋରୁ: ହେଉଛି ଭାଇରାଲ

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ନଭେମ୍ବର ୫ରେ ନିଜର ଜନ୍ମଦିନ ପାଳନ କରିଥିଲେ। ଏହି ଉତ୍ସବରେ ସ୍ତ୍ରୀ ଅନୁଷ୍କା ଶର୍ମା ମଧ୍ୟ ତାଙ୍କ...

ସ୍ବାସ୍ଥାବସ୍ଥାକୁ ନେଇ ମୁହଁ ଖୋଲିଲେ ସାମନ୍ଥା, କହିଲେ ‘ମୁଁ ଏ ପର୍ଯ୍ୟନ୍ତ ମରି ନାହିଁ’

ସାଉଥ୍‌ ଅଭିନେତ୍ରୀ ସାମନ୍ଥା ରୁଥ୍‌ ପ୍ରଭୁ ଅପକମିଙ୍ଗ୍‌ ଫିଲ୍ମ ‘ଯଶୋଦା’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ବର୍ତ୍ତମାନ ଫିଲ୍ମର ପ୍ରମୋଶନରେ ଲାଗିପଡିଛନ୍ତି। ଏହାରି ମଧ୍ୟରେ ଅଭିନେତ୍ରୀ ଏକ...

ବିଦେଶରେ ଥାଇ ବି ଦୀପାବଳିକୁ ଭୁଲିନାହାନ୍ତି ପ୍ରିୟଙ୍କା, ପ୍ରଶଂସକଙ୍କ ପାଇଁ ଲେଖିଲେ…

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ସ୍ବାମୀ ନିକ୍‌ ଜୋନାସଙ୍କ ସହ ଲସ୍‌ଏଞ୍ଜେଲସରେ ରହୁଛନ୍ତି। କିନ୍ତୁ ଏହି ଅଭିନେତ୍ରୀ ଭାରତୀୟ ସଂସ୍କୃତିକୁ ଆଦୌ ଭୁଲିନାହାନ୍ତି। ଅନେକ...

ଶିଳ୍ପାଙ୍କ ନାଁରେ ୫ ଫ୍ଲାଟ୍‌ ଲେଖିଦେଲେ ସ୍ବାମୀ ରାଜ କୁନ୍ଦ୍ରା, ଦାମ୍‌ ଜାଣିଲେ…

ମୁମ୍ବାଇ: ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରା ଗତବର୍ଷ ଅଶ୍ଳୀଳ ଫିଲ୍ମ କରିବା ମାମଲାରେ ଗିରଫ ହୋଇ ଚର୍ଚ୍ଚାକୁ ଆସିଥିଲେ। ସେତେବେଳେ ଶିଳ୍ପା ସୋସିଆଲ...

Advertisement
Archives

Model This Week