୧୪ କୋଟିର ଏହି ଘରେ ପରିବାର ସହ ରହୁଛନ୍ତି ବିବେକ ଓବରୟ: ରାଜନେତାଙ୍କ ଝିଅଙ୍କୁ କରିଛନ୍ତି ବିବାହ

ବମ୍ବେ: ବିବେକ ଓବରୟ ବଲିଉଡର ଚର୍ଚ୍ଚିତ ଅଭିନେତାଙ୍କ ମଧ୍ୟରୁ ଜଣେ। ରାମ ଗୋପାଳ ବର୍ମାଙ୍କ ଫିଲ୍ମ ‘କମ୍ପାନୀ’ରୁ ସେ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ପରେ କିଛି ହାତଗଣତି ଫିଲ୍ମରେ ତାଙ୍କୁ ଦେଖିବାକୁ ମିଳିଥିଲା। ଏହି ସମୟରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ସହ ସମ୍ପର୍କକୁ ନେଇ ସେ ଚର୍ଚ୍ଚାରେ ରହିଥିଲେ। ହେଲେ ପ୍ରେମରେ ସଫଳ ହୋଇ ନ ଥିଲେ ବିବେକ।

ବମ୍ବେର ଜୁହୁ ଅଞ୍ଚଳରେ ରହୁଛନ୍ତି ବିବେକ। ୧୪ କୋଟି ଟଙ୍କାର ଏକ ଭବ୍ୟ ବଙ୍ଗଳାରେ ସେ ଓ ତାଙ୍କ ପରିବାର ରହୁଛନ୍ତି। ପରିବାର କହିଲେ ତାଙ୍କ ମା’ବାପା, ସ୍ତ୍ରୀ ଓ ଦୁଇ ଶିଶୁ।

ତେବେ ବିବେକଙ୍କ ବାପା ସୁରେଶ ଓବରୟ ୭୦-୮୦ ଦଶକର ଲୋକପ୍ରିୟ ଅଭିନେତା। ସେ ନଶିରୁଦ୍ଦିନ ଶାହାଙ୍କଠାରୁ ଆରମ୍ଭ କରି ଅନ୍ୟ ବଡ଼ କଳାକାରଙ୍କ ସହ ନଜର ଆସିଛନ୍ତି।

ବିବେକଙ୍କ ପତ୍ନୀଙ୍କ ନାମ ପ୍ରିୟଙ୍କା। ପ୍ରିୟଙ୍କାଙ୍କ ବାପା କର୍ନାଟକ ସରକାର ଅମଳରେ ମନ୍ତ୍ରୀ ଥିଲେ। ବିବେକ ନିଜ ଘରକୁ ବେଶ ସୁନ୍ଦର ଭାବେ ସଜାଇଥିବା ବେଳେ ସୋସିଆଲ ମିଡିଆରେ ଏହାର ଫଟୋ ଶେୟାର କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିତି ସାନନଙ୍କ ସମର୍ଥନରେ ବାହାରିଲେ ରାହୁଲ ଗାନ୍ଧୀ, ମୁହଁତୋଡ଼ ଜବାବ ଦେଇ କହିଲେ…

ନୂଆଦିଲ୍ଲୀ,୨୬।୮: ଲୋକ ସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଅଭିନେତ୍ରୀ କ୍ରିତି ସାନନଙ୍କ ସମର୍ଥନରେ ଆଗକୁ ଆସିଛନ୍ତି। ଇନଷ୍ଟାଗ୍ରାମରେ କ୍ରିତି ସାନନଙ୍କ ଷ୍ଟୋରିକୁ ରିପୋଷ୍ଟ କରି…

ବିବାଦରେ ଫସିଲେ କ୍ରିତି ସାନନ, ସୋସିଆଲ ମିଡିଆରେ ଉଠିଲା ଝଡ଼

ମୁମ୍ବାଇ: ଗୋଟିଏ ପର୍ବ, ଦାମୀ ବିଜ୍ଞାପନ, ବଲିଉଟର ଜଣେ ବଡ଼ ଚେହେରା ଏବଂ ସୋସିଆଲ ମିଡିଆରେ ବିବାଦ। ରକ୍ଷାବନ୍ଧନ ପାଇଁ ତିଆରି ହୋଇଥିବା ଏକ ଜୁଏଲାରୀ ବିଜ୍ଞାପନକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri