ସ୍ବାସ୍ଥ୍ୟୋପକାରୀ ଭିଟାମିନ୍‌ ‘ସି’

ଭିଟାମିନ୍‌ ‘ସି’ରେ ଅନେକ ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। କେତେକ ବ୍ୟାୟାମ କରିବା ସମୟରେ ଶ୍ୱାସକ୍ରିୟାଜନିତ ସମସ୍ୟାର ସମ୍ମୁଖୀନ ହୋଇଥାଆନ୍ତି। ହେଲେ ଯଦି ଜଣେ ବ୍ୟକ୍ତି ନିୟମିତ ଭିଟାମିନ୍‌ ‘ସି’ଯୁକ୍ତ ଖାଦ୍ୟ ଖାଆନ୍ତି ତେବେ ସେ ଏପରି ସମସ୍ୟାଠାରୁ ନିଜକୁ ଅନେକାଂଶରେ ଦୂରେଇ ରଖିଥାଆନ୍ତି। ପରୀକ୍ଷାସ୍ବରୂପ ଏଭଳି ସମସ୍ୟାର ସମ୍ମୁଖୀନ ହେଉଥିବା କେତେକ ବ୍ୟକ୍ତିଙ୍କୁ ସେମାନଙ୍କର ଦୈନନ୍ଦିନ ଖାଦ୍ୟ ତାଲିକାରେ ଭିଟାମିନ୍‌ ‘ସି’ଯୁକ୍ତ ଖାଦ୍ୟ ସାମିଲ କରିବାକୁ ପରାମର୍ଶ ଦିଆଯାଇଥିଲା । ଏପରି ଖାଦ୍ୟ ଖାଇବା ପରେ ସେମାନେ ବ୍ୟାୟାମ କରିବା ସମୟରେ ପ୍ରାୟ ଶ୍ୱାସକ୍ରିୟାଜନିତ ସମସ୍ୟାର ସାମନା କରି ନ ଥିଲେ ବୋଲି ପ୍ରକାଶିତ ରିପୋର୍ଟରେ ଦର୍ଶାଯାଇଛି। ଦୀର୍ଘକାଳୀନ ରୋଗ (କ୍ରୋନିକ୍‌ ଡିଜିଜ୍‌) ପାଇଁ ଭିଟାମିନ୍‌ ‘ସି’ ଏକ ଆଣ୍ଟି ଅକ୍ସିଡାଣ୍ଟ ଭଳି କାମ କରିଥାଏ। ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ ଏହା ମଧ୍ୟ ବେଶ୍‌ ଉପକାରୀ ସାବ୍ୟସ୍ତ ହୋଇଥାଏ। ହୃତ୍‌ପିଣ୍ଡକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ ଭିଟାମିନ୍‌ ‘ସି’। ଏହା ସହ ରକ୍ତରେ ୟୁରିକ୍‌ ଏସିଡ୍‌ ସ୍ତରକୁ ସନ୍ତୁଳିତ ରଖିଥାଏ। ଆମ ଶରୀରରେ ଆଇରନ୍‌ ପରିମାଣକୁ ଅନେକାଂଶରେ ମଧ୍ୟ ପୂରଣ କରିଥାଏ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ଏହା ସହାୟକ ହୋଇଥାଏ। ଅମୃତଭଣ୍ଡା, ପିଜୁଳି, ଲେମ୍ବୁ, ବ୍ରକୋଲି, ଲିଚି, ଷ୍ଟ୍ରବେରୀ ଏବଂ କମଳାରେ ଭିଟାମିନ୍‌ ‘ସି’ ଭରିରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅତିକମ୍‌ରେ ୭୦ ପ୍ରତିଶତ ଲୋକ ମାସ୍କ ପିନ୍ଧିଲେ ଦୂର ହେବ ମହାମାରୀ!

କରୋନା ମହାମାରୀ ଏବେ ସାରା ବିଶ୍ୱକୁ ଅସ୍ତବ୍ୟସ୍ତ କରି ରଖିଛି । ବିଶେଷ କରି ଆମେରିକା ଓ ଭାରତରେ ଏହା ମୁଣ୍ଡବ୍ୟଥାର କାରଣ ପାଲଟିଛି ।...

ଲକ୍ଷ୍ମୀଙ୍କୁ ନ ଡାକିଲେ ମଧ୍ୟ ଆପଣାଛାଏଁ ଆସନ୍ତି ଏହି ୩ ସ୍ଥାନକୁ: ଜାଣନ୍ତୁ କେମିତି

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଅନେକ କିଛି ବର୍ଣ୍ଣନା କରିଛନ୍ତି।  ସେଗୁଡ଼ିକୁ ଗ୍ରହଣ କରି ଜୀବନରୁ ଦୁଃଖ ଦୂର ହୋଇପାରିବ ବୋଲି ବିବେଚନା କରାଯାଏ। ଚାଣକ୍ୟ...

ଉଚ୍ଚ ରକ୍ତଚାପରେ ପୀଡ଼ିତ କି? ଖାଲି ପେଟରେ ଖାଆନ୍ତୁ ଦୁଇ କୋଲା ରସୁଣ

ରସୁଣ ଖାଇବାର ଫାଇଦା ଅନେକ। ଆୟୁର୍ବେଦରେ ରସୁଣକୁ ମହୌଷଧି ଭାବେ ବିବେଚିତ କରାଯାଇଛି। କୁହାଯାଏ, କୌଣସି ନା କୌଣସି ରୂପରେ ରସୁଣକୁ ଡାଏଟ୍‌ ପ୍ଲାନ୍‌ରେ ସାମିଲ...

ରାତିରେ ଭାତ ଖାଉଥିଲେ ଜାଣନ୍ତୁ କ’ଣ ମିଳେ ଉପକାର

ପ୍ରାୟ  ଲୋକ ରାତିରେ ଭାତ ଖାଇବାକୁ ପସନ୍ଦ କରିଥାନ୍ତି। କିନ୍ତୁ ଭାତରୁ କ’ଣ ଉପକାର ମିଳିଥାଏ ତାହା ଅନେକଙ୍କୁ  ନ ଥିବ।  ଭାତରେ ଭିଟାମିନ୍‌ ଏବଂ...

ଲୋ-ବ୍ଲଡ୍‌ପ୍ରେସର୍‌ଠାରୁ ରଖେ ଦୂରେଇ ଏସବୁ ଘରୋଇ ଉପାୟ…

ପରିବର୍ତ୍ତିତ ଜୀବନ ଶୈଳୀରେ ଖାଦ୍ୟପେୟରେ ଅନିୟମିତତା ଯୋଗୁ କେତେକଙ୍କୁ ଲୋ-ବ୍ଲଡ୍‌ପ୍ରେସର୍‌ ହୋଇଥାଏ। ବସିବା ଜାଗାରୁ ଉଠି ପଡ଼ିଲେ ହଠାତ୍‌ ଅନ୍ଧାର ଦିଶିବା, ହାଲିଆ ଲାଗିବା, ମୁଣ୍ଡ...

ଷ୍ଟାଇଲିଶ୍‌ ଦୁପଟ୍ଟା

ଫ୍ୟାଶନ୍‌ ଟ୍ରେଣ୍ଡ ଏବଂ ଷ୍ଟାଇଲ୍‌ ଦିନକୁ ଦିନ ବଦଳୁଛି। ଏହାକୁ ଆପଣେଇ ପାରିଲେ ଆପଣ ନିଜକୁ ଆହୁରି ଷ୍ଟାଇଲିଷ୍ଟ କରିପାରିବେ। ଆପଣ ଟ୍ରେଣ୍ଡରେ ଥିବା ଅଲଗା...

ଜୀବନରେ ଭୁଲରେ ବି କରନ୍ତୁ ନାହିଁ ଏହି ୫ କାମ, ହୋଇଯିବେ ଦରିଦ୍ର

ଭାରତୀୟ ରାଜନୀତି ଏବଂ ଅର୍ଥଶାସ୍ତ୍ରର ଜନକ କୁହାଯାଉଥିବା ଆଚାର୍ଯ୍ୟ ଚାଣକ୍ୟ ବିଷ୍ଣୁଗୁପ୍ତ ଏବଂ କୌଟିଲ୍ୟ ନାମରେ ମଧ୍ୟ ଜଣାଶୁଣା। ସେ ଜଣେ ଦକ୍ଷ ରାଜନେତା, ଚତୁର...

ପୁରୁଷଙ୍କ ପାଇଁ ଆଚାର ହାନିକାରକ

ଆଚାର ଖାଇବାକୁ ଅଧିକାଂଶ ଲୋକ ଭଲ ପାଇଥାନ୍ତି। କାରଣ ଖାଇବା ସମୟରେ ଆଚାର ଟିକେ ଥିଲେ ଖାଦ୍ୟର ସ୍ବାଦ ଯେପରି ଦୁଇଗୁଣ ବଢ଼ିଯାଇଥାଏ। ଆଚାର ପାଟିକୁ...

Advertisement


Archives

Model This Week