ଦୂରରୁ ମିଳୁଛି ଦର୍ଶନ, ନିରାଶ ଶ୍ରଦ୍ଧାଳୁ

ଭୁବନେଶ୍ୱର, ୨୫।୧୦(ବ୍ୟୁରୋ): ଫିକା ପଡ଼ିଛି ମା’ଙ୍କ ଧରାବତରଣ। ଭକ୍ତ ନିରାଡମ୍ବରରେ ପାଳିତ ହେଉଛି ମା’ଙ୍କ ପୂଜାର୍ଚ୍ଚନା। ନା ଆଗ ପରି ବଡ଼ ତୋରଣ ଅଛି ନା ଜାକଜମକ। କେବଳ ପରମ୍ପରା ଓ ରୀତିନୀତି ଅନୁସାରେ ମା’ ଦୁଗର୍ର୍ାଙ୍କ ପୂଜାର୍ଚ୍ଚନା ଜାରି ରହିଛି। ନୀତି ଅନୁସାରେ କେଉଁଠି ପୀଠରେ ତ କେଉଁଠି ମଣ୍ଡପରେ ମା’ଙ୍କ ନୀତିକାନ୍ତି ଚାଲିଛି। ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଦର୍ଶନ ବାରଣ ଯୋଗୁ କେବଳ ପୂଜକ ଓ ଆୟୋଜକଙ୍କୁ ନେଇ ଚଳିତବର୍ଷ ମା’ ପୂଜା ପାଉଛି। ବିଶେଷ କରି କଟକ ଓ ଭୁବନେଶ୍ୱରରେ ପ୍ରତ୍ୟେକ ବର୍ଷ ମା’ଙ୍କ ପୂଜାରେ ଯେଉଁଭଳି ଅସମ୍ଭାଳ ଭିଡ଼ ଦେଖିବାକୁ ମିଳେ ତାହା ଏଥର ଦେଖିବାକୁ ମିଳୁ ନାହିଁ। ତଥାପି ଭକ୍ତଙ୍କ ଉତ୍କଣ୍ଠାକୁ ଦୃଷ୍ଟିରେ ରଖି କଟକ ଭୁବନେଶ୍ୱରର କିଛି ମଣ୍ଡପରେ ସିସିଟିଭି ବ୍ୟବସ୍ଥା ଲଗାଯାଇ ଟିଭି ଓ ମୋବାଇଲ ମାଧ୍ୟମରେ ଲାଇଭ୍‌ ଦର୍ଶନର ବ୍ୟବସ୍ଥା କରାଯାଉଛି। ଯାହାକି ଶ୍ରଦ୍ଧାଳୁଙ୍କ ମଧ୍ୟରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିବା ସହ ସଂକ୍ରମଣଠାରୁ ଦୂରେଇ ରହିବାର ମାଧ୍ୟମ ସାଜିଛି। ଭୁବନେଶ୍ୱର ଓ କଟକରେ କେତେକ ଭକ୍ତ ଶନିବାର ମହାଷ୍ଟମୀରେ ମଣ୍ଡପ ନିକଟକୁ ନ ଯାଇ ପାରି ରାସ୍ତାରୁ ଦୂରରେ ରହି ମା’ଙ୍କୁ ଦର୍ଶନ କରିଥିବା ନଜରକୁ ଆସିଛି। କରୋନା ପାଇଁ ଭକ୍ତଙ୍କ ମଣ୍ଡପ ଭିତରକୁ ଯିବା ନିଷେଧ କରାଯାଇଥିବାରୁ ଶ୍ରଦ୍ଧାଳୁଙ୍କ ଭାବାବେଗ ପ୍ରତି କଠୋର ଆଘାତ ଆସିଥିବା କେତେକ ଭକ୍ତ ପ୍ରକାଶ କରିଛନ୍ତି। ପ୍ରତ୍ୟେକ ମଣ୍ଡପରେ ପୋଲିସ ଛାଉଣୀ ଥିବାରୁ ମଣ୍ଡପ ବାହାରେ ଛିଡ଼ା ହେଲେ ପୋଲିସ ଘଉଡ଼ାଇ ଦେଉଛନ୍ତି। ଫଳରେ ଶ୍ରଦ୍ଧାଳୁ ନିରାଶ ହୋଇ ଘରକୁ ଫେରୁଥିବା ମତପ୍ରକାଶ ପାଇଛି। ତେବେ ଚଳିତବର୍ଷ ଅଧିକାଂଶ ମଣ୍ଡପରେ ୪ ଫୁଟରୁ କମ୍‌ ଉଚ୍ଚତାର ମୂର୍ତ୍ତି ହୋଇଥିବାରୁ ସୁନା ଓ ରୁପା ଗହଣା ବଦଳରେ ଜରି ଓ ମାଟିର ଅଳଙ୍କାରରେ ଦଶଭୂଜା ଓ ଅନ୍ୟ ପାର୍ଶ୍ୱ ଦେବଦେବୀ ବିଭୁଷିତ ହୋଇଛନ୍ତି। କରୋନା ମହାମାରୀ କାରଣରୁ ଦଶହରାର ପରିବେଶ ଫିକା ପଡ଼ିଯାଇଛି। ଏହା ସତ୍ତ୍ୱେ ମା’ଙ୍କ ଦର୍ଶାନାଭିଳାଷର୍ଥେ ଆସୁଥିବା ଶ୍ରଦ୍ଧାଳୁ ଖାଲି ହାତରେ ଫେରୁ ନାହାନ୍ତି। ବହୁ ସ୍ଥାନରେ ପୂଜା କମିଟିଗୁଡ଼ିକ ଶ୍ରଦ୍ଧାଳୁଙ୍କୁ ପ୍ରସାଦ ନ ଦେଇ କରୋନା ସଚେତନତା ପାଇଁ ମାସ୍କ ଓ ସାନିଟାଇଜର ବାଣ୍ଟିବା ସହ କରୋନାଠୁ କିପରି ଦୂରରେ ରହିବେ ସେନେଇ ଲିଫ୍‌ଲେଟ୍‌ ବାଣ୍ଟୁଥିବାର ଦେଖିବାକୁ ମିଳୁଛି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri