ସାପକାମୁଡ଼ା ମୃତ୍ୟୁରେ ଭିସେରା ସାମ୍ପଲ ବାଧ୍ୟତାମୂଳକ

ଭୁବନେଶ୍ୱର, ୭।୩(ଅସମାପିକା ସାହୁ)କେନ୍ଦ୍ର ସରକାରଙ୍କ ମେଡିକୋ ଲିଗାଲ ଗାଇଡ୍‌ଲାଇନ୍‌ରେ ସାପ କାମୁଡ଼ା ମାମଲାରେ ପୋଷ୍ଟମର୍ଟମ କରୁଥିବା ମେଡିକାଲ ଅଫିସର ଭିସେରା ସାମ୍ପଲ ସଂଗ୍ରହ କରିବା ବାଧ୍ୟତାମୂଳକ କରାଯାଇଛି। ସେହିଭଳି ଭିସେରା ସାମ୍ପଲ ସଂଗ୍ରହରେ ବିଫଳ ହୋଇଥିଲେ ଆଇପିସିର ଧାରା ୨୦୧ ଅନୁଯାୟୀ ୭ ବର୍ଷ ଯାଏ ଜେଲ ଦଣ୍ଡର ପ୍ରାବଧାନ ରହିଛି। ମାତ୍ର ଅନେକ ସମୟରେ ରାଜ୍ୟର ସମ୍ପୃକ୍ତ ମେଡିକାଲ ଅଫିସରମାନେ ଭିସେରା ସାମ୍ପଲ ରଖୁନାହାନ୍ତି। ପରବର୍ତ୍ତୀ ସମୟରେ କୌଣସି ଅପରାଧ ସାମ୍ନାକୁ ଆସିଲା ବେଳକୁ ଆଉ ପ୍ରମାଣ ନ ଥାଏ। ତେଣୁ ସାପ ବା ବିଷ ପ୍ରୟୋଗ କରି ଅପରାଧ ରୋକିବା ପାଇଁ ପୋଷ୍ଟମର୍ଟମ ବେଳେ ରାଜ୍ୟର ମେଡିକାଲ ଅଫିସରମାନେ ଭିସେରା ସାମ୍ପଲ ସଂଗ୍ରହ କରିବାକୁ ବାଧ୍ୟତାମୂଳକ କରିବା ପାଇଁ ସ୍ନେକ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ବୁଧବାର ରାଜ୍ୟ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ବିଜୟ କୁମାର ମହାପାତ୍ରଙ୍କୁ ଇମେଲ ଜରିଆରେ ପତ୍ର ଲେଖିଛନ୍ତି। ଗତବର୍ଷ ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଥାନା ଅଞ୍ଚଳରେ ଜଣେ ବ୍ୟକ୍ତି ନାଗ ସାପ କାମୁଡ଼େଇ ନିଜ ସ୍ତ୍ରୀ ଓ ଝିଅକୁ ହତ୍ୟା କରିଥିଲେ। ଏଭଳି ଏକ ସଙ୍ଗିନ ମାମଲାରେ କିନ୍ତୁ ଭିସେରା ସାମ୍ପଲ ସଂଗ୍ରହ ରଖାଯାଇ ନ ଥିଲା। ଫଳରେ ପ୍ରମାଣ ଅଭାବରୁ ମାମଲା ଦୁର୍ବଳ ହେବାର ସମ୍ଭାବନା ରହିଛି।
ଅନ୍ୟପକ୍ଷରେ ସାପ କାମୁଡ଼ା ମୃତ୍ୟୁ ପାଇଁ ରାଜ୍ୟ ସରକାର ଓସ୍‌ଡମା ମାଧ୍ୟମରେ ମୃତ ବ୍ୟକ୍ତିଙ୍କ ନିକଟତମ ସମ୍ପର୍କୀୟଙ୍କୁ ୪ ଲକ୍ଷ ଟଙ୍କା ଅନୁକମ୍ପା ରାଶି ମଧ୍ୟ ପ୍ରଦାନ କରିଥାଏ। ତେଣୁ ଶୁଭେନ୍ଦୁ ଓସଡମାର ପରିଚାଳନା ନିର୍ଦ୍ଦେଶକ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଏବଂ ରାଜ୍ୟର ସ୍ନେକ ବାଇଟ ନୋଡାଲ ଅଫିସର ଡା. ସୁରଜିତ ଗରାବଡୁଙ୍କୁ ମଧ୍ୟ ଏନେଇ ଅବଗତ କରାଇଛନ୍ତି। ଶୁଭେନ୍ଦୁ କହିଛନ୍ତି, ପୋଷ୍ଟମର୍ଟମ ବେଳେ ଭିସେରା ସାମ୍ପଲ ରଖିବାରେ ଡାକ୍ତର ବିଫଳ ହେଲେ କୋର୍ଟରେ ମାମଲା ଦୁର୍ବଳ ହେଇଯିବାର ଯଥେଷ୍ଟ ସମ୍ଭାବନା ଥାଏ। ତେଣୁ ରାଜ୍ୟ ସରକାର ଭିସେରା ସାମ୍ପଲ ରଖିବା ବାଧ୍ୟ ନ କଲେ ଆଗକୁ ସାପ କାମୁଡେଇ ହତ୍ୟା କରି ୪ ଲକ୍ଷ ଟଙ୍କା ହାତେଇବା ପାଇଁ ପ୍ରତିଦ୍ୱନ୍ଦିତା ଲାଗିଯିବାର ସମ୍ଭାବନା ରହିଛି। ରାଜ୍ୟ ଫୋରେନସିକ ଲାବୋରେଟୋରିରେ ସାପକାମୁଡ଼ା ମୃତ୍ୟୁ ମାମଲାର ଭିସେରା ସାମ୍ପଲର ଆବଶ୍ୟକ ପରୀକ୍ଷା ନିରୀକ୍ଷା ସୁନିଶ୍ଚିତ କରିବା ପାଇଁ ମଧ୍ୟ ଶୁଭେନ୍ଦୁ ସେହି ପତ୍ରରେ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଶାଖାପାଟଣାମ୍‌-ଗୋପାଳପୁର ମଧ୍ୟରେ ଅତିକ୍ରମ କରିବ ଗଭୀର ଅବପାତ: କାଲିଠୁ ରାଜ୍ୟରେ ପବନ ସହ ଭୀଷଣ ବର୍ଷା, ୪ ଜିଲାକୁ…

ଭୁବନେଶ୍ୱର, ୨୨ା୯(ବନ୍ଦନା ସେଠୀ) – କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ଥିବା ଅବପାତ ମଙ୍ଗଳବାର ଅପରାହ୍ନ ୫ଟା ୩୦ରେ ଗଭୀର ଅବପାତରେ ପରିଣତ ହୋଇଛି। ସନ୍ଧ୍ୟା ସୁଦ୍ଧା ଏହା…

‘ଧରିତ୍ରୀ’ରେ ଖବର ପ୍ରସାରଣର ବଡ଼ ପ୍ରଭାବ: ଥୁଆମୂଳ ରାମପୁରରେ ଅଟକିଲା ବେଆଇନ ଦାଦନ ବସ୍, ୧୭ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଫାଇନ୍

ଥୁଆମୂଳ ରାମପୁର, ୨୨।୯(ଦୁର୍ଗା କୀର୍ତ୍ତି): ‘ଧରିତ୍ରୀ’ରେ ବେଆଇନ ଦାଦନ ଶ୍ରମିକ ଚାଲାଣ ସମ୍ପର୍କିତ ବିଶେଷ ଖବର ପ୍ରକାଶ ପାଇବା ପରେ ପ୍ରଶାସନିକ କଳ ତତ୍ପର ହୋଇଉଠିଛି। ଜିଲା…

୨ କିଲୋମିଟର ଘୋଷାଡ଼ି ନେଲା ପିକଅପ୍: ଅତାବିରାରେ ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ଜଳଖିଆ ବ୍ୟବସାୟୀଙ୍କ ଜୀବନ

ଅତାବିରା, ୨୨।୯(ଯୁଧିଷ୍ଠିର ମହାପାତ୍ର): ସମ୍ବଲପୁର-ବରଗଡ଼ ୫୩ ନମ୍ବର ଜାତୀୟ ରାଜପଥର ଅତାବିରାରେ ମଙ୍ଗଳବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତ…

ସୁବଳୟା ମହାନଦୀରୁ ଦୁଇ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର: ଗଞ୍ଜେଇ ମାଫିଆ ହୋଇଥିବା ସନ୍ଦେହ, ପରିଚୟ ଖୋଜୁଛି…

ଅମରପାଲି, ୨୨।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଅପରାହ୍ନରେ ଦୁଇଜଣ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି।…

କଳାହାଣ୍ଡିରେ ଲଗାଣ ବର୍ଷାର ତାଣ୍ଡବ: କାଲି ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି, ୨୫ ଯାଏ ସରକାରୀ କର୍ମଚାରୀଙ୍କ…

ଭବାନୀପାଟଣା, ୨୨।୯(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ କଳାହାଣ୍ଡି ଜିଲାରେ ପ୍ରବଳ ବର୍ଷା ଜାରି ରହିଛି। ମଙ୍ଗଳବାର ସକାଳୁ ଘଡ଼ଘଡ଼ି ଓ ବିଜୁଳି…

ଦିଗପହଣ୍ଡିରେ ଲଗାଣ ବର୍ଷା: ଘୋଡ଼ାହାଡ଼ ନଦୀକୂଳିଆ ଗ୍ରାମବାସୀଙ୍କୁ ଆଲର୍ଟ, ଯେକୌଣସି ମୁହୂର୍ତ୍ତରେ ଖୋଲିପାରେ ଡ୍ୟାମ୍ ଗେଟ୍

ଦିଗପହଣ୍ଡି,୨୨।୯(ଅଶେଷ ନାଥ ମିଶ୍ର): ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ ହୋଇ ଘୂର୍ଣ୍ଣିବଳୟରେ ପରିଣତ ହେବା ଫଳରେ ଦିଗପହଣ୍ଡି ଅଞ୍ଚଳରେ ମଙ୍ଗଳବାର ସକାଳୁ ଅବିଶ୍ରାନ୍ତ ବର୍ଷା…

ରାହୁ-ଚନ୍ଦ୍ରଙ୍କ ଭାରି ଖରାପ ଯୋଗ: ୩ରାଶିରେ ଘଟିବ ଅଶୁଭ, ପାଖରୁ ସରିଯିବ ସବୁ ଟଙ୍କା

ଜ୍ୟୋତିଷ ଶାସ୍ତ୍ରରେ ସମୟ ସମୟରେ ଗ୍ରହମାନଙ୍କ ଯୁତି ଯୋଗୁଁ ଅନେକ ଶୁଭ ତଥା ଅଶୁଭ ଯୋଗ ସୃଷ୍ଟି ହୋଇଥାଏ। ଜ୍ୟୋତିଷରେ ରାହୁ ଏବଂ ଚନ୍ଦ୍ରଙ୍କ ଯୁତିରୁ ‘ଗ୍ରହଣ…

ରାଜ୍ୟ IPS ସ୍ତରରେ ବଡ଼ ଧରଣର ଅଦଳବଦଳ: ସର୍ବଣା ବିବେକ ହେଲେ ଭୁବନେଶ୍ୱର ଡିସିପି, ଅଭିନବ ସୋନକର ବ୍ରହ୍ମପୁର ଏସ୍‌ପି

ଭୁବନେଶ୍ୱର, ୨୨।୯: ରାଜ୍ୟ ପୋଲିସ ପ୍ରଶାସନକୁ ଅଧିକ କ୍ରିୟାଶୀଳ ଓ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ଆଇପିଏସ୍ (IPS) ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?