ନୂଆ ଘରକୁ ଶିଫ୍ଟ ହେବେ ବିରୁଷ୍କା: ମାସକୁ ଭଡା ଏତିକି ଟଙ୍କା

ଅଭିନେତ୍ରୀ ଅନୁଷ୍କା ଶର୍ମା ସ୍ବାମୀ ବିରାଟ କୋହଲିଙ୍କ ସହ ଏବେ ନୂଆ ଘରକୁ ଶିଫ୍ଟ ହେବାକୁ ଯାଉଛନ୍ତି। ନିକଟରେ ଦୁହେଁ ଏକ ନୂତନ ଭଡା ଘର ନେଇଛନ୍ତି। ବିରୁଷ୍କା ଜୁହୁରେ ୧୬୫୦ ବର୍ଗଫୁଟ ଫ୍ଲାଟ ପାଇଁ ୭.୫୦ ଲକ୍ଷ ଟଙ୍କା ଜମା କରିଛନ୍ତି। ଏହି ଘରର ମାସିକ ଭଡା ୨.୭୬ ଲକ୍ଷ ଟଙ୍କା। ଦୁହେଁ ଯେଉଁ ଫ୍ଲାଟ ଭଡା ନେଇଛନ୍ତି, ତାହା ପୂର୍ବତନ କ୍ରିକେଟର ସମରଜିତ ସିଂ ଗାଇକ୍ୱାଡଙ୍କର ବୋଲି ଜଣାପଡିଛି।
ବିରାଟ ଏବଂ ଅନୁଷ୍କା କରୋନା ଅବଧି ସମୟରେ ଆଲିବାଗରେ ରହୁଥିଲେ। ଉଭୟ ଏହି ସ୍ଥାନକୁ ଏତେ ପସନ୍ଦ କରିଥିଲେ ଯେ ସେମାନେ ଏଠାରେ ଘର କିଣିବାକୁ ମନସ୍ଥ କରିଥିଲେ। ଏଥିପାଇଁ ସେ ସମ୍ପୃକ୍ତ ବ୍ୟକ୍ତିଙ୍କ ସହ କଥା ହୋଇ ଘରର ସାଜସଜ୍ଜା ସ୍ଥିର କରିଥିଲେ। ଏହି ଚାରୋଟି ବିଏଚକେ ଫ୍ଲାଟର ମୂଲ୍ୟ ୧୦.୦୬ କୋଟି ଟଙ୍କା। ଏହି ଘରେ ୪ଟି ବେଡ୍‌ ରୁମ୍‌ ସହିତ ୨ଟି କାର ଗ୍ୟାରେଜ ଏବଂ ୪ଟି ବାଥରୁମ ଅଛି। ବ୍ୟକ୍ତିଗତ ପୁଲ ସହିତ ଷ୍ଟାଫ କ୍ୱାର୍ଟର୍ସ ଏବଂ ଅନେକ ଖୋଲା ସ୍ଥାନ ସେଠାରେ ଅଛି। ଏହି ଘର ୧୪ ରୁ ୧୮ ମାସ ମଧ୍ୟରେ ପ୍ରସ୍ତୁତ ହେବ।
ଦିଲ୍ଲୀ ନିକଟରେ ଥିବା ଗୁରୁଗ୍ରାମରେ ଏହି ଦମ୍ପତିଙ୍କର ଏକ ବଙ୍ଗଳା ଅଛି, ଯାହାର ମୂଲ୍ୟ ୮୦ କୋଟି ଟଙ୍କା। ଏହା ବ୍ୟତୀତ ବିରାଟ-ଅନୁଷ୍କାଙ୍କର ମୁମ୍ବାଇରେ ଏକ ଆପାର୍ଟମେଣ୍ଟ ଅଛି ଯାହାର ମୂଲ୍ୟ ପ୍ରାୟ ୩୪ କୋଟି ଟଙ୍କା। ମୁମ୍ବାଇର ଭର୍ସୋଭାରେ ଉଭୟଙ୍କ ୩ ବିଏଚକେ ଫ୍ଲାଟ ଅଛି, ଯାହାର ମୂଲ୍ୟ ୧୦ କୋଟି ଟଙ୍କା। କୋହଲି ମୁମ୍ବାଇ ଆସୀଲେ, ଏଠାରେ ରୁହନ୍ତି। କେବଳ ଫ୍ଲାଟ କିମ୍ବା ଆପାର୍ଟମେଣ୍ଟ ନୁହେଁ, ବିରାଟ କୋହଲିଙ୍କର ଅନେକ ସହରରେ ରେଷ୍ଟୁରାଣ୍ଟ ମଧ୍ୟ ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିଜେ ସମସ୍ୟାରେ ଥିଲେ ବି ଅନ୍ୟଙ୍କ ମୁହଁରେ ଖୁସି ଦେଖି ସନ୍ତୋଷ ଲାଭ କରନ୍ତି ଗୁଜରାଟ କଚ୍ଛର ଆମ୍ମା(ଶ୍ରଦ୍ଧା ନାମ)। ସେ ପ୍ରଚଣ୍ଡ ଗ୍ରୀଷ୍ଣ ପ୍ରବାହରେ ପଥଚାରୀଙ୍କୁ…

କେରଳର ନୂଆ କାଣ୍ଡାରି

ଦଶନ୍ଧିବ୍ୟାପୀ ବାମପନ୍ଥୀ ଶାସନର ଅବସାନ ଘଟାଇ ଯିଏ କଂଗ୍ରେସ ପାଇଁ ଈଶ୍ୱରଙ୍କ ନିଜ ଦେଶ କୁହାଯାଉଥିବା କେରଳରେ ମଞ୍ଚ ତିଆରି କରାଇବାରେ ପ୍ରମୁଖ ଭୂମିକା ନିର୍ବାହ କଲେ,…

ନାଗରିକ ଚେତନା

ଅଷ୍ଟ୍ରେଲିଆର ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ମାଥ୍ୟୁ ହେଡେନଙ୍କୁ ସମ୍ପ୍ରତି ଖେଳ ପଡ଼ିଆରେ ଅଳିଆ ଉଠାଇ ସଫା କରୁଥିବାର ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳିଥିଲା। ପ୍ରଥମ ଦୃଷ୍ଟିରେ…

ଚନ୍ଦ୍ରପୃଷ୍ଠକୁ ଯାତ୍ରା ପାଇଁ ନୂଆ ଶସ୍ତା ମାର୍ଗ

ନୂଆଦିଲ୍ଲୀ,୨୪।୫: ମହାକାଶ ଗବେଷଣା କ୍ଷେତ୍ରରେ ବୈଜ୍ଞାନିକମାନଙ୍କୁ ଏକ ବଡ଼ ସଫଳତା ମିଳିଛି। ପୃଥିବୀରୁ ଚନ୍ଦ୍ରପୃଷ୍ଠକୁ ଯାତ୍ରା କରିବା ପାଇଁ ଏକ ନୂତନ ଏବଂ କମ୍‌ ଇନ୍ଧନ ଖର୍ଚ୍ଚ…

ଗରମ ସାଙ୍ଗକୁ ଦାଉ ସାଧୁଛି ଅଘୋଷିତ ବିଦ୍ୟୁତ୍‌ କାଟ

ଭୁବନେଶ୍ୱର, ୨୫।।୫ (ବନ୍ଦନା ସେଠୀ): ପ୍ରବଳ ଖରାରେ ସିଝୁଛି ପୂରା ଓଡ଼ିଶା। ଅଧିକାଂଶ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଥିବାବେଳେ ତାତି ସାଙ୍ଗକୁ ଗୁଳୁଗୁଳି ଅସ୍ତବ୍ୟସ୍ତ…

ଟ୍ୱିଶା ଶର୍ମା ମୃତ୍ୟୁ ମାମଲାରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ,୨୫ରେ …

ନୂଆଦିଲ୍ଲୀ,୨୩ା୫: ଗଣମାଧ୍ୟମ ରିପୋର୍ଟକୁ ଆଧାର କରି ସୁପ୍ରିମକୋର୍ଟ ଅଭିନେତ୍ରୀ ତଥା ମଡେଲ ଟ୍ବିଶା ଶର୍ମା ମୃତ୍ୟୁ ମାମଲାକୁ ନିଜଆଡ଼ୁ ବିଚାର ପାଇଁ ଗ୍ରହଣ କରିଛନ୍ତି। ପ୍ରଧାନ ବିଚାରପତି…

ଦ୍ରୁତଗତିରେ ଆସି ଗ୍ୟାରେଜ୍‌ରେ ପଶିଗଲା ଥାର୍‌, ଆଉ ତା’ପରେ..

ଭୁବନେଶ୍ୱର,୨୩ା୫: ରାଜଧାନୀ ଭୁବନେଶ୍ୱରରେ ପୁଣି ଥାର୍‌ ଆତଙ୍କ। ଦ୍ରୁତଗତିରେ ଏକ ଥାର୍‌ ଆସି ନୟାପଲ୍ଲୀ ଥାନା ଅଞ୍ଚଳରେ ଥିବା ଏକ ଗ୍ୟାରେଜ ଭିତରକୁ ପଶିଯାଇଥିଲା। ଫଳରେ ଗ୍ୟାରେଜ…

ମେ ୩୧ରେ BEd ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୨୩ା୫: ଆସନ୍ତା ୩୧ ତାରିଖରେ ଦୁଇବର୍ଷିଆ ବି.ଏଡ୍‌(BEd)ପାଠ୍ୟକ୍ରମର ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ସକାଳ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ସେହିପରି ବି.ଏଚ୍‌.ଏଡ଼ (ହିନ୍ଦୀ) ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri