Advertisement
Posted inଜାତୀୟ

‘ଭର୍ଚୁଆଲରେ ହୋଇପାରିବ ବିବାହ ପଞ୍ଜୀକରଣ’

ନୂଆଦିଲ୍ଲୀ, ୧୨ା୯: ଭିଡିଓ କନଫରେନ୍ସ ମାଧ୍ୟମରେ ଭର୍ଚୁଆଲ ଉପସ୍ଥିତିରେ ମଧ୍ୟ ଦମ୍ପତିଙ୍କ ବିବାହ ପଞ୍ଜୀକରଣ ହୋଇପାରିବ। ଏଥିପାଇଁ ବ୍ୟକ୍ତିଗତ ଉପସ୍ଥିତି ନିମନ୍ତେ ଥିବା କଠୋର ଆଇନ ଯୋଗୁ ଏବେର ସମୟରେ ନାଗରିକମାନଙ୍କୁ ସେମାନଙ୍କ ଅଧିକାରରୁ ବଞ୍ଚିତ କରାଯାଇପାରିବ ନାହିଁ ବୋଲି ଦିଲ୍ଲୀ ହାଇକୋର୍ଟ ଟିପ୍ପଣୀ ଦେଇଛନ୍ତି। ଆମେରିକାରେ ରହୁଥିବା ଭାରତୀୟ ଦମ୍ପତି ଭିଡିଓ କନଫରେନ୍ସିଂ ଜରିଆରେ ବିବାହ ପଞ୍ଜୀକରଣ ନିମନ୍ତେ ହାଇକୋର୍ଟରେ କରିଥିବା ଆବେଦନର ଶୁଣାଣି କରି ଜଷ୍ଟିସ୍‌ ରେଖା ପାଲ୍ଲି ଉପରୋକ୍ତ ରାୟ ଦେଇଛନ୍ତି। ରେଜିଷ୍ଟ୍ରେଶନ ଅର୍ଡର ଧାରା-୪ରେ ଭିଡିଓ କନଫରେନ୍ସ ମାଧ୍ୟମରେ ମଧ୍ୟ ‘ବ୍ୟକ୍ତିଗତ ଉପସ୍ଥିତି’କୁ ସାମିଲ କରାଯାଇପାରିବ। ଏଥିରେ ବାଧା ସୃଷ୍ଟିହେଲେ ବିବାହ ପଞ୍ଜୀକରଣ ଆଇନର ପ୍ରକୃତ ଉଦ୍ଦେଶ୍ୟ ସାଧିତ ହୋଇପାରିବ ନାହିଁି ଏବଂ ଭିଡିଓ କନଫରେନ୍ସ ଭଳି ଗୁରୁତ୍ୱପୂର୍ଣ୍ଣ ତଥା ସହଜରେ ଉପଲବ୍ଧ ଉପକରଣ ବ୍ୟବହାର ଏ ଦିଗରେ ଉପଯୋଗ ହୋଇପାରିବ ନାହିଁ ବୋଲି ଜଷ୍ଟିସ୍‌ ପାଲ୍ଲି କହିଛନ୍ତି। ଏଥିସହ ସମ୍ପୃକ୍ତ ଯୋଡ଼ି ପଞ୍ଜୀକରଣ କର୍ତ୍ତୃପକ୍ଷଙ୍କ ନିକଟରେ ଭର୍ଚୁଆଲ ମାଧ୍ୟମରେ ଉପସ୍ଥିତ ରହି ସେମାନଙ୍କ ବିବାହ ରେଜିଷ୍ଟର କରିପାରିବେ ବୋଲି କୋର୍ଟ ଅନୁମତି ଦେଇଥିଲେ। ତେବେ ପଞ୍ଜୀକରଣ ବେଳେ କର୍ତ୍ତୃପକ୍ଷଙ୍କ ନିକଟରେ ଦୁଇଜଣ ସାକ୍ଷୀ ବୈଧ ପରିଚୟ ପତ୍ର ସହ ଶାରୀରିକ ଭାବେ ଉପସ୍ଥିତ ରହିବେ ବୋଲି ଅଦାଲତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପରଲୋକରେ ପଦ୍ମଶ୍ରୀ ନବନୀତା ଦେବ୍‌ସେନ

କୋଲକାତା,୮।୧୧: ପ୍ରଖ୍ୟାତ ଅର୍ଥନୀତିଜ୍ଞ ନୋବେଲ ବିଜେତା ଡ.ଅମର୍ତ୍ତ୍ୟ ସେନଙ୍କ ପ୍ରଥମ ସ୍ତ୍ରୀ ନବନୀତା ଦେବ୍‌ ସେନଙ୍କ ଗୁରୁବାର ସଂନ୍ଧ୍ୟାରେ ଦକ୍ଷିଣ କୋଲକୋତା ସ୍ଥିତ ବାସଭବନରେ ମୃତ୍ୟୁ...

‘ହିଂସା’ ସମସ୍ୟାର ସମାଧାନ ନୁହେଁ: ରଜନୀକାନ୍ତ

ନୂଆଦିଲ୍ଲୀ,୨୦।୧୨: ଦେଶର ଅଧିକାଂଶ ଭାଗରେ ଏବେ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ହିଂସାର ବାତାବରଣ ସୃଷ୍ଟି ହୋଇଛି। ଗୁରୁବାର ବିଭିନ୍ନ ରାଜ୍ୟରେ ସିଏଏକୁ ବିରୋଧ କରାଯାଇଥିବା...

ଥମିବାର ନାଁ ଧରୁନି ସଂକ୍ରମଣ…

ନୂଆଦିଲ୍ଲୀ,୧୮।୧୧: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଗତ ୨୪...

ମିସ୍‌ ୱାର୍ଲଡ -୨୦୨୧ ପ୍ରତିଯୋଗିତା ସ୍ଥଗିତ

ନୂଆଦିଲ୍ଲୀ,୧୭।୧୨: କୋଭିଡ୍‌ ପାଇଁ ମିସ୍‌- ୱାର୍ଲଡ ୨୦୨୧ ପ୍ରତିଯୋଗିତାକୁ ସ୍ଥଗିତ ରଖାଯାଇଛି। ଏହି ପ୍ରତିଯୋଗିତାର ଫାଇନାଲ ପୁଏର୍ତ୍ତୋ ରିକୋରେ ଅନୁଷ୍ଠିତ ହେବାର ଥିଲା। କିନ୍ତୁ ଏଥିରେ...

ଝୁଲାପୋଲ ଦୁର୍ଘଟଣା: ଭାଜପା ଏମ୍‌ପିଙ୍କ ପରିବାରର ୧୨ ମୃତ

ଅହମ୍ମଦାବାଦ୍‌,୩୧।୧୦:ଗୁଜରାଟର ମୋର୍‌ବିରେ ଝୁଲାପୋଲ ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୧୪୦ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ରାଜକୋଟ ଭାଜପା ଏମ୍‌ପି ମୋହନ ଭାଇ କୁଣ୍ଡାରିଆଙ୍କ ପରିବାର ସଦସ୍ୟ...

ଟିଏମ୍‌‌ସିକୁ କିଣିପାରିବ ନାହିଁ

ନୂଆଦିଲ୍ଲୀ, ୩୦।୧୨: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର ଭାଜପା ଉପରେ ଜୋର୍‌ଦାର ବର୍ଷିଛନ୍ତି। ଗୈରିକ ଦଳ କେତେଜଣ ବିଧାୟକଙ୍କୁ କିଣିନେଇପାରେ କିନ୍ତୁ ଟିଏମ୍‌ସିକୁ କଦାପି...

ସୁପ୍ରିମକୋର୍ଟ: ୧୦ ବର୍ଷ ହେଲା ବିଚାରାଧୀନ ୧୦ ହଜାର ମାମଲା

ନୂଆଦିଲ୍ଲୀ, ୫ା୮:ସୁପ୍ରିମକୋର୍ଟରେ ଅଦ୍ୟାବଧି ୭୧ ହଜାରରୁ ଊର୍ଦ୍ଧ୍ୱ ମାମଲା ପଡ଼ିରହିଥିବାବେଳେ ସେଥିମଧ୍ୟରୁ ୧୦ ହଜାରରୁ ଅଧିକ ଗତ ଦଶନ୍ଧି ଧରି ଗଡ଼ୁଛି। ଏ ନେଇ ଆଇନମନ୍ତ୍ରୀ...

କରୋନା ମଧ୍ୟରେ ହଜ୍‌ ଯାତ୍ରାକୁ ନେଇ ବଡ଼ ଘୋଷଣା

ନୂଆଦିଲ୍ଲୀ,୧୬।୪: ଦେଶରେ କରୋନା ସ୍ଥିତି ଧିରେ ଧିରେ ବିଗିଡ଼ିବାରେ ଲାଗିଛି। କରୋନାର ଦ୍ୱିତୀୟ ଲହର ଏବେ ଭୟାନକ ରୂପ ଧାରଣ କରୁଛି। ପ୍ରତିଦିନ କରୋନା ସଂକ୍ରମଣ...

Advertisement
Archives

Model This Week