Posted inଖେଳ

୨ ବଲ୍‌ରେ ୨୧ ରନ୍‌: ଏକଦା ପାକିସ୍ତାନୀ ବୋଲରଙ୍କ ଲୟ ଭାଙ୍ଗି ଦେଇଥିଲେ ସେହ୍ବାଗ; ଦେଖନ୍ତୁ ଭିଡିଓ…

ନୂଆଦିଲ୍ଲୀ,୮।୬: ନିଜ ସମୟର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ଙ୍କ ମଧ୍ୟରୁ ଜଣେ ଥିଲେ ଭାରତର ପୂର୍ବ ଓପନର୍‌ ବିରେନ୍ଦ୍ର ସେହ୍ବାଗ। କ୍ରିକେଟର ସମସ୍ତ ଫର୍ମାଟରେ ସେ ଚମକାଇବା ଭଳି ପାଳି ଖେଳିଛନ୍ତି। ବିଶେଷକରି ପ୍ରାରମ୍ଭରୁ ବିରୋଧୀ ବୋଲରଙ୍କୁ ଆକ୍ରମଣ କରିବାକୁ ସେ ପସନ୍ଦ କରୁଥିଲେ। ଫଳରେ ଅନେକ ଥର ସେ ଚୌକା ମାରି ନିଜ ପାଳି ଆରମ୍ଭ କରୁଥିଲେ।

ପ୍ରଥମ ବଲ୍‌ରେ ଚୌକା ମାରିବାକୁ ଭଲପାଉଥିବା ସେହ୍ବାଗ ଏକଦା ୨ ବଲ୍‌ରେ ୨୧ ରନ୍‌ ମାରିଥିଲେ। ୨୦୦୪ ମାର୍ଚ୍ଚ ୧୩ରେ ପାକିସ୍ତାନ ବିପକ୍ଷରେ ସେ ଏଭଳି କାରନାମା କରିଥିଲେ। ପୂର୍ବ ଦ୍ରୁତ ବୋଲର ରାଣା ନାଭେଦ ଉଲ ହସନ ୧୧ତମ ଓଭରରେ ବୋଲିଂ ପାଇଁ ଆସିଥିଲେ। ସେ ନୋ ବଲ୍‌ରୁ ଓଭର ଆରମ୍ଭ କରିଥିଲେ। ଏଥିରେ ଚୌକା ମାରିଥିଲେ ସେହ୍ବାଗ। ପରବର୍ତ୍ତୀ ବଲ୍‌ରେ ନୋ ବଲ୍‌ ହେବା ବେଳେ ସେହ୍ବାଗ ଆଉ ଏକ ଚୌକା ମାରିଥିଲେ। ଏହାପରେ ପୁଣି ତୃତୀୟ ବଲ୍‌ ନୋ ବଲ୍‌ ଏବଂ ସେହ୍ବାଗ ଚୌକା ମାରିଥିଲେ। ଏହି ୩ ବଲ୍‌ ପରେ ରାଣା ଲିଗାଲ୍‌ ବଲ୍‌ ପକାଇଥିଲେ। ଏଥିରେ ରନ୍‌ ଆସି ନ ଥିଲା। ପରେ ୨ ନୋ ବଲ୍‌(ଗୋଟିଏରେ ଚୌକା, ଗୋଟିଏରେ ଶୂନ ରନ୍‌) ହୋଇଥିଲା। ଏଭଳି ଭାବେ ବ୍ୟାଟ୍‌ରୁ ୧୬ ଏବଂ ନୋ ବଲ୍‌ ପାଇଁ ୫ ରନ୍‌ କରିଥିଲେ ସେ। ଅପରପକ୍ଷେ ରାଣାଙ୍କ ଏହି ଓଭର ଅନ୍ତରାଷ୍ଟ୍ରୀୟ କ୍ରିକେଟ ଇତିହାସରେ ନୋ ବଲ୍‌ର ସବୁଠାରୁ ଖରାପ ଓଭରରୁ ଗୋଟିଏ ପାଲଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ ନାହିଁ ଭାରତ!

ନୂଆଦିଲ୍ଲୀ,୨୪।୪:ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶେଷ ମୁକାବିଲା ୨୦୨୩ରେ ଖେଳାଯାଇଥିବା ଦିନିକିଆ ବିଶ୍ୱକପରେ ହୋଇଥିଲା, ଯାହା ଭାରତ ଦ୍ୱାରା ଆୟୋଜିତ ହୋଇଥିଲା। ବର୍ତ୍ତମାନ ଉଭୟଙ୍କ ପରବର୍ତ୍ତୀ...

ସଚିନ ତେନ୍ଦୁଲକରଙ୍କ ଏହି ୫ ମହାରେକର୍ଡ ଭାଙ୍ଗିବା ପ୍ରାୟ ଅସମ୍ଭବ

ସଚିନ ତେନ୍ଦୁଲକର ଆଜି ୫୧ତମ ଜନ୍ମଦିନ ପାଳନ କରୁଛନ୍ତି। ଭାରତୀୟ କ୍ରିକେଟ ଦଳର ପୂର୍ବତନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ କ୍ୟାରିୟରରେ ଅନେକ ରେକର୍ଡ ସୃଷ୍ଟି କରିଥିଲେ।...

୫୧ ବର୍ଷରେ ପଦାର୍ପଣ କଲେ କ୍ରିକେଟର ଭଗବାନ

ନୂଆଦିଲ୍ଲୀ,୨୪।୪: ଭାରତୀୟ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଆଜି ୫୧ ବର୍ଷରେ ପଦାର୍ପଣ କରିଛନ୍ତି। କ୍ରୀଡା ଏବଂ ସିନେମାର ଅନେକ ସେଲିବ୍ରିଟି ତାଙ୍କୁ ସୋସିଆଲ...

ପଏଣ୍ଟ ଟେବୁଲରେ ବଡ଼ ପରିବର୍ତ୍ତନ: ଚଳିତ ଆଇପିଏଲରେ ପ୍ରଥମ ଥର ଟପ୍‌-୪ରୁ ବାଦ୍‌ ପଡ଼ିଲା ସିଏସକେ

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ର ୩୯ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍‌ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଇଛି। ଏହି ମ୍ୟାଚରେ ଲକ୍ଷ୍ନୌ ଚେନ୍ନାଇକୁ ପରାସ୍ତ...

ଭାରତୀୟ ଦଳରେ ୫ ଓଡ଼ିଆ

ଭୁବନେଶ୍ୱର, ୨୪ା୪ (ବିଜୟ ରଣା): ବୁଧବାରଠାରୁ ଏପ୍ରିଲ ୨୮ ପର୍ଯ୍ୟନ୍ତ ଥାଇଲାଣ୍ଡ ରେ ହେବାକୁ ଥିବା ଏସିଆନ୍‌ ହୁଇଲ ଚେୟାର ଫେନ୍‌ସିଂ ଚାମ୍ପିୟନଶିପ୍‌ ଲାଗି ମନୋନୀତ...

ଇଣ୍ଡିଆନ ୟୁନିଭର୍ସିଟିଜ୍‌ ରଗ୍‌ବୀ, ଚେସ୍‌ ଦଳ ଘୋଷିତ

ଭୁବନେଶ୍ୱର, ୨୪।୪(ତପନ ସ୍ବାଇଁ): ଫ୍ରାନ୍ସର ଏକ୍ସେନ-ପ୍ରୋଭିନ୍ସରେ ୨୦୨୪ ଓ୍ବାଲର୍‌ଡ ୟୁନିସର୍ଭିଟି ରଗ୍‌ବୀ ସେଭେନ୍ସ ଚାମ୍ପିୟନଶିପ୍‌ ଜୁନ୍‌ ୧୦ରୁ ୧୨ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ସେହିପରି ଉଗାଣ୍ଡାର...

Video: ଆଉଟ୍‌ ଦେଇଥିବା ଅମ୍ପାୟାରଙ୍କଠାରୁ ‘ପ୍ରତିଶୋଧ’ ନେଲେ ବିରାଟ, ସର୍ବସମ୍ମୁଖରେ କଲେ ଏଭଳି…

ନୂଆଦିଲ୍ଲୀ,୨୩।୪: ବିରାଟ କୋହଲି କ୍ରିକେଟ ମଇଦାନରେ ନିଜର କ୍ରୋଧକୁ ନେଇ ପରିଚିତ। ଖେଳ ସମୟରେ ନିଜ ବିରୋଧୀ ଟିମ୍‌ର ମୁହଁ ଏବଂ ବ୍ୟାଟ୍‌ ଉଭୟର ଉଚିତ...

‘ପନ୍ତଙ୍କୁ ଚୟନ କରା ନ ଗଲେ ଭାରତ ମ୍ୟାଚ୍‌ରେ ପ୍ରଭାବ ପଡ଼ିବ’ 

ନୂଆଦିଲ୍ଲୀ,୨୩।୪: ଟି୨୦ ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆର ଚୟନ ଚଳିତ ମାସ ଶେଷ ଆଡ଼କୁ ହୋଇପାରେ। ଦଳରେ ଅନେକ ଖେଳାଳିଙ୍କୁ ଚୟନ କରିବାକୁ ନେଇ ଏଯାଏ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri