Posted inଖେଳ

Playing-11କୁ ଫେରିଲେ ବିରାଟ, ବାଦ୍‌ ପଡ଼ିଲେ…

କଟକ,୯ା୨: କଟକ ବାରବାଟୀ ଷ୍ଟାଡିୟମ୍‌ରେ ଦିନିକିଆ ମ୍ୟାଚ୍‌ ପାଇଁ ଭାରତ ଏବଂ ଇଂଲଣ୍ଡ ଦଳ ମୁହାଁମୁହିଁ ହୋଇଛନ୍ତି। ମ୍ୟାଚ୍‌ରେ ଇଂଲଣ୍ଡ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଏହି ମ୍ୟାଚ୍‌ ମାଧ୍ୟମରେ ବରୁଣ ଚକ୍ରବର୍ତ୍ତୀ ତାଙ୍କର ଏକଦିବସୀୟ ଡେବ୍ୟୁ କରିଛନ୍ତି। ଏହି ସମୟରେ ବିରାଟ କୋହଲି ଭାରତର ପ୍ଲେଇଂ ଇଲେଭେନକୁ ଫେରିଛନ୍ତି।

ମ୍ୟାଚ୍‌ ପାଇଁ ଟିମ୍‌ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ଦୁଇଟି ପରିବର୍ତ୍ତନ କରାଯାଇଥିଲା। ଗତ ମାଚ୍‌ରେ ଇନିଂସ ଓପନ କରିଥିବା ଯଶସ୍ବୀ ଜୟସ୍ବାଲଙ୍କୁ ପ୍ଲେଇଂ ଇଲେଭେନରୁ ବାଦ୍‌ ଦିଆଯାଇଥିଲା ଏବଂ ତାଙ୍କ ସ୍ଥାନରେ ବିରାଟ କୋହଲି ଫେରିଥିଲେ। କୁଲଦୀପ ଯାଦବଙ୍କୁ ବିଶ୍ରାମ ଦିଆଯାଇଥିବା ବେଳେ, ତାଙ୍କ ସ୍ଥାନରେ ବରୁଣ ଚକ୍ରବର୍ତ୍ତୀ ତାଙ୍କର ଏକଦିବସୀୟ ଡେବ୍ୟୁ କରିଛନ୍ତି।

ସେହି ସମୟରେ ଇଂଲଣ୍ଡ ମ୍ୟାଚ୍‌ର ପ୍ଲେଇଂ ଇଲେଭେନରେ ତିନୋଟି ପରିବର୍ତ୍ତନ କରିଥିଲା। ମାର୍କ ଉଡ, ଗୁସ୍‌ ଆଟ୍‌କିନସନ ଏବଂ ଜେମି ଓଭର୍ଟନ ଇଂଲଣ୍ଡ ଦଳର ପ୍ଲେଇଂ ଇଲେଭେନରେ ଆସିଛନ୍ତି।

ଭାରତର ପ୍ଲେଇଂ ଇଲେଭେନ୍‌
ରୋହିତ ଶର୍ମା (ଅଧିନାୟକ), ଶୁବମନ ଗିଲ(ଉପଅଧିନାୟକ), ବିରାଟ କୋହଲି, ଶ୍ରେୟସ ଆୟର, କେ.ଏଲ. ରାହୁଲ (ଓ୍ବିକେଟ୍‌କିପର୍‌), ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ରବୀନ୍ଦ୍ର ଜାଡେଜା, ହର୍ଷିତ ରାଣା, ମହମ୍ମଦ ଶାମି, ବରୁଣ ଚକ୍ରବର୍ତ୍ତୀ।

ଇଂଲଣ୍ଡର ପ୍ଲେଇଂ ଇଲେଭେନ୍‌

ଫିଲିପ ସଲ୍ଟ (ଓ୍ବିକେଟ୍‌କିପର୍‌), ବେନ ଡକେଟ, ଜୋ ରୁଟ୍‌, ହାରି ବ୍ରୁକ୍‌, ଜୋସ୍‌ ବଟଲର୍‌ (ଅଧିନାୟକ), ଲିଆମ ଲିଭିଂଷ୍ଟୋନ୍‌, ଜେମି ଓଭର୍ଟନ, ଗୁସ୍‌ ଆଟ୍‌କିନସନ, ଆଡିଲ ରସିଦ, ମାର୍କ ଉଡ, ସାକିବ ମହମ୍ମଦ।


Enter your email to get our daily news in your inbox.

All Right Reserved By Dharitri.Com

ଅପରାଧ ନିୟନ୍ତ୍ରଣ ପାଇଁ କଡ଼ା ପଦକ୍ଷେପ, ଫୋନ୍‌ କଲ୍‌ ପ୍ରତି…

ପାଟଣା,୩୧ା୧୦(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ପରିସରରେ ଶନିବାର ‘ଆମ ପୋଲିସ’ ସମିତି, ନିଶାମୁକ୍ତ ଭାରତ ପାଇଁ ଶପଥ ପାଠ, ରାଷ୍ଟ୍ରୀୟ ଏକତା ଦିବସ…

ରିଲିଜ ପୂର୍ବରୁ ରେକର୍ଡ ଭାଙ୍ଗିଲା ଶାହରୁଖଙ୍କ ‘କିଙ୍ଗ’, ବଢୁଛି ଉତ୍ସାହ

ମୁମ୍ବାଇ: ବଲିଉଡ୍‌ର ବାଦଶାହ ଶାହରୁଖ ଖାନଙ୍କ ଆଗାମୀ ଫିଲ୍ମ ‘କିଙ୍ଗ’କୁ ନେଇ ଏବେଠାରୁ ଜୋରଦାର ଚର୍ଚ୍ଚା। ଫିଲ୍ମ ରିଲିଜ ହେବା ପୂର୍ବରୁ ହିଁ ଏହା ଏକ ବଡ଼…

ସେମିଫାଇନାଲ ସ୍ବପ୍ନ ଚୂର୍‌ମାର: ଟୁର୍ନାମେଣ୍ଟରୁ ବିଦାୟ ନେଲେ ଭାରତ-ପାକିସ୍ତାନ

ନୂଆଦିଲ୍ଲୀ,୩୧।୧୦: ହଂକଂ ସୁପର ସିକ୍ସେସ ୨୦୨୬ରେ ଭାରତୀୟ ଦଳର ପ୍ରଦର୍ଶନ ଅତ୍ୟନ୍ତ ନିରାଶାଜନକ ରହିଛି। ଦଳର ପ୍ରଦର୍ଶନ କେତେ ଖରାପ ଥିଲା, ତାହା ଏଥିରୁ ଅନୁମାନ କରାଯାଇପାରେ…

ପୁଣି ଆସୁଛି ବାତ୍ୟା! ୬ ଘଣ୍ଟାରେ ଅବପାତ, ୨୪ ଘଣ୍ଟାରେ ନେଇପାରେ ବାତ୍ୟାର ରୂପ

ଭୁବନେଶ୍ୱର,୩୧।୧୦: ପୁଣି ବଙ୍ଗୋପସାଗରରେ ବାତ୍ୟା ଆଶଙ୍କା ଦେଖାଯାଇଛି। ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ ଉପରେ କେନ୍ଦ୍ରୀଭୂତ ଆଉଏକ ଲଘୁଚାପ ବଙ୍ଗୋପସାଗରରେ ଅବପାତରେ…

ଟିମ୍‌ଇଣ୍ଡିଆରେ ସ୍ଥାନ ପକ୍କା କରିବା ପାଇଁ ଚୁପଚାପ କରୁଛନ୍ତି ଏହି କାମ: କୋଚ କରିଦେଲେ…

ନୂଆଦିଲ୍ଲୀ,୩୧।୧୦: ଭାରତୀୟ କ୍ରିକେଟ୍‌ର ଉଦୀୟମାନ ତାରକା ବୈଭବ ସୂର୍ଯ୍ୟବଂଶୀ ଏବେ କେବଳ ବ୍ୟାଟିଂ ନୁହେଁ, ବୋଲିଂରେ ମଧ୍ୟ ନିଜ ଦକ୍ଷତା ଦେଖାଇବାକୁ ପ୍ରସ୍ତୁତ ହେଉଛନ୍ତି। ମାତ୍ର ୧୫…

UAEଠାରୁ ହାରିଲା ଭାରତ: ନିରାଶାଜନକ ପ୍ରଦର୍ଶନ ଜାରି

ନୂଆଦିଲ୍ଲୀ,୩୧।୧୦: ହଂକଂ ସିକ୍ସ ଟୁର୍ନାମେଣ୍ଟରେ ଟିମ ଇଣ୍ଡିଆର ନିରାଶାଜନକ ପ୍ରଦର୍ଶନ ଜାରି ରହିଛି। UAE ବିପକ୍ଷ ମ୍ୟାଚ୍‌ରେ ଭାରତ ୬ ଉଇକେଟ୍‌ରେ ପରାସ୍ତ ହୋଇଛି। ଏହା ସହିତ…

ଗଞ୍ଜାମ ବନ୍ୟାରେ ମାନବିକତାର ପରିଚୟ ଦେଲେ ଏନଏସଏସ ସ୍ବେଚ୍ଛାସେବୀ

ଭଞ୍ଜନଗର, ୩୧।୧୦(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକର ବନ୍ୟା ପ୍ରଭାବିତ ଅଞ୍ଚଳରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା (ଏନଏସଏସ) କୋ-ୟୁନିଟ୍‌ର…

BCCIର ବଡ଼ ଘୋଷଣା: ନ୍ୟୁଜିଲାଣ୍ଡ ସିରିଜ ପୂର୍ବରୁ ବଦଳିଲା ଟିମ ଇଣ୍ଡିଆ, ଏମାନେ ପଡିଲେ ବାଦ୍‌, ଏହି ଖେଳାଳିଙ୍କୁ ସୁଯୋଗ

ନୂଆଦିଲ୍ଲୀ,୩୧।୧୦: ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜ ପାଇଁ ଭାରତୀୟ ଦଳରେ ଆକିବ ନବୀଙ୍କ ଏଣ୍ଟ୍ରି ହୋଇଛି। BCCI ପୁଣି ଥରେ ଟିମ ଇଣ୍ଡିଆରେ ପରିବର୍ତ୍ତନ କରିଛି। ପୂର୍ବରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?