ଟି-୨୦ ବିରାଟ କୋହଲିଙ୍କ ବଡ଼ ରେକର୍ଡ: ପ୍ରଥମ ଭାରତୀୟ ଭାବେ କଲେ ଏମିତି କାରନାମା

ମୁମ୍ବାଇ,୭।୪: ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ସୋମବାର IPL 2025ରେ ଏକ ମ୍ୟାଚ୍‌ରେ ବିରାଟ କୋହଲି ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଏକ ନୂତନ ମାଇଲଖୁଣ୍ଟ ହାସଲ କରିଛନ୍ତି। ସେ ଏବେ ଟି-୨୦ କ୍ରିକେଟର ଶ୍ରେଷ୍ଠ ୫ ବ୍ୟାଟସମ୍ୟାନଙ୍କ ତାଲିକାରେ ସାମିଲ ହୋଇଛନ୍ତି। ବିରାଟ କୋହଲି ଯେଉଁ ସଫଳତା ହାସଲ କରିଛନ୍ତି, ଭାରତର ଅନ୍ୟ କୌଣସି ବ୍ୟାଟସମ୍ୟାନ ଏପର୍ଯ୍ୟନ୍ତ ତାହା ହାସଲ କରିପାରି ନାହାଁନ୍ତି।

ଏପର୍ଯ୍ୟନ୍ତ କେବଳ ୫ ଜଣ ବ୍ୟାଟସମ୍ୟାନ ଟି-୨୦ କ୍ରିକେଟରେ ୧୩ ହଜାରରୁ ଅଧିକ ରନ କରିପାରିଛନ୍ତି। ଟି-୨୦ କ୍ରିକେଟ ଅର୍ଥ ହେଉଛି ଟି-୨୦ ଅନ୍ତର୍ଜାତୀୟ ଏବଂ ଆଇପିଏଲରେ ମିଳିତ ଭାବରେ ହୋଇଥିବା ରନ। ଭାରତୀୟ ଖେଳାଳିମାନେ କେବଳ IPLରେ ଖେଳନ୍ତି, କିନ୍ତୁ ଅନ୍ୟ ବ୍ୟାଟସମ୍ୟାନମାନେ ମଧ୍ୟ ବିଶ୍ୱର ଅନ୍ୟାନ୍ୟ ଲିଗରେ ଅଂଶଗ୍ରହଣ କରନ୍ତି। ସେହି ରନ ଗୁଡ଼ିକୁ ମଧ୍ୟ ଏଥିରେ ଯୋଡା ଯାଇଛି। କୋହଲି ଏବେ ଟି-୨୦ କ୍ରିକେଟରେ ୧୩ ହଜାର ରନ ଛୁଇଁ ସାରିଛନ୍ତି। ସେ ଏପରି ସଫଳତା ହାସଲ କରିବାରେ ପ୍ରଥମ ଭାରତୀୟ ବ୍ୟାଟସମ୍ୟାନ ହୋଇଛନ୍ତି।

ଟି-୨୦ କ୍ରିକେଟରେ ସର୍ବାଧିକ ରନ କରିଥିବା ବ୍ୟାଟସମ୍ୟାନ ହେଉଛନ୍ତି କ୍ରିସ ଗେଲ। ସେ ୪୬୩ଟି ମ୍ୟାଚ ଖେଳି ୧୪୫୬୨ ରନ କରିଛନ୍ତି। ଏହା ପରେ ଆଲେକ୍ସ ହେଲ୍ସ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ସେ ୪୯୪ଟି ମ୍ୟାଚ ଖେଳି ୧୩୬୧୦ ରନ କରିଛନ୍ତି। ପାକିସ୍ତାନର ସୋଏବ ମଲିକ ୫୫୫ ଟି-୨୦ ମ୍ୟାଚ ଖେଳି ୧୩୫୫୭ ରନ କରିପାରିଛନ୍ତି। ଏହା ପରେ କିରନ ପୋଲାର୍ଡ ଅଛନ୍ତି, ଯିଏ ଏପର୍ଯ୍ୟନ୍ତ ୬୯୫ ଟି-୨୦ ମ୍ୟାଚ ଖେଳି ୧୩୫୩୭ ରନ କରିଛନ୍ତି।

ବିରାଟ କୋହଲିଙ୍କ ବିଷୟରେ କହିବାକୁ ଗଲେ, ସେ ଏପର୍ଯ୍ୟନ୍ତ ୪୦୩ଟି ମ୍ୟାଚ ଖେଳି ୧୩୦୦୦ ରନ ପୂରଣ କରିଛନ୍ତି। ଏହି ମ୍ୟାଚ ପୂର୍ବରୁ ତାଙ୍କ ନାମରେ ୧୨୯୮୩ ରନ ଥିଲା। ଏହି ମାଇଲଖୁଣ୍ଟରେ ପହଞ୍ଚିବା ପାଇଁ ତାଙ୍କୁ ଆଉ ମାତ୍ର ୧୭ ରନ ଆବଶ୍ୟକ ଥିଲା, ଯାହାକୁ ସେ ବହୁତ ଶୀଘ୍ର ପୂରଣ କରିଥିଲେ। କୌଣସି ଭାରତୀୟ ବ୍ୟାଟସମ୍ୟାନ ଏହି ମାଇଲଖୁଣ୍ଟ ଛୁଇଁ ନ ଥିଲେ। ବିରାଟ କୋହଲିଙ୍କ ପଛରେ ଡେଭିଡ ୱାର୍ନର ଅଛନ୍ତି, ଯିଏ ଏପର୍ଯ୍ୟନ୍ତ ୩୯୯ ଟି-୨୦ ମ୍ୟାଚ ଖେଳି ୧୨୯୧୩ ରନ କରିଛନ୍ତି। ୱାର୍ନର ଏବେ ଅନ୍ତର୍ଜାତୀୟ ମ୍ୟାଚ ଖେଳୁ ନାହାନ୍ତି, କିନ୍ତୁ ତାଙ୍କୁ ବିଭିନ୍ନ କ୍ରିକେଟ୍‌ ଲିଗ୍‌ରେ ଖେଳୁଥିବା ଦେଖାଯାଏ। ତାଙ୍କ ପାଖରେ ୧୩ ହଜାର ରନ କରିବାର ସୁଯୋଗ ମଧ୍ୟ ଅଛି।

 


Enter your email to get our daily news in your inbox.

All Right Reserved By Dharitri.Com

କାହିଁକି ମିଳିଲାନି ବୈଭବ ସୂର୍ଯ୍ୟବଂଶୀଙ୍କୁ ଡେବ୍ୟୁର ସୁଯୋଗ? ନିରାଶ ହେଲେ ପ୍ରଶଂସକ

ନୂଆଦିଲ୍ଲୀ, ୨୬।୬: ଆୟରଲ୍ୟାଣ୍ଡ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚ୍‌ରେ ଭାରତୀୟ କ୍ରିକେଟ୍ ପ୍ରେମୀଙ୍କୁ ସାମାନ୍ୟ ନିରାଶ ହେବାକୁ ପଡ଼ିଛି। ଦଳର ନୂଆ ଅଧିନାୟକ ଶ୍ରେୟସ ଆୟର ଟସ୍…

ବରଗଡ଼ରେ ଚାଞ୍ଚଲ୍ୟ: ଏ-କ୍ଲାସ୍ କଣ୍ଟ୍ରାକ୍ଟରଙ୍କୁ ବନ୍ଧୁକ ମୁନରେ ଧମକ, ଥାନାରେ ଏତଲା ପରେ…

ବରଗଡ଼, ୨୬।୬ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଏକ ସାଙ୍ଘାତିକ ଘଟଣା ସାମ୍ନାକୁ ଆସିଛି। ଜଣେ ଜଣାଶୁଣା ଏ-କ୍ଲାସ କଣ୍ଟ୍ରାକ୍ଟର ସୁଜୟ ଶ୍ରୀମନ୍ତ ବିଶିଙ୍କୁ ବନ୍ଧୁକ ମୁନରେ…

ବାଣପୁରରେ ଦୁର୍ଘଟଣା: ଭାରସାମ୍ୟ ହରାଇ ବିଲ ମଝିକୁ ଓଲଟିଲା ଦ୍ରୁତଗାମୀ କାର୍, ୫ ମଦ୍ୟପ ଯୁବକ…

ବାଣପୁର, ୨୬।୬ (ଦିଲ୍ଲୀପ କୁମାର ସ୍ୱାଇଁ): ନାଚୁଣୀ ଥାନା ଅଧୀନ ଦେଓଗାଁ ଆଗୁଳଛକ ନିକଟ ବ୍ରିଜ୍‌ ପାଖରେ ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିଛି। ଏକ…

ଦୁବାଇରେ ହଠାତ ବାଜିଲା ସାଇରନ୍‌! ମିସାଇଲ୍‌ ଆକ୍ରମଣର ଚେତାବନୀ, ଖେଳିଗଲା ଆତଙ୍କ

ଦୁବାଇ,୨୬।୬: ସଂଯୁକ୍ତ ଆରବ ଏମିରେଟ୍ସ (UAE) କର୍ତ୍ତୃପକ୍ଷଙ୍କ ପକ୍ଷରୁ ଶୁକ୍ରବାର ଦିନ ଦୁବାଇ ପାଇଁ ଏକ ମିସାଇଲ ଆକ୍ରମଣର ସତର୍କ ସୂଚନା (Alert) ଜାରି କରାଯାଇଛି। ଏହାକୁ…

ଚାଇନାର ୧୦୯ ମହଲା ବିଶିଷ୍ଟ ଅଟ୍ଟାଳିକା ‘CITIC  ଟାଓ୍ବାର’ ସହ ପିଟିହେଲା ବିମାନ, ସାମ୍ନାକୁ ଆସିଲା ଭୟଙ୍କର VIDEO

ବେଜିଂ,୨୬।୬: ଚାଇନାର ରାଜଧାନୀ ବେଜିଂରେ ଶୁକ୍ରବାର ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ବେଜିଂର ସବୁଠାରୁ ଉଚ୍ଚ ସ୍କାଈସ୍କ୍ରେପର (ଗଗନଚୁମ୍ବୀ ଅଟ୍ଟାଳିକା) ଅଟ୍ଟାଳିକା…

ଓଡ଼ିଶା କଂଗ୍ରେସର ନୂଆ ପ୍ରଭାରୀ ହେଲେ ଲାଲ୍‌ଜୀ ଦେଶାଇ: AICC ପକ୍ଷରୁ ବିଜ୍ଞପ୍ତି ଜାରି

ଭୁବନେଶ୍ୱର,୨୬।୬: ରାଜ୍ୟ କଂଗ୍ରେସ ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଲାଲ୍‌ଜୀ ଦେଶାଇଙ୍କୁ ରାଜ୍ୟ କଂଗ୍ରେସର ନୂଆ ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି। ସେ ପୂର୍ବତନ…

ଫିଲ୍ମ ପରେ ଏବେ କ୍ରିକେଟ ମଇଦାନରେ ଜନ ଆବ୍ରାହମଙ୍କ ଏଣ୍ଟ୍ରି, ହେଲେ ଏହି ଟିମ୍‌ର ମାଲିକ

ନୂଆଦିଲ୍ଲୀ, ୨୬।୬: ବଲିଉଡର ଆକ୍ସନ ଷ୍ଟାର୍ ଜନ ଅବ୍ରାହମ୍ ଏବେ କ୍ରିକେଟ୍ ପିଚ୍‌ରେ ନଜର ଆସିବେ। ସେ ପ୍ରଥମ ୟୁରୋପିଆନ୍ ଟି-୨୦ ପ୍ରିମିୟର ଲିଗ୍ (ETPL)ର ଫ୍ରାଞ୍ଚାଇଜ୍…

୨-୧ ଗୋଲରେ ଜର୍ମାନୀକୁ ପରାସ୍ତ କଲା ଇକ୍ୱେଡର

ଇଷ୍ଟ ରୋଦରଫୋଡ,୨୬ା୬: ଗୋଞ୍ଜାଲୋ ପ୍ଲାଟାଙ୍କ ଗୋଲ ବଳରେ ଶୁକ୍ରବାର ଖେଳାଯାଇଥିବା ଏକ ରୋମାଞ୍ଚକ ମ୍ୟାଚ୍‌ରେ ଇକ୍ୱେଡର ୨-୧ ଗୋଲରେ ଜର୍ମାନୀକୁ ପରାସ୍ତ କରିଛି। ଫିଫା ର଼୍ୟାଙ୍କିଙ୍ଗ୍‌ରେ ୨୩ତମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri