ନୂଆଦିଲ୍ଲୀ,୧୬।୯: ଭାରତୀୟ ଅଧିନାୟକ ବିରାଟ କୋହଲି ଗୁରୁବାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଆଗାମୀ ଟି୨୦ ବିଶ୍ୱକପ୍ ପରେ ସେ ଟି୨୦ ଫର୍ମାଟର ଅଧିନାୟକ ପଦରୁ ଇସ୍ତଫା ଦେବେ। ତେବେ ଦିନିକିଆ ଓ ଟେଷ୍ଟ ଫର୍ମାଟରେ ସେ ଦଳର ନେତୃତ୍ୱ ନେବା ଜାରି ରଖିବେ।
”ଗତ ୮ରୁ ୯ ବର୍ଷ ହେଲା ମୁଁ ସମସ୍ତ ଫର୍ମାଟରେ ଖେଳିବା ସହ ୬ ବର୍ଷ ହେଲା ଦଳର ନିୟମିତ ନେତୃତ୍ୱ ନେଉଛି। ଏଥିଯୋଗୁ ମୋ ଉପରେ କାର୍ଯ୍ୟ ଭାର ବୃଦ୍ଧି ପାଉଛି। ମୋତେ ଲାଗୁଛି ନିଜକୁ କିଛି ଯାଗା ଦେବା ଦରକାର। ମୁଁ ଟେଷ୍ଟ ଓ ଦିନିକିଆ ଦଳର ନେତୃତ୍ୱ ନେବା ପାଇଁ ପ୍ରସ୍ତୁତ ରହିବି“ ବୋଲି କୋହଲି ଟୁଇଟ୍ କରିଛନ୍ତି ।