Posted inଖେଳ

ଲମ୍ବା ଚୁଟି, ଘଞ୍ଚ ଦାଢ଼ି ସହ ଚଷମା; ଜାଣନ୍ତୁ କେଉଁ କାରଣରୁ ଭାଇରାଲ ହେଉଛି କୋହଲିଙ୍କ ଏହି ନୂଆ ଲୁକ୍‌…

ନୂଆଦିଲ୍ଲୀ,୨୫।୫: ଆଇପିଏଲ୍‌ ପରେ ଅନେକ କାରଣକୁ ନେଇ ଚର୍ଚ୍ଚାରେ ରହୁଛନ୍ତି ଭାରତୀୟ ଅଧିନାୟକ ବିରାଟ କୋହଲି। କ୍ରିକେଟର ହିସାବରେ ତାଙ୍କର ସୋସିଆଲ ମିଡିଆରେ ପ୍ରଶଂସକ ଅଧିକ। ଏଥିପାଇଁ ଫଟୋ ହେଉ ଅଥବା ଭିଡିଓ, ଶେୟାର କରାଯିବା ମାତ୍ରେ ତାହା ଭାଇରାଲ ହେବାକୁ କେଇ ସେକେଣ୍ଡ ସମୟ ନେଇଥାଏ। ଏବେ କୋହଲିଙ୍କ ସେଭଳି ଏକ ଫଟୋ ଭାଇରାଲ ହେଉଛି। ଫଟୋରେ କ୍ରିକେଟର ଲମ୍ବା ଚୁଟି ସାଙ୍ଗକୁ ଦାଢ଼ି ଏବଂ ଚଷମା ପିନ୍ଧିଛନ୍ତି। କିଛି ପ୍ରଶଂସକ ଏଥିରେ ମଜାଦାର କମେଣ୍ଟ ଦେଉଥିବା ବେଳେ କିଛି ମେମେ ପ୍ରସ୍ତୁତ କରି ଶେୟାର କରୁଛନ୍ତି। ହେଲେ ଫଟୋଟି ଫଟୋଶପ୍‌ ଯୋଗେ ପ୍ରସ୍ତୁତ କରାଯାଇଥିବା ଜଣାପଡ଼ିଛି।

କିଛି ଲୋକ କୋହଲିଙ୍କ ଏହି ଫଟୋଶପ୍‌ କ୍ୱାରାଣ୍ଟାଇନ୍‌ ଲୁକ୍‌ର ତୁଳନା ଲୋକପ୍ରିୟ ଓ୍ବେବ୍‌ ସିରିଜ ମନି ହେଇଷ୍ଟ ଚରିତ୍ର ପ୍ରଫେସରଙ୍କ ସହ କରୁଛନ୍ତି। କିଛି କୋହଲିଙ୍କ କବିର ସିଂହ ଭଳି ଲୁକ୍‌ ବୋଲି କହୁଛନ୍ତି। ଆଉ କିଛି ସେ ଇଞ୍ଜିନିୟର ଭଳି ନଜର ଆସୁଥିବା ମଧ୍ୟ କହିଛନ୍ତି।

କହିରଖୁଛୁ, କୋହଲି ଏବେ ବମ୍ବେରେ ହୋମ କ୍ୱାରାଣ୍ଟାଇନ୍‌ରେ ଅଛନ୍ତି। ସେ ଖୁବ୍‌ଶୀଘ୍ର ଇଂଲଣ୍ଡ ଗସ୍ତ ପାଇଁ ନିର୍ଦ୍ଧାରିତ ଭାରତୀୟ ଟିମ୍‌ ବବଲ୍‌ରେ ସାମିଲ ହେବେ। କାରଣ ଦଳ ଜୁନ ୨ ତାରିଖରେ ଇଂଲଣ୍ଡ ଗସ୍ତରେ ଯିବ। ଜୁନ ୧୮ରେ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲ ଖେଳିବା ପରେ ବିରାଟ ସେନା ଇଂଲଣ୍ଡ ବିପକ୍ଷରେ ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଉଦୟ ହେଲା ସନରାଇଜର୍ସର ସୂର୍ଯ୍ୟ

ଚେନ୍ନାଇ,୨୧।୪: କ୍ରମାଗତ ୩ ପରାଜୟ ପରେ ଉଦୟ ହୋଇଛି ସନରାଇଜର୍ସ ହାଇଦ୍ରାବାଦ୍‌ର ସୂର୍ଯ୍ୟ। ଦଳୀୟ ବୋଲର ଓ ବ୍ୟାଟ୍ସମ୍ୟାନଙ୍କ ଯୋଗୁ ଡେଭିଡ୍‌ ଓ୍ବାର୍ନରଙ୍କ ନେତୃତ୍ୱାଧୀନ ଦଳ...

ରୋମାଞ୍ଚକ ସ୍ଥିତିରେ ଲଡର୍‌ସ ଟେଷ୍ଟ

ଲଣ୍ଡନ, ୨୫ା୭ (ଏଏଫ୍‌ପି)-ଲଡର୍‌ସଠାରେ ଚାଲିଥିବା ଆୟର୍ଲାଣ୍ଡ ବିପକ୍ଷ ଏକମାତ୍ର ଟେଷ୍ଟ ମ୍ୟାଚରେ ଜ୍ୟାକ୍‌ ଲିଚ୍‌ ଏବଂ ଜାସନ ରୟ ସେମାନଙ୍କର ପ୍ରଥମ ଟେଷ୍ଟ ଅର୍ଦ୍ଧଶତକ ହାସଲ...

ବାଇକ୍‌ରୁ ପଡ଼ିଲେ କୁଶାଲ ମେଣ୍ଡିସ

କଲମ୍ବୋ,୨।୮- ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନ କୁଶାଲ ମେଣ୍ଡିସ ଆର. ପ୍ରେମଦାସ ଷ୍ଟାଡିୟମ୍‌ରେ ଏକ ଦୁର୍ଘଟଣାର ଶିକାର ହୋଇଛନ୍ତି। ଏଠାରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ୩ୟ ମ୍ୟାଚ୍‌ ଜିତିବା...

ସଫଳତାର ରାଜ୍‌ ଖୋଲିଲେ କୋହଲି, ଜାଣିଲେ କରିିବେ ବାଃ ବାଃ

ମୁମ୍ବାଇ,୨୯।୧୨: କ୍ରିକେଟ ଇତିହାସରେ ଭାରତୀୟ ଅଧିନାୟକ ବିରାଟ କୋହଲି ତାଙ୍କ ନାମରେ ଆଉ ଏକ ସଫଳତା ଯୋଡିଛନ୍ତି। କୋହଲିଙ୍କୁ ଆଇସିସିର ସର୍ବଶ୍ରେଷ୍ଠ କ୍ରିକେଟର୍‌ ଏବଂ ଦଶନ୍ଧିର...

ବିଶ୍ୱର ସବୁଠୁ ଦ୍ରୁତତମ ବଲ୍‌ ପକାଇଥିଲେ ଏହି ବୋଲର୍‌

ପାକିସ୍ତାନର ପୂର୍ବତନ ବୋଲର ସୋଏବ ଅଖତର ଆଜି ୪୫ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୯୭ ମସିହା ଅଗଷ୍ଟ ୧୩ରେ ରାଉଲପିଣ୍ଡି ଜନ୍ମଗ୍ରହଣ କରିଥିବା ସୋଏବ କ୍ରିକେଟରେ...

ହାଇଦ୍ରାବାଦ୍‌କୁ ଲାଗିଲା ଝଟ୍‌କା: ଟୁର୍ନାମେଣ୍ଟରୁ ବାଦ୍‌ ପଡିଲେ ଏହି କ୍ରିକେଟର୍‌‌

ନୂଆଦିଲ୍ଲୀ,୨୩।୪: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୧ରେ ସମସ୍ତ ଦଳ ଏପର୍ଯ୍ୟନ୍ତ ୩ କିମ୍ବା ୪ଟି ମ୍ୟାଚ ଖେଳିଛନ୍ତି। ଏହି ସମୟରେ, ବାୟୋ ବବୁଲ ଭୟ ହେତୁ...

ଇଶାନ କିଷନଙ୍କ ଡେବ୍ୟୁ ମ୍ୟାଚ୍‌ ପୂର୍ବରୁ ଶରୀରରେ ରକ୍ତ ବୋଳି ହୋଇଥିଲେ ତାଙ୍କ ଗର୍ଲଫ୍ରେଣ୍ଡ, ଜାଣନ୍ତୁ କାହିଁକି

ଅହମ୍ମଦାବାଦରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ପାଞ୍ଚ ମ୍ୟାଚ ବିଶିଷ୍ଟ ଟି -୨୦ ସିରିଜର ଦ୍ୱିତୀୟ ମ୍ୟାଚରେ ଭାରତ ୭ ଉଇକେଟରେ ବିଜୟ ହାସଲ...

୬.୩ ଓଭରରେ ମ୍ୟାଚ୍‌ ଶେଷ କଲା ଭାରତ

ଦୁବାଇ,୫।୧୧: ଚଳିତ ଟି୨୦ ବିଶ୍ୱକପ୍‌ରେ ସେମିଫାଇନାଲରେ ସ୍ଥାନ ପକ୍କା କରିବା ଆଶା ଉଜ୍ଜୀବିତ ରଖିଛି ଟିମ୍‌ ଇଣ୍ଡିଆ। ଶୁକ୍ରବାର ଖେଳାଯାଇଥିବା ମ୍ୟାଚ୍‌ରେ ସ୍କଟଲାଣ୍ଡ ପକ୍ଷରୁ ୮୬...

Advertisement
Archives

Model This Week