Posted inଖେଳ

ଆର୍‌ସିବିର ସହଜ ବିଜୟ: ସଲ୍ଟ, କୋହଲିଙ୍କ ଅର୍ଦ୍ଧଶତକ

ଜୟପୁର,୧୩ା୪: ବୋଲରଙ୍କ ମାପଚୁପ ବୋଲିଂ ଓ ପରେ ଫିଲ୍‌ ସଲ୍ଟ ଏବଂ ବିରାଟ କୋହଲିଙ୍କ ଅର୍ଦ୍ଧଶତକ ବଳରେ ରବିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆର୍‌ସିବି) ୯ ଉଇକେଟରେ ରାଜସ୍ଥାନ ରୟାଲ୍ସ(ଆର୍‌ଆର୍‌)କୁ ପରାସ୍ତ କରିଛି। ରାଜସ୍ଥାନ ପକ୍ଷରୁ ଧାର୍ଯ୍ୟ ୧୭୪ ରନ୍‌ର ଟାର୍ଗେଟକୁ ବେଙ୍ଗାଲୁରୁ ୧୭.୩ ଓଭରରେ ୧ ଉଇକେଟ ହରାଇ ହାସଲ କରିନେଇଥିଲା। ଏହା ବେଙ୍ଗାଲୁରୁର ଚତୁର୍ଥ ବିଜୟ ହୋଇଥିବା ବେଳେ ରାଜସ୍ଥାନ ଲାଗି ଏହା ଚତୁର୍ଥ ପରାଜୟ।

ପ୍ରଥମେ ବ୍ୟାଟିଂ କରିଥିବା ରାଜସ୍ଥାନ ୨୦ ଓଭରରେ ୪ ଉଇକେଟ ହରାଇ ୧୭୩ ରନ୍‌ କରିଥିଲା। ଦଳ ପକ୍ଷରୁ ଜଶସ୍ବୀ ଜୟସ୍ବାଲ ୪୭ ବଲରେ ସର୍ବାଧିକ ୭୫ ରନ୍‌ର ଇନିଂସ ଖେଳିଥିଲେ। ତାଙ୍କର ଏହି ଇନିଂସ୍‌ରେ ୧୦ ଚୌକା ଓ ୨ ଛକା ସାମିଲ ଥିଲା। ଅନ୍ୟମାନଙ୍କ ମଧ୍ୟରେ ଧ୍ରୁବ ଜୁରେଲ ୨୩ ବଲରେ ୨ ଲେଖାଏ ଚୌକା ଓ ଛକା ସହିତ ୩୫ ରନ୍‌ କରି ଅପରାଜିତ ରହିଥିବା ବେଳେ ରିୟାନ ପରାଗ ୨୨ ବଲରେ ୩ ଚୌକା ଓ ୧ ଛକା ସହିତ ୩୦ ରନ୍‌ କରି ଆଉଟ୍‌ ହୋଇଥିଲେ। ଅଧିନାୟକ ସଞ୍ଜୁ ସାମ୍‌ସନ(୧୫) ଓ ଶିମରନ ହେଟମେୟର(୯) ବିଫଳ ହୋଇଥିଲେ।

ଆର୍‌ସିବି ପକ୍ଷରୁ ଭୁବନେଶ୍ୱର କୁମାର, ୟଶ୍‌ ଦୟାଲ, ଜୋଶ୍‌ ହାଜେଲଉଡ୍‌ ଓ କୃନାଲ ପାଣ୍ଡ୍ୟା ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ଜବାବରେ ଆର୍‌ସିବିକୁ ସଲ୍ଟ ଓ କୋହଲି ବିସ୍ଫୋରକ ଆରମ୍ଭ ଦେଇଥିଲେ। ଦୁହେଁ ୮.୪ ଓଭରରେ ୯୨ ରନ୍‌ ଯୋଡ଼ିଥିଲେ। ରାଜସ୍ଥାନ ଫିଲ୍ଡରମାନେ ଅନେକ କ୍ୟାଚ୍‌ ହାତଛଡ଼ା କରି ଦୁହିଙ୍କୁ ଯଥେଷ୍ଟ ସହଯୋଗ କରିଥିଲେ। ସଲ୍ଟ ୩୩ ବଲରେ ୫ ଚୌକା ଓ ୬ ଛକା ସହିତ ୬୫ ରନ୍‌ କରି କୁମାର କାର୍ତ୍ତିକେୟଙ୍କ ବଲ୍‌ରେ ଆଉଟ୍‌ ହୋଇଥିଲେ।

ଏହାପରେ ଦେବଦତ୍ତ ପଡିକଲଙ୍କ ସହ ମିଶି କୋହଲି ଅବିଭାଜିତ ଦ୍ୱିତୀୟ ଉଇକେଟରେ ୮୩ ରନ୍‌ ଯୋଡ଼ି ଦଳକୁ ଜିତାଇଥିଲେ। କୋହଲି ୪୫ ବଲରେ ୪ ଚୌକା ଓ ୨ ଛକା ସହ ୬୨ ଓ ପଡିକଲ ୨୮ ବଲରେ ୫ ଚୌକା ଓ ୧ ଛକା ସହ ୪୦ ରନ୍‌ କରି ଅପରାଜିତ ରହିଥିଲେ। ଚଳିତ ଆଇପିଏଲ୍‌ରେ କୋହଲିଙ୍କର ଏହା ତୃତୀୟ ଅର୍ଦ୍ଧଶତକ ଥିଲା। ରାଜସ୍ଥାନ ପକ୍ଷରୁ କାର୍ତ୍ତିକେୟ ଏକମାତ୍ର ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବାଦ୍‌ ପଡ଼ିଲେ ବୈଭବ ସୂର୍ଯ୍ୟବଂଶୀ: ଟିମ ଇଣ୍ଡିଆରେ ୨ଟି ପରିବର୍ତ୍ତନ

ଅକଲାଣ୍ଡ,୩୦।୧୦: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ୍‌ର ଚତୁର୍ଥ ମୁକାବିଲା ଆଜି ଅକଲାଣ୍ଡର ଇଡେନ ପାର୍କରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ ଭାରତୀୟ…

ବିଶ୍ୱକପ ପରେ ବଦଳିବ ଭାଗ୍ୟ: ଗମ୍ଭୀରଙ୍କୁ ନେଇ IPLରେ ଟଣାଓଟରା! ୪ଟି ଫ୍ରାଞ୍ଚାଇଜର ନଜର ଏବେ…ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ,୩୦।୧୦: ଟିମ ଇଣ୍ଡିଆର ମୁଖ୍ୟ କୋଚ ଗୌତମ ଗମ୍ଭୀରଙ୍କ ଭବିଷ୍ୟତକୁ ନେଇ ଗତ କିଛି ମାସ ହେଲା ଅନେକ ଚର୍ଚ୍ଚା ଓ ଅନୁମାନ ଲାଗି ରହିଛି। ଏପରିକି…

ଟିମ ଇଣ୍ଡିଆ ପାଇଁ ଆସିଲା ଖରାପ ଖବର: କ୍ରିକେଟ ପ୍ରେମୀ ଶୁଣିଲେ…

ନୂଆଦିଲ୍ଲୀ,୩୦।୧୦: ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜ ପୂର୍ବରୁ ଭାରତୀୟ ଦଳକୁ ଝଟ୍‌କା ଲାଗିଛି। ଦଳର ପ୍ରମୁଖ ଦ୍ରୁତ ବୋଲର ପ୍ରସିଦ୍ଧ କୃଷ୍ଣା ସିରିଜ୍‌ରୁ ବାଦ ପଡ଼ିଛନ୍ତି। ସେ…

ମୁମ୍ବାଇ ଇଣ୍ଡିଆନ୍ସରେ ବଡ଼ ଅଦଳବଦଳ! କାହାକୁ ମିଳିଲା କେଉଁ ଦାୟିତ୍ୱ, ନାଁ ଜାଣିଲେ ହେବେ ଚକିତ

ନୂଆଦିଲ୍ଲୀ,୩୦।୧୦: ରବିନ ଉଥପ୍ପା ହେଲେ ମୁମ୍ବାଇ ଇଣ୍ଡିଆନ୍ସର ନୂଆ ବ୍ୟାଟିଂ କୋଚ। IPL ୨୦୨୭ ପାଇଁ ମୁମ୍ବାଇ ଦଳକୁ ମିଳିଛି ସମ୍ପୂର୍ଣ୍ଣ ନୂଆ କୋଚିଂ ଟିମ। କିଛି…

ନ୍ୟୁଜିଲାଣ୍ଡ ସିରିଜ ପୂର୍ବରୁ ଟିମ ଇଣ୍ଡିଆରେ ହଲଚଲ: ବିସିସିଆଇ କଲା ବଡ଼ ଅଦଳବଦଳ, ଦଳରୁ ବାଦ୍‌ ପଡ଼ିଲେ…

ନୂଆଦିଲ୍ଲୀ,୩୦।୧୦: ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜ୍‌ରୁ ବାଦ ପଡ଼ିଛନ୍ତି ପ୍ରସିଦ୍ଧ କୃଷ୍ଣା। ଭାରତୀୟ ଦଳରେ ତାଙ୍କୁ ସାମିଲ କରାଯାଇଥିଲେ ମଧ୍ୟ ତାଙ୍କ ଖେଳିବା ଫିଟନେସ ଉପରେ ନିର୍ଭର…

ନ୍ୟୁଜିଲାଣ୍ଡରେ ପହଞ୍ଚିଲେ କିଙ୍ଗ କୋହଲି: ଘଟିଲା ଏମିତି, ଯାହାକୁ ଦେଖି କାନ୍ଦି ପକାଇଲେ ମହିଳା ଫ୍ୟାନ

ନୂଆଦିଲ୍ଲୀ,୩୦।୧୦: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ନଭେମ୍ବର ୪ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଏହି ସିରିଜ ପାଇଁ ଶୁଭମନ…

ମାତ୍ର ୩୫ ରନ୍‌ କରିବା କ୍ଷଣି ବିଶ୍ୱରେକର୍ଡ ଭାଙ୍ଗିବେ ଅଭିଷେକ ଶର୍ମା: ହାତରେ ରହିଛି ବଡ଼ ସୁଯୋଗ

ନୂଆଦିଲ୍ଲୀ,୩୦।୧୦: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟି-୨୦ ସିରିଜ୍‌ର ଚତୁର୍ଥ ମ୍ୟାଚ ଆଜି ଅକଲାଣ୍ଡର ଇଡେନ ପାର୍କରେ ଖେଳାଯିବ। ଏହି ମ୍ୟାଚ୍‌ରେ ଭାରତୀୟ ଓପନର ଅଭିଷେକ ଶର୍ମାଙ୍କ…

ବିନା ଛକାରେ ୧୬୭ ରନ୍‌ର ବିସ୍ଫୋରକ ଇନିଂସ ଖେଳିଲେ ଏହି ବ୍ୟାଟ୍‌ର୍‌: ହାସଲ କଲେ ବିରଳ ରେକର୍ଡ

ଲାହୋର,୩୦।୧୦: ଇଂଲଣ୍ଡର ଷ୍ଟାର୍‌ ଓପନର୍‌ ବେନ ଡକେଟଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଦମ୍‌ଦାର ଇନିଂସ। ପାକିସ୍ତାନ ଆୟୋଜିତ ଦିନିକିଆ ଟ୍ରାଇ ସିରିଜ୍‌ରେ ଶ୍ରୀଲଙ୍କା ବିପକ୍ଷ ଶେଷ ମ୍ୟାଚ୍‌ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?