Posted inଖେଳ

ବିରାଟ କୋହଲି ଅର୍ଡର କଲେ ପିଜା, ମହମ୍ମଦ ସିରାଜଙ୍କର ଉଡିଲା ହୋସ: ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,,୧୪।୪: ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ପ୍ରଦର୍ଶନ ବର୍ତ୍ତମାନ ପର୍ଯ୍ୟନ୍ତ ନିରାଶାଜନକ ହୋଇଛି। ଫାଫ ଡୁ ପ୍ଲେସିସ ନେତୃତ୍ୱାଧୀନ ଆରସିବି ୬ଟି ମ୍ୟାଚ ମଧ୍ୟରୁ ପାଞ୍ଚଟି ହାରିଛି। ଫଳାଫଳ ହେଉଛି ଯେ ଆଇପିଏଲ୨୦୨୪ ର ପଏଣ୍ଟ ଟେବୁଲରେ ଆରସିବି ଦଳ ଶେଷ ସ୍ଥାନରେ ଅଛି ।

ଆଇପିଏଲର ଚଳିତ ସିଜନରେ ଖରାପ ପ୍ରଦର୍ଶନ ସତ୍ତ୍ୱେ ଆରସିବି ଖେଳାଳିମାନେ ପଡ଼ିଆ ବାହାରେ ସେମାନଙ୍କ ପ୍ରଶଂସକଙ୍କୁ ଖୁସି କରିବାରେ ସଫଳ ହୋଇଛନ୍ତି। ଏହାର ଏକ ଉଦାହରଣ ସାମ୍ନାକୁ ଆସିଥିଲା ଯେଉଁଥିରେ ବିରାଟ କୋହଲି, ମହମ୍ମଦ ସିରାଜ ଏବଂ ଅଧିନାୟକ ଫାଫ ଡୁ ପ୍ଲେସିସ ନଜର ଆସିଛନ୍ତି।
ଏହି ତିନିଜଣଙ୍କ ଯୋଡି ଏକ ବିଜ୍ଞାପନର ସୁଟିଂ କରୁଥିବା ଦେଖିବାକୁ ମିଳିଥିଲା ଯେଉଁଥିରେ ବିରାଟ କୋହଲି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିବାର ନଜର ଆସିଛନ୍ତି। ଭିଡିଓରେ ଦେଖାଯାଉଛି ଯେ କୋହଲି ପିଜା, ଆଳୁ ଚାଟ ଏବଂ ବର୍ଫି ପରି ଜଙ୍କ ଫୁଡ ଅର୍ଡର କରିଛନ୍ତି। କ୍ୟାପଟେନ ଫାଫ ଡୁ ପ୍ଲେସିସ ଏବଂ ଦ୍ରୁତ ବୋଲର ମହମ୍ମଦ ସିରାଜ ଏହା ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।
ଭିଡିଓରେ ଦେଖାଯାଉଛି ଯେ ଫାଫ ଡୁ ପ୍ଲେସିସ ତାଙ୍କ ସାଥୀ ବିରାଟଙ୍କ କାନ୍ଧରେ ଶୋଇଛନ୍ତି। ଯେତେବେଳେ କୋହଲି ଜଙ୍କ ଫୁଡ ଅର୍ଡର କରନ୍ତି, ସେ ଏହା ଶୁଣି ଆଶ୍ଚର୍ଯ୍ୟ ହୋଇ ଚାଲିଯାଆନ୍ତି। ଫାଫ ବୁଲି ପଡି କହୁଛନ୍ତି, ସତରେ? ତା’ପରେ ମହମ୍ମଦ ସିରାଜ ମଧ୍ୟ ଫ୍ରେମରେ ଦେଖାଯାଉଛନ୍ତି, ଆଉ କହୁଛନ୍ତି- ତୁମର ଡାଏଟ?
ଫାଫ ଡୁ ପ୍ଲେସିସ ଏବଂ ମହମ୍ମଦ ସିରାଜଙ୍କ କଥା ଶୁଣି କୋହଲି ଉତ୍ତର ଦେଇଛନ୍ତି – ଡାଏଟ କାହିଁକି, ମୋତେ ଖାଇବାକୁ ଦିଅନ୍ତୁ। ବିରାଟ କୋହଲି ତାଙ୍କର ଖାଦ୍ୟ ଏବଂ ଫିଟନେସ ରୁଟିନ ପାଇଁ ଜଣାଶୁଣା। ଏହିପରି ତାଙ୍କର ଜଙ୍କ ଫୁଡ ଅର୍ଡର କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରେ। ଅବଶ୍ୟ, ଏହା ଏକ ବିଜ୍ଞାପନର ସୁଟିଂରୁ ଏକ ଭିଡିଓ ଏବଂ ବ୍ୟକ୍ତିଗତ ଜୀବନରେ କୋହଲି ତାଙ୍କ ଡାଏଟ ଏବଂ ଫିଟନେସ ଟ୍ରେନିଂକୁ ଭଲ ଭାବରେ ଅନୁସରଣ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଢାବା କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ

ବୈଶିଙ୍ଗା,୧୨।୯(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅଧୀନ ୧୮ ନମ୍ବର ଜାତୀୟ ରାଜପଥ ଗଡଦେଉଳିଆ ସ୍ଥିତ ଏକ ଢ଼ାବାରେ ଶନିବାର ସନ୍ଧ୍ୟାରେ ୪ଜଣ ଦୁର୍ବୃତ୍ତ ପଶି…

ଝିଅ ଘରକୁ ବୁଲିବାକୁ ଯାଇଥିଲେ, କଳାକନା ବୁଲାଇଲେ ଦୁର୍ବୃତ୍ତ

ବୈଶିଙ୍ଗା,୧୨।୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ଗଡଦେଉଳିଆ ଗ୍ରାମର ଜନୈକ ବ୍ୟକ୍ତି ତାଙ୍କ ଝିଅ ଘରକୁ ବୁଲିବାକୁ ଯାଇଥିବା ବେଳେ ଦୁର୍ବୃତ୍ତମାନେ ଘରେ ପଶି…

ବାଇକ୍‌କୁ ପିଟିଲା ବାଇକ୍‌: ୨ ଛାତ୍ରଙ୍କ ସମେତ ୪ ଗୁରୁତର

ଦିଗପହଣ୍ଡି,୧୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି କଲେଜ ନିକଟରେ ଶନିବାର ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ଯୁକ୍ତ ୩ରେ ପଢୁଥିବା ୨ ଛାତ୍ରଙ୍କ ସମେତ…

ଦୁର୍ଘଟଣାରେ ଆହତ ବୃଦ୍ଧଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଆଜି ମୃତଦେହ ଜବତ କରି…

ଦିଗପହଣ୍ଡି,୧୨ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ଅନଙ୍ଗପୁର ଗ୍ରାମ ନିକଟ ମୁଖ୍ୟରାସ୍ତାରେ ଏକ ବାଇକ୍‌ ଧକ୍କାରେ ସାନଖେମୁଣ୍ଡି ବ୍ଲକ ଗୌତମୀ ଗ୍ରାମର…

ଗୁଣିଆ ସନ୍ଦେହରେ ବାନ୍ଧିକି ରଖିଲେ, ଭିଡିଓ ଭାଇରାଲ

ପାତ୍ରପୁର,୧୨।୯(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ବି ନୂଆଗାଁ ଗ୍ରାମରେ ଶନିବାର ସନ୍ଧ୍ୟାରେ ଏକ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି l ଗ୍ରାମର କେଉଟ…

ଭଦ୍ରକରୁ ଅପହରଣ କରି ୫ ଲକ୍ଷ ଟଙ୍କାର ମୁଣ୍ଡ ଜାମିନ ରଖିଥିଲେ ଅପହରଣକାରୀ, ଆଉ ତା’ ପରେ…

ହାଟଡିହୀ,୧୨ା୯(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ପୋଲିସ ପାଇଁ ଅପହରଣର ଶିକାର ହୋଇଥିବା ୩ ଜଣଙ୍କ ଜୀବନ ବଞ୍ଚିଯାଇଛି। ପୋଲିସର ହସ୍ତକ୍ଷେପ ପରେ ଅପହରଣ ଶିକାର ହୋଇ ୫…

ଜୀବନ ସଂଘର୍ଷରେ ହାରିଗଲେ ଚାଷୀ

ଦିଗପହଣ୍ଡି,୧୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ଗ୍ରାମର ଜଣେ ଚାଷୀ ସାପ କାମୁଡ଼ାରେ ଗୁରୁତର ହୋଇ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା…

କାର୍‌ରେ ଚାଲାଣ ହେଉଥିଲା ଗଞ୍ଜେଇ, ଯାଞ୍ଚ ସମୟରେ ମହାରାଷ୍ଟ୍ରର ୨ ଅଭିଯୁକ୍ତଙ୍କୁ ଧରି…

ଦାରିଙ୍ଗବାଡ଼ି,୧୨ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ପଞ୍ଚାୟତ ଟୋଲଗେଟ ନିକଟରେ ପୋଲିସ ବ୍ଲକିଂ କରି ଯାଞ୍ଚ କରିବା ସମୟରେ ଗୋଟିଏ କାର୍‌ରୁ ୪୨ କେଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?