Posted inଖେଳ

ଅଲିମ୍ପିକ୍ସରେ କ୍ରିକେଟକୁ ସାମିଲ କରିବାରେ ରହିଛି କୋହଲିଙ୍କ ଅବଦାନ, ଜାଣନ୍ତୁ ଏହା ପଛର କାରଣ…

ନୂଆଦିଲ୍ଲୀ,୧୬।୧୦: ୧୨୮ ବର୍ଷ ପରେ ଅଲିମ୍ପିକ୍ସରେ କ୍ରିକେଟକୁ ସାମିଲ କରାଯାଇଛି। ଅନ୍ତର୍ଜାତୀୟ ଅଲିମ୍ପିକ କମିଟି (ଆଇଓସି) ସୋମବାର ଆନୁଷ୍ଠାନିକ ଭାବରେ ଦେଶର ସବୁଠାରୁ ଲୋକପ୍ରିୟ ଖେଳକୁ ୨୦୨୮ ଲସ ଆଞ୍ଜେଲସ ଅଲିମ୍ପିକ୍ସରେ ସାମିଲ କରିବାକୁ ଘୋଷଣା କରିଛି। ୨୦୨୮ ଅଲିମ୍ପିକ୍ସରେ କ୍ରିକେଟ ଟି -୨୦ ଫର୍ମାଟରେ ଖେଳାଯିବ, ଯେଉଁଥିରେ ଉଭୟ ପୁରୁଷ ଏବଂ ମହିଳା ଦଳ ଅଂଶଗ୍ରହଣ କରିବେ। କ୍ରିକେଟ ବ୍ୟତୀତ ଆଇଓସି ଅଧ୍ୟକ୍ଷ ଥୋମାସ ବାଚ ୨୦୨୮ ଅଲିମ୍ପିକ୍ସରେ ଫ୍ଲାଗ ଫୁଟବଲ, ବେସବଲ / ସଫ୍ଟବଲ, ସ୍କ୍ବାସ, ଲାକ୍ରୋସକୁ ସାମିଲ କରିବାକୁ ଘୋଷଣା କରିଛନ୍ତି।

ଅଲିମ୍ପିକ୍ସରେ କ୍ରିକେଟ ସାମିଲ ହେବା ପରେ ଭାରତର ତାରକା କ୍ରିକେଟର ବିରାଟ କୋହଲି ଚର୍ଚ୍ଚାରେ ଅଛନ୍ତି। ଏଲଏ ୨୮ର କ୍ରୀଡା ନିର୍ଦ୍ଦେଶକ ନିକୋଲ କ୍ୟାମ୍ପ୍ରିଆନି କୋହଲିଙ୍କୁ ପ୍ରଶଂସା କରିଛନ୍ତି। ଅଲିମ୍ପିକ୍ସରେ କ୍ରିକେଟ ସାମିଲ କରିବାକୁ ଆଇଓସିରେ ଲବି କରୁଥିବାବେଳେ ଇଟାଲୀର ପୂର୍ବତନ ଅଲିମ୍ପିକ ବିଜେତା ସୁଟର ନିକୋଲ କ୍ୟାମ୍ପ୍ରିଆନି କୋହଲିଙ୍କ ଲୋକପ୍ରିୟତାକୁ ଦର୍ଶାଇଛନ୍ତି। କେବଳ ଏତିକି ନୁହେଁ, ଆଇଓସିର ଅଧିକାରୀ ସୋସିଆଲ ମିଡିଆ ଏକ୍ସରେ ନୂଆ ଖେଳକୁ ସାମିଲ କରିବା ଉପରେ ଯେଉଁ ପୋଷ୍ଟ ଶେୟାର କରିଛନ୍ତି, ସେଥିରେ ବିରାଟଙ୍କ ଫଟୋ ରହିଛି।

କ୍ୟାମ୍ପ୍ରିଆନି କହିଛନ୍ତି , ବିଶ୍ୱର ଦ୍ୱିତୀୟ ଲୋକପ୍ରିୟ ଖେଳକୁ ସ୍ବାଗତ କରି ଆମେ ଅତ୍ୟନ୍ତ ଆନନ୍ଦିତ, ଯାହାର ବିଶ୍ୱରେ ପ୍ରାୟ ୨୫୦ କୋଟି ପ୍ରଶଂସକ (୨.୫ ବିଲିୟନ) ଅଛନ୍ତି। ମୋର ବନ୍ଧୁ ବିରାଟ କୋହଲି ଦୁନିଆର ତୃତୀୟ ଲୋକପ୍ରିୟ ଖେଳାଳି। ସୋସିଆଲ ମିଡିଆରେ ତାଙ୍କର ୩୪ କୋଟି ଅନୁସରଣକାରୀ ଅଛନ୍ତି, ଯାହା ଲି ବ୍ରୋନ ଜେମ୍ସ, ଟମ ବ୍ରାଡି, ଟାଇଗର ଉଡ୍ସ ଭଳି ଖେଳାଳିଙ୍କ ମୋଟ ଅନୁସରଣକାରୀଙ୍କଠାରୁ ଅଧିକ।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିରୁ ଶୁଭେନ୍ଦୁ ସାମଲ ନିଲମ୍ୱିତ

ଭୁବନେଶ୍ୱର,୩।୫: ବିଜୁ ଜନତା ଦଳ(ବିଜେଡି) ପକ୍ଷରୁ ରବିବାର ଚୌଦ୍ୱାର ମ୍ୟୁନିସିପାଲିଟି ଉପାଧ୍ୟକ୍ଷ ଶୁଭେନ୍ଦୁ ସାମଲଙ୍କୁ ଦଳରୁ ନିଲମ୍ୱନ କରାଯାଇଛି। ଦଳ ବିରୋଧୀ କାର୍ଯ୍ୟ ପାଇଁ ଶୁଭେନ୍ଦୁଙ୍କୁ ନିଲମ୍ୱନ…

ଖାରବେଳଙ୍କ ଉପରୁ ଉଠିଲା ନିଲମ୍ୱନ

ଭୁବନେଶ୍ୱର,୩।୫: ବରିଷ୍ଠ ଭାଜପା ନେତା ଐର ଖାରବେଳ ସ୍ୱାଇଁଙ୍କ ଉପରୁ ରବିବାର ନିଲମ୍ୱନ ଆଦେଶ ପ୍ରତ୍ୟାହୃତ ହୋଇଛି। ଭାଜପା ରାଜ୍ୟ ଶୃଙ୍ଖଳା କମିଟି ଆବାହକ ସୁଦର୍ଶନ ନାୟକ…

ମାଛ ଧରିବାକୁ ଯାଇଥିଲେ, ମିଳିଲା ମୃତଦେହ

କୋକସରା,୩।୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ମାଛ ଧରିବା ପାଇଁ ଯାଇଥିବା କୋକସରା ବ୍ଲକ ଆମପାଣି ଥାନା ଖଲିଗଡ ଗ୍ରାମର ଜଣେ ଯୁବକ ଡ୍ୟାମ ବୁଡ଼ି ନିଖୋଜ ହୋଇ ଯାଇଥିଲେ।…

ବାଇକ୍‌ ଉପରେ ଚଢ଼ିଗଲା ଟ୍ରାକ୍ଟର, ଆଉ ତା’ପରେ…

କେନ୍ଦୁଝର,୩ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅଧୀନ ତେଲକୋଇ ବସ୍‌ଷ୍ଟାଣ୍ଡ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଛି। ଅନ୍ୟ ଜଣେ…

ରାସ୍ତା ଉପରେ ପଡ଼ିଲା ବିରାଟକାୟ ଗଛ; ଅଳ୍ପକେ ବର୍ତ୍ତିଲେ ପଥଚାରୀ, ଯାତାୟତ ବାଧାପ୍ରାପ୍ତ

ଥୁଆମୂଳ ରାମପୁର,୩ା୫(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ରବିବାର ବିରାଟକାୟ ଗଛ ପଡ଼ି ଯାତାୟତ ବାଧାପ୍ରାପ୍ତ ହୋଇଛି । ସୂଚନା…

ଶୁଦ୍ଧି ହେବେ ଜିତୁ ମୁଣ୍ଡା

ପାଟଣା,୩ା୫(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ଡିଆନାଳି ଚତୁରିସାହିର ଜିତୁ ମୁଣ୍ଡା ଭଊଣୀ କାଲାରା ମୁଣ୍ଡାଙ୍କ କଙ୍କଳା ନେଇ ମଲ୍ଲିପୋଷି ଓଡ଼ିଶା ଗ୍ରାମୀଣ ବ୍ୟାଙ୍କୁ…

‘ମୁଁ ୬ ଜଣ ପୀଡିତାଙ୍କ ମଧ୍ୟରୁ ଜଣେ’, ବ୍ରିଜଭୂଷଣ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଲେ ଭିନେଶ ଫୋଗଟ

ନୂଆଦିଲ୍ଲୀ,୩ା୫: ଭାରତର ପ୍ରସିଦ୍ଧ କୁସ୍ତିଯୋଦ୍ଧା ଭିନେଶ ଫୋଗଟ ରବିବାର ଏକ ଚେତାବନୀ ଜାରି କରିଛନ୍ତି । ଗୋଣ୍ଡାରେ ହେବାକୁ ଥିବା ଜାତୀୟ ଓପନ୍ ରାଙ୍କିଂ ଟୁର୍ନାମେଣ୍ଟରେ ତାଙ୍କ…

ରୁଷିଆରେ ବାଲୁକା କଳା ପ୍ରଦର୍ଶନ କରିବେ ଓଡ଼ିଆ ପୁଅ ଓମ୍‌ ପ୍ରକାଶ

କର୍ଲାମୁଣ୍ଡା:୩।୫(ପ୍ରଦୀପ କୁମାର ସାହୁ): ଭାରତ-ରୁଷିଆ ଦୂତବାସଙ୍କ ମିଳିତ ଆନୁକୂଲ୍ୟରେ ଚଳିତ ମାସ ୧୦ରୁ ୧୨ତାରିଖ ପର୍ଯ୍ୟନ୍ତ ରୁଷିଆର ଏଲିସ୍ଥାଠାରେ ଭାରତୀୟ ସଂସ୍କୃତି ଦିବସ (Day of Indian…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri